Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଇର୍ଫାନ ଖାନ, ଲୋକଟାର ଆଖି ଏତେ ଗଭୀର, ଏତେ ସୁନ୍ଦର ଯେ ଶେଷରେ ମୃତ୍ୟୁ ବି ତାଙ୍କ ପ୍ରେମରେ ପଡିଗଲା
ବିଶେଷ ଖବର

ଇର୍ଫାନ ଖାନ, ଲୋକଟାର ଆଖି ଏତେ ଗଭୀର, ଏତେ ସୁନ୍ଦର ଯେ ଶେଷରେ ମୃତ୍ୟୁ ବି ତାଙ୍କ ପ୍ରେମରେ ପଡିଗଲା

April 29, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଲୋକଟାର ଆଖି ଏତେ ଗଭୀର ଆଉ ସୁନ୍ଦର ଯେ ମୃତ୍ୟୁ ବି ସେ ଆଖିର ପ୍ରେମରେ ପଡିଗଲା। ମୃତ୍ୟୁ ସବୁବେଳେ ଏମିତି। ସବୁ ସୁନ୍ଦର ସବୁ ମଧୁରକୁ ଶୀଘ୍ର ନେଇଯିବାକୁ ସେ କେଉଁଠି ଗୋଟେ ଷଡଯନ୍ତ୍ର ବୁଣି ଚାଲିଥାଏ। ସେଇ ଦିବ୍ୟ ଷଡଯନ୍ତ୍ର ର ଅଂଶ ହେଉଛି,  ଆମ ସମୟର ଅନ୍ୟତମ ମହାନ ଅଭିନେତା ଇର୍ଫାନ ଖାଁଙ୍କ ମୃତ୍ୟୁ। ମାତ୍ର ୫୩ ବର୍ଷ ବୟସରେ ଇର୍ଫାନ ସିନେମା ଜଗତକୁ ବିଦାୟ କହି ଚାଲିଗଲେ। ଆମ ସମୟର ବଲିଉଡରେ ଇର୍ଫାନ ଥିଲେ ସାଧାରଣ ମଣିଷର ସୁପର ଷ୍ଟାର। ସେ ରୂପେଲି ପରଦାର ରୋମାଣ୍ଟିକ ନାୟକ ବା ଦୁଃସାହସୀ “ମାକୋ ମ୍ୟାନ” ନଥିଲେ, ସେ ଥିଲେ ଆମ ପଡିଶା ଘରର ଅତି ସାଧାରଣ ନାୟକ, ଯିଏ ନିଜର ଅସାଧାରଣ ପ୍ରତିଭା ବଳରେ ସାଧାରଣ ମଣିଷର କାହାଣୀକୁ ଜୀବନ୍ତ ଭାବରେ ଫୁଟାଇବାର ଦକ୍ଷତା ତାଙ୍କର ରହିଥିଲା। “ଦ ଲଞ୍ଚ ବକ୍ସ” ସିନେମାର ସାଜନ ଫର୍ଣ୍ଣାଣ୍ଡେଜଙ୍କୁ ଦେଖିଲେ ଆପଣ ତା ଭିତରେ ଯେ କୌଣସି ଭାରତୀୟ ମଧ୍ୟବିତ୍ତର ଏକୁଟିଆପଣ ବାରି ହୋଇପଡିବ।

ଇର୍ଫାନ ଅଭିନୟ କରନ୍ତି ନାହିଁ, ସେ ଚରିତ୍ର କୁ ବଞ୍ଚନ୍ତି। ଭାରତୀୟ ଟେଲିଭିଜନ ଓ ସିନେମାରେ ତାଙ୍କର ଅଭିନୟ ଇତିହାସ ବହୁତ ଲମ୍ବା। ବଲିଉଡର ବିକଳ୍ପ ତାରକା ହେବା ଲାଗି ତାଙ୍କୁ ବହୁତ ସମୟ ଲାଗିଛି। ମୀରା ନାୟାରଙ୍କ ପ୍ରସିଦ୍ଧ ସିନେମା “ସଲାମ ବମ୍ବେ” (୧୯୮୮)ରେ ଏକ ଛୋଟିଆ ଭୂମିକାରୁ ଆରମ୍ଭ ହୋଇଥିବା ୩୨ ବର୍ଷର ସିନେମା ଯାତ୍ରାରେ ଇର୍ଫାନ ବହୁ ଭୂମିକା ତୁଲାଇଛନ୍ତି। “ଶ୍ରୀକାନ୍ତ”, “ଚାଣକ୍ୟ”, “ଭାରତ ଏକ ଖୋଜ” ଭଳି ଚର୍ଚ୍ଚିତ ଟେଲି ଧାରାବାହିକ ରେ ସେ ଅଭିନୟ କରିଥିଲେ। ତେବେ ବଲିଉଡ ପୂର୍ବରୁ ହଲିଉଡରେ ତାଙ୍କ ଅଭିନୟର ଯାଦୁକରୀ ପ୍ରଥମେ ପ୍ରତିଷ୍ଠା ପାଇଥିଲା। ତାଙ୍କ ଅଭିନୀତ “ଲାଇଫ ଅଫ ପାଇ” ଏବଂ “ସ୍ଲମ ଡଗ ମିଲେନିୟର” ଓସ୍କାର ପୁରସ୍କାର ପାଇଥିଲା।

ଇର୍ଫାନଙ୍କର ଲମ୍ବା ଅଭିନୟ ଇତିହାସରେ ତିନୋଟି ଚରିତ୍ର ତାଙ୍କୁ ଶହ ବର୍ଷ ଧରି ଅମର କରି ରଖିବ। ମୁଁ ତାଙ୍କର ଚର୍ଚ୍ଚିତ “ପାନ ସିଂ ତୋମାର” ବା “ଲାଇଫ ଅଫ ପାଇ” କଥା କହୁନାହିଁ।  ମୋ ଲାଗି ତାଙ୍କର ତିନୋଟି ଚରିତ୍ର ଭାରତୀୟ ଅଭିନୟ ଜଗତରେ ତିନୋଟି ମାଇଲ ଖୁଣ୍ଟ। ପ୍ରଥମ-  ମ୍ୟାକବେଥ ଆଧାରରେ ବିଶାଳ ଭରଦ୍ବାଜଙ୍କ  ମକବୁଲ। ଏହି ସିନେମାରେ ବଲିଉଡ ଗ୍ୟାଙ୍ଗଷ୍ଟାରର ପାରମ୍ପରିକ ଚିତ୍ରକୁ  ଭାଙ୍ଗି, ଜୀବନ ପାପ ଓ ନୈତିକତାର ଏକ ଭିନ୍ନ ସ୍ୱରୂପ ଆମେ ଦେଖିଲୁ। ଗ୍ଳାନି, ବିଶ୍ଵାସଘାତକତା ଓ ଅଭିଳାଷ ଭିତରେ ଗୋଟେ ସାଧାରଣ ଅପରାଧୀର ମାନସିକ ସଂଘର୍ଷକୁ ଇର୍ଫାନ, ଯେମିତି ଫୁଟାଇଛନ୍ତି, ତାହା କେବଳ ତାଙ୍କ ଦ୍ଵାରା ହିଁ ସମ୍ଭବ। ପଙ୍କଜ କପୁର,ନସିରୁଦ୍ଦିନ ଶାହ, ଓମ ପୁରୀ, ତବବୁଙ୍କ ପରି କଳାକାରଙ୍କ ଭିତରେ ଇର୍ଫାନ ନିଜର ଏକ “କ୍ଳାସ” ତିଆରି କରିଛନ୍ତି, ଯେଉଁ କ୍ଳାସର ମାଷ୍ଟର ସେ ନିଜେ।

ଦ୍ବିତୀୟରେ “ଦି ଲଞ୍ଚ ବକ୍ସ” ସିନେମାର ସଜ୍ଜନ ଫର୍ଣ୍ଣାଣ୍ଡେଜ। ସେ ପୃଥିବୀର ସିନେମାର ଅଭିନୟକୁ ନେଇ ଏକ ମାଇଲଖୁଣ୍ଟ ତିଆରି କରିଛି। ମଧ୍ୟ ବୟସ୍କ, ଗମ୍ଭୀର, ଚିଡଚିଡା, ଗଭୀର ଆତ୍ମ ମନସ୍କ ଏବଂ ଡରକୁଳା ଏଇ ଚରିତ୍ରର ବିଚିତ୍ର ପ୍ରେମ କାହାଣୀରେ ଇର୍ଫାନ ଏକ ଇତିହାସ ତିଆରି କରିଛନ୍ତି। ତାଙ୍କର ତୃତୀୟ ଐତିହାସିକ ଚରିତ୍ର “ପିକୁ” ସିନେମାରେ “ରାନା” ଚରିତ୍ର। ଅମିତାଭ ବଚ୍ଚନଙ୍କ ବିପକ୍ଷରେ ଇର୍ଫାନ ଗୋଟେ ଅପୂର୍ବ ସାଧାରଣ ଚରିତ୍ରକୁ ନୂଆ ସଜ୍ଞା ଦେଇଛନ୍ତି।

ବଲିଉଡର ଗୋଟେ ରୋଗ ଅଛି। ଏହା ବଡ ଠୁ ବଡ ଅଭିନେତାଙ୍କୁ ଷ୍ଟାର କରିବାକୁ ଯାଇ ନଷ୍ଟ କରି ଦେଇଛି।ନସିରୁଦ୍ଦିନ ଶାହ,ଓମ ପୁରୀଙ୍କ ଭଳି ଅଭିନୟର ହୀରାମାନଙ୍କୁ ହାଫ ପ୍ୟାଣ୍ଟ ପିନ୍ଧେଇ ବାମନ କରେଇ ଦେବାରେ ବଲିଉଡର ଏକ ଭିନ୍ନ ଭୂମିକା ରହିଛି। ବଲିଉଡ ସବୁ ଅଭିନେତାଙ୍କୁ ଗୋଟେ ଛାଞ୍ଚରେ ପକାଇବାକୁ ଚେଷ୍ଟା କରେ। ଯେମିତି ଆଜିର ସବୁଠୁ ପ୍ରତିଭାବାନ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ କରୁଛି। ଆଜି ନୱାଜ କେବଳ ବନ୍ଧୁକ ଚଳେଇ ଡୋ ଅକ୍ଷରୀ କହନ୍ତୁ ବୋଲି ବଲିଉଡ ଚାହେଁ। ହେଲେ ବଲିଉଡ ଇର୍ଫାନଙ୍କୁ ନିଜ ଛାଞ୍ଚରେ କେବେ ହେଲେ ପକାଇ ପାରିନାହିଁ।

ଇର୍ଫାନଙ୍କ ଅଭିନୟ ଓ ବ୍ୟକ୍ତିତ୍ବ ସହିତ ଭାରତୀୟ ସିନେମାର ଜଣେ ମାତ୍ର ଅଭିନେତାଙ୍କୁ ତୁଳନା କରିହେବ, ସେ ବଳରାଜ ସାହାନୀ। ଆଜିର ପିଢୀ ହୁଏତ “ଦୋ ବିଘା ଜମିନ” ବା “ଗରମ ହାୱା” ର ବଳରାଜ ସାହାଣୀଙ୍କୁ ଦେଖିନଥିବେ, ହେଲେ ଇର୍ଫାନ ସେହି ପରମ୍ପରାର ଅନ୍ତିମ ନାୟକ ବୋଲି ଆମେ କହି ପାରିବା।

ଆମ ସମୟର ସାଧାରଣ ମଣିଷ ଲାଗି ଅସାଧାରଣ ପରିଚୟ ତିଆରି କରିଥିବା, ଇର୍ଫାନ ଖାନଙ୍କୁ ଆମର ଗଭୀର ଶ୍ରଦ୍ଧାଞ୍ଜଳି।

Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା

April 26, 2026

ବିଜେପିକୁ ଟାର୍ଗେଟ କଲେ କେଜ୍ରିୱାଲ

April 26, 2026

କାଲି ବାଚସ୍ପତିଙ୍କୁ ଭେଟିବ ବିଜେଡି

April 26, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026

୨୦୨୫–୨୬ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ଦୃଢ଼ ଆର୍ଥିକ ପ୍ରଦର୍ଶନ

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.