Author: Samikhsya Bureau

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ସରକାର ଏନେଇ ବେଶ୍‌ ଠୋସ୍‌ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅଧିକ ସଂଖ୍ୟକ କୋଭିଡ୍‌ ପରୀକ୍ଷା କରିବା ଉପରେ ସରକାର ଜୋର୍‌ ଦେଇଛନ୍ତି । ଏହି କ୍ରମରେ କୋଭିଡ୍‌ -19 ଟେଷ୍ଟ ପାଇଁ ସ୍କୁଲରେ ସ୍ବାବ ନମୁନା ସଂଗ୍ରହ କରାଯାଉଛି । ରାଜଧାନୀର ପାଞ୍ଚୋଟି ସ୍କୁଲରେ ହେଉଛି ସ୍ବାବ ନମୁନା ସଂଗ୍ରହ । ସନ୍ଦିଗ୍ଧଙ୍କଠାରୁ ନମୁନା ସଂଗ୍ରହ କରୁଛନ୍ତି ମେଡ଼ିକାଲ୍‌ ଟିମ୍‌ । ଆସନ୍ତା 17 ତାରିଖ ଯାଏଁ ମେଡ଼ିକାଲ ଟିମ୍‌ର ନମୁନା ସଂଗ୍ରହ ଓ ଟେଷ୍ଟ ଚାଲିବ । ସକାଳ 9ରୁ ମଧ୍ୟାହ୍ନ 12 ଓ ଅପରାହ୍ନ 3 ରୁ 5ଟା ଯାଏଁ କରୋନା ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରାଯିବ। ଭୁବନେଶ୍ୱରରେ 4000 ଟେଷ୍ଟ୍ କିଟ୍ ପହଞ୍ଚିବା ପରେ ଏହି ପଦକ୍ଷେପ ନିଆଯାଇଛି। ବିଶେଷ କରି ଯେଉଁମାନେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ, ସେମାନଙ୍କର ସ୍ୱାବ ନମୁନା…

Read More

ହାଇଦ୍ରାବାଦ, କରୋନା ଭାଇରସ ପାଇଁ ବର୍ତ୍ତମାନ ସଚେତନତା ହେଉଛି ମୁଖ୍ୟ କଥା। ସେଥିପାଇଁ ଚାରିଆଡେ ସଚେତନତା ବାର୍ତ୍ତା ପହଁଚିବାରେ ଲାଗିଛି। ସେହି ପରିପ୍ରେକ୍ଷୀରେ ହାଇଦ୍ରାବାଦ ପ୍ରଶାସନ କରୋନା ପ୍ରତିକୃତି ନିର୍ମାଣ କରି ରାସ୍ତା ଉପରେ ସ୍ଥାପନ କରିଛି। ଯାହାକୁ ଅମାନିଆ ଲୋକେ ଦେଖି ସଚେତନ ହେବେ ବୋଲି ପ୍ରଶାସନ ଆଶା ରଖିଛି।

Read More

ଆନନ୍ଦପୁର : ପାରିବାରିକ କଳହରୁ ଯୁବକଙ୍କୁ ନିର୍ମମ ହତ୍ୟା ହୋଇଥିବାର ସୂଚନା ମିଳିଛି । ଆନନ୍ଦପୁର ଥାନା ସିକାବୋଡା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମିଳିଥିବା ସୂଚନା ଅନୁସାରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳରୁ ଯୁବକଙ୍କୁ କୁରାଢିରେ ହାଣି ହତ୍ୟାକରିଥିବାର ଅଭିଯୋଗ ହୋଇଛି । ଗୋଟିଏ ପରିବାରର 5 ସଦସ୍ୟଙ୍କ ଆକ୍ରମଣରେ ଯୁବକଙ୍କ ମୃତ୍ୟୁହୋଇଥିବାର ଜଣାପଡିଛି । ସଂଘବଦ୍ଧ ଭାବେ ପୁଅକୁ ହତ୍ୟା କରାଯାଇଥିବା  ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Read More

ନୂଆଦିଲ୍ଲୀ : ଚୀନ୍‌ ସହରରୁ ଆରମ୍ଭ ହୋଇଥିବା ଭୟାନକ କରୋନା ଏବେ ବିଶ୍ବ ମହାମାରୀର ରୂପ ନେଇଛି। ବିଶ୍ବର 210ଟି ରାଷ୍ଟ୍ର ଏବେ କରୋନା କବଳରେ କବଳିତ। ଦେଶରେ କରୋନା ସହ ମୁକାବିଲା କରିବା ପାଇଁ ଲକ୍‌ଡାଉନ୍‌କୁ କାର୍ଯ୍ୟକାରୀ କରାଯାଇଛି। ଆଜି 18 ଦିନ ହେବ ଦେଶ ଲକ୍‌ ଡାଉନ୍‌ରେ ରହିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଦେଶରେ ସର୍ବମୋଟ 7447 ଜଣ ସଂକ୍ରମିତ ହୋଇଥିବାବେଳେ 239ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 643ଜଣ। ଦେଶରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି ମହାରାଷ୍ଟ୍ରରେ। ଏଠାରେ ସଂକ୍ରମିତଙ୍କ ସଂଖ୍ୟା 1800 ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 110ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ମହାରାଷ୍ଟ୍ରରେ 110 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 19, ମଧ୍ୟପ୍ରଦେଶରେ 33, ପଞ୍ଜାବରେ 11, ଦିଲ୍ଲୀରେ…

Read More

କେଦାର ମିଶ୍ର ସ୍ଵାଧୀନତା ପରେ ଭାରତରେ ସବୁଠୁ ଅଧିକ ଆଦର୍ଶ ପ୍ରତିଷ୍ଠା କରିଥିବା ରାଜ୍ୟ ଭାବରେ କେରଳର ଏକ ଭିନ୍ନ ମାନ୍ୟତା ରହି ଆସିଛି। ଭାରତର ପ୍ରଥମ ପୂର୍ଣ୍ଣ ସାକ୍ଷର ରାଜ୍ୟ ହେଉ ଅଥବା ମାନବ ବିକାଶ ହାରରେ ଅଗ୍ରଣୀ ଭୂମିକା ନେଇ କେରଳ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ତେବେ ୨୦୧୪ ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ଵ ନେବା ପରେ, କେରଳ ମଡେଲ ତୁଳନାରେ ଗୁଜରାଟ ମଡେଲ କଥା ଅଧିକ ଚର୍ଚ୍ଚାରେ ଆସିଛି। କେରଳ ସବୁବେଳେ କମ୍ୟୁନିଷ୍ଟ ଓ କଂଗ୍ରେସ ସରକାର ଗଠନ ପାଇଁ ଭୋଟ ଦେଉଥିବାରୁ ବିଜେପି ସମର୍ଥକମାନେ କେରଳକୁ ଦେଖି ନାକ ଟେକିବା ଆରମ୍ଭ କରନ୍ତି। ତେବେ ମାନବୀୟ ସଙ୍କଟର ମୁକାବିଲା ହେଉ ବା ମାନବୀୟ ବିକାଶର ମାନଦଣ୍ଡ, ଏ ଦୁଇଟି କ୍ଷେତ୍ରରେ କେରଳ ନିଜର ପ୍ରତିଷ୍ଠା ସବୁବେଳେ ବଜାୟ ରଖି ଆସିଛି। ସାରା ଦେଶ ଆଜି ଯେତେବେଳେ କରୋନା ଭଳି ଏକ ସଂକ୍ରାମକ ମହାମାରୀର…

Read More

ନୂଆଦିଲ୍ଲୀ: ଆମେରିକାରେ କରୋନା ଭାଇରସ୍‌ ଅଣାୟତ୍ତ ହୋଇପଡିଛି ଆମେରିକାରେ ଦିନକରେ ଦୁଇ ହଜାରରୁ ଅଧିକ ଲୋକେ ମୃତ୍ୟୁବରଣ କରିଥିବାର ସୂଚନା ମିଳିଛି। ଆମେରିକାରେ ଗତ 24 ଘଣ୍ଟା ମଧ୍ୟରେ 2108 ଜଣଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ଦିନ ଦୁନିଆରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକଲକ୍ଷ ପାର କରିସାରିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା 17 ଲକ୍ଷ ନିକଟରେ ପହଞ୍ଚିଛି। ଏହି ମହାମାରୀର କେନ୍ଦ୍ରସ୍ଥଳ ପାଲଟିଛି ନ୍ୟୁୟର୍କ। ଏହି ସହରରେ ପ୍ରାୟ 1 ଲକ୍ଷ 60 ହଜାରର ଲୋକେ ସଂକ୍ରମିତ ହୋଇଛନ୍ତି। ଏଠାରେ 5820 ଲୋକଙ୍କ କରୋନା ଜନିତ ମୃତ୍ୟୁ ହୋଇଛି। ସମଗ୍ର ଆମେରିକାରେ ଏହି ରୋଗରେ 5 ଲକ୍ଷରୁ ଅଧିକ ଲୋକେ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି ଆମେରିକାରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 18,747ରେ ପହଞ୍ଚିଛି। ଇଟାଲୀରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ହୋଇଛି। ଏହି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 18ହଜାରରୁ ଉର୍ଦ୍ଧ୍ବ ରହିଛି। ସେହିପରି…

Read More

ଭୁବନେଶ୍ବର, ଆଜି ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ମିଳିଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଥିବା ବେଳେ ୧୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ରାଜ୍ୟରେ ୩୭ ଜଣ ଆକ୍ରାନ୍ତଙ୍କର ଚିକିତ୍ସା ଚାଲିଛି। ଆଜି ମୋଟ ୨୯୮ଟି ନମୂନା ପରୀକ୍ଷା ହୋଇଥିଲା। ତହିଁରୁ ୨୯୬ ନେଗେଟିଭ ଥିବା ବେଳେ ୨ ଟି ପୋଜିଟିଭ ଚିହ୍ନିତ ହୋଇଛି। ଏ ଯାବତ ରାଜ୍ୟରେ ସର୍ବମୋଟ ୩୪୯୭ ନମୂନା ପରୀକ୍ଷା ହୋଇଛି। ତେବେ ଏହି ନୂଆ ଆକ୍ରାନ୍ତଙ୍କ ସଂପର୍କରେ ରାଜ୍ୟ ସରକାରଙ୍କ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ।

Read More

(ସମୀକ୍ଷା ବ୍ୟୁରୋ) ମାତ୍ର ଶହେ ଦିନ ଭିତରେ କରୋନା ଭୂତାଣୁ ପୃଥିବୀର ଲକ୍ଷେ ଲୋକଙ୍କର ପ୍ରାଣ ନେଇଛି। ଗତ ଦୁଇ ସପ୍ତାହ ଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ରୁ ଅଧିକ ବଢିଥିବା ବେଳେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢି ଚାଲିଛି। ଚୀନରେ ଏହା ଆରମ୍ଭ ହୋଇଥିଲେ ମଧ୍ୟ ସେଠିକାର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଆଜିର ୟୁରୋପ ଏବଂ ଆମେରିକା ତୁଳନାରେ ଯଥେଷ୍ଟ କମ। ଆଜି ରାତି ୧୨ ତା ସୁଦ୍ଧା କରୋନା ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୭,୬୫,୩୨ରେ ପହଞ୍ଚିଛି। ଏହି ଭୟଙ୍କର ଭୂତାଣୁର ଶିକାର ହୋଇ ପୃଥିବୀର ୧୦୧,୫୫୧ ବ୍ୟକ୍ତି ପ୍ରାଣ ହରାଇଲେଣି। ଏହା ସହିତ ୩୭୨,୨୫୩ ଏହି ଭୂତାଣୁ କବଳରୁ ମୁକ୍ତି ପାଇ ଆରୋଗ୍ୟ ଲାଭ କରିଛନ୍ତି। ସମ୍ପ୍ରତି ସର୍ବାଧିକ କରୋନା ଆକ୍ରାନ୍ତ ଯୁକ୍ତରାଷ୍ଟ୍ର ଆମେରିକାରେ ରହିଛନ୍ତି। ଆଜି ସୁଦ୍ଧା ଆମେରିକାରେ ସର୍ବାଧିକ ୪୮୮,୯୮୦ ଆକ୍ରାନ୍ତ ରହିଥିବା ବେଳେ ୧୮୦୦୯ ବ୍ୟକ୍ତି ପ୍ରାଣ ହରାଇଛନ୍ତି।…

Read More

(ସମୀକ୍ଷା ବ୍ୟୁରୋ) ଆଜି ଦିନର ସବୁଠୁ ଭଲ ଖବର ହେଉଛି, ରାଜ୍ୟର ଆଉ ୧୦ ଜଣ କରୋନା ଆକ୍ରାନ୍ତ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସେମାନଙ୍କ ରକ୍ତ ନମୂନା ପରୀକ୍ଷା ପରେ ସେମାନେ ସଂପୂର୍ଣ୍ଣ କରୋନା ମୁକ୍ତ ବୋଲି ଜଣା ପଡିଛି। ଭୁବନେଶ୍ବରର ୫ ଜଣ, ଭଦ୍ରଖର ୨ ଜଣ, ପୁରୀ, କଟକ ଓ ଯାଜପୁର ର ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ପୂର୍ବରୁ ଭୁବନେଶ୍ବରର ଦୁଇ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ଆରୋଗ୍ୟ ଲାଭ କରିଛନ୍ତି, ଜଣେ ମୃତ୍ୟୁବରଣ କରିଥିବା ବେଳେ ବାକି ୩୫ ଜଣଙ୍କର ଚିକିତ୍ସା ଚାଲିଛି। ଅଳ୍ପ ସମୟ ଭିତରେ ଏହି ଦୁଃସାଧ୍ୟ ଭୂତାଣୁକୁ ପରାସ୍ତ କରିଥିବା ରାଜ୍ୟର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏଥି…

Read More

ଭୁବନେଶ୍ବର, ଭୁବନେଶ୍ବରରେ ଥିବା ପ୍ରମୁଖ କୋଭିଡ ପରୀକ୍ଷା କେନ୍ଦ୍ର ଆରଏମଆରସି ର କ୍ଷମତା ବୃଦ୍ଧି କରାଯାଇଛି। ସେଥିପାଇଁ ମୁମ୍ବାଇରୁ ଏକ ଅତ୍ୟାଧୁନିକ ପରୀକ୍ଷା ମେସିନ ସ୍ବତନ୍ତ୍ର ବିମାନରେ ଅଣାଯାଇ ସ୍ଥାପନ କରାଯାଇଛି। ଫଳରେ ଏଣିକି ଏହି କେନ୍ଦ୍ରରେ ଦୈନିକ ଏକ ହଜାର କୋଭିଡ19 ନମୂନା ପରୀକ୍ଷା କରାଯାଇ ପାରିବ। ପୂର୍ବରୁ ଏହି କେନ୍ଦ୍ରରେ ଦୈନିକ ମାତ୍ର 3 ଶହ ପରୀକ୍ଷା କରିବାର କ୍ଷମତା ଥିଲା। ହେଲେ ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ଏହି କ୍ଷମତା ବର୍ତ୍ତମାନ ବୃଦ୍ଧି କରାଯାଇ ପାରିଛି। ବର୍ତ୍ତମାନ ଲକଡାଉନ ସମୟରେ ବାହାର ରାଜ୍ୟରୁ ଏପରି ବଡ ମେସିନ ଆଣିବା ଏବଂ ତାହାକୁ ସ୍ଥାପନ କରିବା ଭାରି କଷ୍ଟ ଦାୟକ ଥିଲା। ବହୁ କଷ୍ଟରେ ଏହି ମେସିନ ବିମାନରେ ଆସିବା ପରେ ତାହା ସ୍ଥାପନ କରିବା ପାଇଁ ମଧ୍ୟ ସମସ୍ୟା ଦେଖା ଦେଇଥିଲା। କାରଣ ଏହି ମେସିନ ଯେଉଁ ସ୍ଥାନରେ ବସିବ ତାହା ସଂପୂର୍ଣ୍ଣ ଜୀବାଣୁ ନିରୋଧ ନିବୁଜ…

Read More

ରମେଶ ମହାନ୍ତି ଜଗତସିଂହପୁର: ବିଜୁ ଯାତ୍ରୀ ନିବାସ ପାରାଦ୍ବୀପ ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଉତ୍ସର୍ଗୀକୃତ କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର (Dedicated Covid Health Centre)ପାଇଁ ତ୍ରୀପାକ୍ଷିକ ରାଜିନାମା ସ୍ୱାକ୍ଷର ହୋଇଛି। ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଅଧ୍ୟକ୍ଷ ରିଙ୍କେଶ ରାୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ବିଜୟ ପଣ୍ଡା ଏହି ତ୍ରୀପାକ୍ଷିକ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ। ଏହି ଉତ୍ସର୍ଗୀକୃତ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଖର୍ଚ୍ଚ ପାରାଦ୍ବୀପ ପୋର୍ଟ ଟ୍ରଷ୍ଟ ବହନ କରିବ। ଅନ୍ୟମାନଙ୍କ ମଧ୍ୟରେ ପାରାଦ୍ୱୀପ ପୋର୍ଟ ସଚିବ ସରୋଜ କୁମାର ଦାସ, ମୁଖ୍ୟ ଚିକିତ୍ସା ଅଧିକାରୀ ପାରାଦ୍ବୀପ ପୋର୍ଟ ଟ୍ରଷ୍ଟ ଡଃ ପ୍ରହଲ୍ଲାଦ ପଣ୍ଡା,ଏ.ଡି.ଏସ୍.ଓ ଡଃ ବସନ୍ତ ବାରିକ, ଜିଲ୍ଲାପାଳଙ୍କ ଓ.ଏସ୍.ଡି ଡାଃ ଶଶାଙ୍କ ଶେଖର ଲେଙ୍କା, ସ୍ମୃତି ରଞ୍ଜନ ମିଶ୍ର, ପାରାଦ୍ୱୀପ ବନ୍ଦର ଚିଫ୍ ମ୍ୟାନେଜର, କର୍ପୋରେଟ୍ ରିଲେସନ୍ ଆଣ୍ଡ କମ୍ୟୁନିକେସନ ରତିକାନ୍ତ…

Read More

କଳାହାଣ୍ଡି: ଗତକାଲି ମଧ୍ୟ ରାତ୍ରିରେ ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି କରାଯାଇଛି। ଆଜି ୪୫ ନମ୍ବର କରୋନା ଆକ୍ରାନ୍ତଙ୍କ ତଥା କଳାହାଣ୍ଡି ଗୋଲମୁଣ୍ଡାର ୨୦ ବର୍ଷୀୟ ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ପ୍ରଦାନ କରାଯାଇଛି। ଆକ୍ରାନ୍ତ ଜଣକ ବେହେରାଗୁଡାରେ ମାର୍ଚ୍ଚ ୨୦ ଓ ୨୧ ତାରିଖରେ ସାଙ୍ଗଙ୍କ ସହ ମିଳାମିଶା କରିଛନ୍ତି ବୋଲି ସୂଚନା ମିଳିଛି। ସେହିପରି ମାର୍ଚ୍ଚ ୨୨ ରୁ ୨୪ ତାରିଖରେ ଘରେ ରହିଥିବା ନେଇ ତଥ୍ୟ ପ୍ରକାଶ କରିଛି। ମାର୍ଚ୍ଚ ୨୫ରେ ନିଜ ଗାଁରେ ତେଜରାତି ଦୋକାନକୁ ଯାଇଛନ୍ତି। ମାର୍ଚ୍ଚ ୨୬ରୁ ଏପ୍ରିଲ୍‌ ୩ ମଧ୍ୟରେ କୁଆଡେ ଯାଇ ନଥିବା ତଥ୍ୟରେ ଉଲ୍ଲେଖ ରହିଛି। ଏପ୍ରିଲ୍‌ ୪ ରେ ବାହାରିନ୍‌ ଫେରନ୍ତା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଜଣାପଡିଛି। ଏପ୍ରିଲ୍‌ ୪ ତାରିଖରେ ଘରେ ରହିଥିବାବେଳେ ଏପ୍ରିଲ୍‌ ୫ ତାରିଖରେ ସେ ଇନଷ୍ଟିଚ୍ୟୁସନାଲ୍‌ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ଯାଇଥିଲେ। ଏପ୍ରିଲ୍‌ ୯ ତାରିଖରେ ତାଙ୍କ…

Read More

ନୂଆଦିଲ୍ଲୀ: ଚୀନ ସହରରୁ ଆରମ୍ଭ ହୋଇଥିବା କରୋନା ଏବେ ବିଶ୍ବ ମହାମାରୀର ରୂପ ନେଇଛି। ଏହି କରୋନା କବଳରେ ବିଶ୍ବର ୨୧୦ଟି ରାଷ୍ଟ୍ର କବଳିତ ହୋଇଛନ୍ତି। ସେହିପରି ଭାରତରେ ମଧ୍ୟ ଏହା ଦ୍ରୁତ ଭାବରେ ବ୍ୟାପି ଚାଲିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୦୦ ଟପିଯାଇଛି। ସେହିପରି ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୬୬୧ ରହିଥିବାବେଳେ ଚିକିତ୍ସାଧୀନ ରହିଛନ୍ତି ୬୦୩୯ଜଣ ସେହିପରି ଡିସ୍‌ଚାର୍ଜ ହୋଇଛନ୍ତି ୫୧୫ ଜଣ। ଦେଶରେ କରୋନା ଯୋଗୁଁ ୨୦୬ ଜଣଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଜାରି କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦେଶରେ ୮୯୬ ଟି ନୂତନ ମାମଲା ଆସିଛି ବୋଲି ସୂଚନା ରହିଛି। ଦେଶରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ। ଦେଶରେ ସର୍ବାଧିକ କରୋନା ସଂକ୍ରମିତ ମହାରାଷ୍ଟ୍ରରେ ରହିଛନ୍ତି।…

Read More

ନୂଆଦିଲ୍ଲୀ: ଆଜି ହେଉଛି ଗୁଡ ଫ୍ରାଇ ଡେ। ଏହି ଦିନ ଖ୍ରୀଷ୍ଟିୟାନ ଧର୍ମର ଲୋକଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଦିବସ। ହେଲେ ସାରା ଦେଶରେ ଲକଡାଉନ ପାଇଁ ଏହି ପବିତ୍ର ଦିବସ ଯେପରି ପାଳନ କରାଯିବା କଥା ତାହା ହୋଇପାରି ନାହିଁ। ବିଭିନ୍ନ ଚର୍ଚ୍ଚରେ ଲୋକମାନେ ନ ଆସିବା ପାଇଁ ସେହି ଧର୍ମ ଅନୁଷ୍ଠାନ ତରଫରୁ ମନା କରାଯାଇଛି। ଏହି ସମୟରେ ସମସ୍ତେ ଏକତ୍ର ହୋଇ ପ୍ରାର୍ଥନା କରୁଥିବାରୁ ତାହାକୁ ବାରଣ କରାଯାଇଛି। ନୂଆଦିଲ୍ଲୀରେ ଥିବା କେତେକ ଚର୍ଚ୍ଚର କର୍ତ୍ତୁପକ୍ଷ ପୂର୍ବରୁ ଲୋକଙ୍କୁ ଆସିବା ପାଇଁ ମନା କରିଦେଇଛନ୍ତି। ତଥାପି କେତେକ ଚର୍ଚ୍ଚର ମୁଖ୍ୟ ଦ୍ବାରରେ ସାଇନ ବୋର୍ଡ ଲଗାଯାଇ ଭିତରକୁ ନ ଯିବା ପାଇଁ ନିର୍ଦ୍ଦେଶ କରାଯାଇଛି। ଅନେକ ଚର୍ଚ୍ଚର ମୁଖ୍ୟ ଫାଟକରେ ତାଲା ଲଗାଇ ଦିଆଯାଇଥିବାର ମଧ୍ୟ ପରିଲକ୍ଷିତ ହୋଇଛି। ତେବେ ଲୋକମାନେ ଚର୍ଚ୍ଚକୁ ନ ଆସି ମଧ୍ୟ ଟେଲିଭିଜନରେ ଲାଇଭ ଟେଲିକାଷ୍ଟ ଦେଖି ଘରେ ପ୍ରାର୍ଥନା କରିଥିବାର…

Read More

ଇନ୍ଦୋର: ଦେଶରେ କରେନା ସଂକ୍ରମଣ ବେଶ୍‌ ଦ୍ରୁତ ଗତିରେ ମାଡ଼ିଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି। ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ କରୋନା ସଂକ୍ରମିତରେ ଆଉ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। କରୋନା ଯୋଗୁଁ ଦେଶରେ ଓମ ପ୍ରକାଶ ଚୌହାନ ନାମକ ଦ୍ଵିତୀୟ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଡାକ୍ତର ଓମଙ୍କ ବୟସ ୬୫ ବର୍ଷ ଥିଲା ବୋଲି ଖବର ମିଳିଛି। ସେହିପରି ଗତକାଲି ଇନ୍ଦୋରରେ ୬୫ ବର୍ଷୀୟ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା। ଇନ୍ଦୋରରେ କରୋନା ଦ୍ରୁତ ଗତିରେ ବଢି ଚାଲିଥିବାବେଳେ ସରକାରଙ୍କ ତରଫରୁ ଏହାର ମୁକାବିଲା ପାଇଁ ବହୁ ପଦକ୍ଷେପ ନିଆଯାଉଛି। ମଧ୍ୟପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୯ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୪୧୨ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୧୯୯ରେ ପହଞ୍ଚିଛି।(ଏଜେନ୍ସି)

Read More

ଭୁବନେଶ୍ବର: ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି ହୋଇଛି। ଜାରି ହୋଇଥିବା ଏହି ଯାତ୍ରା ବିବରଣୀରେ ରାଜ୍ୟର ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଶିଶୁ ରହିଥିବାର ସୂଚନା ମିଳିଛି। ଆଜି ରାଜ୍ୟ ସରକାର କରୋନା ସଂକ୍ରମିତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ପ୍ରଦାନ କରିଛନ୍ତି। ଏଥରୁ କରୋନା ସଂକ୍ରମିତ ମଧ୍ୟରେ ୯ ଓ ୫ ବର୍ଷର ଦୁଇ ଶିଶୁ କନ୍ୟା ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡିଛି। ଏହି ଦୁଇ ଶିଶୁ ଝାରପଡାର ୪୨ ନମ୍ବର କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କୀୟ ବୋଲି ଜଣାପଡିଛନ୍ତି। ଏହି ଦୁଇଶିଶୁଙ୍କ ସମେତ ଜଣେ ୩୭ ବର୍ଷୀୟା ମହିଳା ମଧ୍ୟ ସଂକ୍ରମିତ ହୋଇଥିବାର ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରିଛନ୍ତି। ଭୁବନେଶ୍ବରର ୪୬, ୪୭ ଓ ୪୮ ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ମଧ୍ୟ ଜାରି କରାଯାଇଛି। ଏହି ଆକ୍ରାନ୍ତମାନେ ୨୨ ମାର୍ଚ୍ଚରୁ ଏପ୍ରିଲ୍‌ ତିନି ତାରିଖ ପର୍ଯ୍ୟନ୍ତ ଘରେ…

Read More

ନୂଆଦିଲ୍ଲୀ, ଗ୍ରେଟର ନୋଇଡାରେ କୋଭିଡ19 ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ସଫେଇ କାମ। ମଶା ଘଉଡାଇବା ଧୂଆ ପ୍ରଦାନ ଯନ୍ତ୍ର ସାହାଯ୍ୟରେ ଚାଲିଛି ସାନିଟାଇଜେସନ।

Read More

ନୂଆଦିଲ୍ଲୀ : ଆଜି କରୋନା ଅପଡେଟ୍‌ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । 24 ଘଣ୍ଟାରେ 678ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ 33ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ ମୃତ୍ୟୁ ସଂଖ୍ୟା 199କୁ ବୃଦ୍ଧି ପାଇଛି । 503ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଛନ୍ତି । ସେହିପରି କରୋନା ମୁକାବିଲା ପାଇଁ ସବୁ ରାଜ୍ୟ ପାଇଁ 15 ହଜାର କୋଟିର ପ୍ୟାକେଜ୍‌ ସ୍ଥିର ହୋଇଛି । କାଲି ଗୋଟିଏ ଦିନରେ 16 ହଜାର 2ଜଣଙ୍କର କରୋନା ଟେଷ୍ଟ ହୋଇଛି । ଏହି ଟେଷ୍ଟରୁ ମାତ୍ର 0.2% ନମୁନା ପଜିଟିଭ୍‌ ବାହାରିଥିଲା । ଅର୍ଥାତ୍‌ 16 ହଜାର ଟେଷ୍ଟ୍‌ରୁ 320 ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲା । ଏଯାବତ୍‌ 1 ଲକ୍ଷ 44 ହଜାର 910ଟି କରୋନା ପରୀକ୍ଷା ହୋଇଛି । ସେହିପରି 146ଟି ସରକାରୀ ଓ 67 ଘରୋଇ ଲ୍ୟାବ୍‌ରେ ଟେଷ୍ଟିଂ ସୁବିଧା ରହିଛି…

Read More

ଲୁଧିଆାନା :  ଚୋରକୁ ଧରିବାକୁ ଯାଇ ବିଚାରପତି, ପୋଲିସ୍‌ କର୍ମୀମାନେ ହୋମ୍‌ କ୍ବାରେଣ୍ଟାଇନ୍‌ ରହିଛନ୍ତି । ପଞ୍ଜାବର ରାଜଧାନୀ ଲୁଧିଆନାର ଏକ ଚୋର ଦେହରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପଞ୍ଜାବ ପୁଲିସ୍‌ର ସାତ ଜଣ ଯବାନ ଓ ଜଣେ ବିଚାରପତିଙ୍କ ସମେତ 10 ଜଣଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ମିଳିଥିବା ସୂଚନା ଅନୁସାରେ ଫୋକଲ୍‌ ପଏଣ୍ଟର କିଛି ଅଧିବାସୀ ଦୁଇ ଚୋରଙ୍କୁ ଧରି ପୋଲିସର ଜିମା ଦେଇଥିଲେ । ଚୋରଦ୍ବୟଙ୍କୁ ଗିରଫ କରାଯିବା ପରେ ତାଙ୍କୁ ଅଦାଲତକୁ ନିଆଯାଇଥିଲା । ଦୁଇ ଚୋର ଯାକ ଲଗାତାର ଭାବରେ କାଶୁ ଥିବାରୁ ଅଦାଲତ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଆଦେଶ ଦେଇଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଦୁଇ ଚୋରଙ୍କ ମଧ୍ୟରୁ ଜଣେ ଫେରାର୍‌ ହୋଇଯାଇଥିବାବେଳେ ଆଉ ଜଣେ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଥିଲା । ଏହାପରେ ସମ୍ପୃକ୍ତ ପୋଲିସ୍‌ ଅଧିକାରୀ ଓ ବିଚାରପତିଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି ।…

Read More

ଭୁବନେଶ୍ବର: କରୋନା ଯୋଗୁଁ ସାରା ରାଜ୍ୟରେ ଲକ୍‌ ଡାଉନ୍‌। ଦୋକାନ, ବଜାର ବନ୍ଦ। କଳକାରଖାନା ବି ବନ୍ଦ। ସାରା ଦେଶର ଅର୍ଥନୀତି ଆଜି ଦୋହଲି ଯାଇଛି। ଦେଶ ତଥା ରାଜ୍ୟର ଏପରି ପରିସ୍ଥିତିକୁ ଦେଖି ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ଘରୋଇ ବିଦ୍ୟାଳୟର ଫି କମାଇବା ବା ସ୍ଥଗିତ ରଖିବା ପାଇଁ ରାଜ୍ୟର ସମସ୍ତ ଘରୋଇ ସ୍କୁଲକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଟ୍ୱିଟ୍‌ ଯୋଗେ ଏହା ସମ୍ପର୍କରେ କୁହାଯାଇଛି। କରୋନା ଯୋଗୁ ବହୁ  ଅଭିଭାବକଙ୍କ ଆୟ ଉପରେ ପ୍ରଭାବ ପଡିଛି। ତେଣୁ ସ୍କୁଲ ଫିକୁ ହ୍ରାସ କଲେ ଅଭିଭାବକଙ୍କ ଉପରେ ବୋଝ ପଡିବନି ବୋଲି ସିଏମ୍‌ଓଙ୍କ କାର୍ଯ୍ୟାଳୟ ତରଫରୁ ପରାମର୍ଶ ଦିଆଯାଇଛି। ବିପତ୍ତିବେଳେ ସହାନଭୂତିଶୀଳ ହୋଇ ଫି କମାଇବା କିମ୍ବା ବିଳମ୍ବରେ ନେବାକୁ  ସିଏମଓ ପକ୍ଷରୁ କୁହାଯାଇଛି। ସୂଚନାଥାଉ କି, କରୋନା ପାଇଁ କେନ୍ଦ୍ର ସରକାର 21ଦିନିଆ ଲକ୍‌ଡାଉନ ଘୋଷଣା କରିଥିଲେ। ଏହା ଏପ୍ରିଲ୍‌ 14ରେ ଶେଷ ହେଉଥିବାବେଳେ…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ତଥା କୁଜଙ୍ଗ ଥାନା ଅର୍ନ୍ତଗତ ବାଲିତୁଠ ଅଞ୍ଚଳର ଦୀପୁ ମହାନ୍ତିକୁ ଗତକାଲି ଏରସମା ବିଡ଼ିଓ କୈଳାସ ଚନ୍ଦ୍ର ବେହେରାଙ୍କ ଅଭିଯୋଗ ଆଧାରରେ କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଅଭିଯୁକ୍ତ ଦୀପୁକୁ ଗିରଫ କରି ଆଜି  କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି। ମିଳିଥିବା ସୂଚନା ଅନୁସାରେ ବାଲିତୁଠ ଗ୍ରାମର ଦୀପୁ ମହାନ୍ତି ମିଥ୍ୟା ପ୍ରଚାର କରିବା ସହିତ ସାମାଜିକ ଗଣମାଧ୍ୟମରେ କରୋନାକୁ ନେଇ ଗୁଜବ ପ୍ରଚାର କରିଥିଲେ। କେବଳ ମିଥ୍ୟା ତଥା ଗୁଜବ ପ୍ରଚାର ନୁହେଁ ନିଜକୁ ଜଣେ ସାମ୍ବାଦିକର ପରିଚୟ ଦେଇ ଲୋକଙ୍କୁ ଠକିବା ସହ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ରହିଛି । ଦୀପୁ ସାହୁଙ୍କ ନାମରେ ଏପରି ବହୁଗୁଡିଏ ଅଭିଯୋଗ ଆସିବା ଫଳରେ ମଣ୍ଡଳ ଉନ୍ନୟନ ଅଧିକାରୀ କୈଳାଶ ଚନ୍ଦ୍ର ବେହେରା ତାଙ୍କ ନାମରେ ଏରସମା ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ…

Read More