କରୋନା ଯୋଗୁଁ କୋମାରେ ଥିବା ମହିଳା ଜନ୍ମ ଦେଲେ ଏକ କନ୍ୟା ସନ୍ତାନ: ଜନ୍ମ ଦେବାର 15 ଦିନ ପରେ ଝିଅକୁ ଦେଖିଲେ

Published: Apr 19, 2020, 10:30 am IST

ଓ୍ବାଶିଂଟନ୍‌ : ଗଭର୍ବତୀ ଥିବା ସମୟରେ କରୋନାରେ ସଂକ୍ରମିତ ହୋଇଥିବା ଜଣେ ମହିଳା କୋମାରେ ରହିବା ପରେ ଏକ ଶିଶୁକୁ ଜନ୍ମ ଦେଇଥିଲେ । 27 ବର୍ଷୀୟ ଏହି ମହିଳା ଜଣକ ହେଉଛନ୍ତି ଏଞ୍ଜେଲା ପ୍ରିମଚିନ୍କୋ । ଆମେରିକାର ଓ୍ବାସିଟନର ଏହି ମହିଳା ଜଣକ ଗର୍ଭବତୀ ହେବାର 33 ସପ୍ତାହରେ କରୋନାରେ ସଂକ୍ରମିତ ହୋଇଥିଲେ । ତାଙ୍କ ଅବସ୍ଥା ବେଶ୍‌ ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଏପ୍ରିଲ୍‌1 ତାରିଖରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବାବେଳେ ଏପ୍ରିଲ୍‌ 6 ତାରିଖରେ ସେ କୋମାରୁ ବାହାରକୁ ଆସିଥିଲେ ।

କରୋନା କାରଣରୁ ସେ ତାଙ୍କର ଜନ୍ମିତ ସନ୍ତାନକୁ ପ୍ରାୟ 15 ପର୍ଯ୍ୟନ୍ତ ଦେଖିନଥିଲେ ।  କରୋନା ଯାଞ୍ଚ ପରେ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ତାଙ୍କ ଝିଅ ସହିତ ଦେଖାକରିବାର ସୁଯୋଗ ଦିଆଯାଇଥିଲା।  ଗତ ମାର୍ଚ୍ଚ 24ରେ ସେ କରୋନା ସଂକ୍ରମିତ ଜଣାପଡିଥିବାବେଳେ ଏପ୍ରିଲ୍‌ 15 ତାରିଖରେ ସେ ତାଙ୍କ ସନ୍ତାନକୁ ଦେଖା କରିପାରିଛନ୍ତି । ନିଜ ଝିଅ ସହିତ ଦେଖା କରିବା ପରେ ବେଶ୍‌ ଭାବବିହ୍ବଳିତ ହୋଇପଡିଛନ୍ତି ଏଞ୍ଜେଲା ।(ଏଜେନ୍ସି)

Related posts