ମାଣବସା ଗୁରୁବାର, ଛଉ ନୃତ୍ୟ ଓ ରାବଣ ଛାୟାକୁ ମିଳିଲା କେନ୍ଦ୍ରୀୟ ମାନ୍ୟତା

Published: Apr 22, 2020, 12:54 pm IST

ନୂଆଦିଲ୍ଲୀ : ଓଡ଼ିଶା ହେଉଛି କଳା ଓ ସଂସ୍କୃତିର ରାଜ୍ୟ । ଜଗନ୍ନାଥଙ୍କ ଦେଶ ଓଡ଼ିଶାରେ ପରମ୍ପରା ଅତି ମହାନ୍‌ । ଓଡ଼ିଶାର ତିନୋଟି ପରମ୍ପରାକୁ କେନ୍ଦ୍ରୀୟ ମାନ୍ୟତା ମିଳିଛି । ଇନ୍‌ଟାଞ୍ଜିବଲ୍‌ କଲଚରାଲ୍‌ ହେରିଟେଜ୍‌ରେ ଓଡ଼ିଶାର ତିନି ପରମ୍ପରା ସ୍ଥାନିତ କରାଯାଇଛି । ମାଣବସା ଗୁରୁବାର, ଛଉ ନୃତ୍ୟ ଏବଂ ରାବଣ ଛାୟାକୁ କେନ୍ଦ୍ରୀୟ ମାନ୍ୟତା ମିଳିଥିବା ନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର। ଇନ୍‌ଟାଞ୍ଜିବଲ୍‌ କଲଚରାଲ୍‌ରେ ହେରିଟେଜ୍‌ରେ ଓଡ଼ିଶାର ପରମ୍ପରା ସ୍ଥାନିତ ହେବା ପରେ ଓଡ଼ିଶାର ସଂସ୍କୃତି ବିଶ୍ବ ଦରବାରରେ ଉପସ୍ଥାପିତ ହୋଇପାରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାର ପରମ୍ପରାକୁ କେନ୍ଦ୍ରୀୟ ମାନ୍ୟତା ମିଳିବା ପରେ ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Related posts