ପୋଲିସ୍‌ ବାବୁଙ୍କ ମାନବିକତା : ହାତ ନଥିବା ମାଙ୍କଡକୁ କଦଳୀ ଖୁଆଉଛନ୍ତି, ଭାଇରାଲ୍‌ ହେଲା ଭିଡିଓ

Published: Apr 18, 2020, 9:12 am IST

ନୂଆଦିଲ୍ଲୀ : କରୋନା ଭାଇରସ୍‌କୁ ରୋକିବା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଚାଲିଛି । ଏହି ଲକ୍‌ ଡାଉନ୍‌ ସମୟରେ ବିଶେଷ ହଇରାଣ ହେଉଛନ୍ତି ବୁଲା ଜନ୍ତୁ । ତେବେ ଏହି ଲକ୍‌ ଡାଉନ୍‌ ସମୟରେ  ପୋଲିସ୍‌ କର୍ମୀ ଓ ପଶୁପ୍ରେମୀମାନେ ବୁଲା ଜନ୍ତୁଙ୍କ ଯତ୍ନ ନେଉଛନ୍ତି। ହାତ ନଥିବା ମାଙ୍କଡଟିକୁ ଜଣେ ପୋଲିସ କର୍ମୀ କଦଳୀ ଖୁଆଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି ।

ଉତ୍ତରପ୍ରଦେଶରେ ଜଣେ ପୋଲିସ କର୍ମୀ ଭୋକିଲା ମାଙ୍କଡକୁ କଦଳୀ ଖୁଆଉଥିବାର ନଜର ଆସିଛି । ପୋଲିସ୍ କର୍ମୀ ମାଙ୍କଡକୁ କଦଳୀ ଖୁଆଉଥିବାର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଏହି ଭିଡିଓରେ ମାଙ୍କଡଟି ପୋଲିସ୍‌ କର୍ମୀଙ୍କ ହାତରୁ କଦଳୀ ଖାଉଥିବାବେଳେ ମାଙ୍କଡଟିର ହାତ ନାହିଁ । ଏହା ଲୋକଙ୍କ ହୃଦୟକୁ ବେଶ୍‌ ଛୁଇଁପାରିଛି । ପୋଲିସ୍‌ କର୍ମୀ ଜଣକ ମାସ୍କ ପିନ୍ଧି ବସି ଫୋନ୍‌ରେ କଥା ହେଉଥିବାବେଳେ ମାଙ୍କଡି ତାଙ୍କ ହାତରୁ କଦଳୀ ଖାଉଛି । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ବହୁ ପ୍ରଶଂସା ମିଳିବା ସହିତ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ ଲୋକ ଏହାକୁ ରି ଟୁଇଟ୍‌ କରିଛନ୍ତି । 28 ହଜାରରୁ ଭିୟୁ ମିଳିସାରିଲାଣି ।

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । କରୋନା ଜନିତ ମୃତ୍ୟୁ ସଂଖ୍ୟା 450ରୁ ଉର୍ଦ୍ଧ୍ବ ରହିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 14 ହଜାରରୁ ଉର୍ଦ୍ଧ୍ବ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 200 ଡେଇଁସାରିଲାଣି । (ଏଜେନ୍ସି)

Related posts