ପ୍ରେମ ସମ୍ପର୍କ ପାଇଁ ଝିଅକୁ ହତ୍ୟା କଲା ପରିବାର

Published: Apr 28, 2020, 7:37 pm IST

ଚଣ୍ଡୀଗଡ : ଦେଶରେ ଲକ୍‌ଡାଉନ୍‌ ସମୟରେ ଆଉ ଏକ ଅନର କିଲିଂ ଘଟଣା ସମ୍ମୁଖକୁ ଆସିଛି । ପଞ୍ଜାବରେ ଏକ ପରିବାର ପ୍ରେମ ବ୍ୟାପାର କାରଣରୁ ନିଜ ଝିଅକୁ ହତ୍ୟା କରିଥିବା ବେଳେ ପୋଲିସ୍‌କୁ ଲୁଚାଇ ଅନ୍ତିମ ସଂସ୍କାର ମଧ୍ୟ କରିଥିଲେ । ପଞ୍ଜାବର ହୋସିଆରପୁର ଅଞ୍ଚଳରେ ଏହି ଘଟଣାଟି ଘଟିଛି । ଝିଅକୁ ହତ୍ୟା ଅଭିଯୋଗରେ ପୋଲିସ୍‌ ପୀଡିତାଙ୍କ ମା’ ବଲବିନ୍ଦର, ଦାଦା ସଦେବ୍‌ ଏବଂ ସମ୍ପର୍କୀୟ ଭାଇ ଗୁରଦୀପ ସିଂଙ୍କୁ ପୋଲିସ୍‌ ଗିରଫ କରିଛି । ହତ୍ୟା ମାମଲାକୁ ଲୁଚାଇବା ପାଇଁ ପୀଡିତାଙ୍କ ମା ଝିଅ ନିଖୋଜ ଥିବା ନେଇ ଏକ ଅଭିଯୋଗ କରିଥିଲେ । ନିଜ ଗ୍ରାମର ଅନ୍ୟ ଜଣେ ଯୁବକ ଅମନଦୀପ ସିଂଙ୍କ ନାମରେ ବଲବିନ୍ଦର ଅଭିଯୋଗ କରିଥିଲେ । ପୋଲିସ୍‌ ତଦନ୍ତ ପରେ ପ୍ରକୃତ ଘଟଣା ସମ୍ମୁଖକୁ ଆସିଥିଲା । (ଏଜେନ୍ସି)

Related posts