କୋଭିଡ19କୁ ହରାଇବା ପାଇଁ ଯୋଦ୍ଧା ସାଜିଥିବା ରିଲାଏନସ କର୍ମଚାରୀଙ୍କୁ ମୁକେଶ ଆମ୍ବାନୀଙ୍କ ପ୍ରଶଂସା

Published: Apr 6, 2020, 11:12 pm IST

ଭୁବନେଶ୍ୱର: ସାରା ଦେଶ ଲକ୍‌ଡାଉନ୍‌ରେ ଥିବାବେଳେ ଫୋନ୍ ଲାଇନ୍‌ଠାରୁ ଆରମ୍ଭ କରି ରିଟେଲ୍ ଷ୍ଟୋର୍‌ରୁ ଇନ୍ଧନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଜୀବନରେଖାକୁ ଆଗକୁ ବଢ଼ିବା ଲାଗି ସହାୟତା ପ୍ରଦାନ କରୁଥିବା କଂପାନିର ହଜାର ହଜାର କର୍ମଚାରୀଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ପ୍ରଶଂସା କରିବା ସହିତ ସେମାନଙ୍କୁ “ଆଗଧାଡ଼ିର ଯୋଦ୍ଧା’ ବୋଲି ଅଭିହିତ କରିଛନ୍ତି ।

ଏଥି ସହିତ ଭାରତର କୋଭିଡ୍‌୧୯ ବିରୋଧୀ ଲଢ଼େଇରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଭୂମିକାକୁ ସେ ଦୋହରାଇଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଦୁଇଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଏକ ଇ-ମେଲ୍ ବାର୍ତ୍ତା ପଠାଇ ମୁକେଶ ଅମ୍ବାନି ଜଣାଇଛନ୍ତି ଯେ, ଆଧୁନିକ ଇତିହାସର ସବୁଠୁ ସଙ୍କଟମୟ ସ୍ଥିତି ବିରୋଧରେ ଲଢ଼େଇରେ ପ୍ରତିଟି କର୍ମଚାରୀ ଯେଉଁଭଳି ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି ତାହାକୁ ଦେଖି ମୁଁ ଅତ୍ୟନ୍ତ ଗର୍ବିତ ବୋଲି କହିଛନ୍ତି ଆମ୍ବାନୀ।

Related posts