ହସ୍ପିଟାଲ୍‌ରୁ ଡିସଚାର୍ଜ ହେଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌, ସ୍ବାସ୍ଥ୍ୟବସ୍ଥାରେ ଆସିଲା ସୁଧାର

Published: Apr 12, 2020, 9:28 pm IST

ବ୍ରିଟେନ୍‌ : ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କରୋନା ସଂକ୍ରମଣ ହୋଇଛନ୍ତି । ନିକଟରେ ତାଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇଥିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଏବେ ସେ ସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । କିନ୍ତୁ ସେ ଏବେ କାମକୁ ପ୍ରତ୍ୟାବର୍ତ୍ତନ କରିପାରିବେ ନାହିଁ ।  ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କୁ ସେଣ୍ଟ୍‌ ଥୋମାସ୍‌ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି । ସେ ଦେଶର ସ୍ବାସ୍ଥ୍ୟ ସେବାକୁ କୃତଜ୍ଞତା ଜଣାଇଛନ୍ତି ।

ଜନସନ୍‌ଙ୍କୁ ସ୍ବାସ୍ଥ୍ୟରେ ବେଶ୍‌ ସୁଧାର ଆସିଥିବାରୁ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି । ସେ ମାର୍ଚ୍ଚ 26 ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ ଜଣାପଡିଥିଲେ । ଏପ୍ରିଲ୍‌ 6ରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଆଇସିୟୁରେ ତିନି ଦିନ ରହିବା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା । ଜନସନ୍‌ ଏବେ ଘରେ ସମୟ ଅତିବାହିତ କରୁଥିବାବେଳେ ସେ ଫିଲ୍ମ ଓ ସୁଡୋକୁ ଦେଖି ନିଜ ସମୟ ବିତାଉଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ବୋରିସ୍‌ ଜନସନ୍‌ଙ୍କୁ ସୁସ୍ଥ ହେବା ନେଇ ପ୍ରାର୍ଥନା କରି ଏକ ଟୁଇଟ୍‌ କରିଥିଲେ ଯେ, ମୋଦି କହିଥିଲେ ଯେ, ଆପଣ ଏକ ଯୋଦ୍ଧା । ଆପଣ ଯେକୌଣସି ବିଷମ ପରିସ୍ଥିତିକୁ ମଧ୍ୟ ଜିତିପାରିବେ।  ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ ଜନସନ୍‌ଙ୍କୁ ଶୀଘ୍ର ସୁସ୍ଥତା ହେବା ନେଇ ପ୍ରାର୍ଥନା କରି ଟୁଇଟ୍‌ କରିଥିଲେ । (ଏଜେନ୍ସି)

Related posts