ଭୁବନେଶ୍ୱର: ଓଡ଼ିଶାରେ ପ୍ରତିଷ୍ଠା କରାଯାଇଥିବା ଇମ୍ଜେନେକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଖୁବ ଶିଘ୍ର ପ୍ରସ୍ତୁତ କରିବ କୋଭିଡ-19 ଭାକସିନ୍। ଏନେଇ କଂପାନୀ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ଘୋଷଣା କରାଯାଇଛି। ପ୍ରବାସୀ ଭାରତୀୟ ଡକ୍ଟର ସୁଜୟ ସିଂ ଦ୍ବାରା ପ୍ରତିଷ୍ଠିତ ଏହି ବାୟୋଚଟେକନୋଲୋଜି ସଂସ୍ଥା ପ୍ରାୟ ବର୍ଷେ ମଧ୍ୟରେ ଏହି ଭାକସିନକୁ ବିକଶିତ କରିବେ ବୋଲି କୁହାଯାଇଛି। ଏଥିସହିତ ଏହି ସଂସ୍ଥା କୋଭିଡ19 ପରୀକ୍ଷା କିଟ ମଧ୍ୟ ପ୍ରସ୍ତୁତ କରିବ। ସେଥିପାଇଁ ଭୁବନେଶ୍ବରରେ ଥିବା ଏହି ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନେ କାର୍ଯ୍ୟ କରୁଛନ୍ତି ବୋଲି ସୁଜୟ ଏହି ବିଜ୍ଞପ୍ତି ମାଧ୍ୟମରେ କହିଛନ୍ତି। ବର୍ତ୍ତମାନ ଡକ୍ଟର ସୁଜୟ ସିଂ ଏବଂ ଡକ୍ଟର ଗୀତା ସିଂ ଉଭୟ କାଲିଫର୍ଣ୍ଣିୟାରେ କାମ କରୁଛନ୍ତି। ସେମାନଙ୍କ ଉଦ୍ୟମରେ ଭୁବନେଶ୍ବରର ଇନଫୋସିଟିରେ ଏହି ସଂସ୍ଥା ପ୍ରତିଷ୍ଠା କରାଯାଇଛି। ଏହି ସଂସ୍ଥା ଆଣ୍ଟିବଡି ଏବଂ ଅନ୍ୟାନ୍ୟ ରିଏଜେଣ୍ଟସ ବିକଶିତ କରୁଛନ୍ତି। ଏଗୁଡିକ ବାଓମେଡିକାଲ ଗବେଷଣା କାମରେ ବିନିଯୋଗ…
Author: Samikhsya Bureau
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା। ଶୁକ୍ରବାର ଜମ୍ମୁ କାଶ୍ମୀର ପୋଲିସ୍ ୪ ଲସ୍କର ଆତଙ୍କୀଙ୍କୁ ଗିରଫ କରିଛି। ଜମ୍ମୁ କାଶ୍ମୀରରୁ କୁପୱାରା ଜିଲ୍ଲାର ହଣ୍ଡୱାରାରୁ ପୋଲିସ୍ ଏହି ୪ ଆତଙ୍କୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଆତଙ୍କୀଙ୍କ ସୂଚନା ମିଳିବା ପରେ ତିନି ସ୍ଥାନରେ ଚଢାଉ କରାଯାଇ ଚାରି ଆତଙ୍କୀଙ୍କୁ ଗିରଫ କରାଯିବା ସହିତ ତିନୋଟି ଏକେ -୪୭ ରାଇଫଲ୍, ୮ଟି ଏକେ ମାଗ୍ଜିନ୍. ୩୩୨ ରାଉଣ୍ଡ ରାଇଫଲ୍ ଗୁଳି, ୧୨ଟି ହ୍ୟାଣ୍ଡ ଗ୍ରେନେଡ୍ ଏବଂ ତିନୋଟି ପିସ୍ତଲ ଜବତ କରାଯାଇଛି। ଏହି ଆତଙ୍କୀ ମାନଙ୍କୁ ସହାୟତା କରୁଥିବା ତିନି ଜଣଙ୍କୁ ଗିରଫ କରାଯାଇଛି।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟରେ ପଞ୍ଚମ କରୋନା ରୋଗୀଙ୍କ ଚିହ୍ନଟ ପରେ ତାଙ୍କଠାରେ ଦେଖାଯାଇଥିବା ବିଲକ୍ଷଣକୁ ନେଇ ରାଜ୍ୟସରକାର ବେଶ୍ ଚିନ୍ତାରେ ପଡିଯାଇଛନ୍ତି । ଏନେଇ ଆଜି ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି । ଭୁବନେଶ୍ବରକୁ ଆଗାମୀ 48 ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ପାଇଁ ଘୋଷଣା କରିଛନ୍ତି । ଆଜି ରାତ୍ରି 8ଟାରୁ ରବିବାର ରାତ୍ରି 8ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟ୍ ଡାଉନର ଘୋଷଣା କରିଛନ୍ତି । ତେବେ ଭୁବନେଶ୍ବର ମହାନଗର ନୁହେଁ, ଭୁବନେଶ୍ବରର ପାଶ୍ବବର୍ତ୍ତୀ ଅଞ୍ଚଳଗୁଡିକ ପାଇଁ ମଧ୍ୟ ଏହି ନିୟମ ଜାରି କରାଯାଇଛି । ତେବେ ଆସନ୍ତୁ ଜାଣିବା ଭୁବନେଶ୍ବରର କେଉଁ କେଉଁ ଅଞ୍ଚଳରେ ଏହା ଲାଗୁ କରାଯିବ । ଭୁବନେଶ୍ବର ମହାନଗର ସହ ପାଶ୍ବବର୍ତ୍ତୀ ଅଞ୍ଚଳକୁ ମଧ୍ୟ ସଟ୍ଡାଉନ୍ ପାଇଁ ଘୋଷଣା କରାଯାଇଛି । ସେହି ସବୁ ଅଞ୍ଚଳଗୁଡିକ ହେଉଛି ବାସୁଆଘାଇ, ଶିଶୁପାଳ, ଲିଙ୍ଗିପୁର, ରଣସିଂହପୁର,ମଳିପଡା, ଅନ୍ଧାରୁଆ, ଯାଆଁଳା, କଳାରାହାଙ୍ଗ,…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନଫରେନ୍ସ ଜରିଆରେ କ୍ରୀଡାବିତମାନଙ୍କ ସହ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୋଭିଡ-19 ସମଗ୍ର ମାନବ ସମାଜ ନିମନ୍ତେ ଏକ ଘାତକ ରୂପ ଧାରଣ କରିଛି । ସେଥିପାଇଁ କ୍ରୀଡାବିତମାନେ ଲୋକମାନଙ୍କୁ ସଚେତନ କରିବା ପାଇଁ “ପାଞ୍ଚଟି-ସ” ବିଷୟ ଉପରେ ଗୁରୁତ୍ୱ ଦେବାଲାଗି ସେ ଆହ୍ୱାନ ଦେଇଛନ୍ତି। ସେଗୁଡିକ ହେଲା – ମହାମାରୀର ମୁକାବିଲା ପାଇଁ “ସଂକଳ୍ପ”, ସାମାଜିକ ଦୂରତ୍ୱ ପାଇଁ “ସଂଯମ”, ଆଶାବାଦୀ ହେବା ପାଇଁ “ସକାରାତ୍ମକତା”, କରୋନା ଭଲ କରିବା ପାଇଁ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ “ସମ୍ମାନ” ଏବଂ ପୁଲିସ କର୍ମଚାରୀଙ୍କୁ “ସହଯୋଗ”। ପ୍ରଧାନମନ୍ତ୍ରୀ କହିଲେ ଯେ, ପ୍ରଥମ ବିଶ୍ୱଯୁଦ୍ଧ ପରେ ଅଲିମ୍ପିକକୁ ସ୍ଥଗିତ କରିବା ଘଟଣାରୁ ଏହାର ଗମ୍ଭିରତା ବେଶ ଜଣାପଡୁଛି । ୱିମ୍ବଲଡନ ଏବଂ ଭାରତରେ ଆପିଏଲ କ୍ରୀଡା ଭଳି ଲୋକପ୍ରିୟ ଖେଳଗୁଡିକୁ ଏହି ମହାମାରୀର ଭୟାଭୟତାକୁ ଆଖି ଆଗରେ ରଖି ଘୁଞ୍ଚାଇ ଦିଆଯାଇଛି । ଖେଳରେ ଅସାଧାରଣ…
ବାରିପଦା, ମୟୁରଭଂଜ ଜିଲ୍ଲାର ବାରିପଦାରେ ଥିବା କଚେରୀ ବଜାରରେ ସବୁବେଳେ ଗହଳି ଚହଳି ଲାଗି ରହିଥାଏ। କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ସେଠାରେ ଜିଲ୍ଲା ପ୍ରଶାସନ ତରଫରୁ ଲାଗୁ କରାଯାଇଛି ସାମାଜିକ ଦୂରତା।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: କଟକରୁ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ଖବର ଆସିଲା ପରେ କଟକ ସହରକୁ ମଧ୍ୟ ୪୮ ଘଣ୍ଟିଆ ସମ୍ପୂର୍ଣ୍ଣ ସଟ ଡାଉନ୍ର ଘୋଷଣା କରାଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି। ଆଜି କିଛି ଘଣ୍ଟା ପୂର୍ବରୁ ଭୁବନେଶ୍ବର ଏବଂ ଭଦ୍ରକକୁ ସଂପୂର୍ଣ୍ଣ ସଟ ଡାଉନ୍ର ଘୋଷଣା କରାଯାଇଥିଲା। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ସଟ୍ ଡାଉନ୍ ଜାରି ରହିବ। ସୂଚନା ଅନୁଯାୟୀ କଟକ ସହରରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ରାଜ୍ୟ ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି। ଆକ୍ରାନ୍ତ ବ୍ୟକ୍ତି ପୂର୍ବରୁ ଦିଲ୍ଲୀ ଗସ୍ତ କରିଥିବାର ଖବର ମିଳିଛି। ତେବେ ସେ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ସମ୍ପର୍କରେ ଜଣାପଡିନାହିଁ ।
ସମୀକ୍ଷା ବ୍ୟୁରୋ କଟକ: ଓଡ଼ିଶାରୁ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି। ଏହି ଆକ୍ରାନ୍ତ ଜଣକ କଟକର ବୋଲି ଜଣାପଡିଛି। ଷଷ୍ଠ ପଜିଟିଭି ଜଣକ ଦିଲ୍ଲୀ ଗସ୍ତ କରିଥିବାର ସୂଚନା ରହିଛି। ପୂର୍ବରୁ ଆଉ ପାଞ୍ଚ ଜଣ ରୋଗୀ ଚିହ୍ନଟ ହୋଇଥିଲେ। ଭୁବନେଶ୍ବରରୁ ୪ ଜଣ କରୋନା ପଜିଟିଭି ଚିହ୍ନଟ ହୋଇଥିବାବେଳେ ଭଦ୍ରକରୁ ଜଣେ ଏବେ କଟକରୁ ଆଉ ଜଣେ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଆଜି ପ୍ରଥମ କରୋନା ରୋଗୀ ଜଣକ ସୁସ୍ଥ ହୋଇ ଡିସ୍ଚାର୍ଜ ହୋଇଥିବାବେଳେ ଦ୍ବିତୀୟ କରୋନା ରୋଗୀ ଜଣକ ପୂର୍ବରୁ ସୁସ୍ଥ ହୋଇ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଭୁବନେଶ୍ବରରରୁ ଚିହ୍ନଟ ହୋଇଥିବା ପଞ୍ଚମ ରୋଗୀଙ୍କ ବିଲକ୍ଷଣ ଯୋଗୁଁ ଆଜି ରାଜ୍ୟସରକାର ଭୁବନେଶ୍ବରରେ ୪୮ ଘଣ୍ଟିଆ ସମ୍ପୂର୍ଣ୍ଣ ସଟ ଡାଉନ୍ର ଘୋଷଣା କରିଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର: କୋଭିଡ-19 ସଂକ୍ରମଣରୁ ଜନସାଧାରଣଙ୍କୁ ପ୍ରତିହତ କରିବା ଲାଗି ଭାରତ ସରକାର 24 ମାର୍ଚ୍ଚରୁ 21 ଦିନ ପାଇଁ ସମ୍ପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି। ଏହି ସମୟରେ ଜନସାଧାରଣଙ୍କୁ ଘରେ ରହିବା ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ନିବେଦନ କରିବା ସତ୍ତ୍ୱେ ଅନେକ ଲୋକ ସରକାରୀ ନିୟମକୁ ଜାଣିଶୁଣି ଉଲଂଘନ କରୁଛନ୍ତି। 2 ମାର୍ଚ୍ଚରୁ 3 ମାର୍ଚ୍ଚ ସକାଳ 8 ଟା ସୁଦ୍ଧା କୋଭିଡ-19 ସଂକ୍ରମଣ ରୋକିବାକୁ କରାଯାଇଥିବା ଲକ୍ଡାଉନ୍ ଆଇନକୁ ଅମାନ୍ୟ କରିଥିବା ଲୋକଙ୍କ ବିରୁଦ୍ଧରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନା ଗୁଡିକରେ ମାମଲା ରୁଜ୍ଜୁ ହୋଇଛି। ଜିଲ୍ଲାର ଜଗତସିହପୁର ଥାନ ରେ ଦୁଇ ଜଣ ଲୋକଙ୍କୁ ଆଇପିସିର ଧାରା 188/269/270/271/34 ଅନୁଯାୟୀ କେସ ନମ୍ବର 108/20 ରେ ମାମଲା ଦାୟର କରାଯାଇ ଗିରଫ କରାଯାଇଛି। ସେହିପରି ରଘୁନାଥପୁର ଥାନାରେ ଜଣେ ଲୋକଙ୍କ ବିରୋଧରେ ଆଇପିସିର ଧାରା 188/269/270/271 ଅନୁଯାୟୀ କେସ ନମ୍ବର 49/20ରେ ମାମଲା…
ସମୀକ୍ଷା ବ୍ୟୁରୋ କେନ୍ଦୁଝର: କରୋନା ସହ ଲଢେଇ ପାଇଁ ସାରା ରାଜ୍ୟରେ ଲକ୍ ଡାଉନ୍ ଚାଲିଥିବାବେଳେ ଲୋକଙ୍କୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି। ଏଥିପାଇଁ ରାଜ୍ୟରେ ପୋଲିସ୍ କର୍ମଚାରୀମାନେ ଏହି ନିୟମକୁ ପାଳନକୁ ବେଶ୍ କଡାକଡି କରିଛନ୍ତି। ବାହାରକୁ ନ ଆସିବାକୁ ଲୋକଙ୍କୁ ବୁଝାଇବା ସହିତ ଦରକାର ପଡ଼ିଲେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଛନ୍ତି। କିନ୍ତୁ କେନ୍ଦୁଝରର ଖାକି ବର୍ବରତା ଏବେ ଚର୍ଚ୍ଚାକୁ ଆସିଛି। ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିବା ପୋଲିସ୍ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଥିପାଇଁ ଚାରିଜଣଙ୍କୁ ନିଲମ୍ବିତ ହେବାକୁ ପଡିଛି। ମାଡ ମାରିବା ଭିଡିଓ ଭାଇରାଲ୍ ହେବା ପରେ କେନ୍ଦୁଝର ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମାଡ଼ ମାରିଥିବା ପୋଲିସ୍ ଅଧିକାରୀ ଓ ତିନି ସହଯୋଗୀଙ୍କୁ ନିଲମ୍ବନ କରିଛନ୍ତି। ଏହି ନିଲମ୍ବନ ନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି କେନ୍ଦୁଝର ଏସ୍ପି। ଏହା ସହିତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ମଧ୍ୟ ଜାରି ରହିଥିବା ନେଇ ଏସ୍ପି ସୂଚନା ଦେଇଛନ୍ତି।…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଦେଶରେ କରୋନା ସ୍ଥିତି ଗମ୍ଭୀର ରହିଥିବାବେଳେ ରାଜ୍ୟରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବଢିଛି। ଆଜି ଏନେଇ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ଆଜି ରାତି ୮ଟାରୁ ରବିବାର ଦିନ ରାତ୍ରି ୮ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ରହିବ ଭୁବନେଶ୍ବର। ପଞ୍ଚମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି। ପଞ୍ଚମ କରୋନା ରୋଗୀଙ୍କ କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନଥିବା ସତ୍ତ୍ବେ ସେ କରୋନା ସଂକ୍ରମିତ ହେବା ପରେ ଏହା ଏବେ ଓଡ଼ିଶା ପାଇଁ ଚ୍ୟାଲେଞ୍ଜ ପାଲଟି ଯାଇଛି। କେବଳ ଭୁବନେଶ୍ବର ନୁହେଁ ଭଦ୍ରକରେ ମଧ୍ୟ ସମ୍ପୂର୍ଣ୍ଣ ୪୮ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଡାଉନ୍ କରାଯିବ। ଏହି ସଟ୍ ଡାଉନ୍ କାଳରେ ସମସ୍ତ ପୁରୁଣା ପାସ୍ ବନ୍ଦ ରହିବ। ଏନେଇ ଆଜି ପ୍ରେସ ମିଟ୍ରେ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ। ଏହି ସମୟରେ କ୍ଷୀର,…
ରମେଶ ମହାନ୍ତି ଜଗତସିଂହପୁର: ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଓସୱାନ ଭି.ସି ରୁମ୍ ରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ଅତିରିକ୍ତ ତହସିଲଦାର ଓ ପୌର ନିର୍ବାହୀ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାରେ କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣ ଜନିତ ସ୍ଥିତିର ସମୀକ୍ଷା କରିଥିଲେ। ଜିଲ୍ଲାର ଗ୍ରାମାଞ୍ଚଳରେ ଗତକାଲି ସୁଦ୍ଧା ୧୬୯ଟି ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ପୌରାଞ୍ଚଳର ୪ଟି କେନ୍ଦ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଗତକାଲି ସୁଦ୍ଧା ୧୬ ହଜାରରୁ ଉର୍ଦ୍ଧ୍ଵ ଖାଦ୍ୟସୁରକ୍ଷା ହିତାଧିକାରୀଙ୍କୁ ୧୧୪୯୩.୮୨ କ୍ୱିଣ୍ଟାଲ ଚାଉଳ/ଗହମ ବଣ୍ଟନ କରାଯାଇଛି। ଜିଲ୍ଲାର ୮୨ଟି ପଞ୍ଚାୟତରେ ନିରାଶ୍ରୟ, ଅଭାବଗ୍ରସ୍ତ, ପୀଡିତ ବୃଦ୍ଧ, ବୃଦ୍ଧା ୧୧୯୬୯ ଜଣଙ୍କୁ ମାଗଣା ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିବା ବେଳେ ଜଗତସିଂହପୁର ଓ ପାରାଦ୍ବୀପ ପୌରାଞ୍ଚଳରେ ୧୧୫୯ ଜଣଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ସାମାଜିକ ସୁରକ୍ଷା ଯୋଜନାରେ ୧,୦୪,୨୧୯ ହିତାଧିକାରୀଙ୍କୁ ଗତକାଲି ସୁଦ୍ଧା ୨୨କୋଟି ୨୬ଲକ୍ଷ ୫୨୧…
ନୂଆଦିଲ୍ଲୀ : ଦେଶରେ କରୋନା ସଂକଟ ଲଗାତାର ଭାବରେ ବଢି ଚାଲିଛି । ଆଜି ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରିଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରାଷ୍ଟ୍ରପତି ଭବନରେ ଦେଶର ସମସ୍ତ ରାଜ୍ୟପାଳ, ଉପରାଜ୍ୟପାଳ ଓ ପ୍ରଶାସକଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୈଠକ କରିଛନ୍ତି । ଏହି ବୈଠକ ସକାଳ 10ଟା ସମୟରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କରୋନା ସ୍ଥିତିକୁ ପରଖିଛନ୍ତି ରାଷ୍ଟ୍ରପତି । ଏହି ବୈଠକରେ କରୋନା ସମ୍ପର୍କିତ ଆଲୋଚନା ଓ ପଦକ୍ଷେପ ସମ୍ପର୍କରେ ଚର୍ଚ୍ଚା କରାଯାଇଥିଲା । ଏହି ସମୟରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଉପସ୍ଥିତ ରହିଥିଲେ । କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ମିଶି କରି ଲଢେଇ ଜାରି ରଖିଛନ୍ତି । ଦେଶରେ 21 ଦିନିଆ ଲକ୍ ଡାଉନ୍…
ଇରାନ୍ : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ 9 ଲକ୍ଷ ପାର କରି ସାରିଲାଣି । ସେହିପରି ଏହି ରୋଗରେ ମୃତ୍ୟୁ ସଂଖ୍ୟା ପଚାଶ ହଜାର ଡେଇଁ ସାରିଛି । ଏହି ରୋଗରେ କବଳରେ କେବଳ ସାଧାରଣ ଲୋକେ ନୁହଁନ୍ତି ଦୁନିଆର ବହୁ ରାଜନେତା ମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଇରାନ ସଂସଦର ବାଚସ୍ପତି ଅଲୀ ଲାରୀଜାନି ଏକେ କରୋନାଗ୍ରସ୍ତ ହୋଇଛନ୍ତି । ତାଙ୍କଠାରେ କରୋନା ପଜିଟିଭି ମିଳିବା ପରେ ତାଙ୍କୁ ଆଇସୋଲେସନ୍ରେ ରଖାଯାଇଛି । ଇରାନ୍ ସଂସଦ ଗୁରୁବାର ଦିନ ନିଜ ଓ୍ବେବସାଇଟ୍ରେ ଏହା ସମ୍ପର୍କରେ ସୂଚନା ଦେଇଛି । କରୋନାରେ ସଂକ୍ରମିତ ହୋଇଥିବା ଲାରୀଜାନି ଇରାନ ସରକାରଙ୍କ ପ୍ରଥମ ସର୍ବୋଚ୍ଚ ଅଧିକାରୀ ରହିଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଓ ତାଙ୍କ ସ୍ତ୍ରୀ ସୋଫି ମଧ୍ୟ କରୋନା ପଜିଟିଭି ରହିଥିଲେ । ତାଙ୍କୁ ଆଇସୋଲେସରେ ରଖାଯାଇଛି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । କ୍ୟାପିଟାଲ୍ ହସ୍ପିଟାଲରୁ ସେ ଡିସ୍ଚାର୍ଜ ହୋଇଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ପ୍ରଥମ ଆକ୍ରାନ୍ତ ଜଣକ । ଟୁଇଟ୍ ଯୋଗେ ଏହା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏବେ ଓଡ଼ିଶାର ଆଉ ତିନି କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ପୂର୍ବରୁ ଦ୍ବିତୀୟ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିଲେ । ସୂଚନାଯାେଗ୍ୟ, ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ଜଣକ ଇଟାଲୀରୁ ଫେରିଥିଲେ । ବୟସ ତାଙ୍କର 33 ବର୍ଷ ହୋଇଥିବାବେଳେ ସେ ଗତ ମାର୍ଚ୍ଚ 6 ତାରିଖରେ ଇଟାଲୀରୁ ଦିଲ୍ଲୀ ପହଞ୍ଚିଥିଲେ ଓ 11 ତାରିଖରେ ଦିଲ୍ଲୀରୁ ଟ୍ରେନ୍ ଯୋଗେ ଭୁବେନଶ୍ବର ଆସି 13 ତାରିଖରେ ପହଞ୍ଚିଥିଲେ । ଭୁବନେଶ୍ବରର ବରଗଡ ଅଞ୍ଚଳର ଏହି ବ୍ୟକ୍ତିଙ୍କ…
ରାଜସ୍ଥାନ : ଦେଶରେ କରୋନା ଭାଇରସ୍କୁ ନେଇ ସଂକଟ ବଢିବାରେ ଲାଗିଛି । କରୋନା ସହ ମୁକାବିଲା କରିବା ପାଇଁ ଦେଶରେ 21 ଦିନିଆ ଲକ୍ ଡାଉନର ଘୋଷଣା କରାଯାଇଛି । ସେହିପରି ରାଜ୍ୟସରକାରମାନେ ଏହାକୁ ନେଇ ବେଶ୍ ସତର୍କ ରହିଛନ୍ତି । ଏହା ମଧ୍ୟରେ ରାଜସ୍ଥାନ ସରକାର ରାଜ୍ୟରେ ବିଜୁଳି ଓ ପାଣି ବିଲ୍ ପାଇଁ ଏକ ବିଶେ ଘୋଷଣା କରିଛନ୍ତି । ଦେଶରେ ଜାରି ହୋଇଥିବା 21 ଦିନିଆ ଲକ୍ ଡାଉନ୍ କାରଣରୁ ଲୋକଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରି ସମୟରେ ଆର୍ଥିକ ଗତିବିଧି ଉପରେ ମଧ୍ୟ ବ୍ରେକ୍ ଲାଗିଛି । ରାଜସ୍ଥାନର ଗେହଲତ ସରକାର ଦୁଇ ମାସ ପାଇଁ ବିଜୁଳି ଓ ପାଣିର ବିଲ୍କୁ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜସ୍ଥାନ ସରକାର ରାଜ୍ୟର ଶିଳ୍ପ ୟୁନିଟ୍ ଓ ଚାଷୀ ତଥା ସାଧାରଣ ଜନତାଙ୍କ ପାଇଁ ବିଜୁଳି ଓ ପାଣିର ବିଲ୍କୁ…
ନୂଆଦିଲ୍ଲୀ : କରୋନା ଅନ୍ଧକାରକୁ ଚ୍ୟାଲେଞ୍ଜ ଦେବା ପାଇଁ ଆସନ୍ତା ଏପ୍ରିଲ୍ 5 ତାରିଖ ରବିବାର ରାତ୍ରି 9ଟା ସମୟରେ ନ ମିନିଟ୍ ପାଇଁ ଘରର ଆଲୋକ ବନ୍ଦ ରଖ। ବାଲକୋନୀରେ ଦୀପ, ମହମବତୀ, ମୋବାଇଲ୍ ଫ୍ଲାସ୍ ଲାଇଟ୍ କିମ୍ବା ଟର୍ଚ୍ଚ ଲାଇଟ୍ ଆଦି ଅନ୍ କରିବାକୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କରୋନା ମହା ସଂକଟ ସମୟରେ ତୃତୀୟ ଥର ପାଇଁ ଏହି ଭିଡିଓ ବାର୍ତ୍ତା ଜାରି କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହା କରିବା ସମୟରେ ସାମାଜିକ ଦୂରତ୍ବ ବଜାଇ ରଖିବାକୁ ଉପଦେଶ ଦେଇଛନ୍ତି ମୋଦୀ। ନିଜ ଘରର ଦ୍ବାର ମୁହଁ କିମ୍ବା ବାଲ୍କୋନି ସମ୍ମୁଖରେ ଏପରି କରି ସାରା ଦେଶବାସୀ ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ସମସ୍ତେ ଏକାଠି ହୋଇ ଏହା ବିରୋଧରେ ଲଢିବାକୁ ଚେଷ୍ଟା ଜାରି ରଖିବାର ପ୍ରମାଣ ଦେବାକୁ କହିଛନ୍ତି ମୋଦି। ଗତକାଲି ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ…
କେଦାର ମିଶ୍ର ପ୍ରଥମଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପ୍ରକାର ସ୍ପଷ୍ଟ କରିଛନ୍ତି ଯେ ଲକ ଡାଉନ ର ୨୧ ଦିନ ପୂରିବା ପରେ ତାକୁ ଚଳାଇ ରଖିବା ହୁଏତ ସମ୍ଭବପର ହୋଇନପାରେ। ପ୍ରଥମତଃ ଅର୍ଥନୈତିକ ଦୃଷ୍ଟିରୁ ଦେଶକୁ ଯେଉଁ ମୂଲ୍ୟ ଦେବାକୁ ପଡୁଛି, ତାହା ଅଧିକ ଦିନ ଦେଇ ହେବନାହିଁ। ପ୍ରତିଦିନ ଜିଡିପିରୁ ୩୫ ହଜାରରୁ ୪୫ ହଜାର କୋଟି ଟଙ୍କା କ୍ଷୟ ହେଉଛି। ୨୧ ଦିନର ଜାତୀୟ ଲକ ଡାଉନ, ତା ପୂର୍ବର ଜନତା ଜନତା କର୍ଫ୍ୟୁ ଏବଂ ବିଭିନ୍ନ ରାଜ୍ୟର ଲକ ଡାଉନ ଜନିତ କ୍ଷତି ୧୦ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହେବ ବୋଲି ସ୍ପଷ୍ଟ ହୋଇସାରିଛି। ତେବେ କରୋନା ସଂକ୍ରମଣ ରୋକିବା ଲାଗି ଏ ପ୍ରକାର କ୍ଷତି ସହିବାକୁ ଆମେ ବାଧ୍ୟ। ଭାରତର ଜଣ ବହୁଳତା ଓ ସ୍ୱାସ୍ଥ୍ୟ ସେବାରେ ଆମର ସୀମିତ ସାଧନ ଯୋଗୁଁ ଏହାର ସଂକ୍ରମଣ ରୋକିବା ଜରୁରୀ। ସାମାଜିକ…
ନୂଆଦିଲ୍ଲୀ : କରୋନା ମହା ସଂକଟ ସମୟରେ ତୃତୀୟ ଥର ପାଇଁ ଦେଶବାସୀଙ୍କ ପାଇଁ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ନରେନ୍ଦ୍ର ମୋଦି । ଏହି ସଂକଟ ସମୟରେ ଦେଶବାସୀଙ୍କୁ ସାହସ ଓ ଧେର୍ଯ୍ୟ ଦେଇଛନ୍ତି । ସମସ୍ତ କରୋନା ଯୋଦ୍ଧାକୁ ଧନ୍ୟବାଦ ଦେଇଛନ୍ତି ମୋଦି । କରୋନା ଅନ୍ଧକାରକୁ ଚ୍ୟାଲେଞ୍ଜ ଦେବା ପାଇଁ ଆସନ୍ତା ଏପ୍ରିଲ୍ 5 ତାରିଖରେ ରାତ୍ରି 9ଟା ସମୟରେ ନ ମିନିଟ୍ ପାଇଁ ଘରର ଆଲୋକ ବନ୍ଦ ରଖି ଘରେ ଦୀପ, ମହମବତୀ, ମୋବାଇଲ୍ ଫ୍ଲାସ୍ ଲାଇଟ୍ , ଟର୍ଚ୍ଚ ଲାଇଟ୍ ଆଦି ଅନ୍ କରିବାକୁ ଆହ୍ବାନ କରିଛନ୍ତି । ତେବେ ଏହା କରିବା ସମୟରେ ସାମାଜିକ ଦୂରତ୍ବକୁ ଉଲ୍ଲଂଘନ ନ କରିବାକୁ ଉପଦେଶ ଦେଇଛନ୍ତି । ନିଜ ଘରର ଦ୍ବାର ମୁହଁ…
ନୂଆଦିଲ୍ଲୀ : ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଯୋଗୁଁ ଏବେ ଇଟାଲୀ, ସ୍ପେନ ଓ ଆମେରିକାରେ ସର୍ବାଧିକ ମୃତ୍ୟୁ ଘଟିଛି । କୋଭିଡି -19 ଭୟରେ ଭୟଭୀତ ସାରା ଦେଶ । ଏବେ ସମଗ୍ର ଦେଶରେ କାୟା ମେଲାଇଛି କରୋନା । ଦେଶର ବହୁ ଶକ୍ତିଶାଳୀ ରାଷ୍ଟ୍ରମାନେ ଏବେ କରୋନା କବଳରେ ପଡିଛନ୍ତି । ଆମେରିକାରେ ଏହି ରୋଗ ଯୋଗୁଁ ଆକ୍ରାନ୍ତ ହୋଇଛନ୍ତି 2,45,088ଜଣ । ସେହିପରି ଏହି ରୋଗରେ ମୃତ୍ୟୁବରଣ କରିଛନ୍ତି 6,075ଜଣ । ସେହିପରି ଇଟାଲୀରେ ସର୍ବାଧିକ ରୋଗୀ ମୃତ୍ୟୁବରଣ କରିଛନ୍ତି। ଇଟାଲୀରେ ସର୍ବମୋଟ୍ 13, 915 ଜଣ ମୃତ୍ୟୁବରଣ କରିଥିବାବେଳେ 1 ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସେହିପରି ସ୍ପେନ୍ରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ରହିଥିବାବେଳେ 10ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଛନ୍ତି । ଫ୍ରାନ୍ସରେ 59ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାବେଳେ 5 ହଜାରରୁ ଉର୍ଦ୍ଧ୍ବ ଲୋକେ ମୃତ୍ୟୁବରଣ କରିଛନ୍ତି । ଇରାନ୍ରେ…
ଭୁବନେଶ୍ବର, ବର୍ତ୍ତମାନ ସାରା ବିଶ୍ବରେ ଯେପରି ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଦୃଷ୍ଟିରେ ରଖି ଘର ମାଲିକମାନେ ବଦାନ୍ୟ ହେବା ଆବଶ୍ୟକ। ଅନ୍ତତଃ ପକ୍ଷେ ତିନି ମାସ ପାଇଁ ଘରଭଡା ନ ମାଗିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ଟୁଇଟ୍ ଏ ସଂପର୍କରେ ସେ ଲେଖିଛନ୍ତି ଯେ, ଘରମାଲିକମାନେ ମଧ୍ୟ ଏପରି ଦୁଃସ୍ଥିତି ସମୟରେ କାହାକୁ ଘରୁ ବାହାର କରିବା ମଧ୍ୟ ଠିକ୍ ନୁହେଁ। ଏହି ଛାଡ ବେଳେ ମୁଖ୍ୟତଃ ଗରିବ ଲୋକଙ୍କ ପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। କରୋନା ପାଇଁ ବର୍ତ୍ତମାନ ସାରା ପୃଥିବୀ ଲକଡାଉନ ଅବସ୍ଥାରେ ଅଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ପରିସ୍ଥିତିରେ ଲୋକମାନେ ରୋଜଗାର କରିବା ମଧ୍ୟ ସମ୍ଭବପର ନୁହେଁ। ସେହିପରି ଭାରତରେ ମଧ୍ୟ କରୋନା ଭଇରସ ତାଣ୍ଡବ ସୃଷ୍ଟି କରିବାରେ ଲାଗିଛି। ଏପରି କ୍ଷେତ୍ରରେ ବିଭିନ୍ନ କଂପାନୀମାନେ ସରକାରଙ୍କୁ ସହଯୋଗ କରିବାକୁ ହାତ ବଢାଇଛନ୍ତି। ବିଭିନ୍ନ…
ନୂଆଦିଲ୍ଲୀ : ଗତ 24 ଘଣ୍ଟାରେ ସରକାରୀ ତଥ୍ୟ ଅନୁସାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୦ ଛୁଇଁଛି। ସେହିପରି ୨୪ ଘଣ୍ଟାରେ ୩୨୮ ଜଣ ସଂକ୍ରମିତ ହେବାରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୯୬୫ରେ ପହଞ୍ଚି ଯାଇଛି। ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୧୫୧ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି। ଦେଶରେ କରୋନା ପ୍ରକୋପ ଦ୍ରୁତ ଗତିରେ ବଢି ଚାଲିଛି । ଗତ 24 ଘଣ୍ଟା ମଧ୍ୟରେ କରୋନାର ନୂତନ 500ଟି ମାମଲା ସାମ୍ନାକୁ ଆସିଛି । ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀରେ 141ଟି ନୂତନ ମାମଲା ସାମ୍ନାକୁ ଆସିଛି । ଏଥିରୁ 129ଟି ମାମଲା ମରକଜରୁ ସମ୍ପର୍କିତ ରହିଥିଲେ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2500 ପାର୍ କରିଛି। ଦିଲ୍ଲୀର ନିଜାମୁଦ୍ଦିନ ସ୍ଥିତ ତବଲିଗି ଜମାତକୁ ଖାଲି କରାଯାଇଛି । କିନ୍ତୁ ଦେଶରେ କରୋନାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀରେ…

