ଲକ ଡାଉନ୍‌ ନିୟମ ଉଲ୍ଲଂଘନ ବିରୋଧରେ ମୋଟ 17 ଜଣଙ୍କୁ ଗିରଫ କରାଯିବା ସହ 2 ଟି ଗାଡି ଜବତ କଲା ଜଗତସିଂହପୁର ଜିଲ୍ଲା ପ୍ରଶାସନ

Published: Apr 3, 2020, 1:59 pm IST

ରମେଶ ମହାନ୍ତି

ଜଗତସିଂହପୁର: କୋଭିଡ-19 ସଂକ୍ରମଣରୁ ଜନସାଧାରଣଙ୍କୁ ପ୍ରତିହତ କରିବା ଲାଗି ଭାରତ ସରକାର 24 ମାର୍ଚ୍ଚରୁ 21 ଦିନ ପାଇଁ ସମ୍ପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି।

ଏହି ସମୟରେ ଜନସାଧାରଣଙ୍କୁ ଘରେ ରହିବା ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ନିବେଦନ କରିବା ସତ୍ତ୍ୱେ ଅନେକ ଲୋକ ସରକାରୀ ନିୟମକୁ ଜାଣିଶୁଣି ଉଲଂଘନ କରୁଛନ୍ତି। 2 ମାର୍ଚ୍ଚରୁ 3 ମାର୍ଚ୍ଚ ସକାଳ 8 ଟା ସୁଦ୍ଧା  କୋଭିଡ-19 ସଂକ୍ରମଣ ରୋକିବାକୁ କରାଯାଇଥିବା ଲକ୍‌ଡାଉନ୍ ଆଇନକୁ ଅମାନ୍ୟ କରିଥିବା ଲୋକଙ୍କ ବିରୁଦ୍ଧରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନା ଗୁଡିକରେ ମାମଲା ରୁଜ୍ଜୁ ହୋଇଛି।

ଜିଲ୍ଲାର ଜଗତସିହପୁର ଥାନ ରେ ଦୁଇ ଜଣ ଲୋକଙ୍କୁ  ଆଇପିସିର ଧାରା 188/269/270/271/34  ଅନୁଯାୟୀ କେସ ନମ୍ବର 108/20 ରେ  ମାମଲା ଦାୟର କରାଯାଇ ଗିରଫ କରାଯାଇଛି।

ସେହିପରି ରଘୁନାଥପୁର  ଥାନାରେ ଜଣେ  ଲୋକଙ୍କ ବିରୋଧରେ ଆଇପିସିର ଧାରା 188/269/270/271   ଅନୁଯାୟୀ କେସ ନମ୍ବର 49/20ରେ  ମାମଲା ଦାୟର କରାଯାଇ ଗିରଫ କରାଯାଇଥିବାବେଳେ ଗୋଟିଏ ଗାଡି ମଧ୍ୟ ଜବତ  କରାଯାଇଛି। ଅନ୍ୟ ଜଣେ  ଲୋକଙ୍କୁ ଆଇ ପି ସି ର ଧାରା 188/269/270/271 ଅନୁଯାୟୀ କେସ ନମ୍ବର 50/20ରେ ମାମଲା ଦାୟର କରାଯାଇ ଗିରଫ କରାଯିବା ସହ ଗୋଟିଏ ଗାଡି ମଧ୍ୟ ଜବତ  କରାଯାଇଛି।

ଏରସମା  ଥାନାରେ ଛଅ ଜଣଙ୍କୁ ଏହି ଆଇନ ଅମାନ୍ୟ ବିରୋଧରେ ଗିରଫ କରାଯାଇ ସେମାନଙ୍କ ବିରୋଧରେ ଆଇ ପି ସି ର ଧାରା 56/188/269/270/271/34  ଅନୁଯାୟୀ କେସ ନମ୍ବର 56/20ରେ  ମାମଲା ଦାଏର କରାଯାଇ ଗିରଫ କରାଯାଇଛି।

ସେହିପରି ତିର୍ତ୍ତୋଲ ଥାନାରେ  ଜଣେ ଲୋକ ଙ୍କୁ   ଆଇପିସିର ଧାରା 188/269/270  ଅନୁଯାୟୀ କେସ ନମ୍ବର 118/20ରେ  ମାମଲା ଦାଏର କରାଯାଇ ଗିରଫ କରାଯାଇଛି।

ତିତ୍ତୋଲ ଥାନାରେ  ଜଣେ ଲୋକଙ୍କୁ   ଆଇପିସିର ଧାରା 188/269/270  ଅନୁଯାୟୀ କେସ ନମ୍ବର 118/20ରେ  ମାମଲା ଦାଏର କରାଯାଇ ଗିରଫ କରାଯାଇଛି।

ବିରିଡି  ଥାନାରେ ମଧ୍ୟ ଜଣକ ବିରୋଧରେ ଆଇପିସିର ଧାରା 188/269/270/271 ଏବଂ ଓଡିଶା ଏକସାଇଜ  ଅଧିନିୟମ 52(ଅ) ଅନୁଯାୟୀ କେସ ନମ୍ବର 46/20 ରେ  ମାମଲା ଦାଏର କରାଯାଇ ଗିରଫ  କରାଯାଇଛି।

ପାରାଦୀପ ମଡେଲ  ଥାନା ରେ  ଜଣେ   ଲୋକଙ୍କୁ   ଆଇପିସିର ଧାରା 188/269/270/271   ଅନୁଯାୟୀ କେସ ନମ୍ବର 59/20 ରେ  ମାମଲା ଦାଏର କରାଯାଇ ଗିରଫ କରାଯାଇଛି।

ଜଟାଧାରୀ ମୁହାଣ  ଥାନା ରେ  ଚାରି  ଜଣ  ଲୋକଙ୍କୁ   ଆଇପିସିର ଧାରା 188/294/353/332/34   ଅନୁଯାୟୀ କେସ ନମ୍ବର 59/20 ରେ  ମାମଲା ଦାଏର କରାଯାଇ ଗିରଫ କରାଯାଇଛି।

ଏହିପରି ଜିଲ୍ଲାରେ ମୋଟ 17 ଜଣଙ୍କୁ ଗିରଫ କରାଯିବା ସହ 2 ଟି ଗାଡି ଜବତ କରାଯାଇଛି। 58 ଟି ଗାଡି ତନଖି କରାଯାଇ 5 ହଜାର ଟଙ୍କାର ଫାଇନ ଆଦାୟ କରାଯାଇଛି।

ଜଗତସିଂହପୁର ଜିଲ୍ଲାରେ କୋଭିଡ -19 ସଂକ୍ରମଣକୁ ପ୍ରତିହତ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି  ବୋଲି ଜିଲ୍ଲା ଇଣ୍ଟେଲିଜେନ୍ସ ବ୍ୟୁରା ଏକ ପ୍ରେସ ବିଜ୍ଞପ୍ତି ଦ୍ବାରା ପ୍ରକାଶ କରିଛନ୍ତି।

Related posts