13 ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ : ଦୁଇ ଅଭିଯୁକ୍ତ ଗିରଫ

Published: Apr 23, 2020, 3:05 pm IST

ଲକ୍ଷ୍ନୌ : ଲକ୍‌ଡାଉନ୍‌ ସମୟରେ ମଧ୍ୟ ଦେଶରେ ମହିଳା ସୁରକ୍ଷିତ ନୁହନ୍ତି । ଉତ୍ତରପ୍ରଦେଶରେ ପୁଣି ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯିବା ସହିତ ଏହାର ଭିଡିଓ ସୁଟିଂ କରାଯାଇଛି । ପୋଲିସ୍‌ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଚାରି ଅଭିଯୁକ୍ତ ଫେରାର ଅଛନ୍ତି ।

ଉତ୍ତର ପ୍ରଦେଶର ସୀତାପୁରରେ ବୁଧବାର ରାତିରେ ଏହି ଲଜ୍ଜାଜନକ ଘଟଣା ଘଟିଛି । 13 ବର୍ଷୀୟା ବାଳିକା ଜଣକ ଶୌଚ ହେବା ପାଇଁ ଯାଇଥିବା ସମୟରେ 6 ଜଣ ଅଭିଯୁକ୍ତ ନାବାଳିକାକୁ ଉଠାଇ ନେଇଥିଲେ । ଦୁଇ ଜଣ ଦୁଷ୍କର୍ମ କରିଥିବା ବେଳେ ଅନ୍ୟମାନେ ଘଟଣାର ଭିଡିଓ ପ୍ରସ୍ତୁତ କରିଥିଲେ । ଏହି ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଭିଡିଓ ଭାଇରାଲ୍‌ କରିବା ପାଇଁ ଅଭିଯୁକ୍ତ ମାନେ ଧମକ ଦେଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ୍‌ 2 ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଚାରି ଜଣ ଫେରାର ଅଛନ୍ତି । (ଏଜେନ୍ସି)

Related posts