ୟୁକେର ଅର୍ଥମନ୍ତ୍ରୀ ହେଲେ ଏହି ଭାରତୀୟ ଶିଳ୍ପପତିଙ୍କ ଜ୍ବାଇଁ

Published: Feb 13, 2020, 8:11 pm IST

ଲଣ୍ଡନ : ୟୁକେର ନୂତନ ଅର୍ଥମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ବଂଶଜ ଭାରତୀୟ ରିଶି ସୁନାକ୍‌ । ସୁନାକ୍‌ ହେଉଛନ୍ତି ଭାରତୀୟ ଶିଳ୍ପପତି ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ବାଇଁ । ଗୁରୁବାର ସୁନାକ୍‌ଙ୍କୁ ବୋରିସ୍‌ ଜନ୍‌ସନ୍‌ଙ୍କ କ୍ୟାବିନେଟ୍‌ର ଅର୍ଥମନ୍ତ୍ରୀ ଭାବରେ ଘୋଷଣା କରାଯାଇଛି । ବୋରିସ୍‌ ଜନ୍‌ସନ୍‌ ନିଜର କ୍ୟାବିନେଟ୍‌ ସମ୍ପ୍ରସାରଣ କରିଥିବା ବେଳେ ସୁନାକ୍‌ଙ୍କୁ ଅର୍ଥମନ୍ତ୍ରୀ ଭାବରେ ଚୟନ କରିଛନ୍ତି । ଏହା ସହିତ ପ୍ରିତୀ ପଟେଲଙ୍କ ପରେ ଦ୍ବିତୀୟ ବଂଶଜ ଭାରତୀୟ ଭାବରେ ଜନ୍‌ସନ୍‌ କ୍ୟାବିନେଟ୍‌ରେ ଯୋଗ ଦେଇଛନ୍ତି । ପାକିସ୍ତାନୀ ବଂଶୋଦ୍ଭବ ସାଜିଦ୍‌ ଜାଭିଦ୍‌ଙ୍କ ଇସ୍ତଫା ପରେ ରିଶି ସୁନାକ୍‌ ଅର୍ଥମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଛନ୍ତି । (ଏଜେନ୍ସି)

Related posts