ଫିଲ୍ମକୁ ଲାଗିଲା କରୋନା ଗ୍ରହଣ, ଚଳିତ ବର୍ଷ ପରଦାକୁ ଆସିବ ନାହିଁ ଆମୀର୍‌ଙ୍କ ଫିଲ୍ମ

Published: Apr 17, 2020, 10:17 pm IST

ମୁମ୍ବାଇ : କରୋନା ଯୋଗୁଁ ବଲିଉଡ୍‌ ଇଣ୍ଡଷ୍ଟ୍ରିକୁ ବହୁତ କ୍ଷତି ସହିବାକୁ ପଡିଛି । ବହୁତ ଫିଲ୍ମକୁ ସ୍ଥଗିତ ରଖାଯାଇଥିବାବେଳେ କେତେକ ଫିଲ୍ମର ସୁଟିଂକୁ ବନ୍ଦ ରଖାଯାଇଛି । ମିଳିଥିବା ସୂଚନା ଅନୁସାରେ ବଲିଉଡ୍‌ ପରଫେକନିଷ୍ଟ ଆମୀର ଖାନ୍‌ଙ୍କ ଫିଲ୍ମ ‘ଲାଲ ସିଂ ଚଢା’କୁ କରୋନା ଗ୍ରହଣ ଲାଗି ଯାଇଛି ।ଫିଲ୍ମଟି ଚଳିତ ବର୍ଷ ପରଦାକୁ ଆସିବ ନାହିଁ ବୋଲି ଜଣାପଡିଛି ।

ଲାଲ ସିଂ ଚଢାରେ ଆମୀର ଖାନ୍‌ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ହଲିଉଡ୍‌ ଫିଲ୍ମ ଫରେଷ୍ଟ ଗମ୍ପ୍‌ର ହିନ୍ଦୀ ରିମେକ୍‌ ବୋଲି ଜଣାପଡିଛି ।

ଫିଲ୍ମଟି ଚଳିତ ବର୍ଷ କ୍ରିଶମାସ୍‌ ଅବସରରେ ପରଦା ଉପରକୁ ଆସିବ ବୋଲି ସୂଚନା ରହିଥିଲା। କିନ୍ତୁ ଏହି ଫିଲ୍ମକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯାଇଛି ।

ରୋହିତ୍‌ ସେଟ୍ଟିଙ୍କ ନିର୍ଦ୍ଦେଶିତ ତଥା ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’ ଓ ରଣବୀର ସିଂହଙ୍କ ‘83’ ଫିଲ୍ମର ରିଲିଜ୍‌କୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି । ସେହିପରି ସଲମାନ୍‌ ଖାନ୍‌ ମଧ୍ୟ ଚଳିତ ବର୍ଷ ଇଦ୍‌ରେ ଫିଲ୍ମ ରିଲିଜ୍‌ କରିବେ ନାହିଁ । ସଲମାନ୍‌ ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ରାଧେ’ର ରିଲିଜ୍‌କୁ ଘୁଞ୍ଚାଇଛନ୍ତି । (ଏଜେନ୍ସି)

Related posts