ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ କରୋନା ସହ ମୁକାବିଲା କରିବାରେ ଜୋରସୋର୍ର ପ୍ରସ୍ତୁତି ଚଲାଇଛନ୍ତି । କରୋନା ସହ ଦୃଢ ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି କରାଯାଇଛି । କରୋନା କବଳରୁ କେବଳ ସାମାଜିକ ଦୂରତ୍ବ ଜରିଆରେ ଏହି ସଂକ୍ରମଣକୁ ରୋକାଯାଇପାରିବ । କିନ୍ତୁ ବହୁ ଜାଗାରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ ହେଉଥିବାର ଦେଖିବାକୁ ମିଳିଛି । ଗତକାଲି ମୁମ୍ବାଇର ବାନ୍ଦ୍ରା ସହରରେ ଶହ ଶହ ପ୍ରବାସୀ ଶ୍ରମିକ ରାସ୍ତା ଉପରକୁ ଆସି ସାମାଜିକ ଦୂରତ୍ବକୁ ଫୁ’ କରିଥିବାବେଳେ ଆଜି ସେହିପରି ସମାନ ଅବସ୍ଥା ଦିଲ୍ଲୀରେ ଦେଖିବାକୁ ମିଳିଛି । ଦିଲ୍ଲୀର କାଶ୍ମୀର ଗେଟ୍ ନିକଟରେ ଯମୁନା ନଦୀ ପାଖରେ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏହି ଘଟରା ପରେ ଦିଲ୍ଲୀ…
Author: Samikhsya Bureau
ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗ ବ୍ଳକର ଦୁଇଟି ସ୍ୱୟଂ ସହାୟିକା ଦଳ ଏବଂ ଜଗତସିଂହପୁର ଜିଲ୍ଲା ଚିଙ୍ଗୁଡ଼ି ଚାଷୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ବୁଧବାର ଅପରାହ୍ନରେ ବାସୁଦେବ ସ୍ୱୟଂ ସହାୟିକା ଦଳ ସଭାନେତ୍ରୀ ମନୋରମା ମହାପାତ୍ର ୨ ହଜାର ଟଙ୍କା ପ୍ରଦାନ କରିଥିଲେ । ସେହିପରିଭାବେ ପଙ୍କପାଳସ୍ଥିତ ଜଗତଜନନୀ ସ୍ୱୟଂ ସହାୟିକା ଦଳର ସଭାନେତ୍ରୀ ସୌଦାମିନୀ ଦାସ, ସମ୍ପାଦିକା ପ୍ରେମଲତା ଦାସ, ନର୍ମଦା ଷଡ଼ଙ୍ଗୀ, ଅନୁସୟା କର, ରିନାରାଣୀ ଦାସ, ମିନାରାଣୀ ଷଡ଼ଙ୍ଗୀ, ସ୍ୱପ୍ନା ଦାସ, ଲକ୍ଷ୍ମପ୍ରୀୟା ଦାସ. ମନୋରମା ଦାସ, ମଞ୍ଜୁଲତା ନାୟକ ପ୍ରମୁଖ ସ୍ଥାନୀୟ ଭାରପ୍ରାପ୍ତ ବିଡ଼ିଓ ପୂଜା ଲେଙ୍କାଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଙ୍କପାଳ ପଂଚାୟତର ସମିତିସଭ୍ୟ ଅକ୍ଷୟ ସାହୁ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତନୁପ୍ରଭା ବେଉରା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରିଭାବେ…
ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗ ବ୍ଳକ ଅନ୍ତର୍ଗତ ଫତେପୁର ପଂଚାୟତର ସରପଞ୍ଚ ସ୍ନେହମୟୀ ଲେଙ୍କା ମାସ୍କ ବଣ୍ଟନ କରିଛନ୍ତି । କରୋନା ସଙ୍କ୍ରମଣରୁ ରକ୍ଷାପାଇବା ପାଇଁ ସ୍ଥାନୀୟ ପଂଚାୟତ ବାସୀଙ୍କୁ ନଜସ୍ୱ ଖର୍ଚ୍ଚ ଏବଂ ଉଦ୍ୟମରେ ମାସ୍କ ବଂଟନ କରୁଥିବା ଜଣାପଡ଼ିଛି । କୋଭିଡ-୧୯ ପାଇଁ ଏବେ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ସମସ୍ତଙ୍କୁ ମାସ୍କ ବ୍ୟବହାର ବାଧ୍ୟତା ମୂଳକ କରାଯାଇଛି । ପଳରେ ଶ୍ରୀମତୀ ଲେଙ୍କା ନିଜେ ସିଲାଇ ମେସିନରେ ମାସ୍କ ପ୍ରସ୍ତୁତକରି ପଂଚାୟତରେ ବଂଟନ କରୁଥିବା ଜଣାପଡ଼ିଛି । ଏଡି ଘଟଣାକୁ ପଂଚାୟତର ବରିଷ୍ଠ ନାଗରିକଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି ।
ଭୁବନେଶ୍ବର: ଏଣିକି ପିଇବା ପାଣି ପାଇଁ ଅସୁବିଧା ହେବ ନାହିଁ। ପିଇବା ପାଣି ସମସ୍ୟାର ସମାଧାନ ପାଇଁ ସରକାର ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି। ରାଜ୍ୟ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ପୃଥକ ପୃଥକ ହେଲପଲାଇନ୍ ନମ୍ବର ଜାରି ହୋଇଛି । ଗ୍ରାମାଞ୍ଚଳରେ ଜଳ ସମସ୍ୟା ଜଣାଇବାକୁ 1916 ଏବଂ ସହରାଞ୍ଚଳ ପାଇଁ 1800 3456783 କୁ ମାଗଣାରେ ଫୋନ୍ କରିହେବ। ରାଜ୍ୟରେ ତାତି ବଢିବା ସହିତ ପିଇବା ପାଣିର ସମସ୍ୟା ଉପୁଜି ପାରେ। ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏଥିପାଇଁ ଅଚଳ ନଳକୂପ ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠାରେ ସୁବିଧା ନଥିବ ସେଠାକୁ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରାଯିବ, ନଚେତ ଟାଙ୍କି ରଖି ପ୍ରତିଦିନ ସେଥିରେ ପାଣି ଭର୍ତ୍ତି କରାଯିବ। ଜଳଯୋଗାଣ ଅସୁବିଧା ଦୂର କରିବା ପାଇଁ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଲୋକଙ୍କୁ ଯେପରି ପାନୀୟ ଜଳର…
ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ଉପରକୁ ଆକ୍ରମଣ କରାଯାଇଛି । ମଙ୍ଗଳବାର ଜଣେ ଜମାତୀ ସଦସ୍ୟ ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ କରାଯିବାକୁ ନେଇ ମହିଳା ଡାକ୍ତର ଜଣକ ପୋଲିସ୍ କମିଶନରଙ୍କ ନିକଟରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରାଯାଇଥିଲା । ଏଲ୍ଏନ୍ଜିପି ହସ୍ପିଟାଲରେ ଏକାଧିକ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ଏପରି ଆକ୍ରମଣକୁ ହସ୍ପିଟାଲ କର୍ତ୍ତୃପକ୍ଷ ନିନ୍ଦା କରିଛନ୍ତି । ମଙ୍ଗଳବାର ସନ୍ଧ୍ୟା 5.20 ମିନିଟ୍ରେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ତେବେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହି ଘଟଣା ପରେ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିବା ନେଇ ଜୈନ୍ ପ୍ରକାଶ କରିଛନ୍ତି ।
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ପ୍ରସିଦ୍ଧ ଦକ୍ଷପ୍ରଜାପତି ମନ୍ଦିର ନିକଟରେ ରହିଥିବା ଅସ୍ଥାୟୀ ଡମ୍ପିଂୟାର୍ଡକୁ ହଟାଯାଇଛି। ମନ୍ଦିର ନିକଟରେ ଅସ୍ଥାୟୀ ଡମ୍ପିଂୟାର୍ଡ ରହିଥିବା ସମୀକ୍ଷା ନ୍ୟୁଜ୍ରେ ଗତ ୧୧ ତାରିଖରେ ଖବର ପ୍ରକାଶ ପାଇବା ପରେ ଆଜି ଏନ୍ଏସି ପକ୍ଷରୁ ଉକ୍ତ ଅସ୍ଥାୟୀ ଡମ୍ପିଂ ୟାର୍ଡକୁ ହଟାଯାଇଛି। ଅସ୍ଥାୟୀ ଡମ୍ପିଂ ୟାର୍ଡ ସ୍ଥାନାନ୍ତର ନେଇ ଦକ୍ଷପ୍ରଜାପତି-ଭଗବତୀ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ତକ୍ଷରାଜ ଭିତିରିଆ ଏବଂ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ ନିର୍ମଳ ମହାପାତ୍ରଙ୍କ ନିକଟରେ ଆମ ପ୍ରତିନିଧିଙ୍କ ତରଫରୁ ଅଭିଯୋଗ କରାଯାଇଥିଲା। ଉଭୟ ଅଧିକାରୀ ଘଟଣାକୁ ଗୁରୁତର ସହ ନେଇ ତୁରନ୍ତ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଫଳ ସ୍ୱରୂପ ଆଜି ଅସ୍ଥାୟୀ ଡମ୍ପିଂ ୟାର୍ଡକୁ ଏନ.ଏ.ସି ତରଫରୁ ଖାଲି କରାଯାଇଛି। ଆଜି ସକାଳେ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ଜେସିବି ମେସିନ ସାହାଯ୍ୟରେ ଅସ୍ଥାୟୀ ଡମ୍ପିଂ ୟାର୍ଡକୁ ଖୋଳି ସେହି ସ୍ଥାନକୁ ସଫା କରାଯାଇଥିଲା। ଏହି…
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଲକ୍ଷ୍ନୌର ଏକ ମସ୍ଜିଦ୍ରୁ 12 ତବ୍ଲିଗୀ ଜମାତୀଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ 12 ଜଣ ଯାକ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି । ଏହା ସହିତ ଏହି 12 ଜଣଙ୍କ ସଂସ୍ପର୍ଶରେ ଆସିଥିବା 25ଜଣଙ୍କୁ ଚିହ୍ନଟ କରାଯାଇ ହୋମ୍ କ୍ବାରାଣ୍ଟାଇନ୍ରେ ରଖାଯାଇଛି । ରାଜ୍ୟରେ ଲୁଚି ରହିଥିବା ଅନ୍ୟ ଜମାତୀଙ୍କ ଅନୁସନ୍ଧାନ ଜାରି ରହିଛି ବୋଲି ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । ଏହି 12 ଜଣ ଜମାତୀ ଲକ୍ଷ୍ନୌର ଅଲୀଜାନ୍ ମସ୍ଜିଦ୍ରେ ଲୁଚି ରହିଥିଲେ । ଏହାକୁ ମିଶାଇ ଉତ୍ତର ପ୍ରଦେଶରେ ଜମାତୀ ସଂକ୍ରମଣ ସଂଖ୍ୟା 428 ଛୁଇଁଛି । (ଏଜେନ୍ସି)
ଭୁବନେଶ୍ବର : ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁବ୍ରତ ବାଗ୍ଚୀ ରାଜ୍ୟ ବାସୀଙ୍କୁ କରୋନାର ଅପ୍ଡେଟ୍ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ସହିତ ରାଜ୍ୟରେ ବିଭିନ୍ନ କୋଭିଡ୍ 19 ହସ୍ପିଟାଲ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଜି ସୁବର୍ଣ୍ଣପୁରରେ ଏକ 200 ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏହି ହସ୍ପିଟାଲକୁ ମିଶାଇ ରାଜ୍ୟର 19ଟି ଜିଲ୍ଲାରେ 21ଟି କୋଭିଡ୍ 19 ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏହା ସହିତ ସମୁଦାୟ ଶଯ୍ୟା ସଂଖ୍ୟା 3620 ରହିଛି । ରାଜ୍ୟରେ ପଡୋଶୀ ରାଜ୍ୟର 77 ହଜାର ଶ୍ରମଜୀବୀ ରହିଥିବା ବେଳେ 2553ଟି ଶିବିର ଜରିଆରେ ସେମାନଙ୍କର ରହିବା ଏବଂ ଖାଇବା ବନ୍ଦୋବସ୍ତ କରାଯାଇଛି । ରାଜ୍ୟର 5387 ଗ୍ରାମପଞ୍ଚାୟତରେ 3 ଲକ୍ଷ 9 ହଜାର 42 ଜଣଙ୍କୁ ଏବଂ 113 ପୌରାଞ୍ଚଳରେ 33816 ଜଣଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି । ଏହା ସହିତ ରାଜ୍ୟର ବିଭିନ୍ନ…
ଦେବାଶିଷ ପାଢୀ କୋରେଇ: ଦେଶବ୍ୟାପୀ ଲକଡାଉନ୍ କାରଣରୁ ବିଭିନ୍ନ ରାଜ୍ୟର ଶତାଧିକ ଶ୍ରମିକ ପଡୋଶୀ ରାଜ୍ୟ ମାନଙ୍କରେ ଫସି ରହିଛନ୍ତି। ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକଙ୍କ ସହାୟତା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଥିବା ବେଳେ ଅନେକ ରାଜନେତା ଏବଂ ସାମାଜିକ ସଙ୍ଗଠନ ମଧ୍ୟ ଆଗକୁ ଆସୁଛନ୍ତି। ଲକ୍ଡାଉନ୍ କାରଣରୁ ହାଇଦ୍ରାବାଦର ହାଇଟେକ୍ ସିଟିରେ କୋରେଇ, କେନ୍ଦୁଝର ଏବଂ ଆନନ୍ଦପୁର ଅଞ୍ଚଳର ପ୍ରାୟ ୭୦ ଜଣ ଯୁବକ ଫସି ରହିଥିଲେ। https://www.youtube.com/watch?v=sgoULD4vlo8 ଲକ୍ଡାଉନ୍ କାରଣରୁ ବିଗତ ୯ ଦିନ ହେବ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରାଜ୍ୟ ସରକାରଙ୍କୁ ସହାୟତାର ନିବେଦନ କରି ଏକ ଭିଡିଓ ଜାରି କରିଥିଲେ। ରାଜ୍ୟ ବିଜେଡିର ଉପ ସଭାପତି ତଥା କୋରେଇର ଯୁବନେତା ପ୍ରିତିରଞ୍ଜନ ସାହୁ (ଲିପା) ତୁରନ୍ତ ସହାୟତାର ହାତ ବଢାଇଥିଲେ। ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ରାସନ୍ର ବ୍ୟବସ୍ଥା ମଧ୍ୟ କରିଥିଲେ। ଯୁବନେତାଙ୍କ ସେବା ମନୋବୃତି କାରଣରୁ ଫସି ରହିଥିବା…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରରେ କରୋନା ସଙ୍କ୍ରମଣ ନେଇ ସଂଗୃହୀତ ବ୍ୟକ୍ତିଙ୍କ ନମୁନା ରିପୋର୍ଟ ପ୍ରକାଶ ପାଇଛି। ସମସ୍ତ ୧୫ ଜଣ ବ୍ୟକ୍ତିଙ୍କର ନମୁନା ପରୀକ୍ଷଣ ପାଇଁ ନିଆଯାଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ରହିଛି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ୫୦ନମ୍ବର ଆକ୍ରାନ୍ତ ଜଣକ ମାର୍ଚ୍ଚ ୧୮-୨୦ ମଧ୍ୟରେ ଖୋର୍ଦ୍ଧାର ବାଣପୁର ଅନ୍ତର୍ଗତ ବଡ ହନ୍ତୁଆଡରେ ଅବସ୍ଥାନ କରିଥିଲେ। ଏହାପରେ କଣ୍ଟାକ୍ଟ ଟ୍ରେସିଂ କରାଯାଇ ୧୫ ଜଣଙ୍କର ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା। ବୁଧବାର ରିପୋର୍ଟ ଆସିବା ସହିତ ଏହା ନେଗେଟିଭ୍ ରହିଥିବା ଜଣାପଡିଛି। ଏହା ସହିତ ଉଭୟ ଚିଲିକା ବ୍ଲକ ଏବଂ ବାଣପୁର ବ୍ଲକ ପାଇଁ ନମୁନା ସଂଗ୍ରହ ନିମନ୍ତେ ବାଣପୁରରେ ଏକ କେନ୍ଦ୍ର ସ୍ଥାପନ କରାଯାଇଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସମଗ୍ର ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଅବକାରୀ ବିଭାଗର ଅସଲି ଚେହେରା ସମ୍ମୁଖକୁ ଆସିଛି। ବୁଧବାର ଘଟିଥିବା ଏକ ଘଟଣାରେ ମଦ ଚୋରା ଚାଲାଣ କରୁଥିବା ଅବକାରୀ ବିଭାଗର ଅସଲ ମୁଖା ସାମ୍ନାକୁ ଆସିଛି। ଅବକାରୀ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ସରକାରୀ ମଦ ଦୋକାନରୁ ମଦ ଚୋରା ଚାଲାଣ କରାଯାଉଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁର ସହର ମଧ୍ୟରେ ରହିଥିବା ଏକ ମଦ ଦୋକାନରୁ ସିଲ କାଟି ମଦ ଚାଲାଣ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଲକ୍ଡାଉନ୍ ସମୟରେ ସାଧାରଣ ଜନତାଙ୍କର ଘରୁ ବାହାରକୁ ବାହାରିବା ଉପରେ କଟକଣା ଜାରି କରାଯାଇଥିବା ବେଳେ କିପରି ଭାବରେ ଅବକାରୀ ବିଭାଗର ଅଧିକାରୀଙ୍କୁ ମଦ ନେବାର ଅନୁମତି ମିଳିଲା ତାହା ଆଶ୍ଚର୍ଯ୍ୟଜନକ। ଏହି ଘଟଣା ସମ୍ପର୍କରେ ଅଧିକାରୀଙ୍କୁ ପଚରା ଯିବାରୁ ପ୍ରଥମେ ଏହି ପ୍ୟାକେଟର ସମୟ ସୀମା ଶେଷ ହୋଇଥିବା ନେଇ ଉତ୍ତର ଦେଇଥିଲେ। ମାତ୍ର ଲକ୍ଡାଉନ୍ ସମୟରେ…
ଭୁବନେଶ୍ବର: କଳାହାଣ୍ଡିରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି କୋଭିଡ୍ ହସ୍ପିଟାଲ। ଏହି ଅବସରରେ 5ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ କଳାହାଣ୍ଡି ଗସ୍ତ କରିଛନ୍ତି। 5ଟି ସଚିବଙ୍କ ସହିତ ଉନ୍ନୟନ କମିଶନର ମଧ୍ୟ ଏହି ଗସ୍ତରେ ରହିଥିଲେ। ଉଭୟ ନିର୍ମାଣଧୀନ ହସ୍ପିଟାଲରେ ପହଞ୍ଚି ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିଥିଲେ। ଖୁବଶୀଘ୍ର ଏହି କୋଭିଡ୍ ହସ୍ପିଟାଲ୍ଟି କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡିରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଅହମ୍ମଦାବାଦ : ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଆଇସୋଲେସନ୍ର ରହିଛନ୍ତି । ଗତକାଲି କଂଗ୍ରେସ ବିଧାୟକ ଇମ୍ରାନ୍ ଖେଡାଓ୍ବାଲାଙ୍କୁ ଭେଟିଥିବା ବେଳେ ଆଜି ଇମ୍ରାନ୍ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଥିଲେ । ଇମ୍ରାନ୍ଙ୍କ ସାମ୍ପଲ ପଜିଟିଭ୍ ସାବ୍ୟସ୍ତ ହେବା ପରେ ଆଇସୋଲେସନ୍ ବା ସେଲ୍ଫ କ୍ବାରେଣ୍ଟିନ୍ରେ ରହିବାର ନିଷ୍ପତ୍ତି ନେଇଛନ୍ତି ବିଜୟ ରୂପାନୀ । ଇମ୍ରାନ ଏବଂ ରୂପାନୀଙ୍କ ମଧ୍ୟର ଅନୁଷ୍ଠିତ ବୈଠକରେ ସାମାଜିକ ଦୂରତ୍ବକୁ ଧ୍ୟାନ ଦିଆଯାଇଥିଲେ ମଧ୍ୟ ପ୍ରତିଷେଧକ ମୂଳକୂ ବ୍ୟବସ୍ଥା ପାଇଁ ରୂପାନୀ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ: ସମଗ୍ର ବିଶ୍ବ କରୋନା ଭାଇରସ୍ ପ୍ରଭାବରେ ସ୍ଥାଣୁ ପାଲଟି ଯାଇଥିବା ବେଳେ ଆଶ୍ବର୍ଯ୍ୟଜନକ ଭାବରେ ଗୋଟିଏ ଦିନରେ 49 ହଜାର କୋଟିର ଲାଭ ହାସଲ କରିଛି ଆମାଜନ୍। ଆମାଜନ୍ ମାଲିକ ଜେଫ୍ ବେଜୋସ୍ ଗୋଟିଏ ଦିନରେ 6.5 ବିଲିୟନ୍ ଡଲାରର ଲାଭ ହାସଲ କରିଛନ୍ତି। ମଙ୍ଗଳବାର ଆମାଜନ୍ ଅଂଶଧନ ମୂଲ୍ୟରେ 5 ପ୍ରତିଶତର ଅଭିବୃଦ୍ଧି ଘଟିବା ସହିତ ଏହା 2283 ଡଲାର ଛୁଇଁଥିଲା। ଚଳିତ ବର୍ଷରେ ଆମାଜନ୍ ଅଂଶଧନ ମୂଲ୍ୟରେ 20 ପ୍ରତିଶତର ଅଭିବୃଦ୍ଧି। ଏହି ଅଭିବୃଦ୍ଧି ଫଳରେ କମ୍ପାନୀର ସିଇଓ ଜେଫ୍ ବେଜୋସ୍ ଗୋଟିଏ ଦିନରେ 6.5 ବିଲିୟନ୍ ଡଲାରର ଲାଭ ହାସଲ କରିଛନ୍ତି। ସେହିପରି ବେଜୋସ୍ଙ୍କ ପୂର୍ବତନ ପତ୍ନୀ ମ୍ୟାକେଞ୍ଜି ବେଜୋସ୍ ଏହି ସମୟରେ 2.2 ବିଲିୟନ୍ ଡଲାରର ଲାଭ ହାସଲ କରିଛନ୍ତି। ସେହପରି ସମଗ୍ର ବିଶ୍ବରେ କରୋନା ସମୟରେ ନିଜର କର୍ମଚାରୀଙ୍କୁ ଅତିରିକ୍ତ ବେତନ ପ୍ରଦାନ କରୁଛି ଆମାଜନ୍। ଆମେରିକା, କାନାଡା ଏବଂ ବିଭିନ୍ନ ୟୁରୋପୀୟ…
ବବ୍ଲୁ ସାହୁ କଳାହାଣ୍ଡି : କଥାରେ ଅଛି ମାନବ ସେବାହିଁ ମାଧବ ସେବା । ତେବେ କରୋନା କାରଣରୁ କେବଳ ମଣିଷ ନୁହନ୍ତି ବରଂ ପଶୁପକ୍ଷୀ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲକ୍ଡାଉନ୍ କାରଣରୁ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାସ୍ତାଘାଟ ଶୁନଶାନ୍ । ତେଣୁ ପଶୁପକ୍ଷୀ ମାନେ ଖାଇବାକୁ ନପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରୀପ୍ରେକ୍ଷୀରେ ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି ଭାରତ ବିକାଶ ଅଭିଯାନ ସ୍ବେଚ୍ଛାସେବୀ ସଙ୍ଗଠନ । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଏହି ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପଶୁପକ୍ଷୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି । ଜିଲ୍ଲା ଅନ୍ତର୍ଗତ ନରଲା, ମ. ରାମପୁର,କେସିଙ୍ଗା, କରଲମୁଣ୍ଡା ବ୍ଲକରେ ମାସ୍କ,ସାବୁନ, ବିସ୍କୁଟ୍, ଚାଉଳ, ଡାଲି ସହିତ ବୁଲା ପଶୁ ପକ୍ଷୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି ।
ନ୍ୟୁୟର୍କ : ସମଗ୍ର ବିଶ୍ବରେ ତଥା ଆମେରିକାରେ କରୋନାର ତାଣ୍ଡବ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଦାୟୀ କରିଛି ଆମେରିକା । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଦାୟୀ କରିବା ସହିତ ଆଗାମୀ ଦିନରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଫଣ୍ଡିଂ ବନ୍ଦ କରିବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି । ଚୀନ୍ରେ କରୋନା ଭାଇରସ୍ ବ୍ୟକାପିବା ସମୟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇନଥିଲା ।ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅପାରଗତା କାରଣରୁ କରୋନା ଏକ ବିଶ୍ବ ସଙ୍କଟର ରୂପ ନେଇଥିଲା । ତେଣୁ ଆସନ୍ତା ବର୍ଷ ଠାରୁ ଆମେରିକା ଏହାର ଫଣ୍ଡି ବନ୍ଦ କରିବାର ନିଷ୍ପତ୍ତି ନେଇଛି ବୋଲି ଟ୍ରମ୍ପ ମତ ଦେଇଥିଲେ । ଟ୍ରମ୍ପଙ୍କ ଏହି ମତ ପରେ ମିଳିତ ଜାତିସଙ୍ଘ ସାଧାରଣ ସମ୍ପାଦକ ଆଣ୍ଟୋନିଓ ଗଟେରସ୍ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏପରି ସଙ୍କଟ ସମୟରେ ସମଗ୍ର ବିଶ୍ବ ଏକତ୍ରିତ ହୋଇ…
ଭୁବନେଶ୍ବର: ପ୍ରବାଦ ପୁରୁଷ ବିଶିଷ୍ଟ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ ଏପ୍ରିଲ ୧୭ରେ ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ କରାଯିବ। ସମଗ୍ର ମାନବ ସମାଜ କରୋନା ଭଳି ମହାମାରୀକୁ ମୁକାବିଲା କରୁଛି, ଏହାକୁ ଦୃଷ୍ଟିରେ ରଖି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସକୁ ନିରାଡମ୍ବର ଭାବେ ପାଳନ କରିବା ପାଇଁ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ସାମାଜିକ ଦୂରତା ରକ୍ଷା କରି ବିଜୁ ଜନତା ଦଳର ଅଗଣିତ କର୍ମୀ ଓ ଦଳର ନେତୃବୃନ୍ଦ ନିଜ ନିଜ ଘରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଏଥି ସହ ପ୍ରବାଦ ପୁରୁଷଙ୍କ ଦେଶ ତଥା ଓଡ଼ିଆ ଜାତି ପ୍ରତି ଥିବା ତ୍ୟାଗପୁତ ଜୀବନୀ ସମ୍ପର୍କରେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ। ଦୀର୍ଘଦିନ ଧରି ଦଳ ପକ୍ଷରୁ କରାଯାଉଥିବା ସାମାଜିକ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ…
ଶ୍ରୀନଗର : ଜମ୍ମୁ କାଶ୍ମୀରର ରଜୌରୀ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବାରୁ 2 ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ରଜୌରୀ ଜିଲ୍ଲା ଅନ୍ତର୍ଗତ ମଞ୍ଜକୋଟ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳି ଚାଳନା ଏବଂ ମୋର୍ଟାର ମାଡ କରାଯିବା ଫଳରେ ଦୁଇ ଗ୍ରାମବାସୀ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଥିବା ନେଇ ପୋଲିସ୍ ସୂଚନା ଦେଇଛି । ତିନୋଟି ଘର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିବା ଜଣାପଡିଛି । ଭାରତୀୟ ସେନା ପକ୍ଷରୁ ଦୁଇ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଉଭୟ ସେନା ପକ୍ଷରୁ ଗୁଳିଚାଳନା ଜାରି ରହଛି । (ଏଜେନ୍ସି)
ଇଟାଲୀ: ଦୁନିଆରେ କରୋନା ଭାଇରସ୍ ସଂକ୍ରମଣରେ ଲକ୍ଷ ଲକ୍ଷ ଲୋକେ ଏବେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଅଚାନକ ଭାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି। କରୋନାକୁ ହରାଇ କିଛି ଲୋକ ସୁସ୍ଥ ହୋଇ ନିଜ ଜୀବନକୁ ଫେରି ପାଇଛନ୍ତି। ଏମିତି ଜଣେ ବୃଦ୍ଧ ଦମ୍ପତି ନଜରକୁ ଆସିଛନ୍ତି, ସେମାନେ କରୋନା ସହ ଦୃଢତାର ଲଢେଇ କରୁଥିବାବେଳେ ଦୁହେଁ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ଏହି ବୃଦ୍ଧ ଦମ୍ପତି ବୟସର ପରିଣତି ବୟସରେ ମଧ୍ୟ ସେମାନେ କରୋନା ସହ ଦୃଢତାର ଲଢି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଇଟାଲୀର ମାର୍ସ ପ୍ରାନ୍ତର ଫେର୍ମୋ ସ୍ଥିତ ହସ୍ପିଟାଲର ଆଇସିୟୁରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ରହିଛନ୍ତି ଏହି ବୃଦ୍ଧ ଦମ୍ପତି। ବୃଦ୍ଧ ସ୍ବାମୀଙ୍କ ବୟସ 73 ବର୍ଷ ବୟସ ହୋଇଥିବାବେଳେ ତାଙ୍କ ପତ୍ନୀଙ୍କ ବୟସ 71 ବର୍ଷ। ଦୁହେଁ କରୋନା ଉପଚାର ଲାଗି ହସ୍ପିଟାଲରେ ଚିକିତ୍ସାଧୀନ ରହିଥିବାବେଳେ ସେମାନେ…
ନୂଆଦିଲ୍ଲୀ : ଦେଶରେ ଜାରି ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ମେ ତିନି ପର୍ଯ୍ୟନ୍ତ ଜାରି ରହିବ । ଏଥିପାଇଁ ସରକାଣଙ୍କ ତରଫରୁ ଗାଇଡ୍ ଲାଇନ୍ ଜାରି ହୋଇଛି । ନୂତନ ଗାଇଡ୍ ଲାଇନ୍ରେ କିଛି ସେବାକୁ କଟକଣାରୁ ମୁକ୍ତ କରାଯାଇଛି । ତେବେ ଆସନ୍ତୁ ଜାଣିବା ଲକ୍ ଡାଉନ୍ ସମୟରେ କଟକଣାରୁ କିଏ ସବୁ ବାଦ୍ ପଡିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏକ ସପ୍ତାହ ପର୍ଯ୍ୟନ୍ତ ଲକ୍ ଡାଉନ୍ ବେଶ୍ କଡାକଡି ଭାବେ ପାଳନ ହେବ । ଏପ୍ରିଲ୍ 20 ପରେ ଏହାର ମୂଲ୍ୟାଙ୍କନ କରାଯିବ । ଏହାର ସମୀକ୍ଷା ପରେ କିଛି କଟକଣାରୁ ବାଦ୍ ଦିଆଯିବ । ତେବେ ହଟସ୍ପଟ୍ ଅଞ୍ଚଳରେ ଏହି ସବୁ ରିହାତି ମିଳିବ ନାହିଁ। ଲକ୍ ଡାଉନ୍ ସମୟରେ କୃଷିଜାତ ସମାଗ୍ରୀ, କୃଷି ଯନ୍ତ୍ରପାତି ମରାମତି ଦୋକାନ ଆଦି ଖୋଲା ରହିବ । ପେଟ୍ରୋଲ୍ ପମ୍ପ୍ ପାଖ ଏନ୍ଏଚ୍ରେ ମାଲ୍ବାହୀ ଗାଡି…
ନୂଆଦିଲ୍ଲୀ : କରୋନା ସହ ମୁକାବିଲା କରିବା ପାଇଁ ଆଜିଠାରୁ ଦେଶରେ 19 ଦିନିଆ ଲକ୍ ଡାଉନ୍ କାର୍ଯ୍ୟକାରୀ ହେଲା । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରିଛନ୍ତି । ମେ ତିନି ତାରିଖ ପର୍ଯ୍ୟନ୍ତ ଏହି ଲକ୍ ଡାଉନ୍ କାର୍ଯ୍ୟକାରୀ ହେବ । ଆଜି ଏହି ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନୂତନ ଗାଇଡ ଲାଇନ୍ ଜାରି କରିଛି । ତେବେ ଏହି ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ପାଇଁ ସରକାର କ’ଣ ସବୁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ତେବେ ଆସନ୍ତୁ ଜାଣିବା ମେ ତିନି ପର୍ଯ୍ୟନ୍ତ କ’ଣ କ’ଣ ବନ୍ଦ ରହିବ । ରେଳ, ସଡକ, ବିମାନ ସେବା ସମେତ ସମସ୍ତ ପରିବହନ ମେ’ ତିନି ପର୍ଯ୍ୟନ୍ତ ବନ୍ଦ ରହିବ । ସ୍କୁଲ, କଲେଜ, ଶୈକ୍ଷଣୀୟ ସଂସ୍ଥା ଆଦି ବନ୍ଦ ରହିବ…

