ଜାରି ହେଲା ଟେଲି ମେଡିସିନ୍‌ ହେଲପ ଲାଇନ ନମ୍ବର

Published: Apr 7, 2020, 5:19 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ରାଜ୍ୟରେ ୧୦୪ ହେଲପ୍‌ ଲାଇନ ଜାରି ହୋଇଥିବାବେଳେ ଏବେ ସ୍ବତନ୍ତ୍ର ଟେଲି ମେଡିସିନ୍‌ ହେଲପ୍‌ ଲାଇନ ଜାରି ହେବ ବୋଲି ସୂଚନା ରହିଛି। ରାଜ୍ୟରେ ସ୍ବତନ୍ତ୍ର ଟେଲି ମେଡିସିନ ହେଲପ୍‌ ଲାଇନ ନଂ-୧୪୪୧୦ ଜାରି ହେବ। ଏହି ହେଲପ୍‌ ଲାଇନ୍‌ରେ ଫୋନ୍‌ କଲେ ଡାକ୍ତରୀ ପରାମର୍ଶ ମିଳିପାରିବ ବୋଲି ସୂଚନା ଦେଇଛନ୍ତି ପ୍ରଶାସକ କ୍ରିଷ୍ଣନ କୁମାର। ଟେଲି ମେଡିସିନ୍‌ ପରାମର୍ଶ ପାଇଁ ତିନିଶହ ଡାକ୍ତର ନିଯୁକ୍ତି ହୋଇଛନ୍ତି। ଆସନ୍ତାକାଲି ଦିନ ୧୧ଟାରୁ ଏହି ହେଲପ୍‌ ଲାଇନ୍‌ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ରହିଛି।

Related posts