ଲକ୍‌ଡାଉନ୍‌ରେ ଖାଦ୍ୟ ନପାଇ ୫ ଶିଶୁଙ୍କୁ ନଦୀକୁ ଫିଙ୍ଗିଲା ମା

Published: Apr 12, 2020, 2:46 pm IST

ଲକ୍ଷ୍ନୌ: ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଅନେକ ପରିବାର ନିଜର ଦୈନିକ ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶରେ ଜନୈକ ମହିଳା ଖାଦ୍ୟ ଅଭାବରୁ ନିଜର ୫ ଶିଶୁଙ୍କୁ ନଦୀ ମଧ୍ୟକୁ ଫିଙ୍ଗି ଦେଇଛନ୍ତି। ଉତ୍ତର ପ୍ରଦେଶର ଜେଘାଙ୍ଗୀରାବାଦ ଅଞ୍ଚଳର ବନ୍ଦନା ନାମ୍ନୀ ମହିଳା ଏହି ଜଘନ୍ୟ କାଣ୍ଡ ଘଟାଇଛନ୍ତି। ଗତକାଲି ରାତି ଦୁଇଟା ସମୟରେ ଏହି ଘଟଣା ଘଟିଥିଲା। ପୋଲିସ୍‌ ଉକ୍ତ ମହିଳାଙ୍କୁ ଗିରଫ କରିଥିବା ବେଳେ ୫ ଶିଶୁଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗିରଫ ମହିଳା ଜଣକ ମାନସିକ ଭାବରେ ଅନଗ୍ରସର ବୋଲି ପୋଲିସ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।   ନିଖୋଜ ଶିଶୁଙ୍କ ମଧ୍ୟରେ ତିନି ଜଣ ଝିଅ ଏବଂ ଦୁଇ ଜଣ ପୁଅ ରହିଛନ୍ତି। (ଏଜେନ୍ସି)

Related posts