କରୋନା ସହ ଯୁଦ୍ଧରେ ସ୍ବାସ୍ଥ୍ୟ କର୍ମୀଙ୍କୁ ସାହାଯ୍ୟ କରୁଛନ୍ତି କଏଦୀ

Published: Apr 7, 2020, 3:32 pm IST

ମଧ୍ୟପ୍ରଦେଶ :  କରାେନା ସହ ଲଢେଇରେ କରୋନ ଯୋଦ୍ଧାଙ୍କୁ ସାହାଯ୍ୟ କରୁଛନ୍ତି କଏଦୀମାନେ । କରୋନା ଭାଇରସ୍‌ କାରଣରୁ ସୃଷ୍ଟି ହୋଇଥିବା ସୁରକ୍ଷା ଉପକରଣର ଅଭାବକୁ ଦୂର କରିବାରେ ସାହାଯ୍ୟ କରୁଛନ୍ତି କଏଦୀ । ବୈତୁଲ୍‌ରେ ସ୍ବାସ୍ଥ୍ୟ ଅଧିକାରୀ  କହିଛନ୍ତି ଯେ, କଏଦୀଙ୍କ ସହାୟତାରେ ସୁରକ୍ଷା କିଟ୍‌ ପ୍ରସ୍ତୁତ କରାଯାଊଛି। ପିପିଇ କିଟ୍‌ ସହିତ କଏଦୀମାନେ ପ୍ଲାଷ୍ଟିକ୍‌ର ‘ଫେସ୍‌ ସିଲ୍ଡ’ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଯାହାକୁ ଦଉଡ଼ି ସାହାଯ୍ୟରେ ମୁହଁରେ ଲଗାଯାଇପାରିବ ।

ବୈତୁଲ୍‌ର ମୁଖ୍ୟ ଚିକିତ୍ସା ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ମତରେ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପିପିଓ କିଟ୍‌କୁ ବିକଶିତ କରାଯାଉଛି । ବୈତୁଲ୍‌ ଜେଲର କଏଦୀମାନେ ଏହି କିଟ୍‌ ପ୍ରସ୍ତୁତରେ ସହଯୋଗ କରୁଛନ୍ତି । ଏହି କାର୍ଯ୍ୟ ପାଇଁ ସ୍ଥାନୀୟ ସାଂସଦଙ୍କ ତରଫରୁ କିଛି ଫଣ୍ଡର ବିନିଯୋଗ କରାଯାଇଛି । ପୂର୍ବରୁ ଏହି କଏଦୀମାନେ ମାସ୍କ ପ୍ରସ୍ତୁତ କରୁଥିଲେ । ଏପର୍ଯ୍ୟନ୍ତ 30 କିଟିସ୍‌ ପ୍ରସ୍ତୁତ କରିସାରିଲେଣି ଏହି କଏଦୀମାନେ । କରୋନା ଭାଇରସ ଚିକିତ୍ସା ସମୟରେ ସ୍ବାସ୍ଥ୍ୟ କର୍ମୀ, କ୍ବାରେଣ୍ଟାଇନ୍‌ ସେଣ୍ଟର, ହସ୍ପିଟାଲ, ପ୍ରୟୋଗଶାଳା ସବୁଠୁ ଏହି କିଟ୍‌ର ବହୁଳ ଉପଯୋଗ ହେଉଛି । (ଏଜେନ୍ସି)

Related posts