ଲକ୍‌ ଡାଉନ୍‌ର ସୁଫଳ ମିଳିଛି : କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ

Published: Apr 11, 2020, 5:17 pm IST

ନୂଆଦିଲ୍ଲୀ : କରୋନା ଅପଡେଟ୍‌ ନେଇ ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲଙ୍କ ସୂଚନା । ଗତକାଲି ଗୋଟିଏ ଦିନରେ କରୋନାରେ 40 ଜଣଙ୍କ ମୃତ୍ୟୁଘଟିଛି । ଏଯାବତ୍‌ ଦେଶରେ ମୋଟ 7447 କରୋନା ଆକ୍ରାନ୍ତ ଚିହ୍ନଟ । ଗତକାଲି ଗୋଟିଏ ଦିନରେ 1035 ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ଗତକାଲିର 40 ମିଶାଇ ଏଯାବତ୍‌ ଦେଶରେ 239 ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ । ସେହିପରି ଏଯାବତ୍‌ 642 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣ ବୋଲି ସୂଚନା ରହିଛି ।

ସେହିପରି ଦେଶବ୍ୟାପୀ ଲକ୍‌ ଡାଉନ୍‌ର ସୁଫଳ ମିଳିଛି ବୋଲି କହିଛନ୍ତି ଲବ୍‌ ଅଗ୍ରଓ୍ବାଲ । ଲକ୍‌ ଡାଉନ୍‌ କରିନଥିଲେ ଅବସ୍ଥା ଅସମ୍ଭାଳ ହୁଅନ୍ତାଣି ବୋଲି କହିଲେ ଲବ୍‌ । ପ୍ରଥମେ ଜନତା କର୍ଫ୍ୟୁ, ତା’ପରେ ଲକ୍‌ ଡାଉନ୍‌ ଘୋଷଣା ହୋଇଛି । ଲକ୍‌ ଡାଉନ୍‌ ଯୋଗୁଁ ରୋଗ ବ୍ୟାପିନି, ଆକ୍ରାନ୍ତ 7 ହଜାରରେ ସୀମିତ ଅଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ । ଲକ୍‌ ଡାଉନ୍‌ ହୋଇନଥିଲେ ଏଯାଏ 2 ଲକ୍ଷ ଆକ୍ରାନ୍ତ ହୋଇସାରନ୍ତେଣି ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ । ସେହିପରି ଲକ୍ ଡାଉନ୍‌, କଣ୍ଟେନମେଣ୍ଟ ଜୋନ୍‌ ଆଦି ବିଶେଷ ଫଳପ୍ରଦ ହୋଇଛି ।

ଏଯାଏ ଦେଶରେ 586 କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । 586 ହସ୍ପିଟାଲରେ 1 ଲକ୍ଷ ଶଯ୍ୟା, 11, 500 ଆଇସିୟୁ ରହିଛି । ସେହିପରି ଦେଶରେ ପର୍ଯ୍ୟାପ୍ତ ପରିମାଣର ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ମହଜୁଦ୍‌ ଅଛି ବୋଲି ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ଦେଶରେ 1କୋଟି ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ର ଆବଶ୍ୟକତା ରହିଛି। 1 କୋଟି ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ଆବଶ୍ୟକ ଥିବାବେଳେ ଆମ ପାଖରେ 3.20 କୋଟି ମହଜୁଦ୍‌ ଅଛି। ଏହା ଛଡା କିଛି ପ୍ରାଇଭେଟ୍‌ ଫାର୍ମା କମ୍ପାନୀ ପାଖରେ ପ୍ରଚୁର ପରିମାଣରେ ଏହା ମହଜୁଦ୍ ଅଛି । ତେବେ ଏହାକୁ କେହି ମନଇଚ୍ଛା ଖାଆନ୍ତୁନି ବୋଲିପୁଣି କହିଲା ଆଇସିଏମ୍‌ଆର୍‌। ମନଇଚ୍ଛା ଖାଇବାକୁ ମନା କଲେ ଆଇସିଏମ୍‌ଆର୍‌ ନିର୍ଦ୍ଦେଶକ ରମଣ ଗଙ୍ଗାଖେଡକର । ନିର୍ଦ୍ଦିଷ୍ଟ ନିଷ୍ପତ୍ତିରେ ଉପନୀତ ନ ହେବା ଯାଏ ଆମେ ଏହାକୁ ଖାଇବାକୁ କହିବୁନି। ସବୁ ଔଷଧ ପରି ଏହାର ମଧ୍ୟ ପାର୍ଶ୍ବ ପ୍ରତିକ୍ରିୟା ରହିଛି ବୋଲି କହିଛନ୍ତି ନିର୍ଦ୍ଦେଶକ । (ଏଜେନ୍ସି)

Related posts