ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: କରୋନା ସଂକ୍ରମଣ ଆଶଙ୍କାରେ ବିଧାନସଭା କାର୍ଯ୍ୟ ସ୍ଥାନାନ୍ତର ହେବ। ଲୋକସେବା ଭବନର କନ୍ଭେନସନ୍ ହଲ୍କୁ ଯିବ ବିଧାନସଭା। ବଜେଟ୍ ଅଧିବେଶନର ବାକି କାର୍ଯ୍ୟ ଦିବସ କନ୍ଭେନସନ୍ ହଲ୍ରେ ହେବ ବୋଲି ସୂଚନା ମିଳିଛି। ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହା ସମ୍ପର୍କରେ ସୂଚନା ଦେଇଛନ୍ତି। ତୃତୀୟ ପଜିଟିଭିଙ୍କ ସଂସ୍ପର୍ଶରେ ବିଧାନସଭାର ଜଣେ କର୍ମଚାରୀ ଆସିଛନ୍ତି। ଏଥିପାଇଁ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯିବ। ଏଥିସହ ବିଧାନସଭା କୋଠାକୁ ସଂକ୍ରମଣମୁକ୍ତ କରାଯିବ ଦରକାର। ଏଥିପାଇଁ ବିଧାନସଭା କୋଠାରେ ବିଧାନସଭା ନ କରିବାକୁ ନିଷ୍ପତ୍ତି ନିଆଯାଇଛି। କନ୍ଭେନସନ୍ ହଲ୍ରେ ଦୁଇ ମିଟର ଅନ୍ତରରେ ବିଧାୟକମାନେ ବସିବେ ବୋଲି ନିର୍ଦ୍ଦେଶ ରହିଛି। ସେହିପରି କେତେ ବିଧାୟକ ବିଧାନସଭା ଆସିବେ, ସେନେଇ ନେତାମାନଙ୍କୁ କୁହାଯାଇଛି। ୩୦ପ୍ରତିଶତ ବିଧାୟକଙ୍କୁ ବିଧାନସଭାରେ ରହିବେ ବୋଲି ସୂଚନା ରହିଛି। ସେହିପରି ରାସ୍ତାରେ କୌଣସି ବିଧାୟକଙ୍କୁ ନ ଅଟକାଇବାକୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
Author: Samikhsya Bureau
ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଭାରତ ସରକାର 21 ଦିନିଆ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ବିଜେପି ଅଭାବୀ ତଥା ଗରିବ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ଏକ କିଟ୍ ବାଣ୍ଟିବ ବୋଲି ଘୋଷଣା କରିଛି । ମୋଦି କିଟ୍ ନାମରେ ଏହି କିଟ୍ରେ ରହିଛି ଦୁଇ ଲିଟର ତେଲ, ଦୁଇ କିଲୋ ଚାଉଳ, ଏକ କିଲୋ ଡାଲି, ଏକ କିଲୋ ଚିନି, ଦୁଇଶହ ଗ୍ରାମ ଲଙ୍କା ଗୁଣ୍ଡ, ହଳଦୀ, ସୋରିଷ, ଧନିଆ ପାଉଡର୍, 250 ଗ୍ରାମ ଚା’ ପତି, ଏକ କିଲୋ ଲୁଣ, 500 ଗ୍ରାମ ଚଣା, 4ଟା ଲୁଗାସଫା ସାବୁନ୍, ଗୋଟିଏ ଗାଧୋଇବା ପାଇଁ ସାବୁନ୍, ପାଞ୍ଚ କିଲୋ ଅଟା, ଚାରୋଟି ପାର୍ଲଜି ବିସ୍କୁଟ ଆଦି ରହିଛି । ସୂଚନାଯୋଗ୍ୟ, ଦେଶରେ କରୋନା ଜନିତ ମୃତ୍ୟୁ 17ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 724ରେ ପହଞ୍ଚିଛି । ଏହି…
ରାଜସ୍ଥାନ : ରାଜସ୍ଥାନର ଭିଲଓ୍ବାଡାଠାରେ ଜଣେ ବୟସ୍କ ବ୍ୟକ୍ତିଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି। ମୃତକଙ୍କୁ ଡାଇବେଟିସ୍ ସମେତ ଅନ୍ୟ ରୋଗ ମଧ୍ୟ ରହିଥିଲା। ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା 45ରେ ପହଞ୍ଚିଛି । ଏବେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 17ରେ ପହଞ୍ଚିଛି। ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 700 ଟପିଲାଣି। କେରଳ ଓ ମହାରାଷ୍ଟ୍ରରେ ଅଧିକାଂଶ କରୋନା ଆକ୍ରାନ୍ତ ରହିଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ର ଓ ଗୁଜୁରାଟରେ କରୋନା ଯୋଗୁଁ ତିନି ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କର୍ଣ୍ଣାଟକରେ ଦୁଇଜଣ ଓ ମଧ୍ୟପ୍ରଦେଶ, ତାମିଲନାଡୁ, ବିହାର, ପଞ୍ଜାବ, ଦିଲ୍ଲୀ, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଜମ୍ମୁକାଶ୍ମୀର ଓ ରାଜସ୍ଥାନରେ ଜଣେ ଜଣେ ମୃତ୍ୟୁବରଣ କରିଛନ୍ତି । ଦେଶରେ 27ଟି ରାଜ୍ୟରେ କରୋନା ବ୍ୟାପିଛି । କରୋନା ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର 21 ଦିନିଆ ଲକ୍ ଡାଉନ୍ର ଘୋଷଣା କରିଛନ୍ତି ।(ଏଜେନ୍ସି)
ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ସାରା ଦେଶରେ 21 ଦିନ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର। ଏପରି ସ୍ଥିତିରେ ଲୋକମାନେ ଘରେ ସମୟ ବିତାଉଛନ୍ତି। ଘରେ ରହୁଥିବା ଲୋକଙ୍କ ପାଇଁ ପୁନର୍ବାର ରାମାୟଣ ପ୍ରସାରଣ କରାଯିବା ନେଇ ଘୋଷଣା କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର ଏହି ଘୋଷଣା କରି କହିଛନ୍ତି ଯେ, ପୁନର୍ବାର ଦୂରଦର୍ଶନରେ ରାମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକ ପ୍ରଦର୍ଶନ କରାଯିବ। ପ୍ରକାଶ ଜାଭେଡ୍କର୍ ଟୁଇଟ୍ କରି କହିଛନ୍ତି ଯେ, ଲୋକଙ୍କ ଅନୁରୋଧକ୍ରମେ ମାର୍ଚ୍ଚ 28 ତାରିଖରେ ‘ରାମାୟଣ’ର ପୁନଃ ପ୍ରସାରଣ ଡିଡି୍ ନ୍ୟାସନାଲ୍ ଚ୍ୟାନେଲ୍ରେ କରାଯିବ। ଏହି ପୌରାଣିକ ଧାରାବାହିକର ପ୍ରଥମ ଭାଗ ସକାଳ 9ଟା ବେଳେ ଓ ଦ୍ବିତୀୟ ଭାଗ ରାତ୍ରି 9ଟାବେଳେ ପ୍ରସାରଣ କରାଯିବ। ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଆଜି ବି ଲୋକପ୍ରିୟ। ଏହି ଧାରାବାହିକରେ ଅଭିନୟ କରିଥିବା ଅଭିନେତା ଅରୁଣ୍ ଗୋଭିଲ୍, ଦୀପିକା ଚିଖିଲିଆ, ସୁନୀଲ୍ ଲହରୀ ପ୍ରମୁଖ ମୁଖ୍ୟ…
କେଦାର ମିଶ୍ର ଆଗରୁ ସବୁ କଥାରେ ଓଡିଶାର ଗରିବୀକୁ ନେଇ ଚର୍ଚ୍ଚା କରୁଥିବା ଆମର ଜାତୀୟ ଗଣମାଧ୍ୟମ ପ୍ରାକୃତିକ ବିପର୍ୟୟ ତଥା କରୋନା ଭଳି ବିଶ୍ଵର ଏକ ଭୟଙ୍କର ସଙ୍କଟକୁ ମୁକାବିଲା କରିବାରେ ଓଡିଶାର ଦକ୍ଷତାକୁ ଦେଖିବା ଉଚିତ। କରୋନା ମୁକାବିଲା ଲାଗି ଯେତେବେଳେ ଭାରତ ସରକାର ଚିନ୍ତା କରିବା ଆରମ୍ଭ କରିନଥିଲେ, ସେତେବେଳେ ଏହାକୁ ଗୁରୁତ୍ଵର ସହିତ ନେବା ଆରମ୍ଭ କରି ବିଦେଶରୁ ଫେରୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ସ୍କ୍ରିନିଙ୍ଗ କରିବା ଆରମ୍ଭ କରିଥିଲେ। ସେମାନଙ୍କର ରହଣି ତଥା ଗତାଗତ ଉପରେ ଓଡିଶା ସରକାର ତୀବ୍ର ନଜର ରଖିବା ଆରମ୍ଭ କରିଥିଲେ। ୧୪ ଦିନିଆ କ୍ଵାରେଣ୍ଟାଇନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ସହିତ ଏହା ଉପରେ କଡା ନଜର ରଖା ଯାଇଥିଲା । ପ୍ରତିଦିନ କରୋନା ଭୂତାଣୁ ସମ୍ପର୍କରେ ଲୋକଙ୍କୁ ସୂଚନା ଦେବା ଓ ଗଣମାଧ୍ୟମରେ ସବୁ ତଥ୍ୟକୁ ତୁରନ୍ତ ପହଞ୍ଚାଇବାର ସବୁ ବ୍ୟବସ୍ଥା କରା ଯାଇଥିଲା। ଦେଶରେ କରୋନା ସଂକ୍ରମଣ ବଢି…
ଭୁବନେଶ୍ୱର: ଗତକାଲି ରାଜ୍ୟରେ ତୃତୀୟ କରୋନା ପଜିଟିଭି ଚିହ୍ନଟ ହେବା ପରେ ଘରୋଇ କ୍ଲିନିକ୍ଗୁଡିକ କୋଭିଡି -19ର ଗାଇଡଲାଇନ୍ ଉଲ୍ଲଂଘନ କରୁଥିବା ନେଇ କ୍ଷୁବ୍ଧ ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏଣିକି ଘରୋଇ କ୍ଲିନିକଗୁଡିକ ଗାଇଡ୍ଲାଇନ୍ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି । ସାଧାରଣ ଥଣ୍ଡା, କାଶ ଯାଞ୍ଚ ବେଳେ ମଧ୍ୟ କୋଭିଡ୍-19 ଗାଇଡଲାଇନ୍ ମାନିବାକୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ ଗତକାଲି ରାଜ୍ୟରେ ତୃତୀୟ ରୋଗୀ ଚିହ୍ନଟ ହେବା ପରେ ଭୁବନେଶ୍ବର ଭୌମନଗରସ୍ଥିତ କର କ୍ଲିନିକ୍କୁ ନ ଯିବା ପାଇଁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ମିଳିଥିବା ସୂଚନା ଅନୁସାରେ ଆକ୍ରାନ୍ତଙ୍କ ବୟସ 60 ବର୍ଷ । ସେ ଗତ 10 ତାରିଖରେ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ବର ଫେରିଥିଲେ । ଗତ 21 ତାରିଖରେ ସମ୍ପୃକ୍ତ ରୋଗୀ ଜଣକ କର କ୍ଲିନିକ୍ ଆସିଥିଲେ । ପୁନର୍ବାର ମାର୍ଚ୍ଚ 24ରେ କର…
ନୂଆଦିଲ୍ଲୀ, କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଘୋଷିତ ଲକଡାଉନ ବେଳେ ଆବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସର୍ବବିଧ ପଦକ୍ଷେପମାନ ନେଇଛନ୍ତି। ଏହି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ହାତଧୂଆ ବିଶୋଧକର ବହୁଳ ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅଧିନସ୍ଥ ଅବକାରୀ ଓ କେନ ଆୟୁକ୍ତ, ଔଷଧ ନିୟନ୍ତ୍ରକ ଏବଂ ଜିଲ୍ଲାପାଳମାନଙ୍କୁ ସାନିଟାଇଜର ପାଇଁ ଆବଶ୍ୟକ ଇଥାନଲ ଉପରେ କଟକଣାକୁ ଉଠାଇଦେବା ପାଇଁ ପରାମର୍ଶ ଦିଆଯାଇଛି। ବିଶୋଧନାଗାର ଓ ଚିନିକଳ, ଯେଉଁମାନେ କି ଅଧିକ ସାନିଟାଇଜର ପ୍ରସ୍ତୁତ କରିପାରିବେ ସେମାନଙ୍କୁ ଏଗୁଡିକର ପ୍ରସ୍ତୁତି ପାଇଁ ପ୍ରୋତ୍ସାହନ ଦିଆଯାଉଛି। ଅଧିକରୁ ଅଧିକ ସାନିଟାଇଜର ପ୍ରସ୍ତୁତି ପାଇଁ ଏହି ପ୍ରସ୍ତୁତକାରୀ ପ୍ରକଳ୍ପଗୁଡିକୁ ଅହୋରାତ୍ର କାର୍ଯ୍ୟ କରିବାକୁ କୁହାଯାଇଛି। ଏବେସୁଦ୍ଧା ୪୫ଟି ବିଶୋଧନାଗାର ଓ ୫୬୪ଟି ଅନ୍ୟାନ୍ୟ ପ୍ରସ୍ତୁତକାରୀଙ୍କୁ ସାନିଟାଇଜର ପ୍ରସ୍ତୁତ ପାଇଁ ଅନୁମତି ଦିଆଯାଇଥିବା ବେଳେ ଆହୁରି ଅଧିକ ୫୫ଟି…
କୋଲକତା : ଦେଶରେ କରୋନା ମୁକାବିଲା ପାଇଁ 21 ଦିନ ଲକ୍ ଡାଉନ୍ ଘୋଷଣା କରାଯିବା ସହ ସାମାଜିକ ଦୂରତ୍ବ ରଖିବାକୁ ଅନୁରୋଧ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଘରୁ ବାହାରକୁ ନ ବାହାରିବାକୁ ଅପିଲ୍ କରିଛନ୍ତି । ଯଦି ଘରୁ ବାହାରୁଛନ୍ତି ତେବେ ସୋସିଆଲ୍ ଡିଷ୍ଟାସିଂ ବା ସାମାଜିକ ଦୂରତ୍ବ ରଖିବାକୁ କହିଛନ୍ତି। ମୋଦିଙ୍କ କଥାକୁ ସମେସ୍ତ ଗ୍ରହଣ କରୁଥିବାର ଦେଖାଯାଉଛି । ସେହିପରି ରାଜ୍ୟ ସରକାରମାନେ ମଧ୍ୟ ସାମାଜିକ ଦୂରତ୍ବ ରଖିବା ନିମେନ୍ତ ନିଜ ନିଜ କ୍ଷେତ୍ରରେ ବହୁ ଉଦ୍ୟମ କରୁଛନ୍ତି । ଏହି କ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ରାସ୍ତାକୁ ଆସି ଲୋକଙ୍କୁ ଏହି ସମ୍ବନ୍ଧରେ ସଚେତନ କରୁଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାସ୍ତାକୁ ଆସି ଲୋକଙ୍କୁ ସାମାଜିକ ଦୂରତ୍ବର ପାଠ ପଢାଇଛନ୍ତି । ଏକ ଫଳ ମାର୍କେଟ୍କୁ ମମତା ଯାଇ ସେଠାରେ ଗୋଲାକାର ବୃତ୍ତ ଅଙ୍କନ କରି ସାମାଜିକ…
ତିରୁପତି, ଭାରତର ପ୍ରସିଦ୍ଧ ଧର୍ମକ୍ଷେତ୍ର ତିରୁପତିରେ କରୋନା ଭାଇରସ କବଳରୁ ମୁକୁଳିବା ପାଇଁ ସେଠାକାର ପ୍ରଶାସନ ଏକ ଅଭିନବ ଉଦ୍ୟମ କରିଛନ୍ତି। ତାହା ହେଉଛି ବଜାରରେ ବୁଲିବା ବେଳେ ମଧ୍ୟ ସାମାଜିକ ଦୂରତା ବଜାଇ ରଖିବା। ମୁଖ୍ୟତଃ ଦୋକାନ ଆଗରେ ଜିନଷ କିଣିବା ପାଇଁ ଗୋଲାକାର ଗାର ଟାଣି ଦୂରତ୍ବ ରଖାଗଲା। ହେଲେ ବଜାରରେ ଚାଲିଲେ କିପରି ଦୂରତ୍ବ ରଖାଯିବ। ଏହି ସମସ୍ୟାକୁ ଦୂର କରିବା ପାଇଁ ତିରୂପତି ପ୍ରଶାସନ ନେଇଛି ଏକ ଭିନ୍ନ ପଦକ୍ଷେପ। ବଜାର ଭିତରେ ବୁଲିଲା ବେଳେ ମଧ୍ୟ ସେହି ଗୋଲାକାର ଗାର ଭିତରେ ନିଜକୁ ସୀମିତ ରଖିବା ପାଇଁ ପଡିବ। ସେଥିପାଇଁ ବଜାରରେ ଥିବା ଲମ୍ବା ରୋଡକୁ ପ୍ରଶାସନ ତରଫରୁ ଚାରିକୋଣିଆ ଖଡି ଘର ଛାଡି ଛାଡି କରାଯାଇଛି। ସମସ୍ତଙ୍କୁ କୁହାଯାଇଛି ଯେ, ଆଗ ଘରର ଲୋକ ନ ଯିବା ପର୍ଯ୍ୟନ୍ତ ପଛ ଘର ଲୋକ ଆଗକୁ ଯାଇପାରିବ ନାହିଁ। ଫଳରେ ବଜାର ଭିତରେ ଲୋକେ…
ନୂଆଦିଲ୍ଲୀ,ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ବାଣିଜ୍ୟ ବିଭାଗର ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ପକ୍ଷରୁ କୋଭିଡ-୧୯ ସଂକ୍ରାନ୍ତ ଯେକୌଣସି ପ୍ରକାର ଆମଦାନୀ କିମ୍ବା ରପ୍ତାନି ସଂକ୍ରାନ୍ତ ମାମଲାରେ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ହେଲ୍ପଡେସ୍କ କାର୍ୟ୍ୟକ୍ଷମ କରାଯାଇଛି । ରପ୍ତାନି କିମ୍ବା ଆମଦାନୀକାରୀମାନେ ନିମ୍ନୋକ୍ତ ଯେକୌଣସି ଚ୍ୟାନେଲ ଜରିଆରେ ସିଧାସଳଖ ନିଜ ମାମଲା ସହ ଜଡ଼ିତ ସୂଚନା ପାଇପାରିବେ:-: website-http://rla.dgft.gov.in:8100/CRS_NEW/ Toll Free Number-1800-111-550 ଟୋଲ ଫ୍ରି ନଂ : ୧୮୦୦-୧୧୧-୫୫୦
Actress Tamannaah Bhatia walks the ramp on Day 2 of the Bombay Times Fashion Week 2020, in Mumbai
ହାଇଦ୍ରାବାଦ : ଦେଶରେ କରୋନା ମୁକାବିଲା ପାଇଁ ବିଭିନ୍ନ କଳାକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ 1 କୋଟି ଟଙ୍କା ଦାନ କରିଛନ୍ତି ପ୍ରଭାସ୍ ଏବଂ ମହେଶ ବାବୁ । ଏହି ଦୁଇ କଳାକାରଙ୍କ ବ୍ୟତିତ ରଜନୀକାନ୍ତ , ପଓ୍ବନ୍ କଲ୍ୟାଣ, ଚିରଞ୍ଜିବୀ, ରାମଚରଣ ଏବଂ ନିତିନ୍ ମଧ୍ୟ ସହାୟତା ପ୍ରଦାନ କରିଛନ୍ତି । ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । ମହେଶ ବାବୁ ଏବଂ ପ୍ରଭାସ ସୋସିଆଲ ମିଡିଆ ଜରିଆରେ ପ୍ରଦତ୍ତ ଅର୍ଥରାଶି ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ବର୍ତ୍ତମାନ ଘରୁ ବାହାରି ରାସନ କିଣିବା ଭାରି କଷ୍ଟକର ବ୍ୟାପାର। କାରଣ ଗୋଟିଏ ପଟେ ସରକାର କହୁଛନ୍ତି କେହି ଏକାଠି ହୁଅନି, ଅନ୍ୟପଟେ କହୁଛନ୍ତି ରାସନ ଦୋକାନ ଖୋଲା ଅଛି। ତେବେ ଏହି ଅସୁବିଧାକୁ ଦୂର କରିବା ପାଇଁ ବର୍ତ୍ତମାନ ଭୁବନେଶ୍ବର ମହାନଗର ନିଗମ ଅଣ୍ଟା ଭିଡିଛି। ନିଗମ ତରଫରୁ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ ପାଇଁ ପ୍ରତିଷ୍ଠିତ ତେଜରାତି ମଲ ସହିତ ବୁଝାମଣା କରିଛି। ବୁଝାମଣା ଅନୁସାରେ ଆପଣ ସେହି ମଲକୁ ଫୋନ କଲେ ତାଙ୍କ ଡେଲିଭରୀ ବଏ ସମସ୍ତ ଜିନିଷ ଆପଣଙ୍କ ଘରେ ଦେଇ ଦେବ। ତେବେ ଭୁବନେଶ୍ବରର କେଉଁ ଅଞ୍ଚଳ ପାଇଁ କିଏ ନିଯୁକ୍ତ ହୋଇଛନ୍ତି ତାହାର ବିସ୍ତୃତ ତାଲିକା:
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ। ଗୁରୁବାର ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ସ୍ବାସ୍ଥ୍ୟ ବିଭାଗର ଟ୍ବିଟ୍ଟର ହ୍ୟାଣ୍ଡେଲ୍ରେ ଗୁରୁବାର ଦିନ ଏହି ସୂଚନା ମିଳିଛି। ଆକ୍ରାନ୍ତ ଜଣକ ଭୁବନେଶ୍ବରର ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଆକ୍ରାନ୍ତ ଜଣକ ବିଦେଶ ଫେରନ୍ତା କି ଅନ୍ୟ ରାଜ୍ୟରୁ ଆସିଛନ୍ତି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ। ଉଲ୍ଲେଖ୍ୟଯୋଗ୍ୟ ଯେ, ଗୁରୁବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯୪ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି।
ଅମ୍ରିତ୍ସର : କରୋନା ପ୍ରଭାବରେ ସମଗ୍ର ଦେଶ ଲକ୍ଡାଉନ୍ରେ ରହିଥିବା ବେଳେ ଦିନ ମଜୁରିଆଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ପଞ୍ଜାବ ସରକାର । ସମଗ୍ର ଦେଶ ଲକ୍ଡାଉନ୍ରେ ରହିଥିବା ବେଳେ ଦିନ ମଜୁରିଆଙ୍କ 10 ଲକ୍ଷ ରାସନ୍ ପ୍ୟାକେଟ୍ ପ୍ରଦାନ କରିବାର ନିଷ୍ପତ୍ତି ନେଇଛନ୍ତି । ଏହି ପ୍ୟାକେଟ୍ରେ 10 କିଗ୍ରା ଅଟା, 2 କିଗ୍ରା ଶସ୍ୟ ଏବଂ 2 କିଗ୍ରା ଚିନି ରହିବ । ଏହି ପ୍ୟାକେଟ୍ ଗୁଡିକୁ ବିଭିନ୍ନ ବସ୍ତିରେ ରହୁଥିବା ଶ୍ରମିକ ଏବଂ ଦିନ ମଜୁରିଆଙ୍କ ମଧ୍ୟରେ ବଣ୍ଟାଯିବ । ପଞ୍ଜାବ ପୋଲିସ୍ ପକ୍ଷରୁ ଦ୍ବାର ଦ୍ବାର ବୁଲି ଏହି ପ୍ୟାକେଟ୍ ବିତରଣ କରାଯିବ । (ଏଜେନ୍ସି)
ଭୁବନେଶ୍ୱର : ଓଡ଼ିଶାରେ ସ୍ଥାପନ ହେବ ଭାରତର ସବୁଠୁ ବଡ଼ କରୋନା ହସ୍ପିଟାଲ୍। ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଗୁରୁବାର ରାଜ୍ୟ ସରକାର ଏହି ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ରେ ସାମିଲ ହୋଇଛି ସମ ହସ୍ପିଟାଲ। କୋଭିଡ -୧୯ କରୋନା ଭୁତାଣୁ ସଂକ୍ରମଣ କ୍ଷେତ୍ରରେ ଏହି ପଦକ୍ଷେପ ନିଆ ଯାଇଥିବା ବେଳେ ୫୦୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର କୋଭିଡ୍-୧୯ କରୋନା ହସ୍ପିଟାଲ୍ ପାଇଁ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେ ଓ ସମ ହସ୍ପିଟାଲ୍ ସହ ଆବଶ୍ୟକ ଚୁକ୍ତି ସ୍ଵାକ୍ଷର କରିଛନ୍ତି ରାଜ୍ୟ ସରକାର। ଆସନ୍ତା 15 ଦିନ ମଧ୍ୟରେ ଏହି ସ୍ୱତନ୍ତ୍ର ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ସୋଆ ପକ୍ଷରୁ ସୂଚନା ଦିଆଯାଇଛି। ସମ ହସ୍ପିଟାଲ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ଆୟୋଜନ କରିବା ସହ, ରୋଗୀସେବା , ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ,…
ନୂଆଦିଲ୍ଲୀ : ନିଜ ନିଜ ରାଜ୍ୟର ଦାୟିତ୍ବ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିଜର ମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହା ସହିତ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଭାବରେ ବିଭିନ୍ନ ନେତାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଏହି ନେତାମାନେ ନିଜ ରାଜ୍ୟର କରୋନା ସମ୍ପର୍କିତ ଅପଡେଟ୍ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ । ସ୍ଥାନୀୟ ପ୍ରଶାସନ ସହିତ ନିୟମିତ ସମ୍ପର୍କ ରଖିବା ସହିତ ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରିବେ । ମୁଖ୍ତାର ଆବ୍ବାସ ନକ୍ଭୀଙ୍କୁ ଝାରଖଣ୍ଡର ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ପ୍ରକାଶ ଜାଭଡେକର ଏବଂ ନୀତିନ୍ ଗଡକରୀଙ୍କୁ ମହାରାଷ୍ଟ୍ରର ଦାୟିତ୍ବ ପ୍ରଦାନ କରାଯାଇଛି । ରାଜନାଥ ସିଂ, ମହେନ୍ଦ୍ର ନାଥ ପାଣ୍ଡେ, ସଞ୍ଜୀବ ବଲ୍ୟାନ ଏବଂ କ୍ରିଷ୍ଣପାଲ ଗୁର୍ଜରଙ୍କୁ ଉତ୍ତର ପ୍ରଦେଶର ଦାୟିତ୍ବ ପ୍ରଦାନ କରାଯାଇଛି । ରବିଶଙ୍କର ପ୍ରସାଦଙ୍କୁ ବିହାରର ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ରାମ ବିଳାଶ ପାଶ୍ବାନ ଏବଂ…
ସାଉଥ୍ ଡାକୋଟା : ଆମମେରିକୀୟ ଜେଲ୍ରୁ ଚମ୍ପଟ ମାରିଛନ୍ତି 9 ମହିଳା କଏଦୀ । କରୋନା ଆତଙ୍କ ଦିନକୁ ଦିନ ବଢି ଚାଲିଥିବା ବେଳେ ଭୟରେ ଏହି 9ମହିଳା କଏଦୀ ଜେଲ୍ରୁ ଚମ୍ପଟ ମାରିଛନ୍ତି । ସାଉଥ୍ ଡାକୋଟାର ଏହି ଜେଲ୍ରୁ 9 ଜଣ ଅନ୍ତେବାସୀ ଚମ୍ପଟ ମାରିଛନ୍ତି । ଜେଲ୍ର ଜଣେ କଏଦୀ କରୋନା ଆକ୍ରାନ୍ତ ଥିବା ଜଣା ପଡିବ ପରେ ଭୟରେ ଏହି କଏଦୀ ମାନେ ଚମ୍ପଟ ମାରିଥିବା ଜଣାପଡିଛି । ସୋମବାର ଏହି କଏଦୀ ମାନେ ଚମ୍ପଟ ମାରିଥିବା ବେଳେ ବୁଧବାର ପୋଲିସ୍ ତିନି ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । (ଏଜେନ୍ସି)
ଚେନ୍ନାଇ : ଦେଶରେ କରୋନା ଭାଇରସ୍ ଆତଙ୍କର ପ୍ରଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ଏହାକୁ ନେଇ ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଛି । ଏହି ସମୟରେ ସାଧାରଣ ଲୋକଙ୍କ ଆୟର କୌଣସି ପନ୍ଥା ନଥିବା ବେଳେ ଇଏମ୍ଆଇ ଏବଂ ଅନ୍ୟାନ୍ୟ ଋଣ ଭରିବାକୁ ପଡିବ । ତେଣୁ ଏହି ଜରୁରୀ କାଳୀନ ସମୟରେ ସମୟରେ କୌଣସି ଋଣ ଅର୍ଥ, ସୁଧ ଏବଂ ଇଏମ୍ଆଇ ଆଦାୟ ଉପରେ କଟକଣା ଜାରି କରିଛନ୍ତି ତାମିଲନାଡୁ ସରକାର । ଏହି ସମୟରେ ଋଣ ରାଶି ଆଦାୟ କରାଗଲେ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହା ସହିତ ରାଜ୍ୟରେ ସମସ୍ତ ଜରୁରୀ କାଳୀନ ସେବାକୁ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । (ଏଜେନ୍ସି)
ପ୍ୟାରିସ୍: ଫ୍ରାନ୍ସରେ ଅନୁଷ୍ଠିତ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ସ୍ଥଗିତ ରହିବା ପରେ ବାସହୀନଙ୍କ ପାଇଁ ଏହା ବାସସ୍ଥଳୀରେ ପରିଣତ ହୋଇଛି । ଫ୍ରେଞ୍ଚ ରିଭିଏରାରେ ଅନୁଷ୍ଠିତ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ଜୁନ୍ ପର୍ଯ୍ୟନ୍ତ ସ୍ଥଗିତ ରହିବା ପରେ ଆୟୋଜକ ମାନେ ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲିଛନ୍ତି । ପ୍ରତ୍ୟେକ ରାତ୍ରିରେ 50 ରୁ 70 ଜଣ ଲୋକଙ୍କୁ ଆଶ୍ରୟ ପ୍ରଦାନ କରାଯାଉଛି ବୋଲି କାନ୍ସ ଟାଉନ୍ ହଲ୍ର ମୁଖ୍ୟ ଡୋମିନିକ୍ ଅଡେ ଲାସେଟ୍ ପ୍ରକାଶ କରିଛନ୍ତି । ଆଠ ଦିନ ପୂର୍ବରୁ ଫ୍ରାନ୍ସର ଜନସାଧାରଣଙ୍କୁ ଘରେ ବନ୍ଦ ରହିବା ପାଇଁ ନିବେଦନ କରିଥିଲେ । ତେବେ ଫ୍ରାନ୍ସରେ ପ୍ରାୟ 12 ହଜାର ବାସଗୃହ ନଥିବା ଲୋକ ରହିଛନ୍ତି । ସେମାନଙ୍କ ପାଇଁ ବିଭିନ୍ନ ସ୍କୁଲ୍ ଖୋଲାରଖିବା ପାଇଁ ମାକ୍ରନ୍ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କାନ୍ସ ଆୟୋଜକଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଅବସରରେ 1000 ଶଯ୍ୟାବିଶିଷ୍ଟ ଦୁଇଟି ସ୍ବତନ୍ତ୍ର କୋଭିଡ୍ 19 ହସ୍ପତଟାଲ ପ୍ରତିଷ୍ଠା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ପଡୋଶୀ ରାଜ୍ୟ ମାନଙ୍କରେ ଅଟକି ରହିଥିବା ଓଡିଶା ବାସୀଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଅନ୍ୟ ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି । ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ : 1. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋଭିଡ୍-୧୯ ରୋଗୀମାନଙ୍କ ଚିକିତ୍ସା ସକାଶେ ଅତ୍ୟାଧୁନିକ ସୁବିଧା ଥିବା ୧୦୦୦ ଶଯ୍ୟାବିଶିଷ୍ଟ ୨ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରିବା ନିମନ୍ତେ ଆଜି ଲୋକସେବା ଭବନରେ ରାଜ୍ୟ…

