Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦିଙ୍କ ସମ୍ବୋଧନ ପୂର୍ବରୁ ଲକ୍‌ଡାଉନ୍‌- 2କୁ ନେଇ ଚାଲିଛି ଚର୍ଚ୍ଚା
ଆଜିର ଖବର

ମୋଦିଙ୍କ ସମ୍ବୋଧନ ପୂର୍ବରୁ ଲକ୍‌ଡାଉନ୍‌- 2କୁ ନେଇ ଚାଲିଛି ଚର୍ଚ୍ଚା

April 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ସହ ମୁକାବିଲା କରିବା ପାଇଁ ଦେଶରେ 21ଦିନିଆ ଲକ୍‌ ଡାଉନ୍‌ ଜାରି ହୋଇଛି । ଆସନ୍ତା କାଲି ଏହି 21 ଦିନିଆ ଲକ୍‌ ଡାଉନର ଅନ୍ତିମ ଦିବସ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିବା 10 ଘଟିକାରେ ଦେଶବାସୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଲକ୍‌ଡାଉନ୍‌ର ଅବଧି ବୃଦ୍ଧି ନେଇ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଘୋଷଣା କରିବା ନେଇ ସମ୍ଭାବନା ରହିଛି। ଏପ୍ରିଲ୍‌ 30 ପର୍ଯ୍ୟନ୍ତ ଅବଧି ବୃଦ୍ଧି କରିବା ନେଇ ଆକଳନ କରାଯାଇଛି ।

ଗତ 11 ତାରିଖରେ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକ କରିଥିଲେ । ଏହି ବୈଠକରେ ପ୍ରାୟ ସମସ୍ତ ନେତା ଲକ୍‌ ଡାଉନ୍‌ ଅବଧି ବୃଦ୍ଧି ନେଇ ପ୍ରସ୍ତାବ ରଖିଥିଲେ । ତେବେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଏହା ସମ୍ପର୍କରେ ଜଣାପଡିବ । ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପୂର୍ବରୁ ଦେଶରେ ଲକ୍‌ଡାଉନ୍‌ ପାର୍ଟ 2 କୁ ନେଇ ଚର୍ଚ୍ଚା ହୋଇଛି । ତେବେ ଏହି ଲକ୍‌ ଡାଉନ୍‌ ପୂର୍ବ ଲକ୍ ଡାଉନ୍‌ଠାରୁ ଟିକେ ଭିନ୍ନ ରହିବ । ଏଥିରେ କିଛି କଟକଣାକୁ କୋହଳ କରାଯିବା ନେଇ ମଧ୍ୟ ଅନୁମାନ କରାଯାଉଛି ।

ସେହିପରି ରାଜ୍ୟରେ ରବି ଫସଲ ଅମଳ ସମୟ ହୋଇଥିବାରୁ ଗ୍ରାମାଞ୍ଚଳରେ ରହୁଥିବା ଚାଷୀମାନଙ୍କୁ କିଛି ରିହାତି ମିଳିବ ବୋଲି ଅନୁମାନ କରାଯାଉଛି ।  ସେହିପରି ଦେଶରେ ଆବଶ୍ୟକତା ସାମଗ୍ରୀ ପାଇଁ  ଯାନବାହନ ଉପରୁ ମଧ୍ୟ କିଛି କଟକଣା ଉଠିପାରେ ବୋଲି ଜଣାପଡିଛି ।  ଅତ୍ୟାବଶ୍ୟକ ମାଲ୍‌ ପାଇଁ ସବୁ ମାଲବାହୀ ଟ୍ରକ୍‌କୁ ନିର୍ବିଘ୍ନରେ ଯା’ ଆସ କରିବାକୁ ଅନୁମତି ଦିଆଯାଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ସୂଚନା ଦେଇଛନ୍ତି । ସେହିପରି ଏହି କ୍ଷେତ୍ରରେ ମଧ୍ୟ କିଛି କଟକଣାକୁ କୋହଳ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଏତଦ୍‌ବ୍ୟତୀତ ଦେଶରେ କରୋନା ସ୍ଥିତିକୁ ଦେଖି ଭାରତରେ ରହିଥିବା 300ଟି ଜିଲ୍ଲାରେ କରୋନା ଭାଇରସ୍‌ର ସ୍ଥିତିକୁ ଦେଖି କଟକଣାରେ କିଛି ମାତ୍ରାରେ କୋହଳ କିମ୍ବା ବୃଦ୍ଧି କରାଯାଇପାରେ । ଏପରି ସମୟରେ ଦେଶକୁ ଚାରୋଟି ଜୋନ୍‌ରେ ଭାଗ କରିବା ନେଇ ମଧ୍ୟ ସମ୍ଭାବନା ସୃଷ୍ଟି ହୋଇଛି । ରେଡ୍‌ ଜୋନ୍‌, ୟେଲୋ ଜୋନ୍‌, ଗ୍ରୀନ୍‌ ଜୋନ୍‌ ଓ ଅରେଞ୍ଜ ଜୋନ୍‌ରେ ମଧ୍ୟ ଭାଗ କରାଯାଇପାରେ ।

କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ଥିବା ଅଞ୍ଚଳଗୁଡିକୁ ରେଡ୍‌ ଜୋନ୍‌ରେ ସେହିପରି ସଂକ୍ରମଣ ସୀମିତ ରହିଥିବା ଅଞ୍ଚଳଗୁଡିକୁ ଅରେଞ୍ଜ ଜୋନ୍‌ରେ ବିବେଚନା କରାଯିବ । ଏହି ଦୁଇଟି ଜୋନ୍‌ରେ ଲକ୍‌ଡାଉନ ଜାରି ରହିବ । ସେହିପରି ୟେଲୋ ଜୋନ୍‌ରେ ରହିଥିବା ଅଞ୍ଚଳଗୁଡିକରେ କିଛି କଟକଣା କୋହଳ କରାଯାଇପାରେ । ସେହିପରି ଗ୍ରୀନ୍‌ ଜୋନ୍‌ରେ ରହିଥିବା ଅଞ୍ଚଳଗଜୁଡିକରେ ଯେଉଁଠାରେ ସଂକ୍ରମଣ ନାହିଁ ସେଠାରେ ଲକ୍‌ଡାଉନ୍‌କୁ ହଟାଯାଇପାରେ ବୋଲି ଅନୁମାନ କରାଯାଉଛି । (ଏଜେନ୍ସି)

narendramodi
Share. Facebook Twitter LinkedIn Email WhatsApp Copy Link

Related Posts

ଖୋରଧାରେ ୮୦ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“ଭାରତ ମାତା କି ଜୟ” ସ୍ଲୋଗାନରେ ପ୍ରତିଧ୍ୱନିତ ହେଲା ଇସଲାମାବାଦ

August 15, 2026

MMDR ସଂଶୋଧନ ବିଲ ବାତିଲ ପାଇଁ ସିପିଆଇ (ଏମଏଲ) ର ଆହ୍ୱାନ

August 15, 2026
Latest News

ଖୋରଧାରେ ୮୦ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ

August 15, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“ଭାରତ ମାତା କି ଜୟ” ସ୍ଲୋଗାନରେ ପ୍ରତିଧ୍ୱନିତ ହେଲା ଇସଲାମାବାଦ

August 15, 2026

MMDR ସଂଶୋଧନ ବିଲ ବାତିଲ ପାଇଁ ସିପିଆଇ (ଏମଏଲ) ର ଆହ୍ୱାନ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.