କଟକରୁ ଚିହ୍ନଟ ହେଲେ ଓଡ଼ିଶାରେ ଷଷ୍ଠ କରୋନା ଆକ୍ରାନ୍ତ

Published: Apr 3, 2020, 2:10 pm IST

ସମୀକ୍ଷା ବ୍ୟୁରୋ

କଟକ: ଓଡ଼ିଶାରୁ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି। ଏହି ଆକ୍ରାନ୍ତ ଜଣକ କଟକର ବୋଲି ଜଣାପଡିଛି। ଷଷ୍ଠ ପଜିଟିଭି ଜଣକ ଦିଲ୍ଲୀ ଗସ୍ତ କରିଥିବାର ସୂଚନା ରହିଛି। ପୂର୍ବରୁ ଆଉ ପାଞ୍ଚ ଜଣ ରୋଗୀ ଚିହ୍ନଟ ହୋଇଥିଲେ। ଭୁବନେଶ୍ବରରୁ ୪ ଜଣ କରୋନା ପଜିଟିଭି ଚିହ୍ନଟ ହୋଇଥିବାବେଳେ ଭଦ୍ରକରୁ ଜଣେ ଏବେ କଟକରୁ ଆଉ ଜଣେ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି।

ଆଜି ପ୍ରଥମ କରୋନା ରୋଗୀ ଜଣକ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଥିବାବେଳେ ଦ୍ବିତୀୟ କରୋନା ରୋଗୀ ଜଣକ ପୂର୍ବରୁ ସୁସ୍ଥ ହୋଇ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଭୁବନେଶ୍ବରରରୁ ଚିହ୍ନଟ ହୋଇଥିବା ପଞ୍ଚମ ରୋଗୀଙ୍କ ବିଲକ୍ଷଣ ଯୋଗୁଁ ଆଜି ରାଜ୍ୟସରକାର ଭୁବନେଶ୍ବରରେ ୪୮ ଘଣ୍ଟିଆ ସମ୍ପୂର୍ଣ୍ଣ ସଟ ଡାଉନ୍‌ର ଘୋଷଣା କରିଛନ୍ତି।

Related posts