Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପୁଣି ଆଇସୋଲେଶନରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌

ଲଣ୍ଡନ : ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପୁଣି ଥରେ ନିଜକୁ ଆଇସୋଲେଟ କରି ନେଇଛନ୍ତି । ନିକଟରେ ସେ ଜଣେ କରୋନା ପଜିଟିଭ ସାଂସଦଙ୍କ ସଂସ୍ପର୍ଶରେ ଆସିଥିବା ଜାଣିବା ପରେ ସେ ଆଇସୋଲେଶନରେ ରହିଛନ୍ତି । ଏବେ ପର୍ଯ୍ୟନ୍ତ ତାଙ୍କଠାରେ କିନ୍ତୁ କରୋନାର କୌଣସି ଲକ୍ଷଣ ଦେଖାଯାଇ ନାହିଁ ।  ଗତ ଏପ୍ରିଲ ମାସରେ ଜନସନ କରୋନାରେ ପୀଡ଼ିତ ହୋଇ ସେଣ୍ଟ ଥମାସ ହସ୍ପିଟାଲରେ ତିନି ରାତି ରହିବା ପରେ ସୁସ୍ଥ ହୋଇ ଫେରିଥିଲେ ।

ମିଳିଥିବା ସୂଚନା ଅନୁସାରେ ସାଂସଦ ଲି ଆଣ୍ଡରସନ୍‌ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଜନସନ୍‌ ନିକଟରେ 35 ମିନିଟ୍‌ ପର୍ଯ୍ୟନ୍ତ ସାଂସଦଙ୍କ ସହ ବୈଠକ କରିଥିଲେ । ଏହି ବୈଠକରେ ଆଣ୍ଡରସନ୍‌ ମଧ୍ୟ ସାମିଲ୍‌ ରହିଥିଲେ । ଏହା ଜାଣିବା ପରେ ତାଙ୍କୁ ଆଇସୋଲେଶନରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏବେ ସେ 10 ଦିନ ଆଇସୋଲେଶନରେ ରହିବା ନେଇ ନ୍ୟାସନାଲ୍‌ ହେଲ୍ଥ ସର୍ଭିସ୍‌ ସୂଚନା ଦେଇଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ହସ୍ପିଟାଲ୍‌ରୁ ଡିସଚାର୍ଜ ହେଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌, ସ୍ବାସ୍ଥ୍ୟବସ୍ଥାରେ ଆସିଲା ସୁଧାର

ବ୍ରିଟେନ୍‌ : ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କରୋନା ସଂକ୍ରମଣ ହୋଇଛନ୍ତି । ନିକଟରେ ତାଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇଥିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଏବେ ସେ ସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । କିନ୍ତୁ ସେ ଏବେ କାମକୁ ପ୍ରତ୍ୟାବର୍ତ୍ତନ କରିପାରିବେ ନାହିଁ ।  ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କୁ ସେଣ୍ଟ୍‌ ଥୋମାସ୍‌ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି । ସେ ଦେଶର ସ୍ବାସ୍ଥ୍ୟ ସେବାକୁ କୃତଜ୍ଞତା ଜଣାଇଛନ୍ତି ।

ଜନସନ୍‌ଙ୍କୁ ସ୍ବାସ୍ଥ୍ୟରେ ବେଶ୍‌ ସୁଧାର ଆସିଥିବାରୁ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି । ସେ ମାର୍ଚ୍ଚ 26 ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ ଜଣାପଡିଥିଲେ । ଏପ୍ରିଲ୍‌ 6ରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଆଇସିୟୁରେ ତିନି ଦିନ ରହିବା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା । ଜନସନ୍‌ ଏବେ ଘରେ ସମୟ ଅତିବାହିତ କରୁଥିବାବେଳେ ସେ ଫିଲ୍ମ ଓ ସୁଡୋକୁ ଦେଖି ନିଜ ସମୟ ବିତାଉଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ବୋରିସ୍‌ ଜନସନ୍‌ଙ୍କୁ ସୁସ୍ଥ ହେବା ନେଇ ପ୍ରାର୍ଥନା କରି ଏକ ଟୁଇଟ୍‌ କରିଥିଲେ ଯେ, ମୋଦି କହିଥିଲେ ଯେ, ଆପଣ ଏକ ଯୋଦ୍ଧା । ଆପଣ ଯେକୌଣସି ବିଷମ ପରିସ୍ଥିତିକୁ ମଧ୍ୟ ଜିତିପାରିବେ।  ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ ଜନସନ୍‌ଙ୍କୁ ଶୀଘ୍ର ସୁସ୍ଥତା ହେବା ନେଇ ପ୍ରାର୍ଥନା କରି ଟୁଇଟ୍‌ କରିଥିଲେ । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଆଇସିୟୁର ଭର୍ତ୍ତି ହେଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌

ବ୍ରିଟେନ୍‌ : କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅବସ୍ଥା ଏବେ ବିଗିଡ଼ିବାରେ ଲାଗିଛି। ଏଥିପାଇଁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗତକାଲି ଜନସନ୍‌ଙ୍କୁ ସେଣ୍ଟ ଥୋମାସ ହସ୍ପିଟାଲକୁ ନିଆଯାଇଥିଲା। ଏବେ  ତାଙ୍କୁ ଆଇସିୟୁରେ ରଖାଯାଇଛି।

ସୂଚନାଯୋଗ୍ୟ, 10 ଦିନ ତଳେ ଅର୍ଥାତ୍‌ ମାର୍ଚ୍ଚ 27 ତାରିଖରେ  ଜନସନ୍‌ କରୋନାରେ ସଂକ୍ରମିତ ହୋଇଥିବାର ଜଣାପଡିଥିଲେ । ଏହା ପରେ ସେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହି ଭିଡିଓ କନ୍‌ଫରେନ୍ସି ଜରିଆରେ କାର୍ଯ୍ୟ କରୁଥିଲେ । କିନ୍ତୁ ଗତକାଲି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ହସ୍ପିଟାଲରେ ରହିଥିବାରୁ ତାଙ୍କ ସ୍ଥାନରେ ବୈଦେଶିକ ସଚିବ ତାଙ୍କ ଦାୟିତ୍ବ ସମ୍ପାଦନ କରିବେ । ବୋରିସ୍‌ ଆଇସିୟୁରେ ଥିବାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଶୀଘ୍ର ଆରୋଗୀ ଲାଭ କରିବାକୁ କାମନା କରିଛନ୍ତି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ୟୁକେର ଅର୍ଥମନ୍ତ୍ରୀ ହେଲେ ଏହି ଭାରତୀୟ ଶିଳ୍ପପତିଙ୍କ ଜ୍ବାଇଁ

ଲଣ୍ଡନ : ୟୁକେର ନୂତନ ଅର୍ଥମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ବଂଶଜ ଭାରତୀୟ ରିଶି ସୁନାକ୍‌ । ସୁନାକ୍‌ ହେଉଛନ୍ତି ଭାରତୀୟ ଶିଳ୍ପପତି ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ବାଇଁ । ଗୁରୁବାର ସୁନାକ୍‌ଙ୍କୁ ବୋରିସ୍‌ ଜନ୍‌ସନ୍‌ଙ୍କ କ୍ୟାବିନେଟ୍‌ର ଅର୍ଥମନ୍ତ୍ରୀ ଭାବରେ ଘୋଷଣା କରାଯାଇଛି । ବୋରିସ୍‌ ଜନ୍‌ସନ୍‌ ନିଜର କ୍ୟାବିନେଟ୍‌ ସମ୍ପ୍ରସାରଣ କରିଥିବା ବେଳେ ସୁନାକ୍‌ଙ୍କୁ ଅର୍ଥମନ୍ତ୍ରୀ ଭାବରେ ଚୟନ କରିଛନ୍ତି । ଏହା ସହିତ ପ୍ରିତୀ ପଟେଲଙ୍କ ପରେ ଦ୍ବିତୀୟ ବଂଶଜ ଭାରତୀୟ ଭାବରେ ଜନ୍‌ସନ୍‌ କ୍ୟାବିନେଟ୍‌ରେ ଯୋଗ ଦେଇଛନ୍ତି । ପାକିସ୍ତାନୀ ବଂଶୋଦ୍ଭବ ସାଜିଦ୍‌ ଜାଭିଦ୍‌ଙ୍କ ଇସ୍ତଫା ପରେ ରିଶି ସୁନାକ୍‌ ଅର୍ଥମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଛନ୍ତି । (ଏଜେନ୍ସି)