ଗୁଜୁରାଟରେ 100ରୁ ଉର୍ଦ୍ଧ୍ବ କରୋନା ଯୋଦ୍ଧା କରୋନାରେ ସଂକ୍ରମିତ

Published: Apr 22, 2020, 10:55 am IST

ଗୁଜୁରାଟ : କରୋନା କବଳରେ ଏବେ କରୋନା ଯୋଦ୍ଧା। ଗୁଜୁରାଟରେ କରୋନା ବିରୋଧରେ ଲଢେଇ ଜାରି ରଖିଥିବା 100ରୁ ଅଧିକ ସ୍ବାସ୍ଥ୍ୟକର୍ମୀ ଓ ପୋଲିସ୍‌ କର୍ମୀ ସଂକ୍ରମିତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ 62 ଜଣ ସ୍ବାସ୍ଥ୍ୟ କର୍ମୀ  ଓ 44 ଜଣ ପୋଲିସ୍‌ କର୍ମୀ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି।  ସ୍ବାସ୍ଥ୍ୟକର୍ମୀଙ୍କୁ ମଧ୍ୟରୁ 12 ଜଣ ଏଠାରେ ସରକାରୀ ଏଲ୍‌ଜି ହସ୍ପିଟାଲରେ କାର୍ଯ୍ୟରତ ଥିଲେ। ଏହି 62 ଜଣ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଡାକ୍ତର, ନର୍ସ, ଆମ୍ବୁଲାନ୍ସ ଡ୍ରାଇଭର ସାମିଲ୍‌ ରହିଛନ୍ତି। ସେହିପରି 44 ଜଣ ପୋଲିସ୍‌ କର୍ମୀଙ୍କ ମଧ୍ୟରେ 40 ଜଣ ଅହମ୍ମଦାବାଦ ପୋଲିସ୍‌ରେ ଅଂଶବିଶେଷ। ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଅହମ୍ମଦାବାଦ ସିବିଲ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ କଥାବାର୍ତ୍ତା କରି କରୋନା ଯୋଦ୍ଧାଙ୍କ ପ୍ରଶଂସା କରିଛନ୍ତି।

ଦେଶରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା 19 ହଜାର 984ରେ ପହଞ୍ଚିଥିବାବେଳେ 640ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି 3870 ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗୁଜୁରାଟରେ 2000ରୁ ଉର୍ଦ୍ଧ୍ବ ସଂକ୍ରମିତ ରହିଥିବାବେଳେ 90ଜଣଙ୍କର ମୃତ୍ୟୁ ହୋଇଛି।(ଏଜେନ୍ସି)

Related posts