Author: Samikhsya Bureau

ଭୁବନେଶ୍ବର, କରୋନା ଭୂତାଣୁ ସଂକ୍ରମଣର ସଂକଟ ସମୟରେ ରେଳମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ପୂର୍ବ ତଟ ରେଳପଥ ଆଇ.ଆର୍‌.ସି.ଟି.ସି. ସହ ମିଳିତ ଭାବେ ଏହାର ମୂଳ ରନ୍ଧନଶାଳା ଖୋର୍ଦ୍ଧାରୋଡ଼୍ ଓ ବିଶାଖାପାଟଣା ଫୁଡ଼୍‌କୋର୍ଟରୁ ଖାଦ୍ୟ ପ୍ରସ୍ତୁତ କରି ଏହାର ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନମାନଙ୍କରେ ଗରିବଲୋକଙ୍କୁ ବୃହତ୍ ଆକାରରେ ଖାଦ୍ୟ ସହ ପେପର୍‌ପ୍ଲେଟ୍ ଯୋଗାଇବାକୁ ପଦକ୍ଷେପ ଗ୍ରହଣ କରିଛି । ପୂର୍ବ ତଟ ରେଳପଥ ଏହାର ସମସ୍ତ ଏଜେନ୍‌ସି ସହ ରେଳ ସୁରକ୍ଷାବଳକୁ ଅନ୍ତର୍ଭୂକ୍ତ କରି ଏହାର ପରିସୀମା ମଧ୍ୟରେ ବହୁ ପରିମାଣରେ ଖାଦ୍ୟ ଗରିବଲୋକମାନଙ୍କୁ ବଣ୍ଟନ କରିଛି । ଏହା ବ୍ୟତୀତ ବିଭିନ୍ନ ବେସରକାରୀ ସଂଗଠନ, ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ, ରେଳ କର୍ମଚାରୀ ମିଳିତ ଭାବେ ଏହି ସେବା କାର୍ଯ୍ୟରେ ଯୋଗଦେବାକୁ ଆଗେଇ ଆସିଛନ୍ତି । ଯେହେତୁ ତାଲାବନ୍ଦ୍ ଘୋଷଣା କରାଯାଇଛି, ତେଣୁ ବିଭିନ୍ନ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ଖାଦ୍ୟ ରୁଚିକୁ ସାମ୍ନାରେ ରଖି ଆଇ.ଆର୍‌.ସି.ଟି.ସି. ଦକ୍ଷିଣରେ ଲେମନ୍…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି କରୋନା ଅପଡେଟ୍‌କୁ ନେଇ କରୋନା-19ର ରାଜ୍ୟସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି ଯେ, ଏଯାବତ୍‌ 1888ଟି ସାମ୍ପଲ୍‌ ଟେଷ୍ଟ ହୋଇଛି । ସେଥିରୁ 39ଟି ପଜିଟିଭି ବାହାରିଛନ୍ତି । ଭୁବନେଶ୍ବରରେ ସର୍ବାଧିକ 31 ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ଖୁବ ଶୀଘ୍ର ବୁର୍ଲା ଓ ବ୍ରହ୍ମପୁର ମେଡ଼ିକାଲ କଲେଜରେ କରୋନା ଟେଷ୍ଟ୍‌ । କରୋନା ଟେଷ୍ଟ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ବାଗ୍‌ଚୀ କହିଛନ୍ତି । ଉଭୟରେ କରୋନା ଟେଷ୍ଟ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ଦୈନିକ 300 ସାମ୍ପଲ ପରୀକ୍ଷା କରାଯାଉଛି ବୋଲି ସୁବ୍ରତ ବାଗ୍‌ଚୀ କହିଛନ୍ତି । ପାଞ୍ଚ ଦିନ ମଧ୍ୟରେ ଦୈନିକ 1 ହଜାର ସାମ୍ପଲ୍‌ ଟେଷ୍ଟ ପାଇଁ ଲକ୍ଷ୍ୟ ରଖାଯାଇଛି । କରୋନା ଆକ୍ରାନ୍ତ ତଥ୍ୟ ଦେଇ ସୁବ୍ରତ୍‌ ବାଗଚୀ କହିଛନ୍ତି ଯେ,…

Read More

ଭୁବନେଶ୍ବର, ଲକଡାଉନ ସମୟରେ ସାରା ରାଜ୍ୟ ଶୂନଶାନ, ଏପରି ସମୟରେ ନା ଅଛି କୋଳାହଳ ନା ଅଛି ଗାଡିର ବିକଟାଳ ଶଦ୍ଦ। ଏପରି ଶାନ୍ତ ସମୟରେ ଆକାଶ ମାର୍ଗରୁ ନିଆଯାଇଥିବା ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଅଞ୍ଚଳ।

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୂତାଣୁ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଏବେ ସମେସ୍ତ ସାହାଯ୍ୟର ହାତ ବଢାଇଛନ୍ତି। ଏହି ପରିପ୍ରେକ୍ଷୀରେ ରବିବାର ପୂର୍ବାହ୍ନରେ ପାରାଦୀପ ଟ୍ରକ୍‌ ମାଲିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ୍‌କୁ 5 ଲକ୍ଷ ଟଙ୍କା ଦାନ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପାରାଦ୍ବୀପ ଟ୍ରକ୍ ଓନରସ୍ ଆସୋସିଏସନ ତରଫରୁ ଆସୋସିଏସନର ସଭାପତି ସୁମନ୍ତ କୁମାର ବିଶ୍ବାଳ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୫ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ତାଙ୍କ ସହିତ ପାରାଦ୍ବୀପ ଟ୍ରକ୍ ଓନରସ୍ ଆସୋସିଏସନର ଯୁଗ୍ମ ସମ୍ପାଦକ ପ୍ରତାପ ଚନ୍ଦ୍ର ଦାସ ଉପସ୍ଥିତ ଥିଲେ। ସେହିପରି ପାରାଦ୍ବୀପ ଜଗନ୍ନାଥ ଟ୍ରକ୍ ଓନର୍ ଆସୋସିଏସନ ପକ୍ଷରୁ ସଭାପତି ଛଇଳ ଚରଣ ଜେନା ଓ ସମ୍ପାଦକ ମନୋଜ କୁମାର ସ୍ବାଇଁ ଜିଲ୍ଲାପାଳଙ୍କୁ ୩ଲକ୍ଷ ୫ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ସେହିପରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ୱର୍ଣ୍ଣ…

Read More

ନୂଆଦିଲ୍ଲୀ : ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଗାୟିକା କନିକା କପୁର୍‌ । କରୋନା ପଜିଟିଭି ରିପୋର୍ଟ ଆସିବା ପରେ ତାଙ୍କୁ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍‌ ଇନିଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲରେ ସାଇନ୍ସରେ ଭର୍ତ୍ତି କରାଯାଇଥିଲା। ପାଞ୍ଚ ପାଞ୍ଚ ଥର ତାଙ୍କର ପରୀକ୍ଷା କରାଯିବା ପରେ ଷଷ୍ଠ ଥର ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା ।  ସେ ହସ୍ପିଟାଲରୁ ମୁକ୍ତି ପାଇଥିବାବେଳେ  14 ଦିନ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଛି । ଗାୟିକା କନିକା କପୁର୍‌ଙ୍କ ରିପୋର୍ଟ ପଜିଟିଭି ଆସିବା ପରେ ସେ ବହୁ ବିବାଦୀୟ ହୋଇପଡିଥିଲେ । ଲଣ୍ଡନରୁ ଫେରିଥିବା ଗାୟିକା ଜଣକ ବିମାନବନ୍ଦରରେ ବିନା ଯାଞ୍ଚରେ ଆସିଥିବାବେଳେ ହୋମ କ୍ବାରେଣ୍ଟାଇନରେ ନ ରହି ବହୁ ପାର୍ଟିରେ ଉପସ୍ଥିତ ରହିଥିଲେ । କରୋନା ସଂକ୍ରମିତ ହୋଇ ମଧ୍ୟ ସାମାଜିକ ଦୂରତ୍ୱ ପାଳନ ନ କରିଥିବାରୁ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ଅଭିଯୋଗରେ କନିକାଙ୍କ ବିରୋଧରେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଆଜିଠାରୁ ଓମଫେଡ ଭୁବନେଶ୍ବରରେ ଆରମ୍ଭ କରିଛି ହୋମ ଡେଲିଭରୀ ସେବା। ଆପଣ ଘରେ ବସି କେବଳ ଫୋନକଲଟିଏ କିମ୍ବା ହ୍ବାଟସପ କଲେ ଓମଫେଡ ଘରେ ଆଣି ଦେଇଯିବ କ୍ଷୀର ସହିତ ତାଙ୍କ ଅନ୍ୟାନ୍ୟ ଦୁଗ୍ଧଜାତ ସାମଗ୍ରୀ। ପୂର୍ବରୁ ଓମଫେଡ ଲକଡାଉନକୁ ଦୃଷ୍ଟିରେ ରଖି କେତେକ ଜିଲ୍ଲାରେ ଏହି ସେବା କରିଥିଲେ। ହେଲେ ତାହା ଭୁବନେଶ୍ବରରେ ଲାଗୁ କରାଯାଇ ନ ଥିଲା। ତେବେ ଏହି ହୋମ ଡେଲିଭରୀ ପାଇଁ ଓମଫେଡ କେତେକ ନିୟମ କରିଛି। ତାହା ହେଉଛି ଆପଣ ଅତିକମରେ 150ଟଙ୍କାର ଓମଫେଡରୁ ଜିନିଷ କିଣିବାକୁ ପଡିବ। ଆବଶ୍ୟକ ସ୍ଥଳେ କଂପନୀ ହୋମଡେଲଭରୀ ଫି ଭାବେ 30 ଟଙ୍କା ନେଇପାରିବ। ଏହି ହୋମ ଡେଲିଭରୀ ବୁକିଂ ଦିନ 10ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ କରାଯାଇପାରିବ। ସେହିପରି ହୋମ ଡେଲିଭରୀ ଦିନ 11ଟାରୁ ଅପରାହ୍ନ 5ଟା ମଧ୍ୟରେ କରାଯିବ। ତେବେ ଫୋନ କଲ ନ କରି ହ୍ବାଟସପରେ ଜିନିଷ ନାମ…

Read More

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଆଜି ବଡ ନିଷଷ୍ପତ୍ତି ନେଇଛନ୍ତି । ଆସନ୍ତା ଦୁଇ ବର୍ଷ ପାଇଁ ସାଂସଦ ପାଣ୍ଠିକୁ  ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ସ୍ଥଗିତ ପାଣ୍ଠି କନ୍‌ସୋଲିଡେସନ୍‌ ଫଣ୍ଡକୁ ଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି ।  ସୂଚନାଯୋଗ୍ୟ, ସାଂସଦଙ୍କ ପାଣ୍ଠି ବାର୍ଷିକ 10 କୋଟି ଲେଖାଏଁ ରହିଥିଲା । ଦୁଇ ବର୍ଷ ସ୍ଥଗିତ ସାଂସଦ ପାଣ୍ଠିରୁ 7900 କୋଟି ମିଳିବ । ଆସନ୍ତା 2020-2021 ଏବଂ 2021-2022 ବର୍ଷ ପାଇଁ ଏହି ସାଂସଦ ପାଣ୍ଠିକୁ ସ୍ଥଗିତ ରଖାଯିବ । କରୋନା ମୁକାବିଲା ପାଇଁ କନ୍‌ସୋଲିଡେସନ୍‌ ଫଣ୍ଡକୁ ଖର୍ଚ୍ଚ କରାଯିବ ବୋଲି କେନ୍ଦ୍ରସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି ସାଂସଦଙ୍କ ଦରମା କାଟିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏକ ବର୍ଷ ଯାଏଁ…

Read More

ସମୀକ୍ଷା ବ୍ୟୁରୋ ରେଢାଖୋଲ: ରେଢାଖୋଲ ଡାକ୍ତରଖାନାର ଏକ ଫଟୋ ଉତ୍ତୋଳନ କରୁଥିବା ସମୟରେ ସାମ୍ବାଦିକ କନ୍ଦର୍ପ ବେହେରାଙ୍କୁ ସିକ୍ୟୁରିଟି ଗାର୍ଡ ବା ସୁରକ୍ଷାକର୍ମୀ ଦୁର୍ବ୍ୟବହାର କରିଥିବା ଜଣାପଡିଛି। ଆଜି ସକାଳେ ସାମ୍ବାଦିକ ଜଣକ ରେଢାଖୋଲ ଡାକ୍ତରଖାନାର ସାମ୍ନାପଟୁ ଏକ ଫଟୋ ଉଠାଉଥିବା ସମୟରେ ଜନୈକ ସୁରକ୍ଷାକର୍ମୀ ଏହାକୁ ନେଇ ବିରୋଧ କରିବା ସହ କ’ଣ ପାଇଁ ଫଟୋ ଉଠାଉଛୁ ବୋଲି କହିଥିଲେ। ତା’ପରେ ସାମ୍ବାଦିକଙ୍କ ନିକଟକୁ ଯାଇ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏ ସମ୍ପର୍କରେ ଏସଡିଏମ୍‌ଓଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି। ସମ୍ପୃକ୍ତ ସୁରକ୍ଷାକର୍ମୀ ଜଣକ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କୁ ମଧ୍ୟ ଦୁବ୍ୟବହାର ଦେଖାଉଥିବାର ଜଣାପଡିଛି। ସାମ୍ବାଦିକ ଜଣକ ନିଜ ପରିଚୟ ପତ୍ର ଦେଖାଇଥିଲେ ବି ସୁରକ୍ଷାକର୍ମୀ ଏହାକୁ ମାନି ନଥିଲେ। ଡାକ୍ତରଖାନା ପରି ଜାଗାରେ ସୁରକ୍ଷାକର୍ମୀଙ୍କ ଏପରି କାର୍ଯ୍ୟ ନିନ୍ଦନୀୟ। ସୁରକ୍ଷାକର୍ମୀଙ୍କ ଏପରି ବ୍ୟବହାର ପାଇଁ ତାଙ୍କୁ କାର୍ଯ୍ୟରୁ ବାହାର କରିବାକୁ ଦାବି…

Read More

ବବୁଲୁ ସାହୁ କଳାହାଣ୍ଡି : ସମଗ୍ର ରାଜ୍ୟରେ ବା ସମଗ୍ର ଦେଶରେ କରୋନା ଭାଇରସକୁ ନେଇ ଲୋକେ ଆତଙ୍କିତ ରହୁଥିବାବେଳେ  କରୋନା ସହ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ୨୧ଦିନର ଲକଡାଉନ୍ ଘୋଷଣା କରିଛନ୍ତି। ରାଜ୍ୟସରକାର ମଧ୍ୟ ଏନେଇ ବେଶ୍‌ କଡା କାର୍ଯ୍ୟାନୁଷ୍ଠାନ ତଥା ସତର୍କ କାର୍ଯ୍ୟମାନ କରୁଛନ୍ତି । ଏପରି ସମୟରେ ଅନେକ ଯାଗାରେ ଲୋକେ କରୋନା ଭାଇରସକୁ ନେଇ ସଚେତନତା କରୁଥିବାର ଦେଖିବାକୁ ମିଳିଥିବା ବେଳେ କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସାପଲହରା ପଞ୍ଚାୟତ ସ୍ଥିତ ସାପଲହରା ଗ୍ରାମରେ ସଚେତନତା କରୁଛନ୍ତି। ମାଁ ପଦ୍ମାଳୟା ଏସ୍‌ଏଚଜି ଗ୍ରୁପର ମହିଳା ମାନେ ଘର ଘର ବୁଲି ହାତ ଧୋଇବା ପାଇଁ ସାବୁନ ବଣ୍ଟନ କରିବା ସହ କରୋନା ଭାଇରସ ଉପରେ ସଚେତନତା କରୁଛନ୍ତି । ସ୍ବୟଂ ସହାୟକ ଗୋଷ୍ଠୀର ଏଭଳି କାର୍ଯ୍ୟକୁ ଗ୍ରାମର ବୁଦ୍ଧିଜୀବୀମାନେ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ନ୍ୟୁୟର୍କରେ ବାଘୁଣୀ କରୋନାରେ ସଂକ୍ରମିତ ହେବାର ଖବର ଜଣାପଡିବା ପରେ  ଭୁବନେଶ୍ବର ସ୍ଥିତ ନନ୍ଦନକାନନରେ ସତର୍କ ପଦକ୍ଷେପ ନିଆଯାଇଛି । ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ ଜୟନ୍ତ ଦାସ ସୂଚନା ଦେଇଛନ୍ତି। ପଶୁଙ୍କଠାରୁ ପଶୁଙ୍କୁ କରେନା ବ୍ୟାପେନି, ମଣିଷଠାରୁ ଏହା ବ୍ୟାପିଥିବା ଅନୁମାନ କରାଯାଉଛି । ସେହିପରି କୌଣସି ପ୍ରାଣୀଉଦ୍ୟାନ କର୍ମଚାରୀଙ୍କଠାରୁ ବାଘ ସଂକ୍ରମିତ ହୋଇଥିବାର ଆଶଙ୍କା କରିଛନ୍ତି ନନ୍ଦନକାନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକ । ଏଥିପାଇଁ ନନ୍ଦନକାନରେ ଜୁ କିପରଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ଜୁ କିପରଙ୍କୁ ମାସ୍କ, ଗ୍ଲୋଭସ୍‌, ସାନିଟାଇଜର୍‌ ଇତ୍ୟାଦି ଦିଆଯାଇଛି ବୋଲି କହିଛନ୍ତି ପ୍ରାଣୀଉଦ୍ୟାନର ଉପନିର୍ଦ୍ଦେଶକ । ବିଶେଷକରି ମାଂସାଶୀ ପ୍ରାଣୀଙ୍କ ପ୍ରତି ଅଧିକ ସତର୍କ ଦୃଷ୍ଟି ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ଜୟନ୍ତ ଦାସ ।

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବୃଦ୍ଧି ପାଉଥିବାବେଳେ ବହୁ କଡା ପଦକ୍ଷେପ ନିଆଯାଉଛି। ସେହିପରି ଅନ୍ୟ ଜିଲ୍ଲାଗୁଡିକରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି କ୍ରମରେ ଜଗତସିଂହପୁର ଜିଲ୍ଲାପାଳ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗହଣ କରୁଛନ୍ତି। ଆସନ୍ତା କାଲି ଦିନ 1ଟା ପରେ ସାଧାରଣ ଲୋକଙ୍କୁ ପେଟ୍ରୋଲ୍ ଦିଆଯିବ ନାହିଁ। କେବଳ କରୋନା ମୁକାବିଲା ପାଇଁ ନିୟୋଜିତ ସରକାରୀ ଗାଡିକୁ ପେଟ୍ରୋଲ୍‌ ଦିଆଯିବ ବୋଲି ସୂଚନା ରହିଛି। ସରକାରୀ ଗାଡି ବ୍ୟତୀତ ଅନ୍ୟ ଯାନଗୁଡିକୁ ପେଟ୍ରୋଲ୍‌ ଦିଆଯିବ ନାହିଁ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏନେଇ ଜିଲ୍ଲାରେ ଥିବା ପେଟ୍ରୋଲ୍‌ ପମ୍ପକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅତି ଜରୁରୀ ନଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଲାର ସମସ୍ତ 38ଟି ସାମ୍ପଲ୍‌ ନେଗେଟିଭ୍‌ ଆସିଛନ୍ତି ବୋଲି କହିନ୍ତି ଜିଲ୍ଲାପାଳ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତ ସଂଖ୍ୟା…

Read More

ଭୁବନେଶ୍ବର, ସୋଆ ବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟରେ ଉଦଘାଟିତ ହୋଇଛି ରାଜ୍ୟର ସବୁଠାରୁ ବଡ ଏବଂ ଅତ୍ୟାଧୁନିକ କୋଭିଡ19 ହସପିଟାଲ। ସମ ହସପିଟାଲ ଦ୍ବାରା ପରିଚାଳିତ ଏହି ହସପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେସିଂ ଜରିଆରେ ଉଦଘାଟନ କରିଛନ୍ତି। ଏଥିରେ ମୋଟ 5ଶହ ବେଡ ଥିବା ବେଳେ 20ଟି ଆଇସିୟୁ ମଧ୍ୟ ରହିଛି। ଖୁବ କମ ସମୟରେ ଏପରି ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ସୋଆର ପ୍ରତିଷ୍ଠାତା ଏବଂ କର୍ତ୍ତୁପକ୍ଷଙ୍କୁ ପ୍ରଶଂସା କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ଏହି ହସପିଟାଲର ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମିଙ୍କ ସହିତ ମଧ୍ୟ ଭିଡିଓ କନଫ୍ରେସିଂ ମାଧ୍ୟମରେ ଆଲୋଚନା ମଧ୍ୟ କରିଥିଲେ। ଏହି ଅତ୍ୟାଧୁନିକ କୋଭିଡ ହସପିଟାଲ ସୋଆ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ଦୁଇ ରେ ନିର୍ମାଣ କରାଯାଇଛି। ଏହି ସ୍ବତନ୍ତ୍ର ହସପିଟାଲ ନିର୍ମାଣ କରିବା ପାଇଁ ଭାରତ ସରକାରଙ୍କ ମହାନଦୀ କୋଲଡ ଫିଲଡସ୍ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଛି। ମୁଖ୍ୟମନ୍ତ୍ରୀ ସୋଆ ବିଶ୍ବବିଦ୍ୟାଳୟକୁ ଧନ୍ୟବାଦ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଅମାନିଆଙ୍କ ଗାଡି ସିଜ୍‌ କରିଛି କମିଶନରେଟ୍‌ ପୋଲିସ୍‌। ରାଜଧାନୀ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ଲୋକେ କିନ୍ତୁ ଗାଇଡ୍‌ ଲାଇନ୍‌ ମାନୁନାହାନ୍ତି। ସାମାଜିକ ଦୂରତ୍ବ ରକ୍ଷା କରିବାକୁ ପୋଲିସ୍‌ ଓ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବାବେଳେ ଏହାକୁ ଉଲ୍ଲଂଘନ କରୁଛନ୍ତି ରାଜଧାନୀବାସୀ।  ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ବାହାରେ ବିନା କାରଣରେ ବୁଲୁଛନ୍ତି ଏହି ଅମାନିଆ ଗୋଷ୍ଠୀ। ତେବେ ପୋଲିସ ଏଭିଳି ଲୋକଙ୍କ ଗାଡ଼ି ସିଜ କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କଟକ-ଭୁବନେଶ୍ବରରେ 48 ଘଣ୍ଟିଆ ସଟ୍‌ଡାଉନ ଉଠିବା ପରେ ଏବେ ଲଡାଉନ୍ କଟକଣା ଜାରି ରହିଛି। ବଜାରକୁ ପରିବା ଓ ଗ୍ରୋସରୀ ଆଦି କିଣିବାକୁ ଗଲେ ଗାଡ଼ି ନ ନେବାକୁ ଭୁବନେଶ୍ୱର ଡିସିପି କହିଛନ୍ତି।  କିନ୍ତୁ ଏହାକୁ ଖାତିର୍‌ କରି ନାହାନ୍ତି ଏହି ଟୁଇନ୍‌ ସିଟିରେ ଲୋକେ। ଅମାନିଆ ହୋଇ ଗାଡି ନେଇ ବାହାରକୁ ବାହାରିଛନ୍ତି। ଏହି କ୍ରମରେ…

Read More

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି । ମୋଦି କହିଛନ୍ତି ଯେ, ଆଜି ସମସ୍ତ ମାନବ ଜାତି ସଂକଟରେ ଅଛି । ବିଷମ ପରିସ୍ଥିତିରେ ଦେଶର ସେବା ପାଇଁ ଆମ ସଂସ୍କାର, ସମର୍ପଣ ଓ ପ୍ରତିବଦ୍ଧତାକୁ ନେଇ ଆମେ ସଶକ୍ତ ମାର୍ଗ ପ୍ରସ୍ତୁତ କରିବା ବୋଲି କହିଛନ୍ତି ମୋଦି । ସେହିପରି କରୋନା ଭାଇରସ ସହ ଲମ୍ବା ଲଢେଇ ସହ ସାହସର ସହ ଲଢିବାର ଅଛି, ନ ଥକି ନ ହାରି ଆମେ ବାଜି ମାରିବା ବୋଲିକହିଛନ୍ତି ମୋଦି । କରୋନା ସହ ଲଢେଇ ପାଇଁ ନିଜକୁ ମଜବୁତ୍‌ କରିବା ପାଇଁ ଉପଦେଶ ଦେଇଛନ୍ତି ମୋଦି । ସେହିପରି ଗତକାଲି  9ମିନିଟ୍‌ ର ଦୀପ ପ୍ରଜ୍ବଳନକୁ ନେଇ ସାରା ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୋଦି । ସେହିପରି ଏହି ସମୟରେ କରୋନା ମହାଯୁଦ୍ଧର ଯୋଦ୍ଧା ଆସିଥିବା…

Read More

କଟକ, ବର୍ତ୍ତମାନ ଘରୁ କେହି ବାହାରି ପାରୁ ନ ଥିବା ବେଳେ କଟକର ଆଶା କର୍ମିମାନେ ସେମାନଙ୍କ ଦୈନିକ କାମ ବଜାଇ ରଖିଛନ୍ତି। ସେମାନେ ଘରକୁ ଘର ବୁଲି କରୋନା ଲୋକଙ୍କର ସ୍ବାସ୍ଥ୍ୟ ସଂପର୍କରେ ପଚାରି ବୁଝୁଛନ୍ତି।

Read More

ରାମପୁର : କରୋନା ଭାଇରସ୍‌ ସହ ଲଢେଇ ପାଇଁ ସାରା ଭାରତବର୍ଷରେ 21 ଦିନିଆ ଲକ୍‌ଡାଉନ୍‌ ଜାରି କରାଯାଇଛି । ଏହି କାରଣରୁ ବହୁ କମ୍ପାନୀ ସହ ହୋଟେଲ୍‌, ରେଷ୍ଟୁରାଣ୍ଟ ଆଦି ବନ୍ଦରହିଛି । ବସ୍, ଟ୍ରେନ୍‌, ରେଳ ଓ ବିମାନ ପର ଯାତାୟତ ସାଧନ ମଧ୍ୟ ବନ୍ଦ ରହିଛି । ଲକ୍‌ ଡାଉନ୍‌ ଯୋଗୁଁ ବହୁ ଖଟିଖିଆ ଶ୍ରମିକମାନେ ନିଜ ପେଟ ପୋଷିବା ପାଇଁ ନିଜ ନିଜ ଭିଟାମାଟି ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଲୋକେ ନିଜ ଘରେ ପହଞ୍ଚିଥିବାବେଳେ ଆଉ କିଛି ଲୋକେ ରାସ୍ତାରେ ରହିଛନ୍ତି । ପ୍ରଶାସନ ସେମାନଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରଖିଛନ୍ତି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଏକ ହୋଟେଲରେ କାମ କରୁଥିବା ନେପାଳୀ ଦମ୍ପତି ଏବେ ରାମପୁର ପ୍ରଶାସନ ଦ୍ବାରା ଇଣ୍ଟର କଲେଜରେ ହୋଇଥିବା କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଛନ୍ତି । ଏହି କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଥିବା ଜଣେ ନେପାଳୀ…

Read More

ରଞ୍ଜିତ ପଣ୍ଡା କୁଜଙ୍ଗ: ଗତକାଲି ବମିଖାଲରୁ 15 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ନେଇ ଏବେ ବେଶ୍‌ ଚିନ୍ତା ବଢିଯାଇଛି। ବମିଖାଲରୁ ସମୁଦାୟ 19 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭୁବନେଶ୍ବରରୁ ମୋଟ୍‌ 32 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 2 ଜଣ ସୁସ୍ଥ ରହିଛନ୍ତି। ରାଜ୍ୟର ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାବେଳେ ଏହାକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି ରାଜ୍ୟବାସୀ । କରୋନା ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ଅଞ୍ଚଳକୁ ପ୍ରଶାସନ ସିଲ୍‌ କରି ସର୍ଭେଲାନ୍ସରେ ରଖାଯାଇଛି। ତେବେ ଏହି କରୋନା ଆକ୍ରାନ୍ତଙ୍କୁ ନେଇ ବେଶ୍‌ ଚିନ୍ତାରେ ରହିଛନ୍ତି କୁଜଙ୍ଗ ବାସୀ । ଭଡ଼ା ନେଇ ରହିଥିବା କୁଜଙ୍ଗ ବ୍ଲକ୍ ମହ୍ଲାସାହି ଅଞ୍ଚଳର ବିଭିନ୍ନ ଗ୍ରାମର ପରିବାର ଏବେ ସେହି ଅଞ୍ଚଳରୁ କୌଶଳ କ୍ରମେ ଲୁଚି ଆସି ନିଜ ଅଞ୍ଚଳର ନିଜ ଘରେ ପହଞ୍ଚି ଯାଇଛନ୍ତି। ଏମାନେ ନିଜ ଗ୍ରାମରେ ପହଞ୍ଚିବା…

Read More

ନୂଆଦିଲ୍ଲୀ : ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ପୃଥିବୀର 208ଟି ଦେଶକୁ ବ୍ୟାପି ସାରିଛି। ଏହି ଭାଇରସ୍‌ କବଳରେ ଭାରତ ମଧ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଏହି ମହାମାରୀ ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା 100 ଟପି ସାରିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 4ହଜାର ଟପି ସାରିଲାଣି। ଏପର୍ଯ୍ୟନ୍ତ ଏହି ରୋଗରେ ସକ୍ରିୟ ଆକ୍ରାନ୍ତଙ୍କସଂଖ୍ୟା 3,666 ରହିଛି । ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 291 ଜଣ। ଦେଶର ସର୍ବାଧିକ ଆକ୍ରାନ୍ତ  ଓ ମୃତ୍ୟୁ ମହାରାଷ୍ଟ୍ରରୁ ମିଳିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 700 ଛୁଇଁବାକୁ ଯାଉଥିବାବେଳେ ମୃତକଙ୍କ ସଂଖ୍ୟା 45ରେ ପହଞ୍ଚିଛି । ଗତ 24 ଘଣ୍ଟା ପରେ ମହାରାଷ୍ଟ୍ରରେ 8 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 103ଟି ନୂଆ ମାମଲା ଆସିଛି । ସେହିପରି ଏହା ପଛକୁ ରହିଛି ଦିଲ୍ଲୀ । ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା 500 ଟପିଥିବାବେଳେ ମୃତକଙ୍କ ସଂଖ୍ୟା 7 ଟପିଛି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ବିଏମସି। ବିଭିନ୍ନ ସଂସ୍ଥା ଦ୍ବାରା ମୋବାଇଲ୍‌ ଭ୍ୟାନ୍‌ ଓ ହୋମ୍‌ ଡେଲିଭରି ସୁବିଧା କରାଯାଇଛି। ଡେଲି ମାର୍କେଟ୍‌ ପାଇଁ 67ଟି ଓ୍ବାର୍ଡରେ 68ଟି ନୂଆ ସ୍ଥାନଚିହ୍ନଟ କରାଯାଇଛି। ଚିହ୍ନଟ ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବ୍ୟବସାୟୀ ବସିପାରିବେ ନାହିଁ। ଏସବୁ ସ୍ଥାନରେ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ଅପିଲ୍‌ କରାଯାଇଛି। ଯଥା ସମ୍ଭବ ଘରୁ ନ ବାହାରିବା ପାଇଁ ବିଏମ୍ସିର ଅପିଲ୍‌ କରିଛି। ସୂଚନାଯୋଗ୍ୟ, ଭୁବନେଶ୍ବରରୁ 32ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିପାଇଁ ବିଏମସି ତରଫରୁ ବେଶ୍‌ କଡ ପଦକ୍ଷେପ ନିଆଯାଉଛି। ଓଡ଼ିଶାର ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 39ରେ ପହଞ୍ଚିଛି।

Read More

କେଦାର ମିଶ୍ର ଗତକାଲି ସନ୍ଧ୍ୟାରେ କୌଣସି ଏକ ଟେଲିଭିଜନ ଚାନେଲରେ ଭାବପ୍ରବଣ ରିପୋର୍ଟଟିଏ ଦେଖୁଥିଲି। ରିପୋର୍ଟର ମହାଶୟ ପୁରୀ ଶ୍ରୀମନ୍ଦିର ଆଗରେ ଠିଆ ହୋଇ କହୁଥିଲେ- ଭାବର ଠାକୁରଙ୍କ ପାଖକୁ ଭକ୍ତମାନେ ଆସି ପାରୁନଥିବାରୁ ବଡ ବିକଳ ହୋଇ କାନ୍ଦୁଛନ୍ତି। ସତକଥା, ଭକ୍ତମାନେ ବିକଳ ହୁଅନ୍ତି ଓ କନ୍ଦାକଟା କରନ୍ତି। ହେଲେ ସାରା ପୃଥିବୀରେ ଆଜି ଯେଉଁ ମହାମାରୀ ବ୍ୟାପିଛି, ସେଥିରେ ଭାବ ଓ ଭାବ ପ୍ରବଣତାର ଅର୍ଥ ହେଉଛି ନିରୋଳ ଆତ୍ମହତ୍ୟା। ଏମିତି ଏକ ସଙ୍କଟ ସମୟରେ ଏ ପ୍ରକାର ଭାବ ପ୍ରବଣ ରିପୋର୍ଟିଂ ହେଉଛି, ଲୋକଙ୍କୁ ଆତ୍ମହତ୍ୟା କରିବା ଲାଗି ଉସୁକାଇବା ସହ ସମାନ। କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ଆମକୁ ସାମାଜିକ ଭିଡକୁ ନିୟନ୍ତ୍ରିତ କରିବାକୁ ପଡିବ। ଧର୍ମ ଦୁଆରରେ ଆଜି ସେ ଭିଡ କମିଯାଇଛି, ଏହା ମଣିଷ ଜାତି ପାଇଁ ଏକ ସୁଯୋଗ। ଆଜିର ତାରିଖରେ ଜୀବନର ମନ୍ଦିର ହେଉଛି ଡାକ୍ତରଖାନା, ଲାବୋରେଟୋରୀ ଏବଂ…

Read More

ନ୍ୟୁୟର୍କ : ବାଘୁଣୀ ଦେହରେ କରୋନା ପଜିଟିଭି । ପ୍ରଥମ ଥର ପାଇଁ ବାଘୁଣୀ ପରି ପଶୁ ଦେହରେ କରୋନା ପଜିଟିଭିକୁ ଚିହ୍ନଟ କରାଯାଇଛି । ନ୍ୟୁୟର୍କର ବ୍ରୋନକ୍ସ ଚିଡିଆଘରେ ମାଲେସିଆରୁ ଆସିଥିବା ଚାରି ବର୍ଷ ବାଘୁଣୀ ଦେହରେ କରୋନାକୁ ଚିହ୍ନଟ କରାଯାଇଛି । ପ୍ରାଣୀଉଦ୍ୟାନ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏହା ସମ୍ପର୍କରେ ସୂଚନା ଦିଆଯାଇଛି। ଏତଦ୍‌ବ୍ୟତୀତ ଏହି ବାଘୁଣୀର ଭଉଣୀ ଓ ଆଉ ଦୁଇ ବାଘ ଓ ଆଫ୍ରିକାନ୍‌ ବାଘ ମାନେ ଶୁଖିଲା କାଶ କାଶୁଥିବାର ଦେଖାଯାଉଛି । କିନ୍ତୁ ଏମାନଙ୍କର ପରୀକ୍ଷା କରାଯାଇନାହିଁ । ପରୀକ୍ଷା କରାଯିବା ପରେ ଜଣାପଡିବ ଯେ, ଏମାନେ କରୋନାରେ ସଂକ୍ରମିତ ହୋଇଛନ୍ତି କି ନାହାନ୍ତି । ନ୍ୟାସନାଲ୍‌ ଭେଟେନାରୀ ସର୍ଭିସ୍‌ ଲାବ୍ରୋଟେରୀ ଏହି ଘଟଣାର ପୁଷ୍ଟି କରି ଏହି ପ୍ରାଣୀଉଦ୍ୟାନର ରହିଥିବା ବାଘୁଣୀ ନାଦିଆରେ କରୋନା ଭାଇରସ୍‌ ଚିହ୍ନଟ ହୋଇଥିବାର ଜଣାଇଛନ୍ତି । ତେବେ ଏହି ବାଘୁଣୀ କିପରି ଭାବରେ…

Read More