ଦେଶରେ ମୃତ୍ୟୁ ସଂଖ୍ୟା 114କୁ ବୃଦ୍ଧି

Published: Apr 7, 2020, 9:26 am IST

ନୂଆଦିଲ୍ଲୀ: ଚୀନରୁ ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଏବେ ପୃଥିବୀର 208ଟି ଦେଶକୁ କବଳିତ କରି ସାରିଛି। ସେହିପରି ଭାରତରେ ମଧ୍ୟ ଏହି ରୋଗର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସେହିପରି ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା 114କୁ ବୃଦ୍ଧି। ମୋଟ୍‌ 4,421ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ 3,981 ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିପରି କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଡିସ୍‌ଚାର୍ଜଙ୍କ ସଂଖ୍ୟା 326 ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ଦେଶରେ ସର୍ବାଧିକ ରୋଗୀ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ 748 ଜଣ ରୋଗୀ ରହିଥିବାବେଳେ ଏଥିରୁ 45ଜଣ ମୃତ୍ୟୁବରଣ କରିଥିବାବେଳେ ସୁସ୍ଥ ହୋଇଛନ୍ତି 56ଜଣ। ଏହାପଛକୁ ରହିଛି ଦିଲ୍ଲୀ। ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା 500ଟପିଥିବାବେଳେ ସାତ ଜଣ ଏହି ରୋଗରେ ମୃତ୍ୟୁବରଣ କରିଛନ୍ତି। ଗୁଜୁରାଟରେ କରୋନା ମୃତ୍ୟୁ ସଂଖ୍ୟା 12କୁ ବୃଦ୍ଧି ହୋଇଥିବାବେଳେ 144ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ତେଲେଙ୍ଗାନାରେ କରୋନ ଜନିତ ମୃତ୍ୟୁ 7 ରହିଥିବାବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 321ରେ ପହଞ୍ଚିଛି। ତାମିଲାନାଡୁରେ କରୋନା ସଂକ୍ରମିତଙ୍କ ସଂଖ୍ୟା 621ରେ ପହଞ୍ଚିଥିବାବେଳେ ଏଠାରେ ମୃତ୍ୟୁ ସଂଖ୍ୟା 5ରେ ପହଞ୍ଚିଛି।

କେଉଁ ରାଜ୍ୟରେ କିପରି ରହିଛି ସ୍ଥିତି

ଆନ୍ଧ୍ରପ୍ରଦେଶ             :     226

ଆଣ୍ଡାମାନ ନିକୋବର :     10

ଅରୁଣାଚଳ ପ୍ରଦେଶ  :       1

ଆସାମ               :      26

ବିହାର               :     32

ଚଣ୍ଡୀଗଡ            :     18

ଛତିଶଗଡ           :     10

ଦିଲ୍ଲୀ                 :    523

ଗୋଆ               :     7

ଗୁଜୁରାଟ            :      144

ହରିୟାଣା           :      90

ହିମାଚଳ ପ୍ରଦେଶ   :     13

ଜମ୍ମୁ କାଶ୍ମୀର       :      109

ଝାରଖଣ୍ଡ           :      4

କର୍ଣ୍ଣାଟକ            :      151

କେରଳ              :     327

ଲଦାଖ              :     14

ମଧ୍ୟପ୍ରଦେଶ     :        165

ମହାରାଷ୍ଟ୍ର        :        748

ମଣିପୁର         :        2

ମିଜୋରାମ      :        1

ଓଡ଼ିଶା            :         40

ପୁଡୁଚେରୀ       :         5

ପଞ୍ଜାବ           :         68

ରାଜସ୍ଥାନ        :        288

ତାମିଲନାଡୁ     :         621

ତେଲେଙ୍ଗାନା    :         321

ତ୍ରିପୁରା           :         1

ଉତ୍ତରାଖଣ୍ଡ      :        31

ତ୍ତତ୍ତରପ୍ରଦେଶ   :        305

ପଶ୍ଚିମବଙ୍ଗ      :         91

Related posts