ଆଜିଠାରୁ ଭୁବନେଶ୍ବରରେ ଓମଫେଡର ହୋମ ଡେଲିଭରୀ, ଫୋନ କଲେ କ୍ଷୀର ସହ ମିଳିବ ଅନ୍ୟାନ୍ୟ ସାମଗ୍ରୀ, ଫୋନ ନମ୍ବର ଟିପି ରଖନ୍ତୁ

Published: Apr 6, 2020, 4:06 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଆଜିଠାରୁ ଓମଫେଡ ଭୁବନେଶ୍ବରରେ ଆରମ୍ଭ କରିଛି ହୋମ ଡେଲିଭରୀ ସେବା। ଆପଣ ଘରେ ବସି କେବଳ ଫୋନକଲଟିଏ କିମ୍ବା ହ୍ବାଟସପ କଲେ ଓମଫେଡ ଘରେ ଆଣି ଦେଇଯିବ କ୍ଷୀର ସହିତ ତାଙ୍କ ଅନ୍ୟାନ୍ୟ ଦୁଗ୍ଧଜାତ ସାମଗ୍ରୀ। ପୂର୍ବରୁ ଓମଫେଡ ଲକଡାଉନକୁ ଦୃଷ୍ଟିରେ ରଖି କେତେକ ଜିଲ୍ଲାରେ ଏହି ସେବା କରିଥିଲେ। ହେଲେ ତାହା ଭୁବନେଶ୍ବରରେ ଲାଗୁ କରାଯାଇ ନ ଥିଲା।

ତେବେ ଏହି ହୋମ ଡେଲିଭରୀ ପାଇଁ ଓମଫେଡ କେତେକ ନିୟମ କରିଛି। ତାହା ହେଉଛି ଆପଣ ଅତିକମରେ 150ଟଙ୍କାର ଓମଫେଡରୁ ଜିନିଷ କିଣିବାକୁ ପଡିବ। ଆବଶ୍ୟକ ସ୍ଥଳେ କଂପନୀ ହୋମଡେଲଭରୀ ଫି ଭାବେ 30 ଟଙ୍କା ନେଇପାରିବ। ଏହି ହୋମ ଡେଲିଭରୀ ବୁକିଂ ଦିନ 10ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ କରାଯାଇପାରିବ। ସେହିପରି ହୋମ ଡେଲିଭରୀ ଦିନ 11ଟାରୁ ଅପରାହ୍ନ 5ଟା ମଧ୍ୟରେ କରାଯିବ। ତେବେ ଫୋନ କଲ ନ କରି ହ୍ବାଟସପରେ ଜିନିଷ ନାମ ଓ ଠିକଣା ଲେଖି ପଠାଇବାକୁ ଓମଫେଡ କହିଛି। ହ୍ବାଟସପ ନମ୍ବରଗୁଡିକ ହେଲା

1-9777139298

2-9439718151

3-8917684848

4-9861331111

5-9439923689

ଲକଡାଉନ ସମୟରେ ଓମଫେଡର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି।

Related posts