କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ୍‌ ସିଲ୍‌

Published: Apr 7, 2020, 8:34 am IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ୍‌ 14 ଦିନ ପାଇଁ ସିଲ୍‌ । କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙକୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖାଯିବା ନେଇ ସୂଚନା ଦିଆଯାଇଛି । ଜଣେ କରୋନା ପଜିଟିଭ ଲିଙ୍କ୍‌ରେ ହୋମ କ୍ବାରେଣ୍ଟିନ୍‌ ନିଆଯିବା ନେଇ ସୂଚନା ଦିଆଯାଇଛି । ସେଣ୍ଟ୍ରାଲ୍‌ ଇଣ୍ଟେଲିଜେନ୍ସ ବ୍ୟୁରୋର ଜଣେ କର୍ମଚାରୀ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ । ସଂକ୍ରମଣ ଆଶଙ୍କାରେ ସବୁ କର୍ମଚାରୀଙ୍କୁ ହୋମ କ୍ବାରେଣ୍ଟିନ୍‌ ରଖିବା ଯିବା ନେଇ ସୂଚନା ରହିଛି । ସ୍ବାବ୍‌ ନମୁନା ସଂଗ୍ରହ ପାଇଁ ଅଫିସ୍‌କୁ ସିଲ୍‌ କରାଯାଇଥିବାର ସୂଚନା ମଧ୍ୟ ରହିଛି । ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

Related posts