ଜାଣନ୍ତୁ ଲକ୍‌ଡାଉନ୍‌ରେ କଣ କରୁଛନ୍ତି ସ୍ମୃତି ମାନ୍ଧନା

Published: Apr 13, 2020, 4:09 pm IST

ମୁମ୍ବାଇ : ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗି ରହିଥିବା ବେଳେ ବିଭିନ୍ନ ସେଲିବ୍ରିଟିଙ୍କ ଲକ୍‌ଡାଉନ୍‌ କାର୍ଯ୍ୟକଳାପକୁ ଫ୍ୟାନ୍‌ ମାନେ ଚାତକ ପରି ଚାହିଁ ରହୁଛନ୍ତି । ଭାରତୀୟ ମହିଳା କ୍ରିକେଟ୍‌ ଦଳର ପ୍ରମୁଖ ସଦସ୍ୟ ତଥା ଓପ୍‌ନର ସ୍ମୃତି ମାନ୍ଧନା ନିଜର ଲକ୍‌ଡାଉନ୍‌ ଡାଏରୀ ସେୟାର କରିଛନ୍ତି । ବିସିସିଆଇ ପକ୍ଷରୁ 1.38 ମିନିଟ୍‌ର ଏକ ଭିଡିଓ ଜାରି କରାଯାଇଛି । ଏହି ଭିଡିଓରେ ଲକ୍‌ଡାଉନ୍‌ ସମୟରେ ନିଜର କାର୍ଯ୍ୟକଳାପ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଶୋଇବାକୁ ଭଲ ପାଉଥିବା ନେଇ ପୂର୍ବରୁ ବିଭିନ୍ନ ସାକ୍ଷାତକାରରେ କହୁଥିବା ମାନ୍ଧନା ଲକ୍‌ଡାଉନ୍‌ ସମୟରେ ଦୈନିକ 10 ଘଣ୍ଟା ଶୋଉଛନ୍ତି । ଏହା ସହିତ ଅନ୍‌ଲାଇନ୍‌ ଲୁଡୋ ଖେଳିବା ସହିତ ଫିଲ୍ମ ଦେଖିବାରେ ନିଜର ସମୟ ଅତିବାହିତ କରୁଛନ୍ତି ବୋଲି ମାନ୍ଧନା ପ୍ରକାଶ କରିଛନ୍ତି । ପରିବାର ସହିତ ସମୟ ବିତାଇବା ସହିତ କିଛି ଶାରୀରିକ ପରିଶ୍ରମ ମଧ୍ୟ କରୁଥିବା ନଇ ମାନ୍ଧନା ସୂଚନା ଦେଇଥିଲେ । (ଏଜେନ୍ସି)

Related posts