ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ, ହସ୍ପିଟାଲ୍‌ରୁ ହେଲେ ଡିସ୍‌ଚାର୍ଜ

Published: Apr 3, 2020, 10:57 am IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । କ୍ୟାପିଟାଲ୍‌ ହସ୍ପିଟାଲରୁ ସେ ଡିସ୍‌ଚାର୍ଜ ହୋଇଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ପ୍ରଥମ ଆକ୍ରାନ୍ତ ଜଣକ । ଟୁଇଟ୍‌ ଯୋଗେ ଏହା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏବେ ଓଡ଼ିଶାର ଆଉ ତିନି କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ପୂର୍ବରୁ ଦ୍ବିତୀୟ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

ସୂଚନାଯାେଗ୍ୟ, ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ଜଣକ ଇଟାଲୀରୁ ଫେରିଥିଲେ । ବୟସ ତାଙ୍କର 33 ବର୍ଷ ହୋଇଥିବାବେଳେ ସେ ଗତ ମାର୍ଚ୍ଚ 6 ତାରିଖରେ ଇଟାଲୀରୁ ଦିଲ୍ଲୀ ପହଞ୍ଚିଥିଲେ ଓ 11 ତାରିଖରେ ଦିଲ୍ଲୀରୁ ଟ୍ରେନ୍‌ ଯୋଗେ ଭୁବେନଶ୍ବର ଆସି 13 ତାରିଖରେ ପହଞ୍ଚିଥିଲେ । ଭୁବନେଶ୍ବରର ବରଗଡ ଅଞ୍ଚଳର ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ସର୍ବମୋଟ 129 ଜଣ ।

 

 

Related posts