କୋଭିଡ୍ ୧୯ : ୨୪ ଘଣ୍ଟାରେ ୩୩୬ ନୂତନ ମାମଲା, ୬୪୭ ନିଜାମୁଦ୍ଦିନ୍ ସଙ୍କ୍ରମଣ

Published: Apr 3, 2020, 6:50 pm IST

ନୂଆଦିଲ୍ଲୀ : କରୋନା ଭାଇରସ୍ ସଙ୍କ୍ରମଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂତନ ସୂଚନା ପ୍ରକାଶ କରାଯାଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୩୩୬ଟି ନୂତନ ସଂକ୍ରମଣ ମାମଲା ସମ୍ମୁଖକୁ ଆସିଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୧ରେ ପହଞ୍ଚିଛି । ଗତକାଲି ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସମୁଦାୟକ ମୃତକଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି । ସେହିପରି ଶୁକ୍ରବାର ସୁଦ୍ଧା ନିଜାମୁଦ୍ଦିନ୍ ମକ୍‌ରଜ୍‌ର ଆକ୍ରାନ୍ତଙ୍କ ସଂଖ୍ୟା ୬୪୭ରେ ପହଞ୍ଚିଛି । ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

Related posts