Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଏବିଭିପି ବାଲୁଗାଁ ଦ୍ୱାରା କରୋନା ଲକ୍‌ ଡାଉନ୍‌ ସମୟରେ ସେବା କାର୍ଯ୍ୟ
ଆଞ୍ଚଳିକ

ଏବିଭିପି ବାଲୁଗାଁ ଦ୍ୱାରା କରୋନା ଲକ୍‌ ଡାଉନ୍‌ ସମୟରେ ସେବା କାର୍ଯ୍ୟ

April 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବାଲୁଗାଁ : ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଲୁଗାଁ  ଶାଖା ତରଫରୁ  ବାଲୁଗାଁ ସହରାଞ୍ଚଳର କରୋନା ଲକ ଡାଉନ ପରିପ୍ରେକ୍ଷୀରେ ବିଭିନ୍ନ ସେବା କାର୍ଯ୍ୟ କରାଯାଇଅଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ଏବିଭିପି ଓ ଶ୍ରୀ ପତିତପାବନ ୟୁଥ କ୍ଲବ, ଚାଷଙ୍ଗରାର ସ୍ୱଳ୍ପ କାର୍ଯ୍ୟକର୍ତ୍ତା ଆଜି ସକାଳେ ବାଲୁଗାଁ  ପୋଲିସ ଥାନାକୁ ଯାଇ ଲକ୍‌ ଡାଉନ ସମୟରେ ନିଜର ପରିବାରକୁ ଭୁଲି ଜୀବନର ବାଜି ଲଗାଇ ଆମର ସୁରକ୍ଷା ପାଇଁ ଦିନ ରାତି ପ୍ରହରା ଦେଉଥିବା ପୋଲିସ ଭାଇମାନଙ୍କ ଉଦ୍ଦେଶ୍ୟରେ ବାଲୁଗାଁ ଥାନାଧିକାରୀ ରମାକାନ୍ତ ମାହାଳିକଙ୍କୁ ଭେଟି କିଛି ପଇଡ଼ ଓ ବିସ୍କୁଟ ହସ୍ତାନ୍ତର କରିଥିଲେ। ଏହା ପରେ କାର୍ଯ୍ୟକର୍ତ୍ତାମାନେ ବାଲୁଗାଁ ଉମା ମହେଶ୍ୱର ମନ୍ଦିର ପରିସରରେ ବସବାସ କରୁଥିବା ବହୁ ଭିକ୍ଷୁକ ଓ  ବାଲୁଗାଁ ରେଳ  ଷ୍ଟେସନ ପାଖେ ବସବାସ କରୁଥିବା ଯାଯାବର ମାନଙ୍କୁ ସାମାଜିକ ଦୂରତା ରକ୍ଷା କରି  ବିସ୍କୁଟ ଓ ପାଉଁରୁଟି ବଣ୍ଟନ କରିଥିଲେ।

ଏହି ଅବସରରେ ଏବିଭିପି କାର୍ଯ୍ୟକର୍ତ୍ତା ଅମିତ ସ୍ୱାଇଁ, ମନୋଜ ମଲିକ,  ଗୌରବ ଲେଙ୍କା ଓ ହିମାଂଶୁ ଦାସ ବ୍ୟକ୍ତିଗତ ଭାବେ ବାଲୁଗାଁର ବିଭିନ୍ନ ଅଂଚଳରେ  ବସବାସ କରୁଥିବା ଭିକ୍ଷୁକ ମାନଙ୍କୁ କରୋନା ଉପରେ  ସଚେତନ ମଧ୍ୟ କରାଇଥିଲେ। ଉକ୍ତ ସମ୍ପୂର୍ଣ୍ଣ  ସେବା କାର୍ଯ୍ୟକୁ ଏବିଭିପି ଖୋର୍ଦ୍ଧା ଜିଲ୍ଲା ସହ-ପ୍ରମୁଖ ସୀତାରାମ ଅଗ୍ରୱାଲ ପରିଚାଳନା କରିଥିବା ବେଳେ  ଭବାନୀ, ରାମଚନ୍ଦ୍ର, ସୁନୀଲ, ତୋଫାନ, ପ୍ରଭାତ, ଲିଟୁ ଆଦି ସହଯୋଗ କରିଥିଲେ। ସୂଚନା ଥାଉ କି ଏହା ପୂର୍ବରୁ ଏବିଭିପି ବାଣପୁର ଶାଖା ଦ୍ୱାରା ମଧ୍ୟ ଅନୁରୂପ ଭାବେ ଏପରି ସେବା କାର୍ଯ୍ୟ କରାଯାଇଥିଲା। ଏବିଭିପି ଦ୍ୱାରା ବାଣପୁର, ବାଲୁଗାଁ, ନାଚୁଣୀ ଓ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ହେଉଥିବା ନିରନ୍ତର ସେବା କାର୍ଯ୍ୟକୁ ବୁଦ୍ଧିଜୀବୀମାନେ ଉଚ୍ଚ ପ୍ରସଂଶିତ କରିଛନ୍ତି।

ସେବା କାର୍ଯ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026

୧୬ ଦାଦନ ଶ୍ରମିକ ଉଦ୍ଧାର

October 9, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଶେଷ ବକ୍ତୃତା କାର୍ଯ୍ୟକ୍ରମ

October 7, 2026
Latest News

ସୁପ୍ରିମକୋର୍ଟରେ ‘ଲଜ୍ଜା, ଲଜ୍ଜା’ ର ସ୍ଲୋଗାନ: ଓକିଲମାନଙ୍କୁ ଭର୍ତ୍ସନା କଲେ ବିଚାରପତି

October 11, 2026

ଶାରଦୀୟ ନବରାତ୍ରି : ମା’ ଦୁର୍ଗାଙ୍କ ଆରାଧନା, ନବରୂପ, କନ୍ୟାପୂଜା ଏବଂ ଦୀପ ପ୍ରଜ୍ଜ୍ୱଳନର ବିଶେଷ ନୀତିନିୟମ

October 11, 2026

ଆଖୁ କ୍ରୟମୂଲ୍ୟ କ୍ୱିଣ୍ଟାଲପିଚ୍ଛା ୪୨୫ ଟଙ୍କାକୁ ବୃଦ୍ଧି କଲେ ଛତିଶଗଡ଼ ସରକାର

October 11, 2026

ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ: ଶିଶୁ କନ୍ୟା ମୃତ, ୩ ଗୁରୁତର

October 11, 2026

Jio AI Glasses: ଏହି ଚଷମା ରେ କରିହେବ ୟୁପିଆଇ ପେମେଣ୍ଟ, ମିଳିବ ଲାଇଭ କ୍ରିକେଟ କମେଣ୍ଟ୍ରି

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.