Author: Samikhsya Bureau

ପୁରୀ: କରୋନା ଭାଇରସ ଉପରେ ସିରିଜ ବାଲୁକା କଳା କରି ଏକ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଘରେ ରହନ୍ତୁ ହେଉ କିମ୍ବା କରୋନା ମୁକାବିଲା, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ମାନ ହେଉ କିମ୍ବା ହାତ ଧୋଇବା। ଏହିପରି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସଚେତନତା ବାଲୁକା ସ୍ଥାପତ୍ୟ କରିବାରେ ଲାଗିଛନ୍ତି ଏହି ଶିଳ୍ପୀ। ଏଥିପାଇଁ ବିଶ୍ବସ୍ତରରେ ତାଙ୍କୁ ବେଶ୍ ପ୍ରସଂଶା ମଧ୍ୟ ମିଳିବାରେ ଲାଗିଛି। ଏହି କରୋନା ସଚେତନତା ସିରିଜରେ ଏଥର ସୁଦର୍ଶନ ମାସ୍କ ବିଷୟକୁ ନେଇ ବାଲୁକା କଳଛନ୍ତି। ସେଥିପାଇଁ ସେ ପୁରୀ ବେଳାଭୂମିରେ ଦୁଇଟି ଭିନ୍ନ ଭିନ୍ନ ବାଲୁକା କଳା ନିର୍ମାଣ କରିଛନ୍ତି। ଗୋଟିଏରେ ସେ ମାସ୍କ ପିନ୍ଧିବା ପାଇଁ ସଚେତନତା କରିଥିବା ବେଳେ ଅନ୍ୟଟିରେ ନିଜଘରେ ମାସ୍କ ତିଆରି କରନ୍ତୁ ବୋଲି କଳା ମାଧ୍ୟମରେ କହିଛନ୍ତି। ନିଜ ଘରେ ମାସ୍କ ତିଆରି କରିବା ପାଇଁ ହୋଇଥିବା ସ୍ଥାପତ୍ୟରେ ଜଣେ ପୁରୁଷ…

Read More

ଭୁବନେଶ୍ବର, ସାବଧାନ, ସାବଧାନ ରାସ୍ତାରେ କରୋନା ଭାଇରସ ବୁଲୁଛି, ଆପଣଙ୍କ ପାଖକୁ ଆସିପାରେ, ଦୟାକରି ଘରେ ରୁହନ୍ତି। ଏହା କୈଣସି ସ୍ଲୋଗାନ ନୁହେଁ। ସତରେ ରାସ୍ତା ଉପରେ କରୋନା ଭାଇରସ ବୁଲୁଛି। ଲକଡାଉନ ଅମାନିଆଙ୍କୁ ସାବାଡ କରିବା ପାଇଁ କରୋନା ଆକୃତିର ଏକ କାର କରାଯାଇ ଏହି ସଚେତନତା କରାଯାଇଛି। ଯାହା ସକାଳୁ ସଂଜ ପର୍ଯ୍ୟନ୍ତ ରାସ୍ତାରେ ବୁଲୁଛି। ଯେ ଦେଖିବ ସେ ଜାଣିବ ଯେ ପ୍ରକୃତରେ ରାସ୍ତାରେ କରୋନା ଭାଇରସ ବୁଲୁଛି। ଏହିପରି ସଚେତନତାର ପରିକଳ୍ପନା କରିଛନ୍ତି ହାଇଦ୍ରାବାଦର ସୁଧା କାର ସଂଗ୍ରହାଳୟ। ଏହି ସଂଗ୍ରହାଳୟର ବିଭିନ୍ନ ଆକୃତିର କାର ନିର୍ମାଣ କରିବାରେ ପୂର୍ବରୁ ବେଶ୍ ପ୍ରସିଦ୍ଧି ରହଛି। କରୋନା ଭାଇରସର ଭୟାବହତା ଦେଖି ଏବଂ ଲୋକଙ୍କୁ ସଚେତନତା କରିବା ପାଇଁ ଏହାର ପ୍ରତିଷ୍ଠାତା କେ. ସୁଧାକାର ଯାଦବ ଏପରି କାରର ପରିକଳ୍ପନା କରିଛନ୍ତି। ଲକଡାଉନ ଆରମ୍ଭ ହେବାର ମାତ୍ର ଦଶ ଦିନ ଭିତରେ ସେ ଏହି କାର ତିଆରି…

Read More

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ଯୋଗୀ କ୍ୟାବିନେଟ୍‌ ବୈଠକରେ ଆଜି ବଡ ନିଷ୍ପତ୍ତି ନିଆଯାଇଛି। ଯୋଗୀ କ୍ୟାବିନେଟ୍‌ରେ ଆଜି ଏକ ବର୍ଷ ପାଇଁ ବିଧାୟକ ନିଧିକୁ ସ୍ଥଗିତ ରଖାଯିବା ପାଇଁ ନିଷତ୍ତି କରାଯାଇଛି। ଏତଦ୍‌ବ୍ୟତୀତ ବିଧାୟକଙ୍କ ବେତନ ଭତ୍ତାରେ ମଧ୍ୟ ହ୍ରାସ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି। 30 ପ୍ରତିଶତ ହିସାବରେ ଏକ ବର୍ଷ ପର୍ଯ୍ୟନ୍ତ ଏହି ବେତନ ଓ ଭତ୍ତାକୁ ହ୍ରାସ କରାଯିବ ବୋଲି ସୂଚନା ରହିଛି। ଏହି ସମସ୍ତ ଅର୍ଥ କୋଭିଡ୍‌ ଫଣ୍ଡ୍‌ ପାଇଁ ବିନିଯୋଗ ହେବ। ଆଜି ବୈଠକରେ କୋଭିଡ୍‌ ଫଣ୍ଡ୍‌ ପାଇଁ ସମସ୍ତ ଅଧ୍ୟାଦେଶ ପାସ୍‌ ହୋଇଥିବାବେଳେ ଚାରୋଟି ପ୍ରସ୍ତାବ ପାସ୍‌ ହୋଇଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ପୂର୍ବରୁ ଗୁଜୁରାଟ ବିଧାନସଭାରେରେ ମଧ୍ୟ ସମସ୍ତ ସଦସ୍ୟଙ୍କ ଓ ରାଜ୍ୟ ବିଜେପି ସରକାରଙ୍କ ସମସ୍ତ ମନ୍ତ୍ରୀ କୋଭିଡ-19 ମହାମାରୀ ସହ ଲଢେଇ ପାଇଁ ଅର୍ଥ ଯୋଗାଡିବା ପାଇଁ ଏକ ବର୍ଷ ପାଇଁ ବେତନର 30 ପ୍ରତିଶତ ହ୍ରାସ ପାଇଁ ନିଷ୍ପତ୍ତି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ଲକ୍‌ଡାଉନ ବେଳେ ମାଲ୍ ପରିବହନରେ କୌଣସି ବାଧା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଖୁଚୁରା ବ୍ୟବସାୟୀଙ୍କ ଗାଡ଼ିକୁ ପୋଲିସ ଅନୁମତି ଦେଉନଥିବାର ଖବର ପ୍ରସାରିତ ହେବା ପରେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ପୋଲିସ କମିଶନର। ତେଜରାତୀ ଓ ପରିବା ବ୍ୟବସାୟୀଙ୍କୁ ଏହି ସୂଚନା ଜଣାଇବା ନିମନ୍ତେ ଗଣମାଧ୍ୟମକୁ ଅନୁରୋଧ କରି ଟୁଇଟ୍‌ କରିଛନ୍ତି।  ଲକ୍‌ଡାଉନ ବେଳେ ମାଲ୍ ପରିବହନ ପ୍ରସଙ୍ଗରେ କୌଣସି ବାଧା ନାହିଁ ବୋଲି ଟୁଇଟ୍‌ କରିଛନ୍ତି ପୋଲିସ୍‌ କମିଶନର। ପୋଲିସ ଅଧିକାରୀ ଏହି ଗୁଜବର ସତ୍ୟାସତ୍ୟା ପରଖିବାକୁ ବାଙ୍କି, ଆଠଗଡ଼, ଖୁଣ୍ଟୁଣୀ ଯାଇଥିଲେ। ଆମେ ମାଲ୍ ପରିବହନ ସୁଗମ କରିବାକୁ ସମସ୍ତ ବ୍ୟବସ୍ଥା କରୁଛୁ ବୋଲି ପୋଲିସ କମିଶନର କହିଛନ୍ତି। ତେବେ ଏମ୍ପର୍କିତ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ବ୍ୟବସାୟୀମାନେ ୧୦୦ ଡାଏଲ୍ କରିପାରିବେ ବୋଲି ପୋଲିସ୍ କମିସନର କହିଛନ୍ତି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ସତ୍ୟନଗର ଓମ୍‌ଫେଡ୍‌ ଷ୍ଟଲ୍‌ ଯାଇଥିଲେ କି? ଯଦି ଯାଇଥିଲେ ତେବେ ଆପଣ ସତର୍କ ରୁହନ୍ତି। ଭୁବନେଶ୍ବର ସତ୍ୟନଗର ତୋଷାଳି ଭବନ ସାମ୍ନା ଓମ୍‌ଫେଡ୍‌ ଷ୍ଟଲ୍‌ ପାଇଁ ଛନକା ପଶିଛି। ଯଦି କେହି ଓମଫେଡ୍‌ ଷ୍ଟଲକୁ ଯାଇଥିଲେ ତେବେ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କାରଣ କରୋନା ପଜିଟିଭି ଚିହ୍ନଟ ଜଣେ ବ୍ୟକ୍ତି ଉକ୍ତ ଷ୍ଟଲ୍‌କୁ ନିୟମିତ ଯାଉଥିଲେ। ତେଣୁ ସେଠାକୁ କେହି ଯାଇଥିଲେ ୧୦୪କୁ ଫୋନ୍‌ କରି କ୍ବାରେଣ୍ଟାଇନରେ ରୁହନ୍ତୁ ବୋଲି ସୂଚନା ଦେଇଛି ବିଏମ୍‌ସି। ସତ୍ୟନଗର ଓମ୍‌ଫେଡ୍‌ ଷ୍ଟଲ୍‌କୁ ଯାଇଥିବା ବ୍ୟକ୍ତି ୧୪ ଦିନ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଛି ବିଏମ୍‌ସି। ସୂଚନାଯୋଗ୍ୟ, ଆଜି ବିଏମ୍‌ସି ପକ୍ଷରୁ ସତ୍ୟନଗର ଅଞ୍ଚଳକୁ ସିଲ୍‌ କରାଯିବା ପରେ ସତ୍ୟନଗରୁ କରୋନ ଚିହ୍ନଟକୁ ନେଇ ଦ୍ବନ୍ଦ୍ବ ବଢିଥିଲା। ପରିଶେଷରେ ବମିଖାଲରୁ ମିଳିଥିବା ମୋଟ ୧୮ଜଣ ସଂକ୍ରମିତଙ୍କ ମଧ୍ୟରେ ସତ୍ୟନଗରରେ ଚାରିଜଣ ରହିଥିଲେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଭୁବନେଶ୍ବରରେ ସିଲ୍‌ ହୋଇଥିବା ଅଞ୍ଚଳ ସମ୍ପର୍କରେ ସୂଚନା ଦେଇଛନ୍ତି ବିଏମସି କମିଶନର। ସତ୍ୟନଗରରେ 4 ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରେ ସର୍ବମୋଟ 34 ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବରଗଡରେ ଜଣେ, ଭରତପୁରରେ ଜଣେ, ସହିଦନଗରରେ ଜଣେ, ସୂର୍ଯ୍ୟନଗରରେ 8ଜଣ, ବମିଖାଲରେ 14 ଜଣ, କପିଳପ୍ରସାଦରେ ଜଣେ, ସତ୍ୟନଗରରୁ ଚାରିଜଣ, ୟୁନିଟ୍‌-5ରୁ ଜଣେ, ମହିଷାଖାଲ ବିଜେବିନଗରର ଜଣେ, ମଧୁସୂଦନନଗର ଜଣେ, ଝାରପଡାରୁ ଜଣେ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି  ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମ୍ୟାପ ମଧ୍ୟ ଜାରି କରାହୋଇଛି। ଏହି ମ୍ୟାପ୍‌ରେ ସତ୍ୟନଗରରେ ଚାରି ଆକ୍ରାନ୍ତ ଥିବା ଦର୍ଶାଯାଇଥିଲା। ସତ୍ୟନଗରରୁ ଚାରି ଆକ୍ରାନ୍ତରୁ ତିନିଜଣଙ୍କ ବମିଖାଲ ଆକ୍ରାନ୍ତ ପରିବାର ସହ ଲିଙ୍କ ରହିଛି ବୋଲି ଜଣାପଡିଛି। ସତ୍ୟନଗରର ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: କରୋନା ଅପଡେଟ୍‌ ନେଇ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା 2441 ସୁଦ୍ଧା ପରୀକ୍ଷା ହୋଇଥିବାବେଳେ 42ଟି ପଜେଟିଭି ଚିହ୍ନଟ ହୋଇଥିବାବେଳେ ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା 39 ରହିଛି। ଦୁଇଜଣ ସୁସ୍ଥ ହୋଇଥିବାବେଳେ ଜଣକର ମୃତ୍ୟୁ ଘଟିଛି। ପ୍ରଥମ କଣ୍ଟେନ୍‌ମେଣ୍ଟ ଜୋନ୍‌ ରହିଛି ଖୋର୍ଦ୍ଧା ଜିଲ୍ଲାରେ। ଏହି ଜିଲ୍ଲାରେ 4ଟି କଣ୍ଟେନମେଣ୍ଟ ଜୋନ୍‌ ରହିଛି। ସୂର୍ଯ୍ୟନଗର, ସତ୍ୟନଗର, ବମିଖାଲ, ସୁନ୍ଦରପଦା ଓ ବେଗୁନିଆ ଯଦପୁର ଅଞ୍ଚଳ ପ୍ରମୁଖକୁ ଏହି ସଂକ୍ରମିତ ଜୋନ୍‌ ବା କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏହି ଜିଲ୍ଲାରେ 34 ଜଣ ସଂକ୍ରମିତ ମାମଲା ରହିଥିବାବେଳେ ଏଥିରୁ ଦୁଇଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣକର ମୃତ୍ୟୁ ହୋଇଛି। ସେହିପରି କଟକରେ ଜଣେ ଆକ୍ରାନ୍ତ ମିଳିଥିବାରୁ ଏଠାରେ ଦୁଇଟି କଣ୍ଟେନେମେଣ୍ଟ ଜୋନ୍‌ର ଘୋଷଣା କରାଯାଇଛି। ଏକ ନମ୍ବର ଓ୍ବାର୍ଡ ଜୟରାମପୁର ଗ୍ରାମପଞ୍ଚାୟତ ନିଶ୍ଚିନ୍ତ କୋଇଲି ତହସିଲ,ଓ୍ବାର୍ଡ ନଂ 12,13,ମିର୍ଜାପୁର…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ: ଆଜି ଅପରାହ୍ନ ୧ ଟା ୩୦ ମିନିଟ୍‌ରେ ଢଙ୍କିଆ ଗ୍ରାମ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମ ଧରାଶ ପାଟଣାପଡାରେ ଦୁଇ ବଖରା ଚାଳଘର ସମ୍ପୂର୍ଣ୍ଣ ଭସ୍ମ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ଏହି ଗ୍ରାମର ଛବିନ୍ଦ୍ର ଦଳାଇ, ପିତା-ବିଶ୍ବାନାଥ ଦଳାଇଙ୍କ ଦୁଇ ବଖରା ଚାଳ ଘରେ ଉପରେ ବଜ୍ରପାତ ପଡି ସମ୍ପୂର୍ଣ୍ଣ ଭସ୍ମ ହୋଇଛି। ଘର ପୋଡିଯିବା ସହିତ ଘରର ସମସ୍ତ ଆସବାସପତ୍ର ଟିଭି, ଫ୍ରିଜ, ୧୫ ବସ୍ତାଧାନ ସବୁ ପୋଡି ହୋଇ ଯାଇଛି। ଖବର ପାଇ ସ୍ଥାନୀୟ ଢ଼ିଙ୍କିଆ ସରପଞ୍ଚ ଶ୍ରୀଯୁକ୍ତ କିଶୋର ପରିଡା ସେଠାରେ ପହଞ୍ଚି ସେମାନଙ୍କୁ ୨୦୦୦ ଟଙ୍କା  ସାହାଯ୍ୟ ପ୍ରଦାନ କରିବା ସହିତ କିପରି ସେ କ୍ଷତିପୂରଣ ପାଇପାରିବେ ସେ ସ୍ଥାନୀୟ ଏରସମା ତହସିଲଦାର ଚିତ୍ତରଞ୍ଜନ ମହାନ୍ତି,ବିଡ଼ିଓ କୈଳାସ ଚନ୍ଦ୍ର ବେହେରା ଓ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଛବିନ୍ଦ୍ରଙ୍କୁ ଏକ ଗ୍ରାମୀଣ ଆବାସ ଯୋଗାଇଦେବାକୁ…

Read More

ନୂଆଦିଲ୍ଲୀ : କରୋନା ପାଇଁ ଲାଗୁ ହୋଇଥିବା ଲକ୍‌ ଡାଉନ୍‌ର ଅବଧି ବଢିପାରେ ବୋଲି ସୂଚନା ରହିଛି । ବିଭିନ୍ନ ଦଳର ନେତାଙ୍କ ସହ ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କ ସୂଚନା  ରହିଛି। ଏନେଇ ପ୍ରଧାନମନ୍ତ୍ରୀ ସଂକେତ ଦେଇଥିବାର କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ଏବେ ଲକ୍‌ ଡାଉନ୍‌ ଉଠାଯାଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏନେଇ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇ ଅବଧି ବୃଦ୍ଧି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି ।  ମାର୍ଚ୍ଚ 24 ତାରିଖରୁ ଜାରି ହୋଇଥିବା 21 ଦିନିଆ ଲକ୍‌ ଡାଉନ୍‌ର ଅବଧି ଏପ୍ରିଲ୍‌ 14 ତାରିଖରେ ସରିବାର ଥିଲା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ କରିଥିଲେ । ଏହି ଅବସରରେ ମୋଦି କହିଥିଲେ ଯେ କରୋନା ସହ ଏହା ଏକ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଆଜି ସକାଳୁ ଭୁବନେଶ୍ୱର କେନ୍ଦ୍ରରେ ଅବସ୍ଥିତ ସତ୍ୟ ନଗର ଅଞ୍ଚଳକୁ ମହାନଗର ନିଗମ ସିଲ କରିଦେବା ପରେ ଏହାକୁ ନେଇ ଦ୍ଵନ୍ଦ୍ଵ ବଢିଥିଲା। ସତ୍ୟନଗର ଅଞ୍ଚଳରେ କୌଣସି ସଂକ୍ରମିତ ଥିବା କଥା କୌଣସି ସରକାରୀ ତଥ୍ୟରୁ ଜଣା ପଡିନଥିଲା। ତେଣୁ ଏହାକୁ ନେଇ ଆଜି ସକାଳୁ ଦ୍ଵନ୍ଦ୍ଵ ଲାଗି ରହିଥିଲା। ଏହାକୁ ନେଇ ଏବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି। ବମିଖାଲରେ ରହିଥିବା ମୂଳ ସଂକ୍ରମଣ ରୁ ତିନିଜଣ ସତ୍ୟନଗରର ବାସିନ୍ଦା ବୋଲି ଜଣା ପଡିଛି। ସେଥିଲାଗି ଏବେ ସତ୍ୟନଗରକୁ ସିଲ କରାଯାଇଛି।

Read More

ମୁମ୍ବାଇ : ଚଳିତ ମହାରାଷ୍ଟ୍ର ରାଜନୀତିରେ ବହୁ ରାଜନୈତିକ ଡ୍ରାମା ପରେ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ରୂପେ ଅବସ୍ଥାପିତ ହୋଇଛନ୍ତି । ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ନଭେମ୍ବର 28ରେ ମୁଖ୍ୟମନ୍ତ୍ରୀ ରୂପେ ଶପଥଗ୍ରହଣ କଲେ । ଉଦ୍ଧବ ଠାକ୍‌ରେଙ୍କ ମୁଖ୍ୟମନ୍ତ୍ରୀ ହୋଇଯିବା ଛଅ ମାସ ନ ପୂରୁଣୁ ପୁଣି ଥରେ ତାଙ୍କ ଚୌକି ଉପରେ ସଂକଟର ବାଦଲ ଘନେଇଛି । ତେବେ ଏଥର କୌଣସି ବିରୋଧୀଙ୍କ ଈଶାରାରେ ଏହି ସଂକଟ ଆସିନି ବରଂ ଦୁନିଆରେ ମୃତ୍ୟୁର ତାଣ୍ଡବ ରଚୁଥିବା କରୋନା ଯୋଗୁଁ ଏହି ସ୍ଥିତି ଉପୁଜିଛି । କହିବାର କଥା ଏହିକି ଯେ, ମୁଖ୍ୟମନ୍ତ୍ରୀ ହୋଇଥିବା ଉଦ୍ଧବ ଠାକ୍‌ରେ କୌଣସି ନିର୍ବାଚନ ଲଢି ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି । ଉଦ୍ଧବ ଠାକ୍‌ରେ ନିଜ ରାଜନୈତିକ ଜୀବନରେ କେବେ ବି ନିର୍ବାଚନ ଲଢି ନାହାନ୍ତି କି ସେ ମହାରାଷ୍ଟ୍ର ସରକାରଙ୍କ ବିଧାନମଣ୍ଡଳର କୌଣସି ସଦନର ସଦସ୍ୟ ମଧ୍ୟ ନୁହଁନ୍ତି । କିନ୍ତୁ ସମ୍ବିଧାନାର…

Read More

ନ୍ୟୁୟର୍କ : ଜଣେ ଘର ମାଲିକ 18 ମହଲା ବିଶିଷ୍ଟ 80ଟି ଆପାର୍ଟମେଣ୍ଟରେ ରହୁଥିବା 200ରୁ ଅଧିକ ଭଡାଟିଆଙ୍କ ଅପ୍ରେଲ ମାସର ଘର ଭଡାକୁ ଛାଡ କରିଛନ୍ତି । ଘର ଭଡା ଛାଡ କରିଥିବା ଘର ମାଲିକ ନ୍ୟୁୟର୍କର । ନ୍ୟୁୟର୍କର ବ୍ରୁକଲିନ୍‌ରେ ରହୁଥିବା ଏହି ଘର ମାଲିକ ଜଣକ କହିଛନ୍ତି ଯେ, କରୋନା ଭାଇରସ୍‌ର ପ୍ରକୋପକୁ ଦେଖି ସେ ତାଙ୍କ ଭଡାଟିଆମାନଙ୍କୁ କୌଣସି ପ୍ରକାରର ଚିନ୍ତା ଦେବାକୁ ଚାହାଁନ୍ତି ନାହିଁ । କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରୁଥିବା ଏହି ଘର ମାଲିକଙ୍କ ନାମ ହେଉଛି ମାରିୟୋ ସଲେରନୋ । ସେ ତାଙ୍କ ଆପାର୍ଟମେଣ୍ଟ ବାହାରେ ଏକ ପୋଷ୍ଟର ଦ୍ବାରା ଅପ୍ରେଲ୍‌ ମାସର ଘର ଭଡା ଛାଡ କରିଛନ୍ତି ବୋଲି ଘୋଷଣା କରିଛନ୍ତି । କରୋନା ମହମାରୀ ଯୋଗୁଁ ଆମେରିକାର ନ୍ୟୁୟର୍କ ସହର ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଅଧିକସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଛି ।  ଏଠାରେ…

Read More

ସମୀକ୍ଷା ବ୍ୟୁରୋ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 42ରେ ପହଞ୍ଚିଥିବାବେଳେ ଜଣକଙ୍କର ମୃତ୍ୟୁ ହୋଇଯାଇଛି। ଭୁବନେଶ୍ବରକୁ କରୋନା ହଟସ୍ପଟ୍‌ ବୋଲି ଚିହ୍ନଟ କରାଯାଇଛି  ସର୍ବାଧିକ କରୋନା ରୋଗୀ ଭୁବନେଶ୍ବରରୁ ହିଁ ଚିହ୍ନଟ ହୋଇଛନ୍ତି। ଆଜି ସକାଳୁ ଭୁବନେଶ୍ବରର କେନ୍ଦ୍ରରେ ଥିବା ସତ୍ୟନଗର ଅଞ୍ଚଳକୁ ବିଏମସି ତରଫରୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇ ବ୍ୟାପକ ପଦକ୍ଷେପ ନିଆଯାଉଥିବାବେଳେ ଏହି ଅଞ୍ଚଳରୁ କେହି ଆକ୍ରାନ୍ତ ଅଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହି ନାହିଁ। ଓଡ଼ିଶା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଚୁପ୍‌ ରହିଥିବା ବେଳେ ମହାନଗର ନିଗମର ପଦକ୍ଷେପକୁ ନେଇ ଅନେକ ଦ୍ଵନ୍ଦ୍ଵ ଉପୁଜିଛି। ଭୁବନେଶ୍ବରର ଝାରପଡା, ବମିଖାଲ, ସୂର୍ଯ୍ୟନଗର, କପିଳପ୍ରସାଦ ପରି ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ରୂପେ ଘୋଷଣା କରାଯାଇ ସେହି ସବୁ ଅଞ୍ଚଳକୁ ସିଲ୍‌ କରାଯାଇଥିଲା। କିନ୍ତୁ ମିଳିଥିବା କରୋନା ଆକ୍ରାନ୍ତଙ୍କ ତଥ୍ୟ ହିସାବରେ ସତ୍ୟନଗରରୁ କେହି ଆକ୍ରାନ୍ତ ରହିଥିବାର ସୂଚନା…

Read More

ରାଜକନିକା: ସମଗ୍ର ବିଶ୍ବ ଆଜି ମହାମାରୀ କରୋନା କବଳରେ କବଳିତ। ଭାରତରେ ମଧ୍ୟ କରୋନାର କାୟା ମେଲିସାରିଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 5000 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 149ରେ ପହଞ୍ଚିଛି। ସେହିପରି ରାଜ୍ୟରେ ମଧ୍ୟ କରୋନା ସ୍ଥିତି ବେଶ୍‌ ସଙ୍ଗୀନ ରହିଛି। ଏପର୍ଯ୍ୟନ୍ତ 42 ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବାବେଳେ ଜଣକର ମୃତ୍ୟୁ ହୋଇଯାଇଛି। କରୋନା ସହ ବିଶ୍ବ ଯୁଦ୍ଧ କରୁଥିବାବେଳେ ବିଭିନ୍ନ ମହଲରୁ ସହାୟତାର ସୁଅ ମଧ୍ୟ ଛୁଟୁଛି। ଏହି ଧାରାରେ ନିଜକୁ ସାମିଲ କରିଛନ୍ତି ରାଜକନିକା ବ୍ଲକ୍ ଅନ୍ତର୍ଗତ ଦୁଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ। କୋରନ୍ଦ ଗ୍ରାମ ସ୍ଥିତ ମା ଜଞ୍ଜାଳୀ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଜୟ ହନୁମାନ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ନିରାଶ୍ରୟ ତଥା ଗରିବ  ୨୦୦ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା। ତେବେ ଖାଦ୍ୟ ବଣ୍ଟନ ପୂର୍ବରୁ ସରକାରଙ୍କ ନିର୍ଦ୍ଦେଶିତ କରୋନା କଟକଣାକୁ ମାନିଥିବାର ଦେଖାଯାଇଛି। ସାମାଜିକ ଦୂରତ୍ୱକୁ ଗୁରୁତ୍ବ…

Read More

ଇରାନ୍‌: ଇରାନରେ କରୋନା ଭାରଇସ୍‌ରେ ମୃତକଙ୍କ ସଂଖ୍ୟା ଏବେ ୩୦୦୦ଛୁଇଁଛି। କିନ୍ତୁ ଏଠାରେ ବିଷାକ୍ତ ଆଲକୋହଲ୍‌ ପିଇ ୬୦୦ ଜଣଙ୍କର ଜୀବନ ଚାଲିଯାଇଥିବାର ସୂଚନା ମିଳିଛି। ସେହିପରି ଏହି ବିଷାକ୍ତ ଆଲକୋହଲ୍‌ ପିଇ ୩୦୦୦ ଲୋକ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଲୋକମାନେ କରୋନା ଭାଇରସର ଔଷଧ ଭାବି ନୀଟ୍‌ ଆଲକୋହଲ୍‌କୁ ପିଇ ଦେଇଛନ୍ତି। ଏହା ପରେ ବହୁ ସଂଖ୍ୟାରେ ଲୋକେ ରୋଗରେ ପଡିଯାଇଛନ୍ତି। ସେହିପରି ଏହି ବିଷାକ୍ତ ଆଲକୋହଲ୍‌ ପିଇଥିବା ମୃତକଙ୍କ ସଂଖ୍ୟା ଆଗକୁ ଆହୁରି ବଢିବା ନେଇ ସୂଚନା ରହିଛି। ଏହି ମାମଲାରେ କିଛି ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି। ଏହି ଗିରଫ ହୋଇଥିବା ଲୋକଙ୍କ ଉପରେ ଅପରାଧିକ ଗତିବିଧି ପାଇଁ ମକଦ୍ଦମା ଦାଏର କରାଯାଇଛି। ଇରାନରେ କରୋନ ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାରୁର ଅଧିକ ରହିଛି। ଇରାନ୍‌ ସଂସଦର ୩୧ ଜଣ ଲୋକ କରୋନା ପଜିଟିଭିରେ ଆକ୍ରାନ୍ତ ହୋଇଛନ୍ତି। ସଂସଦରେ କରୋନା…

Read More

ନୂଆଦିଲ୍ଲୀ: ସାଂସଦଙ୍କ ଦରମାରେ ୩୦ ପ୍ରତିଶତ ହ୍ରାସ ହେବା ପରେ ଭତ୍ତାରେ ୨୭ ହଜାର ଟଙ୍କା ହ୍ରାସ ହେବ ବୋଲି ସୂଚନା ମିଳିଛି। କରୋନା ଭାଇରସ୍‌ ସହ ଲଢିବା ପାଇଁ ଫଣ୍ଡ୍‌ରେ ଏହି ଅର୍ଥକୁ ବିନିଯୋଗ କରାଯିବ ବୋଲି ଏହି ନିଷ୍ପତ୍ତି ନିଆଯାଇଛି। ସାଂସଦଙ୍କୁ ଏବେ ଆଉ ନିର୍ବାଚନ କ୍ଷେତ୍ର ଭତ୍ତା ଓ କାର୍ଯ୍ୟାଳୟ ଭତ୍ତାରେ ମିଳିଥିବା ୨୭ ହଜାର ଟଙ୍କା ମିଳିବ ନାହିଁ। ପ୍ରତ୍ୟେକ ମାସ ମିଳୁଥିବା ନିର୍ବାଚନ କ୍ଷେତ୍ର ଭତ୍ତା ଓ କାର୍ଯ୍ୟାଳୟ ଭତ୍ତା କାଟିବାକୁ ନେଇ ସରକାରୀ ଆଦେଶ ମିଳିଛି ।ସାଂସଦଙ୍କ ବେତନରୁ ୩୦ ପ୍ରତିଶତ ହ୍ରାସ କରାଯିବ ନେଇ ଆଗରୁ ଘୋଷଣା କରାଯାଇଛି। ଏବେ ପ୍ରତ୍ୟେକ ସାଂସଦଙ୍କୁ ୭୦ ହଜାର ଟଙ୍କା ମିଳିବ। ମିଳିଥିବା ସୂଚନା ଅନୁସାରେ ସାଂସଦଙ୍କୁ ସଂଯୁକ୍ତ ସମିତି ରେ ସରକାରଙ୍କ ସହିତ ବିଚାର ବିମର୍ଶ କରି ପ୍ରତ୍ୟେକ ସାଂସଦଙ୍କୁ ମିଳୁଥିବା ନିର୍ବାଚନ କ୍ଷେତ୍ର ଭତ୍ତାରେ ୩୦ ପ୍ରତିଶତ ହ୍ରାସ କରିବା ନେଇ…

Read More

ନୂଆଦିଲ୍ଲୀ: ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 5 ହଜାରକୁ ଟପିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ମୃତ୍ୟୁ ସଂଖ୍ୟା 149ରେ ପହଞ୍ଚିଛି। ଭାରତରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା 5 ହଜାର 194କୁ ବୃଦ୍ଧି ହୋଇଛି। ସେହିପରି 402 ଜଣ ସୁସ୍ଥ ହୋଇଛନ୍ତି। ଗତ 12 ଘଣ୍ଟା ମଧ୍ୟରେ 25 ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି। ମହାରାଷ୍ଟ୍ରରେ ସର୍ବାଧିକ 1018 ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବାବେଳେ 64ଜଣଙ୍କର ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ, ଗୁଜୁରାଟ ଓ ମଧ୍ୟପ୍ରଦେଶରେ 13-13ଙ୍କର ମୃତ୍ୟୁ ହୋଇଛି। ରାଜଧାନୀ ଦିଲ୍ଳୀରେ ସାତ, ପଞ୍ଜାବ ଓ ତେଲେଙ୍ଗାନାରେ ବି 7-7ଜଣଙ୍କର ମୃତ୍ୟୁ ହୋଇଛି। ପଶ୍ଚିମବଙ୍ଗରେ 5, ଉତ୍ତରପ୍ରଦେଶ – ରାଜସ୍ଥାନରେ 3-3 ଜଣଙ୍କର ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶରେ 4, ତାମିଲନାଡୁରେ 7, କର୍ଣ୍ଣାଟକରେ 4, ଜମ୍ମୁକାଶ୍ମୀର ଓ କେରଳରୁ ଦୁଇଜଣ ଲେଖାଏଁ, ହିମାଚଳ, ଓଡ଼ିଶା ଓ ବିହାରରେ ଜଣେ ଲେଖାଏଁ…

Read More

କେଦାର ମିଶ୍ର ଗୋଟେ ବିଚିତ୍ର ସ୍ଥିତିରେ ବର୍ତ୍ତମାନ ପୂରା ଦେଶ ଠିଆ ହୋଇଛି। ଗତ ମାର୍ଚ୍ଚ ୨୪ ତାରିଖରେ ଦେଶରେ ଆରମ୍ଭ ହୋଇଥିବା ଲକ ଡାଉନ ଇତିମଧ୍ୟରେ ଦୁଇ ସପ୍ତାହ ପୂରଣ କରି ଶେଷ ସପ୍ତାହରେ ପହଞ୍ଚିଛି। ଆସନ୍ତା ଏପ୍ରିଲ ୧୪ ରେ ଲକ ଡାଉନ ସରିବ ନା ଏହା ଆହୁରି କିଛି ସପ୍ତାହ ଅବ୍ୟାହତ ରହିବ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ତେଲେଙ୍ଗାନା ଓ ଉତ୍ତର ପ୍ରଦେଶ ରାଜ୍ୟ ସରକାର ଲକ ଡାଉନ ବଢାଇବା ସପକ୍ଷରେ ମତ ଦେଇଛନ୍ତି। ଉତ୍ତର ପ୍ରଦେଶ ସରକାର କହିବା କଥା ହେଲା ଯେ ପର୍ୟନ୍ତ ନୂଆ କେଶ ଚିହ୍ନଟ ହେଉଥିବ ସେ ଯାଏ, ଲକ ଡାଉନ ଅବ୍ୟାହତ ରହୁ। ତେବେ ଏ ପ୍ରକାର ଲକ ଡାଉନ ବ୍ୟବସ୍ଥାରେ ସରକାର ଚାଲିବ କେମିତି? ରାଜ୍ୟ ସରକାରମାନେ ଭାବୁଛନ୍ତି, ତାଙ୍କୁ କାରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ସୀମିତ ରଖିବାକୁ ପଡିବ। ତେବେ ଏହା ସମ୍ଭବ କି?…

Read More

ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟର ଜରୁରୀ ବୈଠକ। ବର୍ତ୍ତମାନ ପରିସ୍ଥିତିରେ ଏହି ବୈଠକ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି। ଏହି ବୈଠକରେ କଣ ଆଲୋଚନା ହେବ ସେ ସଂପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ଏଜେଣ୍ଡା ଦିଆଯାଇ ନାହିଁ। ହେଲେ ବିଶ୍ବସ୍ଥ ସୁତ୍ରର ଖବର ଅନୁସାରେ ରାଜ୍ୟ ସରକାରଙ୍କ କୋଭିଡ19 ମୁକାବିଲା ପାଇଁ ପର୍ଯ୍ୟାପ୍ତ ପାଣ୍ଠିର ଆବଶ୍ୟକତା ରହିଛି। ସେଥିପାଇଁ ବିଧାୟକ ପାଣ୍ଠିକୁ କୋଭିଡ19 ମୁକାବିଲା ପାଣ୍ଠିକୁ ପରିବର୍ତ୍ତନ କରିବେ। ଏହି ପରିବର୍ତ୍ତନ ପାଇଁ କ୍ୟାବିନେଟ ମଞ୍ଜୁରୀର ଆବଶ୍ୟକତା ଥିବାରୁ ରାଜ୍ୟ ସରକାର ଏପରି ଜରୁରୀ ବୈଠକ ଡାକିଛନ୍ତି। ଗତକାଲି ବିରୋଧୀ ଦଳର ନେତା ପ୍ରଦୀପ୍ତ କୁମାର ନାୟକ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଏମଏଲଏ ଲ୍ୟାଡକୁ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରାଯାଉ। ଏହା ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ଏମପି ଲ୍ୟାଡକୁ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରାଯିବ…

Read More

ମୁମ୍ବାଇ : ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନ୍‌ ନିଜ 37ତମ ଜନ୍ମଦିବସ ଅବସରରେ ପ୍ରଶଂସକଙ୍କୁ ଏକ ଖାସ୍‌ ଉପହାର ଦେଇଛନ୍ତି । ଅଲ୍ଲୁ ଅର୍ଜୁନ୍‌ ନିଜର ଅପକମିଙ୍ଗ୍‌ ଫିଲ୍ମ ‘ପୁଷ୍ପା’ର ଘୋଷଣା କରିଛନ୍ତି । ଏହି ଫିଲ୍ମଟି ହିନ୍ଦୀ ଭାଷାରେ ମଧ୍ୟ ରିଲିଜ୍‌ କରାଯିବ । ତେବେ ଫିଲ୍ମକୁ ନେଇ ବିଶେଷ କିଛି ସୂଚନା ମିଳିପାରିନାହିଁ । ତେବେ ଏହି ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ବିପକ୍ଷରେ ରଶ୍ମିକା ମନ୍ଦନାଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମର ନିର୍ଦ୍ଦେଶନା ସୁକୁମାର ଦେଉଛନ୍ତି । ପୂର୍ବରୁ ଅଲ୍ଲୁଙ୍କ ସହିତ ସୁକୁମାର ଆର୍ଯ୍ୟ ଓ ଆର୍ଯ୍ୟ2 ପରି ସୁପରହିଟ୍‌ ଫିଲ୍ମ ନିର୍ମାଣ କରିସାରିଛନ୍ତି । ତେବେ ଏହି ଅବସରରେ ଫିଲ୍ମର ଫାଷ୍ଟ ଲୁକ୍‌ ମଧ୍ୟ ନଜର ଆସିଛି । ଏଥିରେ ଅଲ୍ଲୁଙ୍କ ରାଗ ନଜର ଆସିଛି । ପୋଷ୍ଟରରେ ତାଙ୍କ ଶରୀରରେ କ୍ଷତ ଥିବାବେଳେ ରାଗୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଅଲ୍ଲୁ ।…

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣରେ ସାରାବିଶ୍ୱ ସହିତ ଭାରତବର୍ଷ ଓ ଓଡ଼ିଶା ରାଜ୍ୟ ବିଶେଷ ପ୍ରଭାବିତ ହୋଇଥିବାରୁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ପୃଥକ ବାସ ଉପରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାରେ ଦୃଢ଼ କଟକଣା ଜାରୀ କରିଛନ୍ତି। ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକ ପ୍ରତିଦିନ ସକାଳ ୦୬ଟା ରୁ ୧୧ଟା ପର୍ଯ୍ୟନ୍ତ ଖୋଲାରହିବ। ପ୍ରତ୍ୟେକ ଦୋକାନ ସହିତ ଔଷଧ ଦୋକାନ ଗୁଡିକ ମଧ୍ୟ ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବେ।ସାମାଜିକ ଦୂରତ୍ୱ ବଜାୟ ରଖିବା ଆଇନ ଅବମାନନାକୁ ଜିଲ୍ଲା ପ୍ରଶାସନ ଜିରୋଟଲରାନସ ଭାବରେ ଗ୍ରହଣ କରିଛି। ସାମାଜିକ ଦୂରତ୍ୱ ଅବମାନନା କରୁଥିବା ବ୍ୟକ୍ତିଙ୍କୁ ଅପରାଧି ଭାବେ ବିବେଚନା କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁ ଦୋକାନୀ/ବ୍ୟବସାୟୀ ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ନରଖିବେ…

Read More