Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁଲ୍ ଚିଠା ପ୍ରସ୍ତୁତି ଫଳରେ ଟଙ୍କା ଫେରିଯିବା ଆଶଙ୍କା: ନାକଟିଦେଉଳ ବ୍ଲକ୍‌ରେ ନିର୍ମାଣ ଶ୍ରମିକ ସହାୟତା ପାଇବାରୁ ବଂଚିତ
ଆଜିର ଖବର

ଭୁଲ୍ ଚିଠା ପ୍ରସ୍ତୁତି ଫଳରେ ଟଙ୍କା ଫେରିଯିବା ଆଶଙ୍କା: ନାକଟିଦେଉଳ ବ୍ଲକ୍‌ରେ ନିର୍ମାଣ ଶ୍ରମିକ ସହାୟତା ପାଇବାରୁ ବଂଚିତ

April 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ସରକାର କରୋନା ମହାମାରୀରେ  ପ୍ରଭାବିତ ଲୋକମାନଙ୍କୁ ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରୁଛନ୍ତି। ହେଲେ ଲୋକମାନଙ୍କ ପାଖରେ ଏହି ଯୋଜନା ଠିକ୍ ଭାବରେ ପହଂଚି ପାରୁ ନଥିବା ଅଭିଯୋଗ ହେଉଛି। ପ୍ରକାଶଯେ, ସରକାର ନିର୍ମାଣ ଶ୍ରମିକ ମାନଙ୍କ ପାଇଁ କରୋନା ସହାୟତା ବାବଦରେ ପ୍ରତ୍ୟେକ ଶ୍ରମିକ ମାନଙ୍କ ପାଇଁ ୧୫୦୦ ଟଙ୍କାର ଆର୍ଥିକ ସହଯୋଗ ରାଜ୍ୟରେ ପ୍ରଦାନ କରୁଛନ୍ତି। ହେଲେ ନିର୍ମାଣ ଶ୍ରମିକ ମାନଙ୍କର ନାମ , ଗ୍ରାମ , ପଂଚାୟତ, ବ୍ଲକ୍ ନାମ ଆଦି ସଂପୃକ୍ତ ବିଭାଗ ଭୁଲ ଭାବରେ ପଂଚାୟତକୁ ପଠାଇଥିବାରୁ ନିର୍ମାଣ ଶ୍ରମିକ ମାନେ ଏ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି। ଅଭିଯୋଗରୁ ପ୍ରକାଶ ଯେ, ନାକ୍ଟିଦେଉଳ ବ୍ଲକର ନିର୍ମାଣ ଶ୍ରମିକ ମାନଙ୍କର ନାମ ଓ ପଂଚାୟତର ନାମ ରେଢାଖୋଲ ବ୍ଲକର ଅନ୍ୟ ପଂଚାୟତ ମାନଙ୍କରେ ଥିବାରୁ ଟଙ୍କା ବଂଟନ କରୁଥିବା ପଂଚାୟତ ଅଧିକାରୀମାନେ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ନାକ୍ଟିଦେଉଳ ବ୍ଲକ୍‌ର ୧୪ ଟି ପଂଚାୟତରେ ଥିବା ନିର୍ମାଣ ଶ୍ରମିକ ମାନଙ୍କର ନାମ , ରେଢାଖୋଲ ବ୍ଲକର କୌଣସି ଏକ ପଂଚାୟତରେ ରହିଯାଇଥିବାରୁ ଏହି ସୁବିଧା ସୁଯୋଗ ନିର୍ମାଣ ଶ୍ରମିକ ପାଇବାରୁ ବଂଚିତ ହେଉଛନ୍ତି। ଏ ସଂପର୍କରେ ସମ୍ବଲପୁର ଶ୍ରମ ଅଧିକାରୀ ସୁମିତ୍ରା ମାଝୀଙ୍କୁ ପଚାରିବାରୁ ସେ ଏ ସଂପର୍କରେ ପ୍ରଥମେ ଜାଣିଲେ। ଯାହା ବି ଭୁଲ୍ ଭଟକା ହୋଇଛି ସଂପୃକ୍ତ ବ୍ଲକର ବିଡିଓ ସବିଶେଷ ତଥ୍ୟ ଦେଲେ ଏହାର ସମାଧନ ହୋଇପାରିବ । ମାତ୍ର ନାକ୍ଟିଦେଉଳ ବିଡିଓଙ୍କ ପକ୍ଷରୁ ଏ ସମ୍ବନ୍ଧରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ।

ଅର୍ଥ ବଣ୍ଟନ ହୋଇ ନପାରିଲେ ତାହା ଜିଲ୍ଲା ମୁଖ୍ୟାଳୟକୁ ଫେରାଇ ଦିଆଯିବ ବୋଲି ବିଡିଓ ପ୍ରକାଶ କରିଛନ୍ତି। ଏଭଳି ଭୁଲଭଟକା ସଂପୃକ୍ତ ଶ୍ରମ ବିଭାଗ କରିଥିଲେ ମଧ୍ୟ ମାନିବାକୁ ନାରାଜ। ଭୁବନେଶ୍ୱରରୁ ଯାହା ନିର୍ଦ୍ଦେଶ ଆସିବ ଆମେ ତାହା କରିବୁ ବୋଲି ଶ୍ରମ ଅଧିକାରୀ ପ୍ରକାଶ କରିିଛନ୍ତି। ସରକାର ନିର୍ମାଣ ଶ୍ରମିକ ମାନଙ୍କର ପାସ୍ ବହିରେ ଅର୍ଥରାଶି ପଠାଇଥିଲେ ଏଭଳି ତ୍ରୁଟି ହୋଇ ନ ଥାନ୍ତା ବୋଲି ଶ୍ରମିକ ମାନେ ପ୍ରକାଶ କରିଛନ୍ତି। ଯଦି ଏହାର ସମାଧାନ କରାଯାଇ ଶ୍ରମିକ ମାନଙ୍କୁ ସହଯୋଗ ପ୍ରଦାନ କରା ନ ଯାଏ ଆଗାମୀ ଦିନରେ ନାକଟିଦେଉଳ ବ୍ଲକର ନିର୍ମାଣ ଶ୍ରମିକ ମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ନିର୍ମାଣ ଶ୍ରମିକ ମାନଙ୍କର ପରିଚୟ ପତ୍ରରେ କୌଣସି ପ୍ରକାର ତ୍ରୁଟି ନଥିବା ବେଳେ ସହଯୋଗ ରାଶି ପାଇବାକୁ ଥିବା ଶ୍ରମିକ ମାନଙ୍କର ଗାଁ, ପଂଚାୟତ, ବ୍ଲକ୍ ଠିକଣା କିପରି ଭୁଲ୍ ହୋଇଯାଇଛି ତାହା ଶ୍ରମ ବିଭାଗ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ନିର୍ମାଣ ଶ୍ରମିକମାନେ ଦାବି କରିଛନ୍ତି।

Lockdown rairakhol
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ

September 24, 2026

ଜିଲ୍ଲାପାଳଙ୍କ ଘୋଷଣା: ପ୍ରଥମ ଥର ପାଇଁ ସିଧା ପ୍ରସାରଣ ହେବ କଟକ ଦଶହରା ଭସାଣି

September 24, 2026
Latest News

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ

September 24, 2026

ଜିଲ୍ଲାପାଳଙ୍କ ଘୋଷଣା: ପ୍ରଥମ ଥର ପାଇଁ ସିଧା ପ୍ରସାରଣ ହେବ କଟକ ଦଶହରା ଭସାଣି

September 24, 2026

ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା: ବାଚସ୍ପତି ଓ ବିଧାନସଭା ସଚିବଙ୍କୁ ହାଇକୋର୍ଟଙ୍କ ନୋଟିସ୍, ୨୯ରେ ପରବର୍ତ୍ତୀ ଶୁଣାଣି

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.