Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇତିହାସ ରଚିଲେ ମୋଦି: ସୋସିଆଲ ମିଡିଆରେ ଫଲୋ କଲା ଏହି ସଂସ୍ଥାନ୍‌
ଆଜିର ଖବର

ଇତିହାସ ରଚିଲେ ମୋଦି: ସୋସିଆଲ ମିଡିଆରେ ଫଲୋ କଲା ଏହି ସଂସ୍ଥାନ୍‌

April 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ନରେନ୍ଦ୍ର ମୋଦି ସବୁଠୁ ଲୋକପ୍ରିୟ ବ୍ୟକ୍ତିତ୍ବ ଭାବେ ଜଣାଶୁଣା। ଦେଶର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ବ ନୁହଁନ୍ତି ବରଂ ଭାରତ ବ୍ୟତୀତ ଅନ୍ୟାନ୍ୟ ଦେଶରେ ମଧ୍ୟ ନିଜ ବ୍ୟକ୍ତିତ୍ବର ପରାକାଷ୍ଠା ଦେଖାଇଛନ୍ତି। ସାମାଜିକ ଗଣମାଧ୍ୟମରେ ବେଶ୍‌ ସକ୍ରିୟ ଥିବା ନରେନ୍ଦ୍ର ମୋଦିଙ୍କ ଟୁଇଟ୍‌ରରେ ୫୫.୨ ମିଲିଅନ ଫଲୋଅର୍ସ ରହିଛନ୍ତି। ତେବେ ମୋଦିଙ୍କୁ ଏବେ ଫଲୋ କରୁଛି ଜଣେ ପ୍ରତିଷ୍ଠିତ ସଂସ୍ଥାନ। ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହ୍ବାଇଟ୍‌ ହାଉସ୍‌ ଟୁଇଟ୍‌ର ହ୍ୟାଣ୍ଡେଲ୍‌ ଫଲୋ କରିଛି। ଦୁନିଆର ପ୍ରଥମ ନେତା ଭାବେ ନରେନ୍ଦ୍ର ମୋଦିଙ୍କୁ ହ୍ବାଇଟ୍‌ ହାଉସ୍‌ ଫଲୋ କରିଥିବାର ସୂଚନା ରହିଛି। ହ୍ବାଇଟ୍‌ ହାଉସ୍‌ ଟୁଇଟର ହ୍ୟାଣ୍ଡେଲ୍‌ ଦୁନିଆରେ ଅନ୍ୟ କୌଣସି ନେତାଙ୍କୁ ଫଲୋ କରେ ନାହିଁ। ଏପର୍ଯ୍ୟନ୍ତ ହ୍ବାଇଟ୍‌ ହାଉସ୍‌ ମୋଟ ୧୯ ଟି ଟୁଇଟର୍‌ ଆକାଉଣ୍ଟକୁ ଫଲୋ କରୁଛି। ଏଥିରେ ୧୬ ଜଣ ଆମେରିକୀୟ ରହିଥିବାବେଳେ ତିନି ଜଣ ଭାରତୀୟ ରହିଛନ୍ତି। ହ୍ବାଇଟ୍‌ ହାଉସ୍‌ ଟୁଇଟର ହ୍ୟାଣ୍ଡେଲ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ପିଏମ୍‌ଓ ଇଣ୍ଡିଆ ଓ ଭାରତର ରାଷ୍ଟ୍ରପତିଙ୍କ ଟୁଇଟର ହ୍ୟାଣ୍ଡେଲ୍‌କୁ ଫଲୋ କରିଥାଏ ।

ନିକଟରେ ଆମେରିକାକୁ ଭାରତ ଏଚ୍‌ସିକ୍ୟୁ ମେଡିସିନ୍‌ ଦେବାର ନିଷ୍ପତ୍ତି ଦେବା ପରେ ଆମେରିକା ଭାରତର ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଶଂସା କରିଥିଲେ। ଏହା ପରେ ମୋଦି ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଧନ୍ୟବାଦ ଜଣାଇବା ସହ ସଂକଟ ସମୟରେ ବନ୍ଧୁମାନେ ନିକଟତର ହୁଅନ୍ତି ବୋଲି ମୋଦି କହିଥିଲେ। ଭାରତ ଓ ଆମେରିକାର ସମ୍ପର୍କ ବେଶ୍‌ ନିବିଡ ରହିଛି। ଭାରତ ସରକାର କରୋନା ଭାଇରସ୍‌ ସହ ସଂକଟ ସହ ଲଢିବା ପାଇଁ ଦୁନିଆର ଅନେକ ଦେଶକୁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ର ଦେବା ପାଇଁ ରାଜି ହୋଇଛି।

ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଯାବତ ଏହି ଭାଇରସକୁ ରୋକିବା ପାଇଁ କୌଣସି ଔଷଧ ବା ଟୀକା ବାହାରିନାହିଁ। ହେଲେ ଭାରତରେ ତିଆରି ହେଉଥିବା ମାଲେରିଆ ନିରାକରଣ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିବାର ଏକ ଉପାୟ ବାହାରିଛି। କିଛି ମାତ୍ରାରେ ଏହି ଔଷଧ ବ୍ୟବହାର କରି ବିଭିନ୍ନ ଦେଶର ଡାକ୍ତରମାନେ ସଫଳ ହୋଇଛନ୍ତି।  ଆମେରିକା ଓ ଅନ୍ୟାନ୍ୟ ଦେଶ ଏହି ଔଷଧ ଭାରତକୁ ମାଗିବା ପରେ ମାନବିକତା ଆଧାରରେ ଏହି ଔଷଧ ପଠାଇବା ପାଇଁ କିଛି ସର୍ତ୍ତ ଆଧାରରେ ଭାରତ ରପ୍ତାନୀ ଉପରେ ପ୍ରତିବନ୍ଧକ ଉଠାଇଛି। ଆମେରିକା ପରି ବ୍ରାଜିଲ୍‌ ଓ ଇସ୍ରାଏଲ୍‌ ମଧ୍ୟ ଭାରତର ଏହି ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଛନ୍ତି। (ଏଜେନ୍ସି)

narendra modi narendramodi
Share. Facebook Twitter LinkedIn Email WhatsApp Copy Link

Related Posts

ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩ ଛୁଇଁଲା

May 23, 2026

ବଦଳିଲା ଓଟିଇଟି ତାରିଖ

May 22, 2026

୬ ମାସ ପାଇଁ ଶକ୍ତି କ୍ଷେତ୍ରରେ ଏସମା ଲାଗୁ

May 22, 2026

ନଗରପାଳଙ୍କ ଘର ଉପରକୁ ବୋମାମାଡ, ପୋଲିସ ତଦନ୍ତ ଜାରି

May 22, 2026
Latest News

ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩ ଛୁଇଁଲା

May 23, 2026

ବଦଳିଲା ଓଟିଇଟି ତାରିଖ

May 22, 2026

୬ ମାସ ପାଇଁ ଶକ୍ତି କ୍ଷେତ୍ରରେ ଏସମା ଲାଗୁ

May 22, 2026

ନଗରପାଳଙ୍କ ଘର ଉପରକୁ ବୋମାମାଡ, ପୋଲିସ ତଦନ୍ତ ଜାରି

May 22, 2026

ପୁରୁଣାଗଡ଼ରୁ ମିଳିଲା ଓଡ଼ିଶାର ହଜିଲା ସଭ୍ୟତାର ସନ୍ଧାନ

May 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.