ହିମାଚଳ ପ୍ରଦେଶରେ 4.0 ତୀବ୍ରତାର ଭୂକମ୍ପ

Published: Apr 28, 2020, 4:09 pm IST

ନୂଆଦିଲ୍ଲୀ : ଆଜି ହିମାଚଳପ୍ରଦେଶରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ମଙ୍ଗଳବାର ଅନୁଭୂତ ଏହି ଭୂକମ୍ପର ତୀବ୍ରତା ରିକ୍ଟର 4.0 ରହିଛି । ମଧ୍ୟାହ୍ନ 12.17 ମିନିଟ୍‌ରେ ହିମାଚଳ ପ୍ରଦେଶର ଚାମ୍ବାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର ପ୍ରଭାବ ମାତ୍ର କିଛି ସେକେଣ୍ଡର ରହିଥିଲା । ଭୂକମ୍ପରେ କେହି ମୃତାହତ ହୋଇନଥିଲେ ମଧ୍ୟ କିଛି ଘର ଭାଙ୍ଗିଯାଇଛି । ସେହିପରି ଜୀବନ ବିକଳରେ ଶତାଧିକ ଲୋକ ଘର ବାହାରକୁ ମଧ୍ୟ ପଳାଇ ଆସିଥିଲେ । ଚାମ୍ବାରେ ବିଗତ ଦୁଇ ମାସ ମଧ୍ୟରେ ଏହା ଦ୍ବିତୀୟ ଭୂକମ୍ପ । ଫେବୃୟାରୀ ମାସରେ 3.2 ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା । (ଏଜେନ୍ସି)

Related posts