ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ଏହି ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 83ରେ ପହଞ୍ଚିଛି । 38 ବର୍ଷୀୟ ଏହି ବ୍ୟକ୍ତି ଜଣକର ପଶ୍ଚିମବଙ୍ଗ ଲିଙ୍କ ରହିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 83ରେ ପହଞ୍ଚିଥିବା ବଳେ ତନ୍ମଧ୍ୟରୁ 31 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।
Author: Samikhsya Bureau
ଭୁବନେଶ୍ବର : ରାଜ୍ୟରେ ପୁଣି ଦୁଇ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା 31ରେ ପହଞ୍ଚିଛି । ସୁସ୍ଥ ହୋଇଥିବା ଦୁଇ ରୋଗୀ ଭୁବନେଶ୍ବରର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 82ରେ ପହଞ୍ଚିଥିବା ବଳେ ତନ୍ମଧ୍ୟରୁ 31 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।
ଭୋପାଳ : ଲକ୍ଡାଉନ୍ ସମୟରେ ଡାକ୍ତରଖାନା ଯାଉଥିବା ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଚଳିତ ମାସ 18 ତାରିଖରେ ଏହି ଘଟଣା ଘଟିଛି । ଡାକ୍ତରଖାନା ଯାଉଥିବା ବେଳେ 17 ବର୍ଷୀୟା ନାବାଳିକାଙ୍କୁ ଏକ କାର୍ରେ ଅପହରଣ କରି ନେଇଥିଲେ ଦୁର୍ବୁର୍ତ୍ତ । 8 କିମି ଦୂର ଏକ ନିଚ୍ଛାଟିଆ ରାସ୍ତାକୁ ନେଇ ଅଭିଯୁକ୍ତ ମାନେ ନାବାଳିକାକୁ ବଳାତ୍କାର କରିଥିଲେ । ତେବେ ଲକ୍ଡାଉନ୍ ସମୟରେ ଏକ ଯୁବତୀକୁ କାର୍ରେ 8 କିମି ବାଟ ନିଆଗଲେ ମଧ୍ୟ ପୋଲିସ୍କୁ ସୂଚନା ନମିଳିବା ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭୋପାଳର ଭେଲ୍ ଟାଉନ୍ସିପ୍ ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଯୁବତୀ ଜଣକ 19 ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ । (ଏଜେନ୍ସି)
ଚନ୍ଦ୍ରକାନ୍ତି ବୌଦ୍ଧ ନରସିଂହପୁର: କରୋନା ପାଇଁ ଶପଥ ନେଇଛନ୍ତି ସରପଞ୍ଚ। କଟକ ଜିଲ୍ଲା ଅଧିନରେ ଥିବା ୧୪ ଗୋଟି ବ୍ଲକର ଭିସି ହଲରେ ଶପଥପାଠ କରିଛନ୍ତି ସମସ୍ତ ସରପଞ୍ଚ। ଆଠଗଡ ବ୍ଲକ ଭିସି ହଲରେ ଆଜି ଆଠଗଡ ବିଡିଓ ଆଠଗଠ ବ୍ଲକ ଚେୟାରମ୍ୟାନ ଓ ଆଠଗଡ ବ୍ଲକର ସମସ୍ତ ସରପଞ୍ଚ ମାନେ ଉପସ୍ଥିତ ରହିଥିଲେ। ସେହିପରି ତିଗିରିଆ ବଡ଼ମ୍ବା ନରସିଂହପୁର ରେ ବ୍ଲକ ସମ୍ମିଳନୀ କକ୍ଷରେ ବିଡ଼ିଓ, ଚେୟାରମ୍ୟାନ ସରପଞ୍ଚମାନେ ଉପସ୍ଥିତ ଥିଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂରେ ସରପଞ୍ଚମାନଙ୍କୁ ଶପଥ ପାଠ କରାଇଛନ୍ତି। ନିଜ ପଞ୍ଚାୟତକୁ କରୋନାକୁ ମୁକ୍ତ ରଖିବାକୁ ପରାମର୍ଶ ଦିଆଯାଇଛି। ସେମାନେ ଶପଥ ପାଠ କରିଛନ୍ତି ଯେ ଅନ୍ୟ ରାଜ୍ୟରୁ ଗାଁକୁ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖିବେ। ସେମାନଙ୍କ ରହିବା, ଖାଇବା, ଚିକିତ୍ସାର ଉଚିତ ବ୍ୟବସ୍ଥା କରିବେ। ସରକାରଙ୍କ ସବୁ ପଦକ୍ଷେପକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ…
ନୂଆଦିଲ୍ଲୀ: ଡାକ୍ତର ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ଉପରକୁ ଆକ୍ରମଣ କରାଗଲେ ଆକ୍ରମଣ କାରୀଙ୍କୁ ୭ ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରାଯିବ। ସେହିପରି ଆକ୍ରମଣରେ ଘଟିଥିବା କ୍ଷୟକ୍ଷତିର ଦୁଇଗୁଣା ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ଆଦାୟ କରାଯିବ। ଆକ୍ରମଣ ପାଇଁ ସର୍ବନିମ୍ନ ୬ ମାସରୁ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧-୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥଦଣ୍ଡର ବ୍ୟବସ୍ଥା କରାଯାଇଛି। ସାମାନ୍ୟ ଆକ୍ରମଣ ପାଇଁ ୩-୫ ବର୍ଷର କାରାଦଣ୍ଡର ବ୍ୟବସ୍ଥା ରଖାଯାଇଥିବା ବେଳେ ସାମାନ୍ୟ କ୍ଷୟକ୍ଷତି ନିମନ୍ତ ୫୦ ହଜାରରୁ ଦୁଇ ଲକ୍ଷ ଟଙ୍କାର ଅର୍ଥଦଣ୍ଡର ବ୍ୟବସ୍ଥା କରାଯାଇଛି। ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଅଧ୍ୟାଦେଶ ଜାରି କରାଯିବା ସହିତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏକ ପ୍ରେସ୍ମିଟ୍ କରି ଏହି ସୂଚନା ପ୍ରଦାନ କରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୨ ଲକ୍ଷ କରୋନା ଆଇସୋଲେସନ୍ ଶଯ୍ୟା ପ୍ରସ୍ତୁତ ରଖାଯାଇଥିବା ନେଇ ଜାଭଡେକର ସୂଚନା ଦେଇଛନ୍ତି।…
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରାଳୟର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ବି ଓ୍ବିଙ୍ଗକୁ ସିଲ୍ କରି ଦିଆଯାଇଛି। ମନ୍ତ୍ରାଳୟର ଜଣେ କର୍ମୀ କରୋନା ପଜିଟିଭ୍ ଜଣାପଡିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ରାଷ୍ଟ୍ରପତି ଭବନ ଏବଂ ଲୋକସଭାର ଜଣେ ଲେଖାଏଁ କର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗତ 15 ତାରିଖରେ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ କୌଣସି କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭାବରେ ସିଲ୍ କରି ଦିଆଯାଇଛି। (ଏଜେନ୍ସି)
ସୀତାରାମ ଅଗ୍ରଓ୍ବାଲ ବାଣପୁର: ରାଜ୍ୟରେ କରୋନା ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ବାଣପୁର ବ୍ଲକ୍ର ସମସ୍ତ ସରପଞ୍ଚଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଣପୁର ବ୍ଲକ୍ ଅନ୍ତର୍ଗତ ସମସ୍ତ ୧୭ଟି ପଞ୍ଚାୟତର ସରପଞ୍ଚ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଏବଂ କୋଭିଡ୍ ମୁଖପାତ୍ର ସୁବ୍ରତ ବାଗ୍ଚୀ ଏହି ଭିଡିଓ କନ୍ଫରେନ୍ସିଂରେ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନାରେ କରୋନା ମୁକାବିଲା ସମ୍ପର୍କରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ଫେରିବାକୁ ଥିବା ପ୍ରବାସୀ ଓଡିଆଙ୍କ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ପ୍ରବାସୀ ଓଡିଆଙ୍କ ପଞ୍ଜୀକରଣ ଠାରୁ ଆରମ୍ଭ କରି କ୍ବାରେଣ୍ଟାଇନ୍ରେ ରଖିବା ଏବଂ ଅନ୍ୟ ସମସ୍ତ ଦାୟିତ୍ବର ନିର୍ବାହନ ନେଇ…
ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରତିଶ୍ରୁତି ପରେ ଡାକ୍ତର ମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି । ପୂର୍ବରୁ ଡାକ୍ତରଙ୍କୁ ଆକ୍ରମଣ ବିରୋଧରେ ଆଇନ ପ୍ରଣୟନ ପାଇଁ ଦାବି କରାଯିବା ସହିତ ପ୍ରତିବାଦରେ ଦୁଇ ଦିନିଆ ବନ୍ଦର ଡାକରା ଦେଇଥିଲେ । ମାତ୍ର ଡାକ୍ତରଙ୍କୁ ଆକ୍ରମଣ କରାଗଲେ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ପ୍ରତିଶ୍ରୁତି ଦେବା ପରେ ଭାରତୀୟ ମେଡିକାଲ ସଂଘ(ଆଇଏମ୍ଏ) ପକ୍ଷରୁ ଏହି ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା । ଡାକ୍ତର ସଂଘ ସହିତ ଶାହାଙ୍କର ଏହି ଭିଡିଓ କଲ୍ ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ମଧ୍ୟ ଉପସ୍ଥିତ ରହିଥିଲେ । (ଏଜେନ୍ସି)
ରଞ୍ଜିତ୍ ପଣ୍ଡା କୁଜଙ୍ଗ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଲକ୍ ଡାଉନ୍ ନିୟମକୁ କଡାକଡି କରାଯାଇଛି। କିନ୍ତୁ ରାଜ୍ୟର କିଛି ଅଞ୍ଚଳରେ ଏହି ଲକ ଡାଉନ୍ ନିୟମ ଉଲ୍ଲଂଘନ ହେଉଥିବାର ଦେଖିବାକୁ ମିଳୁଛି। ଆଜି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅର୍ନ୍ତଗତ ଚଟୁଆ ଠାରେ ଥିବା ଦେବୀ ଇଣ୍ଡେନ୍ ଗ୍ୟାସ୍ ଏଜେନ୍ସି ସେଣ୍ଟରରେ ନାହିଁ ନ ଥିବା ଭିଡ଼ ପରି ଲକ୍ଷିତ ହୋଇଛି। କରୋନା ସଂକ୍ରମଣ ପାଇଁ ସାମାଜିକ ଦୂରତ୍ବ ଏକମାତ୍ର ଅସ୍ତ୍ର ହୋଇଥିବାବେଳେ ଏଠାରେ ସାମାଜିକ ଦୂରତ୍ବକୁ କେହି ମାନୁନଥିବାର ଦେଖାଯାଇଥିଲା। ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ 82ରେ ପହଞ୍ଚିଛି। ଅପରପକ୍ଷରେ ଏବେ ଆକ୍ରାନ୍ତମାନେ ମୁଖ୍ୟତଃ ଗ୍ରାମ ଅଞ୍ଚଳରୁ ହିଁ ଚିହ୍ନଟ ହୋଇଛନ୍ତି। ନିକଟରେ ଚିହ୍ନଟ ହୋଇଥିବା ପ୍ରାୟ ସମସ୍ତ ଆକ୍ରାନ୍ତମାନେ ପଶ୍ଚିମବଙ୍ଗରୁ ଫେରିଥିବାବେଳେ ସେମାନେ ସମେସ୍ତ ଗ୍ରାମ ଅଞ୍ଚଳରେ ରହୁଥିଲେ। ଏପରି ସମୟରେ ସାମାଜିକ ଦୂରତ୍ବକୁ ଭାଙ୍ଗିବା ଆମ ପାଇଁ ସବୁଠୁ ବଡ ଚିନ୍ତାର ବିଷୟ ପାଲଟିଛି।…
ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି । ଭିଡିଓ କଲ୍ ଜରିଆରେ ବିବାହ ପାଇଁ ମନା କରିଦେବାରୁ ଏନେଇ ଥାନାରେ ମାମଲା ରୁଜୁ କରାଯାଇଛି । ବରେଲୀର କୁଲାଡିଆ ଅନ୍ତର୍ଗତ କରୁଆମ ସାହାବଗଞ୍ଜ ଗ୍ରାମରେ ଏହି ଘଟଣା ଘଟିଥିଲା । ସାମସୁଲ୍ ହସନ ନାମକ ଏହି ବ୍ୟକ୍ତି ନିଜ ଝିଅ ଫର୍ଜାନାର ବିବାର ଇର୍ସାଦ ହୁସେନ୍ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଠିକ୍ କରିଥିଲେ । ମାତ୍ର ଇର୍ସାଦ୍ ପଞ୍ଜାବରେ ରହିଥିବାରୁ ଲକ୍ଡାଉନ୍ ଯୋଗୁଁ ଏପ୍ରିଲ୍ 19 ତାରିଖରେ ନିଜ ବିବାହ ପାଇଁ ପହଞ୍ଚି ପାରିନଥିଲେ । ଫର୍ଜାନାର ପରିବାର ଭିଡିଓ କଲ୍ ଜରିଆରେ ବିବାହ କରିବାକୁ ଚାହୁଁଥିବା ବେଳେ ଇର୍ସାଦ ଏଥିରେ ଅରାଜି ହେବାରୁ ଥାନା ପର୍ଯ୍ୟନ୍ତ ମାମଲା ଯାଇଥିଲା । ତେବେ ପୁଅ ଘର ପରିବାର ଲୋକ କ୍ଷତିପୂରଣ ପ୍ରଦାନ କରିବା ପରେ ମାମଲାର ଆପୋଷ ସମାଧାନ ହୋଇଥିଲା । (ଏଜେନ୍ସି)
ନୂଆଦିଲ୍ଲୀ : ଓଡ଼ିଶା ହେଉଛି କଳା ଓ ସଂସ୍କୃତିର ରାଜ୍ୟ । ଜଗନ୍ନାଥଙ୍କ ଦେଶ ଓଡ଼ିଶାରେ ପରମ୍ପରା ଅତି ମହାନ୍ । ଓଡ଼ିଶାର ତିନୋଟି ପରମ୍ପରାକୁ କେନ୍ଦ୍ରୀୟ ମାନ୍ୟତା ମିଳିଛି । ଇନ୍ଟାଞ୍ଜିବଲ୍ କଲଚରାଲ୍ ହେରିଟେଜ୍ରେ ଓଡ଼ିଶାର ତିନି ପରମ୍ପରା ସ୍ଥାନିତ କରାଯାଇଛି । ମାଣବସା ଗୁରୁବାର, ଛଉ ନୃତ୍ୟ ଏବଂ ରାବଣ ଛାୟାକୁ କେନ୍ଦ୍ରୀୟ ମାନ୍ୟତା ମିଳିଥିବା ନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର। ଇନ୍ଟାଞ୍ଜିବଲ୍ କଲଚରାଲ୍ରେ ହେରିଟେଜ୍ରେ ଓଡ଼ିଶାର ପରମ୍ପରା ସ୍ଥାନିତ ହେବା ପରେ ଓଡ଼ିଶାର ସଂସ୍କୃତି ବିଶ୍ବ ଦରବାରରେ ଉପସ୍ଥାପିତ ହୋଇପାରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାର ପରମ୍ପରାକୁ କେନ୍ଦ୍ରୀୟ ମାନ୍ୟତା ମିଳିବା ପରେ ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ୱର: ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍-୧୯ ପରିଚାଳନା ନେଇ ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଆଲୋଚନା କରାଯାଇଥିଲା। ମୋଟ ୬ ହଜାର ୭ ଶହ ୯୮ ପଞ୍ଚାୟତର ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି। ପଞ୍ଚାୟତରେ କରୋନା ସଂକ୍ରମଣ ରୋକିବାକୁ ସବୁ ସରପଞ୍ଚକୁ ଶପଥ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାହାରୁ ଆସୁଥିବା ଲୋକଙ୍କୁ କ୍ବାରେଣ୍ଟିନ୍ରେ ରଖିବା ବ୍ୟବସ୍ଥାକୁ ଗୁରୁତ୍ବ ଦେଇଛନ୍ତି। କରୋନା ମୁକାବିଲା କ୍ଷେତ୍ରରେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଭୁବନେଶ୍ବର : ରାଜ୍ୟବାସୀଙ୍କୁ କୋଭିଡ-19 ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରିବା ପାଇଁଓଡ଼ିଶା ସରକାର ହ୍ବାଟସ୍ଆପ୍ ଇନ୍ଫୋ ଡେସ୍କର ଶୁଭାରମ୍ଭ କରିଛି । ଏହି ହ୍ବାଟସ୍ଆପ୍ ଗ୍ରୁପ୍ ସୃଷ୍ଟି କରି ରାଜ୍ୟବାସୀଙ୍କ କରୋନା ତଥ୍ୟ ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ହ୍ବାଟସ୍ଆପ୍ ଗ୍ରୁପ୍ର ଶୁଭାରମ୍ଭ କରାଯାଇଛି । Bit.ly/OGC Covid ହ୍ବାଟସ୍ଆପର ନମ୍ବର – 9337929000 ରହିଛି । ହ୍ବାଟସ୍ଆପ୍ରେ ପ୍ରଥମେ ହାଏ ଲେଖି ପଠାଇ ଦେଲେ ପହଞ୍ଚିଯିବ ସୂଚନା । ହେଲ୍ପ ଡେସ୍କ ଶୁଭାରମ୍ଭ ନେଇ ଟ୍ବିଟର୍ ଯୋଗେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର: ପାଞ୍ଚ ଦିନ ମଧ୍ୟରେ ପିଲାଙ୍କ ପାଖରେ ପହଞ୍ଚିବ ପାଠ୍ୟପୁସ୍ତକ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଓସେପା ପ୍ରକଳ୍ପ ନିର୍ଦ୍ଦେଶକ। ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କ ପାଖରେ ବହି ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଓସେପା ପ୍ରକଳ୍ପ ନିର୍ଦ୍ଦେଶକ। ଅଭିଭାବକଙ୍କୁ ସ୍କୁଲକୁ ଡାକି ହେଉ କିମ୍ବା ଘରକୁ ଘର ଯାଇ ହେଉ, ସମସ୍ତଙ୍କୁ ବହି ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି। ବହି ବାଣ୍ଟିବା ବେଳେ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ବହି ବାଣ୍ଟିବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଅନୁମତି ନେବେ॥ ତେବେ ହଟସ୍ପଟ ଓ କଣ୍ଟେନ୍ମେଣ୍ଟ ଜୋନ୍ରେ ବହି ନବାଣ୍ଟିବାକୁ ପରାମର୍ଶ ଦିଆଯାଇଛି।
ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର 9ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା। 9 ବର୍ଷ ପଞ୍ଚାୟତର 21ଟି ଗାଁକୁ 4ଟି ଜୋନ୍ରେ ଭାଗ କରି କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଜୋନ୍ -1ରେ ପଦ୍ମପୁର, ଲୁଙ୍ଗା, ସୁଗୋ ଓ ଏରତାଳ ପଞ୍ଚାୟତ ରହିଥିବାବେଳେ ଜୋନ୍-2ରେ ଖରିଡା, ବିନାୟକପୁର ଓ ଗୁଆଗାଡିଆ ପଞ୍ଚାୟତ ରହିଥିବାବେଳେ ଜୋନ୍ 3ରେ ଲକ୍ଷ୍ମୀଦାସପୁର, ବାଲିମେଢ, ଜୋନ୍-4ରେ ଅଧୁଆନ ପଞ୍ଚାୟତ। ସମ୍ପୃକ୍ତ ଅଞ୍ଚଳକୁ କେହି ଯାଇପାରିବେନି କି ଆସି ପାରିବେନି। ସମ୍ପୃକ୍ତ ଅଞ୍ଚଳର ବାସିନ୍ଦା ଘରୁ ନ ବାହାରିବାକୁ ନିର୍ଦ୍ଦେଶ। ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯିବ। ସମ୍ପୃକ୍ତ ଅଞ୍ଚଳରେ ଥିବା ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ। ବାସୁଦେବପୁର ବ୍ଲକରୁ କରୋନା ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି।
ଗୁଜୁରାଟ : କରୋନା କବଳରେ ଏବେ କରୋନା ଯୋଦ୍ଧା। ଗୁଜୁରାଟରେ କରୋନା ବିରୋଧରେ ଲଢେଇ ଜାରି ରଖିଥିବା 100ରୁ ଅଧିକ ସ୍ବାସ୍ଥ୍ୟକର୍ମୀ ଓ ପୋଲିସ୍ କର୍ମୀ ସଂକ୍ରମିତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ 62 ଜଣ ସ୍ବାସ୍ଥ୍ୟ କର୍ମୀ ଓ 44 ଜଣ ପୋଲିସ୍ କର୍ମୀ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ସ୍ବାସ୍ଥ୍ୟକର୍ମୀଙ୍କୁ ମଧ୍ୟରୁ 12 ଜଣ ଏଠାରେ ସରକାରୀ ଏଲ୍ଜି ହସ୍ପିଟାଲରେ କାର୍ଯ୍ୟରତ ଥିଲେ। ଏହି 62 ଜଣ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଡାକ୍ତର, ନର୍ସ, ଆମ୍ବୁଲାନ୍ସ ଡ୍ରାଇଭର ସାମିଲ୍ ରହିଛନ୍ତି। ସେହିପରି 44 ଜଣ ପୋଲିସ୍ କର୍ମୀଙ୍କ ମଧ୍ୟରେ 40 ଜଣ ଅହମ୍ମଦାବାଦ ପୋଲିସ୍ରେ ଅଂଶବିଶେଷ। ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଅହମ୍ମଦାବାଦ ସିବିଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକଙ୍କ ସହ ଭିଡିଓ କନ୍ଫରେନ୍ସିଂରେ କଥାବାର୍ତ୍ତା କରି କରୋନା ଯୋଦ୍ଧାଙ୍କ ପ୍ରଶଂସା କରିଛନ୍ତି। ଦେଶରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା 19 ହଜାର 984ରେ ପହଞ୍ଚିଥିବାବେଳେ 640ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି…
ନୂଆଦିଲ୍ଲୀ : କରୋନା ଭାଇରସ୍ ଦୁନିଆରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି। ଆମେରିକା, ସ୍ପେନ୍, ବ୍ରିଟେନ୍ ଫ୍ରାନ୍ସ ପରି ବହୁ ବିତ୍ତଶାଳୀ ରାଷ୍ଟ୍ର ଏବେ କରୋନା କବଳରେ କବଳିତ । ଗତକାଲି 24 ଘଣ୍ଟା ମଧ୍ୟରେ ଆମେରିକାରେ କରୋନା ଯୋଗୁଁ 2700ରୁ ଉର୍ଦ୍ଧ୍ବଙ୍କର ଜୀବନ ଯାଇଛି। ଆମେରିକାରେ ସର୍ବମୋଟ ମୃତକଙ୍କ ସଂଖ୍ୟା 45 ହଜାର ପାର୍ କରିଛି। ସେହିପରି ଆମେରିକାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 824,147ରେ ପହଞ୍ଚିଛି। ଆମେରିକାରେ ଏଯାବତ୍ 41 ଲକ୍ଷରୁ ଅଧିକ କରୋନା ଟେଷ୍ଟ କରାଯାଇଛି। ଆମେରିକାର ନ୍ୟୁୟର୍କରେ କରୋନା ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ପ୍ରାୟ 15 ହଜାର ଲୋକଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। କରୋନା ଯୋଗୁଁ ବିଶ୍ବରେ 25 ଲକ୍ଷ ଅଧିକ ଆକ୍ରାନ୍ତ ହୋଇଥିବାବେଳେ ଏକ ଲକ୍ଷ 77 ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ବରଣ କରିଛନ୍ତି । ସେହିପରି 6,94, 881ଜଣ ସୁସ୍ଥ ହୋଇଛନ୍ତି।
ଭୁବନେଶ୍ବର : କରୋନା ସଂକ୍ରମିତ ରାଜ୍ୟରୁ ନିକଟରେ ଫେରିଥିବା ବ୍ୟକ୍ତିଙ୍କୁ ଅପିଲ୍ କରିଛନ୍ତି ସରକାର । ଟୁଇଟ୍ କରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଅପିଲ୍ କରାଯାଇଛି । ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତି ସଂକ୍ରମିତ ହୋଇଥାଇପାରନ୍ତି। ସଂକ୍ରମଣର ଶିକାର ପ୍ରାୟ 80 ପ୍ରତିଶତଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉନି। ଲକ୍ଷଣ ଦେଖାଯାଉନଥିଲେ ମଧ୍ୟ ପରୀକ୍ଷା କରାଇନେବା ଉଚିତ୍ । ବାହାରୁ ଫେରିଥିବା ବ୍ୟକ୍ତି ନିଜର ଓ ପରିବାରର ସୁରକ୍ଷା ପାଇଁ ଆଗେଇ ଆସନ୍ତୁ ବୋଲି ରାଜ୍ୟ ସରକାର ଅପିଲ୍ କରିଛନ୍ତି । ଉଭୟ ସାମ୍ପଲ୍ ପରୀକ୍ଷା ଓ ଚିକିତ୍ସା ମାଗଣା ରହିଛି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ । ସୂଚନାଯୋଗ୍ୟ, ରାଜ୍ୟରେ ସର୍ବମୋଟ କରୋନା ଆକ୍ରାନ୍ତ ସଂଖ୍ୟା 82ରେ ପହଞ୍ଚିଛି ।
ଭୁବନେଶ୍ବର : କରୋନା ମୁକାବିଲା କରିବାରେ ରାଜ୍ୟସରକାର ଦୁଇ ପାଦ ଆଗରେ ରହୁଛନ୍ତି। କରୋନା ସଂକ୍ରମଣ ନିୟନ୍ତ୍ରଣ ହେଉ ଅଥବା କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବାରେ ଓଡ଼ିଶା ସରକାର ସବୁବେଳେ ଆଗରେ ରହୁଛନ୍ତି । କରୋନା ମ୍ୟାନଜେମେଣ୍ଟରେ କେନ୍ଦ୍ର ସରକାରଙ୍କଠୁ ସଫଳତା ମଧ୍ୟ ପାଇଛନ୍ତି । କରୋନା ଲଢେଇ ପାଇଁ ସରକାର ବିଶେଷ ପଦକ୍ଷେପମାନ ନେଉଛନ୍ତି । ଏହି କ୍ରମରେ ରାଜ୍ୟ ସରକାର ଅଧିକ ସଂଖ୍ୟକ ନମୁନା ପରୀକ୍ଷା ପାଇଁ ଗୁରୁତ୍ବ ଦେଉଛନ୍ତି । କାଲି ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା କରାଯାଇଛି । କାଲି ଗୋଟିଏ ଦିନରେ 2027ଟି ଆରଟିପିସିଆର୍ (RTPCR) ନମୁନା ପରୀକ୍ଷା କରାଯାଇଛି । ଆରଏମ୍ଆରସିରେ 1234 ନମୁନା, ଏମସ୍ରେ 77ଟି ନମୁନା, ଏସିସିବି-378, ଏମ୍କେସିଜି -41, ଭୀମସାର-33ଟି ନମୁନା, ଆଇଏଲଏସ୍-192, ଆଇଜିଏଚ୍-51 ଓ ଆପୋଲରେ 21ଟି ନମୁନା ପରୀକ୍ଷା କରାଯାଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…
ଭଦ୍ରକ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏବେ ରାଜ୍ୟରେ ସର୍ବମୋଟ 82 ଜଣ ଆକ୍ରାନ୍ତ ରହିଛନ୍ତି। ଆଜି ଚିହ୍ନଟ ହୋଇଥିବା ତିନି ଜଣ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ୍ ରହିଛି ବୋଲି ସୂଚନା ମିଳିଛି। ତିନି ଆକ୍ରାନ୍ତ ଜଣକ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ହୋଇଥିବାବେଳେ ସମସ୍ତ ତିନି ଆକ୍ରାନ୍ତ ହେଉଛନ୍ତି ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ 55, 40 ଓ 35 ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ଟୁଇଟ୍ କରିଛନ୍ତି। ବାସୁଦେବପୁରରେ ଏବେ ମୋଟ 6ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭଦ୍ରକରେ କରୋନା ପଜିଟିଭ୍ ସଂଖ୍ୟା 11କୁ ବୃଦ୍ଧି ହୋଇଥିବାବେଳେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 82କୁ ବୃଦ୍ଧି ପାଇଛି।
କେଦାର ମିଶ୍ର ସାରା ପୃଥିବୀରେ କରୋନା ଭୂତାଣୁର ମୁକାବିଲା ବେଳେ ଗୋଟେ ବିଚିତ୍ର ରାଜନୈତିକ ଚିତ୍ର ଆମେ ଦେଖୁଛୁ। କରୋନା ମୁକାବିଲାରେ ସଂପୂର୍ଣ୍ଣ ବିଫଳ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଏଥିପାଇଁ କେତେବେଳେ ତାଙ୍କର ପୂର୍ବସୂରୀ ବାରାକ ଓବାମାଙ୍କୁ ଦାୟୀ କରୁଛନ୍ତି ତ ଆଉ କେତେବେଳେ ଚୀନ କୁ ଏଥିପାଇଁ ଦାୟୀ କରୁଛନ୍ତି। କେବେ କେମିତି ସେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଓ ଜାତିସଙ୍ଘକୁ ମଧ୍ୟ ଏଥିଲାଗି ଦାୟୀ କରୁଛନ୍ତି। ହେଲେ ନିଜ ଦେଶର ଜଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ତାଙ୍କ ପ୍ରଶାସନର ବିଫଳତାକୁ ସେ ସ୍ଵୀକାର କରୁନାହାନ୍ତି। ସେମିତି ଭାରତରେ କରୋନା ସଂକ୍ରମଣ ଲାଗି କେତେବେଳେ ବିଦେଶୀ, ପୁଣି କେତେବେଳେ ତବଲିଗି ଜମାତକୁ ଦାୟୀ କରି ପ୍ରଚାର ଚାଲିଛି। ହେଲେ ଅସଲ ସତ୍ୟ ହେଉଛି କରୋନା ଭୂତାଣୁ କୌଣସି ରାଜନୈତିକ ସୀମା ଭିତରେ ନାହିଁ। ଏହା ପୃଥିବୀର ସବୁ ଧର୍ମ, ସବୁ ଦେଶ ଓ ସବୁ ବର୍ଗଙ୍କୁ ଆକ୍ରମଣ କରି…

