ଚେନ୍ନାଇ : କରୋନାକୁ ନେଇ ଦେଶବ୍ୟାପୀ ଆତଙ୍କ ଦେଖାଦେଇଥିବା ବେଳେ ଏହାକୁ ଏକ ନିର୍ଦ୍ଦିଷ୍ଟ ଧର୍ମ ସହିତ ଯୋଡିବାକୁ ଚେଷ୍ଟା କରାଯାଉଛି । ଏହାକୁ କଡା ସମାଲୋଚନା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ । ଏପରି ଦେଶବ୍ୟାପୀ ସଙ୍କଟ ସମୟରେ ରାଜନୈତିକ ପରିସରରୁ ଉପରକୁ ଉଠି ବିପର୍ଯ୍ୟୟର ମୁକାବିଲା କରିବା ଉଚିତ୍ ବୋଲି ପଲାନିସ୍ୱାମୀ କହିଛନ୍ତି । କୌଣସି ଧର୍ମ ସହିତ ବିପର୍ଯ୍ୟୟକୂ ଯୋଡିବା ଅନୁଚିତ୍ ଏବଂ କରୋନା ଆକ୍ରାନ୍ତଙ୍କୁ ସ୍ନେହ ଶ୍ରଦ୍ଧା ସହିତ ୠ୍ରହଣ କରାଯିବା ଉଚିତ୍ ବୋଲି ପଲାନିସ୍ୱାମୀ କହିଛନ୍ତି । ଏହି ଭାଇରସ୍ କୌଣସି ଜାତି ଏବଂ ଧର୍ମ ଦେଖି ଆକ୍ରମଣ କରିନଥାଏ ତେଣୁ ଏପରି ଜାତିବାଦକୁ ବିରୋଧ କରିବା ଉଚିତ୍ । ଏହା ବିରୋଧରେ ସୋସିଆଲ ମିଡିଆରେ କୌଣସି ଅପପ୍ରଚାର କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଲାନିସ୍ୱାମୀ ପ୍ରକାଶ କରିଛନ୍ତି ।
Author: Samikhsya Bureau
(ସମୀକ୍ଷା ବ୍ୟୁରୋ) ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଗତ ଦଶ ଦିନ ଭିତରେ ପ୍ରାୟ ଅଢେଇ ହଜାର ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆଜି ରାତି ୮ଟା ସୁଦ୍ଧା ଦେଶରେ ୩୦୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ଭିତରେ ୫୨୫ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆଜି ସୁଦ୍ଧା ଦେଶରେ ୨୧୩ ରୋଗୀ କରୋନା କବଳରୁ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୬ରେ ପହଞ୍ଚିଛି ବୋଲି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଅନ୍ୟ ଏକ ସୂତ୍ର ଇଣ୍ଡିଆ କୋଭିଡ୧୯ ଟ୍ରାକର ଅନୁସାରେ ଦେଶରେ ୩୪୯୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୯୧ ରେ ପହଞ୍ଚିଛି। ଏହି ୱେବ ସାଇଟର ସୂଚନା ମୁତାବକ ମହାରାଷ୍ଟ୍ରରେ ସର୍ବାଧିକ ୫୩୭, ତାମିଲନାଡୁରେ ୪୮୫, ଦିଲ୍ଲୀରେ ୪୪୫, କେରଳରେ ୩୦୬, ତେଲେଙ୍ଗାନାରେ ୨୨୯, ଉତ୍ତର ପ୍ରଦେଶରେ…
ଭୁବନେଶ୍ବର, ଆସନ୍ତା ୫ ତାରିଖ ରବିବାର ରାତି ୯ଟା ବେଳେ ଜନସାଧାରଣଙ୍କୁ ସ୍ବେଚ୍ଛାକୃତ ଭାବରେ ଆଲୁଅ ଲିଭାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଛନ୍ତି। ସେହି ପରିପ୍ରେକ୍ଷୀରେ ଓଡିଶାରେ ଏହାକୁ କିପରି ପାଳନ କରାଯିବ ସେ ନେଇ ରାଜ୍ୟ ସରକାର ଏକ ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି। ସେଗୁଡିକ ହେଲା 1-ଜନସାଧାରଣ ନିଜ ନିଜ ଘରେ ଟିଭି, ରେଫିଜରେଟର ଓ ଏସି ଇତ୍ୟାଦି ଚାଲୁ ରଖିପାରିବେ। କେବଳ ଘରର ବଲବଗୁଡିକ ବନ୍ଦ କରିବେ। 2- ସେଦିନ ରାସ୍ତାଘାଟର ଆଲୋକ ବ୍ୟବସ୍ଥା ବନ୍ଦ ହେବ ନାହିଁ 3- ହସ୍ପିଟାଲ୍ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ସଂସ୍ଥାଗୁଡ଼ିକରେ ବିଦ୍ୟୁତ ବ୍ୟବସ୍ଥା ଜାରି ରହିବ । 4-ବିଭିନ୍ନ ହାଉସିଂ ସୋସାଇଟି/ ଆପାର୍ଟମେଣ୍ଟଗୁଡ଼ିକରେ ମେନ୍ ସୁଇଚ୍ ଅଫ୍ ନ କରିବାକୁ ଅନୁରୋଧ କରାଯାଇଛି । 5-ଜନସାଧାରଣ ସେଦିନ ରାତି ୯ଟା ୯ ମିନିଟ୍ ପରେ ନିଜ ଘରର ଆଲୁଅଗୁଡ଼ିକୁ ଅଳ୍ପ ସମୟ ବ୍ୟବଧାନରେ କ୍ରମେ କ୍ରମେ ସୁଇଚ୍ଗୁଡ଼ିକୁ…
ନୂଆଦିଲ୍ଲୀ : ଦେଶରେ କରୋନା ସଙ୍କ୍ରମଣକୁ ନେଇ ସରକାରଙ୍କ ପକ୍ଷରୁ ନୂତନ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ ଦେଶର ୪୪ ପ୍ରତିଶତ କରୋନା ଆକ୍ରାନ୍ତଙ୍କ ବୟସ ୨୧ରୁ ୪୦ ମଧ୍ୟରେ ରହିଛି । ଯୁବପିଢି ଏହି ଭାଇରସ୍ ଦ୍ୱାର ସର୍ବାଧିକ ସଙ୍କ୍ରମିତ ହୋଇଛନ୍ତି । ୦-୨୦ ବର୍ଷ ବୟସ ସୀମା ମଧ୍ୟରେ ମାତ୍ର ୯ ପ୍ରତିଶତ ସଂକ୍ରମଣ ହୋଇଥିବା ବେଳେ ୪୧-୬୦ ବୟସ ମଧ୍ୟରେ ୩୩ ଏବଂ ୬୦ରୁ ଉର୍ଦ୍ଧ୍ୱ ବୟସର ୧୭ ପ୍ରତିଶତ ରୋଗୀ ରହିଛନ୍ତି । ସହାକରୀ ସ୍ୱାସ୍ଥ୍ୟ ସଚିବ ଲବ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୨ ରହିଥିବା ବେଳେ ତନ୍ମଧ୍ୟରୁ ୫୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ରହିଥିବା ରୋଗୀ ମାନେ ମୁଖ୍ୟତଃ ମଧ୍ୟପ୍ରଦେଶ, ଦିଲ୍ଲୀ ଏବଂ କେରଳର ବୋଲି ଜଣାପଡିଛି ।
(ସମୀକ୍ଷା ବ୍ୟୁରୋ) ଆଜି ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲ କଲେଜରେ ପରୀକ୍ଷା ହୋଇଥିବା ୩୮ ଯାକ ନମୁନାରେ କରୋନା ଭୂତାଣୁ ମିଳିନାହିଁ ବୋଲି ଓଡିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ତେବେ ଜାତୀୟ ଆଞ୍ଚଳିକ ଲାବୋରେଟୋରି ଏବଂ କଟକ ବଡ ମେଡିକାଳର ପରୀକ୍ଷା ରିପୋର୍ଟ ଏଯାଏ ସୂଚିତ ହୋଇନାହିଁ। ଆଜି ପର୍ୟନ୍ତ ସର୍ବମୋଟ ୧୩୯୫ ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୨୦ ଜଣଙ୍କ ନମୁନା କରୋନା ପୋଜିଟିଭ ବୋଲି ଜଣା ପଡିଛି। ଇତିମଧ୍ୟରେ ଦୁଇ ଜଣ ଆକ୍ରାନ୍ତ ସଂପୂର୍ଣ୍ଣ ସୁସ୍ଥ ହୋଇ ସାରିଥିବାରୁ ଏବେ ରାଜ୍ୟରେ ୧୮ ଜଣ ଆକ୍ରାନ୍ତ ରହିଛନ୍ତି। ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ୯୧ ଜଣ ସନ୍ଦିଗଧ ରୋଗୀଙ୍କୁ ଅଲଗା କରି ପର୍ଯବେକ୍ଷଣରେ ରଖାଯାଇଛି।
ଭୁବନବେଶ୍ବର, ଗତକାଲି ରାଜ୍ୟ ସରକାର ଭୁବନେଶ୍ବରକୁ ସଂପୂର୍ଣ୍ଣ ସର୍ଟଡାଉନ ଘୋଷଣା କରିବା ପରେ ଏହା ହେଉଛି ଆକାଶ ମାର୍ଗରୁ ଭୁବନେଶ୍ବରର ଦୃଶ୍ୟ।
ନୂଆଦିଲ୍ଲୀ : କରୋନା ପ୍ରଭାବରେ ସମଗ୍ର ବିଶ୍ୱର ଅର୍ଥନୀତି ତଳୁଆ ରହିଥିବା ବେଳେ ଆମେରିକା ଏହା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ବିଗତ ଦୁଇ ସପ୍ତାହ ମଧ୍ୟରେ ୭ ଲକ୍ଷ ଆମେରିକୀୟଙ୍କୁ ଚାକିରିରୁ ଛଟେଇ କରାଯାଇଛି । ଦୁଇ ସପ୍ତାହ ମଧ୍ୟରେ ବେକାରୀ ସମସ୍ୟା ୩.୫ରୁ ବୃଦ୍ଧି ପାଇ ୪.୪ ପ୍ରତିଶତରେ ପହଞ୍ଚିଥିବା ନେଇ ଟ୍ରମ୍ପ ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଛଟେଇ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ସର୍ବାଧିକ ବାର୍, ରେଷ୍ଟୁରାଣ୍ଟ ଏବଂ ରିଟେଲ୍ ସପ୍ରେ କାମ କରୁଥିଲେ । ଏହି ପରସ୍ଥିତି ଆହୁରି ଗମ୍ଭୀର ରୂପ ନେବା ସହିତ ଆଗାମୀ ଦିନରେ ଅଧିକ ଛଟେଇର ସମ୍ଭାବନା ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ଛଟେଇ ୨୦୦୯ ମାନ୍ଦାବସ୍ଥା ସମୟର ୮ ଲକ୍ଷ ଛଟେଇକୁ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି ।
ସମୀକ୍ଷା ବ୍ୟୁରୋ ବାଲେଶ୍ବର: ବେଧଡକ ଭାବେ ବେଆଇନ ଦେଶୀ ମଦ କାରବାର ଚାଲିଥିବାର ଅଭିଯୋଗ ହୋଇଛି। ବାଲେଶ୍ବର ଜିଲ୍ଲାର ବାଲିଖଣ୍ଡ ପୁରୁଷୋତ୍ତମପୁର ଗ୍ରାମଠାରେ ଏପରି ହେଉଥିବାର ଖବର ମିଳିଛି। ଅନେକ ବର୍ଷ ଧରି ଏହି ଗାଁରେ ଦେଶୀ ମଦ ବେଆଇନି ଭାବରେ ତିଆରି କରାଯାଉଥିବାବେଳେ ଏହାକୁ ପିଇବା ପାଇଁ ନିକଟସ୍ଥ ଅଞ୍ଚଳର ଅନେକ ଯୁବକ ଆସୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଗ୍ରାମରେ ଏପରି ଅସାମାଜିକ କାର୍ଯ୍ୟକୁ ବୁଦ୍ଧିଜୀବୀମାନେ ନିନ୍ଦା କରିଛନ୍ତି। ସମ୍ପ୍ରତି ଲକ୍ ଡାଉନ ସମୟରେ ରାଜ୍ୟ ସରକାରଙ୍କ ତରଫରୁ ମଦ ଦୋକାନ ଖୋଲିବାକୁ ନେଇ କଟକଣା ଜାରି ହୋଇଥିବାବେଳେ ଏହି ବେଆଇନ ଦେଶୀ ମଦ ପିଇବା ପାଇଁ ନିକଟସ୍ଥ ଗ୍ରାମରୁ ଅନେକ ଯୁବକମାନେ ଆସୁଛନ୍ତି। ଏହି ବେଆଇନ ଦେଶୀ ମଦ କାରୋବାରକୁ ନେଇ ପୂର୍ବରୁ ଗ୍ରାମବାସୀମାନେ ଅନେକ ଥର ଅଭିଯୋଗ କରିଥିଲେ ବି କୌଣସି ସୁଫଳ ପାଇପାରିନାହାନ୍ତି। ଏବେ ରାଜ୍ୟରେ କରୋନାର ଭୟଙ୍କର ସଂକଟ ସମୟରେ ଦେଶୀ ମଦ…
ଫ୍ଲୋରିଡା : କରୋନା ଭାଇରସ୍ ସାରା ଦୁନିଆରେ ମୃତ୍ୟୁର ତାଣ୍ଡବ ରଚୁଥିବାବେଳେ ବିଶ୍ବରେ ମୃତ୍ୟୁ ସଂଖ୍ୟା 59 ହଜାର ପାର କରିସାରିଲାଣି । ଆମେରିକାର ଏହି ରୋଗ ଏବେ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଆମେରିକାର ଫ୍ଲୋରିଡା ସହରରେ ଜଣେ ଦମ୍ପତିଙ୍କ ମୃତ୍ୟୁ ଏହି ଭୟାନକ କରୋନା ଯୋଗୁଁ ହୋଇଛି । ମାତ୍ର ଛଅ ମିନିଟ୍ ବ୍ୟବଧାନ ଭିତରେ ଏହି ଦମ୍ପତି କରୋନା ଯୋଗୁଁ ପ୍ରାଣ ହାରିଛନ୍ତି । ମିଳିଥିବା ସୂଚନା ଅନୁସାରେ ସ୍ବାମୀଙ୍କୁ 74 ବର୍ଷ ବୟସ ହୋଇଥିବାବେଳେ ସ୍ତ୍ରୀଙ୍କ ବୟସ 72 ବର୍ଷ । ରବିବାର ଦିନ ଏହି ଦୁହେଁ କରୋନା ଯୋଗୁଁ ପ୍ରାଣ ହାରିଛନ୍ତି । ଦୁହିଁଙ୍କ ବିବାହ 51 ବର୍ଷ ହୋଇଥିଲା । ସ୍ବାମୀ ସ୍ତ୍ରୀ ଉଭୟ ମାର୍ଚ୍ଚର ମଧ୍ୟମ ସପ୍ତାହ ସୁଦ୍ଧା ସୁସ୍ଥ ରହିଥିବାବେଳେ ଶେଷ ଆଡକୁ ଏହି ମହାମାରୀର ସଂକ୍ରମଣରେ ଆସିଥିଲେ । ପ୍ରଥମେ ସ୍ବାମୀ ଜଣକ ଏହି ରୋଗରେ ସଂକ୍ରମିତ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି କରୋନା ସମ୍ପର୍କିତ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟସରକାରଙ୍କ କୋଭିଡ-19ର ମୁଖପାତ୍ର ସୁବ୍ରତ ବାଗ୍ଚୀ। ଏହି ଅବସରରେ ନିଜାମୁଦ୍ଦିନ ଫେରନ୍ତାଙ୍କୁ ନିର୍ଭୟରେ ଆଗେଇ ଆସି ସରକାରଙ୍କ ନିକଟରେ ତଥ୍ୟ ଦେବାକୁ ନିବେଦନ କରିଛନ୍ତି ବାଗ୍ଚୀ । ସେହିପରି ଯଦି କୌଣସି ବ୍ୟକ୍ତି ଯଦି ନିଜାମୁଦ୍ଦିନରୁ ଫେରିଛନ୍ତି କିମ୍ବା ସେମାନଙ୍କ ସହ କୌଣସି ଲୋକ ସଂସ୍ପର୍ଶରେ ଆସିଛନ୍ତି ତେବେ ତାଙ୍କ ମାଆ ଓ ଭଉଣୀମାନେ ସେମାନଙ୍କୁ ବୁଝାନ୍ତୁ ଆଉ ୧୦୪କୁ କଲ କରି ସବିଶେଷ ତଥ୍ୟ ଦିଅନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ନିବେଦନ କରିଥିବା ବାଗଚୀ କହିଛନ୍ତି । ତବଲିଗ ଜମାତରୁ ଫେରିଥିବା 28ଜଣଙ୍କୁ ରାଜ୍ୟ ସରକାର ଟେଷ୍ଟ କରାଯାଇଛି । ସେଥିରୁ 25ଟି ନମୂନା ନେଗେଟିଭ ଆସିଥିବା ବେଳେ ୩ ଜଣଙ୍କ ପଜିଟିଭ ଆସିଛି । ଏହି ତିନି ଜଣ ଯାଜପୁର, କଟକ ଓ ପୁରୀ ଅଞ୍ଚଳର ବୋଲି ଜଣାପଡିଛି । ଆଜି ମୁଖ୍ୟମନ୍ତ୍ରୀ ମଧ୍ୟ…
ନୂଆଦିଲ୍ଲୀ : କରୋନାକୁ ନେଇ ସମଗ୍ର ଦେଶରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀପ ଜଳାଇବା ଫଣ୍ଡାକୁ ସମାଲୋଚନା କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଦୀପଦାନ ଦ୍ୱାରା ଦେଶରେ କରୋନାକୁ ଲାଗି ରହିଥିବା ସଙ୍କଟ ପ୍ରଶମିତ ହେବ ନାହିଁ ବୋଲି ରାହୁଲ ମତ ଦେଇଛନ୍ତି । ଭାରତ ସରକାର ଆବଶ୍ୟକୀୟ ସଂଖ୍ୟ ଟେଷ୍ଟ କରୁନାହାନ୍ତି ଏବଂ ପ୍ରତିବଦଳରେ ତାଳି ମାରିବା ଓ ଦୀପଦାନ ଭଳି କାମ କରିବାକୁ କହୁଛନ୍ତି । ଏହା ଦେଶରେ କରୋନା ସଙ୍କଟକୁ ପ୍ରତିହତ କରିବାରେ ସଫଳ ହେବ ନାହିଁ ବୋଲି ୱାୟନାଡ ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟ୍ କରିଛନ୍ତି । ଭାରତରେ ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ମାତ୍ର ୨୯ ଜଣଙ୍କର ଟେଷ୍ଟ କରାଯାଉଛି । ଏହି ତାଲିକାରେ ଭାରତ ପାକିସ୍ତାନ ଠାରୁ ମଧ୍ୟ ପଛରେ ରହିଛି । ଦକ୍ଷିଣ କୋରିଆରେ ୭୬୨୨, ଇଟାଲୀରେ ୭୧୨୨, ଜର୍ମାନୀରେ…
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ଆତଙ୍କ ବଢି ଚାଲିଥିବା ବେଳେ ଜେଲ୍ରେ କରୋନାକୁ ବ୍ୟାପିବାରୁ ରୋକିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିଛନ୍ତି ଦୁଇ ରାଜ୍ୟ । ଦୁଇ ଉତ୍ତର ପୂର୍ବୀୟ ରାଜ୍ୟ ତ୍ରିପୁରା ଓ ମିଜୋରାମ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଦୁଇ ରାଜ୍ୟ ୯୦୦ କଏଦୀଙ୍କୁ ଅନ୍ତରୀଣ ଜାମିନରେ ଛଡାଯିବାକୁ ନିଷ୍ପତ୍ତି ନେଇଛନ୍ତି । ପିଆର୍ ବଣ୍ଡ ବଳରେ ଏହି କଏଦୀ ମାନଙ୍କୁ ଅନ୍ତରୀଣ ଜାମିନରେ ଛଡାଯିବ ବୋଲି ଜେଲ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ୪୮ ସ୍ୱତନ୍ତ୍ର କଏଦୀଙ୍କ ସମେତ ବିଚାର ପ୍ରକ୍ରିୟାରେ ରହିଥିବା ୨୯୦ କଏଦୀଙ୍କୁ ଅନ୍ତରୀଣ ଜାମିନରେ ଛାଡିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ମିଜୋରାମ ସରକାର । ସେହିପରି ତ୍ରିପୁରା ସରକାର ୫୫୭ କଏଦୀଙ୍କୁ ଅନ୍ତରୀଣ ଜାମିନରେ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ତ୍ରିପୁରା ଆଇଜି ଜୟଦୀପ ନାୟକ ପ୍ରକାଶ କରିଛନ୍ତି ।
ରଞ୍ଜିତ୍ ପଣ୍ଡା କୁଜଙ୍ଗ : କୁଜଙ୍ଗ ବ୍ଲକର ଅତିରିକ୍ତି ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ରାତି ଅଧିଆ ବଦଳି ପରେ ଆଜି ଜିଲ୍ଲାପାଳ ଅତିରିକ୍ତ ତହସିଲ ଦାରଙ୍କୁ ନୂତନ ବିଡିଓ ଦାୟିତ୍ବ ଦେଇଛନ୍ତି । ରାତିଅଧିଆ ଏବିଡିଓଙ୍କ ବଦଳିକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ମିଳିଥିବା ସୂଚନା ଅନୁସାରେ କୁଜଙ୍ଗ ବ୍ଲକର ବିଡିଓ ଭାବରେ ଅତିରିକ୍ତ ବିଡିଓ ସନ୍ତୋଷ କୁମାର ଶତପଥୀ କାର୍ଯ୍ୟ କରୁଥିଲେ। କିନ୍ତୁ ଅଚାନକ ଗତକାଲ ରାତିରେ ତାଙ୍କୁ ବଦଳି କରାଯାଇଛି। ହଠାତ୍ ଏପରି ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ରାତି ଅଧିଆ ବଦଳିକୁ ନେଇ ଅନେକ ଚର୍ଚ୍ଚା ହେବା ସହ ଏନେଇ ଖବର ମଧ୍ୟ ପ୍ରକାଶିତ ହୋଇଥିଲା। ଖବର ବାହାରିବା ପରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ତୁରନ୍ତ କୁଜଙ୍ଗ ତହସିଲ କାର୍ଯ୍ୟାଳୟରେ ଥିବା ଅତିରିକ୍ତ ତହସିଲଦାର ପୂଜା ଲେଙ୍କାଙ୍କୁ ବିଡ଼ିଓ ଦାୟିତ୍ୱ ଦେଇଛନ୍ତି । ସେହିପରି କୁଜଙ୍ଗ ବ୍ଲକ୍ ରେ ଗ୍ରାମ ପଞ୍ଚାୟତ ଅଫିସର୍ (ଜିପିଓ) ଦାୟିତ୍ବରେ…
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଫୁଟବଲ୍ ବିଶ୍ୱକପ୍କୁ ସ୍ଥଗିତ କରାଯାଇଛି । ଆସନ୍ତା ନଭେମ୍ବର ମାସରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ୱକପ୍କୁ ସ୍ଥଗିତ ରଖାଯାଇଛି । ନଭେମ୍ବର ୨ରୁ ୨୧ ପର୍ଯ୍ୟନ୍ତ ଭାରତରେ ଅନୁଷ୍ଠିତ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍କୁ ସ୍ଥଗିତ ରଖାଯାଇଛି । ଫିଫା ପକ୍ଷରୁ ଶନିବାର ଦିନ ଏହି ଘୋଷଣା କରାଯାଇଛି । ଭାରତୀୟ ମହିଳା ଦଳ ପାଇଁ ଏହି ଖବର ନିରାଶାଜନକ ରହିଛି । ପ୍ରଥମ ଥର ପାଇଁ ଭାରତୀୟ ଦଳ ଆୟୋଜକ କୋଟାରେ ବିଶ୍ୱକପ୍ରେ ଅଂଶଗ୍ରହଣ କରିଥାନ୍ତା । ତେବେ ଫିଫା ପକ୍ଷରୁ ଏହା ମଧ୍ୟ ସ୍ପଷ୍ଟୀକରଣ ଦିଆଯାଇଛି ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିବା ବେଳେ ଏହାକୁ ଭାରତରୁ ସ୍ଥାନାନ୍ତର କରାଯାଇନାହିଁ ।
ମୁମ୍ବାଇ : ସାରା ଭାରତରେ କରୋନା ବ୍ୟାପିଥିବାବେଳେ ଏହି କରୋନା କାହାରିକୁ ବି ଛାଡୁ ନାହିଁ । ଏହି କରୋନାରେ ଆକ୍ରାନ୍ତ ହୋଇଛନ୍ତି ଛଅ ମାସର ଶିଶୁ । ମୁମ୍ବାଇର କଲ୍ୟାଣର ଜଣେ ମହିଳା କରୋନା ଆକ୍ରାନ୍ତ ଛ’ ମାସର ଶିଶୁକୁ ନେଇ ତିନି ତିନିଟା ହସ୍ପିଟାଲକୁ ଦୌଡ଼ିବାକୁ ପଡିଛି । ମିଳିଥିବା ସୂଚନା ଅନୁସାରେ ମହିଳାଙ୍କ ଶଶ୍ବୁରଙ୍କ ନିକଟରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା। ଏହା ପରେ ମହିଳା ଜଣକ ନିଜ ଛଅ ମାସର ଶିଶୁକୁ ନେଇ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ତିନି ତିନିଟି ହସ୍ପିଟାଲ ବୁଲିବାକୁ ପଡିଥିଲା । ଗୁରୁବାର ଦିନ ମହିଳାଙ୍କ 67 ବର୍ଷୀୟ ଶ୍ବଶୁର କରେନା ପଜିଟିଭି ଚିହ୍ନଟ ହେବା ପରେ ଘରେ ରହୁଥିବା ଅନ୍ୟ ପାଞ୍ଚଜଣ ସଦସ୍ୟଙ୍କ ପରୀକ୍ଷା ହେବା ପାଇଁ ଆଇସୋଲେସନ୍ ପାଇଁ ନଗରପାଳିକା ହସ୍ପିଟାଲକୁ ପଠାଯାଇଥିଲା ମହିଳା ଜଣକ କହିଛନ୍ତି ଯେ, ସେ ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି ଜଣକୁ…
ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ: ମହାମାରୀ କରୋନା ଭାରତରେ ବ୍ୟାପିଚାଲିଥିବାବେଳେ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲର 108 ଡାକ୍ତର ଓ ନର୍ସଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଏହି ଷ୍ଟାଫ ଦୁଇ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏହି ଦୁଇ କରୋନା ଆକ୍ରାନ୍ତଙ୍କ ଦ୍ଵିତୀୟ ଟେଷ୍ଟ ରିପୋର୍ଟ ମଧ୍ୟ କରୋନା ପଜିଟିଭ ଆସିଥିଲା। ଡାକ୍ତରଖାନାର ଏହି 108 ଜଣଙ୍କ ମଧ୍ୟରୁ 85 ଜଣ ହୋମ କ୍ୱାରେଣ୍ଟାଇନ୍ରେ ରହିଥିବାବେଳେ ଅନ୍ୟ 23 ଜଣଙ୍କୁ ଡାକ୍ତରଖାନାରେ ରଖାଯାଇଛି। ଏବେ ଏକ ଡାକ୍ତରୀ ଟିମ୍ ଏହି ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ନଜର ରଖିଛି। ତେବେ ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କେହି କରୋନା ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇନାହିଁ।
ପୁରୀ, ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବର୍ତ୍ତମାନ କରୋନା ଭାଇରସ ଉପରେ ସିରିଜ ବାଲୁକା କଳା କରିବାରେ ଲାଗିଛନ୍ତି। ପୁରୀ ବେଳାଭୂମିରେ କେହି ଦର୍ଶକ ନ ଥିଲେ ମଧ୍ୟ ସେ ତାଙ୍କର କଳା ମାଧ୍ୟମରେ ସଚେତନା ବଜାଇ ରଖିଛନ୍ତି। ଏହି ଭାଇରସ ବ୍ୟାପିବା ଦିନଠାରୁ ସୁଦର୍ଶନ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଳା କରି ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛନ୍ତି। ସେହିପରି ଯେତେବେଳେ ଲକଡାଉନ ଘୋଷଣା ହେଲା ସେତେବେଳେ ଘରେ ରୁହନ୍ତୁ ନେଇ ଏକ ବାଲୁକା କଳା କରିଥିଲେ। ଯାହା ବିଶ୍ବର ବିଭିନ୍ନ ଉଚ୍ଚ ବର୍ଗ ପ୍ରଶଂସା କରିଥିଲେ। ବର୍ତ୍ତମାନ ସୁଦର୍ଶନ ଏହି ଭାଇରସ ଆକ୍ରାନ୍ତ ପାଇଁ ସେବା କରୁଥିବା ଡାକ୍ତର ଓ ନର୍ସଙ୍କ ପାଇଁ ନିର୍ମାଣ କରିଛନ୍ତି ଏକ ବାଲୁକା କଳା। ଏଥିରେ ସେ ଷ୍ଟେଥୋ ଧରିଥିବା ଡାକ୍ତର ଏବଂ ନର୍ସର ବାଲୁକା ମୂର୍ତ୍ତି କରିଛନ୍ତି। ସେହି ଷ୍ଟେଥୋରେ ଆମେ ଆପଣଙ୍କ ପାଇଁ ବୋଲି ସୁନ୍ଦର ସ୍ଲୋଗାନଟିଏ…
ରଞ୍ଜିତ୍ କୁମାର ପଣ୍ଡା କୁଜଙ୍ଗ : କୁଜଙ୍ଗ ବ୍ଲକର ଅତିରିକ୍ତି ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ରାତି ଅଧିଆ ବଦଳିକୁ ନେଇ ଚର୍ଚ୍ଚା। ମିଳିଥିବା ସୂଚନା ଅନୁସାରେ କୁଜଙ୍ଗ ବ୍ଲକର ବିଡିଓ ହେମନ୍ତ ନନ୍ଦ କାର୍ଯ୍ୟରେ ଯୋଗଦେବାର 10 ଦିନ ପରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଛୁଟିରେ ଥିବାବେଳେ ତାଙ୍କ ସ୍ଥାନରେ ଅତିରିକ୍ତ ବିଡିଓ ସନ୍ତୋଷ କୁମାର ଶତପଥୀ କାର୍ଯ୍ୟ କରୁଥିଲେ। କିନ୍ତୁ ଅଚାନକ ଗତକାଲି ରାତିରେ ତାଙ୍କୁ ବଦଳି କରାଯାଇଛି। ହଠାତ୍ ଏପରି ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ରାତି ଅଧିଆ ବଦଳିକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ସମ୍ପ୍ରତି ରାଜ୍ୟରେ କରୋନା ପରିସ୍ଥିତି ପାଇଁ ଲକ୍ ଡାଉନ୍ ଜାରି ହୋଇଥିବାବେଳେ ସମଗ୍ର ଜିଲ୍ଲା ପ୍ରଶାସନ ବେଶ୍ ତତ୍ପର ରହିଛନ୍ତି । ସେହିପରି କୁଜଙ୍ଗ ବ୍ଲକର ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଏହି ସମସ୍ତ କାର୍ଯ୍ୟକୁ ତଦାରଖ କରୁଥିବାବେଳେ ହଠାତ୍ ତାଙ୍କର ବଦଳିକୁ ନେଇ ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ…
ସମୀକ୍ଷା ବ୍ୟୁରୋ ପୁରୀ : ଦାନଗହିରକୁ ଦଶ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରାଗଲା । ପୁରୀ ଜିଲ୍ଲା ପିପିଲି ବ୍ଲକ ଦାନଗହିର ଗ୍ରାମକୁ ସଟ୍ ଡାଉନ୍ର ଘୋଷଣା କରାଯାଇଛି। ଏହି ଗ୍ରାମକୁ 10 ଦିନ ପାଇଁ ସଟ୍ ଡାଉନ୍ର ଘୋଷଣା କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ। ଗତକାଲି ପୁରୀ ଜିଲ୍ଲାର କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ପିପିଲି ଥାନା ଅନ୍ତର୍ଗତ ଦାନଗହିର ଗାଁକୁ ଆଜି ଜିଲ୍ଲା ପ୍ରଶାସନ ସିଲ୍ କରିଥିବା ଜଣାଯାଇଛି। ଏହାଛଡ଼ା ଏହି ଗାଁକୁ ୧୦ ଦିନ ଲାଗି ଅର୍ଥାତ୍ ୧୪ ତାରିଖ ଯାଏଁ ସଟଡାଉନ୍ ଘୋଷଣା କରାଯାଇଛି। ଆଜି ସକାଳ ୭ଟାରୁ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ବନ୍ଦ ରହିବ। ଏହା ଭିତରେ ରହୁଥିବା କୌଣସି ବାସିନ୍ଦା ବାହାରକୁ ଯିବେ ନାହିଁ। ଉପଜିଲ୍ଲାପାଳ ବିଭିନ୍ନ ଦଳ ମାଧ୍ୟମରେ ଅତ୍ୟାବଶ୍ୟକ ତଥା ଚିକିତ୍ସା ଆବଶ୍ୟକତା ଯୋଗାଣ ବ୍ୟବସ୍ଥା କରିବେ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଆଜି ପୁଣି ସଚେତନତାର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମାନବ ଜାତିର ସବୁଠାରୁ ବଡ ଶତ୍ରୁ, ଏହାକୁ ହରାଇବାକୁ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ସଚେତନତା ଦ୍ୱାରା ହିଁ , ଆମେ କରୋନା ସଂକ୍ରମଣକୁ ରୋକି ପାରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କରୋନାକୁ ଡରିବାର କିଛି ନାହିଁ । କିନ୍ତୁ ଆମକୁ ସାବଧାନ ରହିବାକୁ ପଡିବ । ଏଥିସହ ଦିଲ୍ଳୀ ନିଜାମୁଦ୍ଦିନ ସଭାରେ ଓଡିଶାରୁ ଯୋଗଦେଇଥିବା ସମସ୍ତଙ୍କୁ ଟ୍ରୋଲ ଫ୍ରି ନମ୍ବର ୧୦୪ରେ ତୁରନ୍ତ ଯୋଗଯୋଗ କରିବାକୁ ଅନୁରୋଧ କରିଛନ୍ତି । 24ଘଣ୍ଟା ମଧ୍ୟରେ ଏଥିପାଇଁ ଆଗେଇ ଆସନ୍ତୁ। ଏଥିପାଇଁ ଡରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଳମ୍ବ କଲେ ଏହା ନିଜ ସହିତ ନିଜ ପରିବାରକୁ ବିପଦରେ ପକାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମାଆମାନେ ନିଜ ପରିବାର ଓ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଗତକାଲି ରାତ୍ରି 8ଟାରୁ ଭୁବନେଶ୍ବର, କଟକ, ଭଦ୍ରକଠାରେ 48 ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି। ଏହି ସଟ୍ ଡାଉନ୍କୁ ଉଲ୍ଲଂଘନ କଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସୂଚନା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରରେ 45 ଜଣଙ୍କୁ ବାଧ୍ୟତାମୂଳକ କ୍ବାରେଣ୍ଟାଇନ୍ରେ ପଠାଯାଇଛି । ସଟ୍ ଡାଉନ୍ ସମୟରେ ବାହାରେ ବୁଲିବା ଏମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ନିୟମ ଭାଙ୍ଗି ଅଭିଯୋଗରେ ଆଉ 64 ଜଣଙ୍କୁ ଅଟକ ରଖାଯାଇଛି । ସେହିପରି ଗଳି ରାସ୍ତା, ବସ୍ତି ପାଇଁ ମଧ୍ୟ କଟକଣା ଲାଗୁ କରାଯାଇଛି । ରାଜ୍ୟରେ ଗତକାଲି 48 ଘଣ୍ଟିଆ ସଟ୍ ଡାଉନ୍ର ଘୋଷଣା କରାଯାଇଥିଲା । ଗତକାଲି ରାତ୍ରି 8ଟାରୁ ରବିବାର ରାତ୍ରି 8 ଘଟିକା ପର୍ଯ୍ୟନ୍ତ ସଟ୍ ଡାଉନ୍ର ଘୋଷଣା ହୋଇଛି। ଓଡ଼ିଶାରେ ସର୍ବମୋଟ 20ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇଥିବାବେଳେ ଭୁବନେଶ୍ବରରୁ 10 ଜଣ ରହିଛନ୍ତି…

