ପୁଣି ଆଇସୋଲେଶନରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌

Published: Nov 16, 2020, 11:13 am IST

ଲଣ୍ଡନ : ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପୁଣି ଥରେ ନିଜକୁ ଆଇସୋଲେଟ କରି ନେଇଛନ୍ତି । ନିକଟରେ ସେ ଜଣେ କରୋନା ପଜିଟିଭ ସାଂସଦଙ୍କ ସଂସ୍ପର୍ଶରେ ଆସିଥିବା ଜାଣିବା ପରେ ସେ ଆଇସୋଲେଶନରେ ରହିଛନ୍ତି । ଏବେ ପର୍ଯ୍ୟନ୍ତ ତାଙ୍କଠାରେ କିନ୍ତୁ କରୋନାର କୌଣସି ଲକ୍ଷଣ ଦେଖାଯାଇ ନାହିଁ ।  ଗତ ଏପ୍ରିଲ ମାସରେ ଜନସନ କରୋନାରେ ପୀଡ଼ିତ ହୋଇ ସେଣ୍ଟ ଥମାସ ହସ୍ପିଟାଲରେ ତିନି ରାତି ରହିବା ପରେ ସୁସ୍ଥ ହୋଇ ଫେରିଥିଲେ ।

ମିଳିଥିବା ସୂଚନା ଅନୁସାରେ ସାଂସଦ ଲି ଆଣ୍ଡରସନ୍‌ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଜନସନ୍‌ ନିକଟରେ 35 ମିନିଟ୍‌ ପର୍ଯ୍ୟନ୍ତ ସାଂସଦଙ୍କ ସହ ବୈଠକ କରିଥିଲେ । ଏହି ବୈଠକରେ ଆଣ୍ଡରସନ୍‌ ମଧ୍ୟ ସାମିଲ୍‌ ରହିଥିଲେ । ଏହା ଜାଣିବା ପରେ ତାଙ୍କୁ ଆଇସୋଲେଶନରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏବେ ସେ 10 ଦିନ ଆଇସୋଲେଶନରେ ରହିବା ନେଇ ନ୍ୟାସନାଲ୍‌ ହେଲ୍ଥ ସର୍ଭିସ୍‌ ସୂଚନା ଦେଇଛି । (ଏଜେନ୍ସି)

Related posts