Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଭିନ୍ନ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ଆବେଦନ ଦାଖଲ କରିବାର ତାରିଖକୁ ସଂଶୋଧନ କଲା ଏନ୍‌ଟିଏ
ଆଜିର ଖବର

ବିଭିନ୍ନ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ଆବେଦନ ଦାଖଲ କରିବାର ତାରିଖକୁ ସଂଶୋଧନ କଲା ଏନ୍‌ଟିଏ

May 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ବିଭିନ୍ନ ପରୀକ୍ଷା ପାଇଁ ଅନଲାଇନ୍‌ ଆବେଦନ ପତ୍ର ଦାଖଲ କରିବାର ତାରିଖକୁ ଜାତୀୟ ଟେଷ୍ଟିଂ ଏଜେନ୍ସି ଘୁଞ୍ଚାଇ ଦେଇଛି । କୋଭିଡ୍‌-19 ମହାମାରୀ କାରଣରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏହାକୁ ଦୃଷ୍ଟିର ରଖି ପରୀକ୍ଷା ନିମେନ୍ତ ଅନଲାଇନ ଆବେଦନ ଦାଖଲ ତାରିଖ ପରିବର୍ତ୍ତନ କରିବା ଲାଗି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶଙ୍କ ଏନଟିଏକୁ ପରାମର୍ଶ ଦେଇଥିଲେ । ଏହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇଛି । ଅଧିକାଂଶ ପରୀକ୍ଷାର ଆବେଦନ ସମୟ ସୀମାକୁ ଏକ ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ନ୍ୟାସନାଲ କାଉନସିଲ ଫର ହୋଟେଲ ମ୍ୟାନେଜମେଣ୍ଟ ପାଇଁ ଆବେଦନ ସମୟ ସୀମା ଆଜି ଶେଷ ହେଉଥିବା ବେଳେ ଏବେ ତାହାକୁ ମେ 15 ଯାଏ ବୃଦ୍ଧି କରାଯାଇଛି। ସେହିପରି ଇଗ୍‌ନୋ ପିଏଚଡି ପ୍ରବେଶିକା ପରୀକ୍ଷା, ଆଇସିଏଆର-2020, ଜେଏନ୍‌ୟୁ ପ୍ରବେଶିକା ପରୀକ୍ଷା-2020 ଆବେଦନ ତାରିଖକୁ ମେ 15 ଯାଏ ବୃଦ୍ଧି କରାଯାଇଛି। ୟୁଜିସି-ନେଟ ଜୁନ-2020 ଆବେଦନ ସମୟ ସୀମା ମାର୍ଚ୍ଚ ୧୬ରୁ ଏପ୍ରିଲ ୧୬ ପର୍ଯ୍ୟନ୍ତ ଥିଲା। ଏବେ ତାହାକୁ ମାର୍ଚ୍ଚ ୧୬ରୁ ମେ’୧୬ ଯାଏ ରଖାଯାଇଛି। ଅଲ ଇଣ୍ଡିଆ ଆୟୁସ ପୋଷ୍ଟ ଗ୍ରାଜୁଏଟ ଏଣ୍ଟ୍ରାନ୍ସ ଟେଷ୍ଟ-2020 ପାଇଁ ଆବେଦନ ସମୟ ସୀମା ଏପ୍ରିଲ1ରୁ ମେ 31 ଯାଏ ରହିଥିବାବେଳେ ଏହାକୁ ଏବେ ଜୁନ୍‌ 5 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ପ୍ରତିଦିନ ଅପରାହ୍ନ 4ଟା ସୁଦ୍ଧା ଆବେଦନ ଫର୍ମ ଅନଲାଇନରେ ଗ୍ରହଣ କରାଯିବ। ରାତି 11ଟା 50 ସୁଦ୍ଧା ଅନଲାଇନ ମାଧ୍ୟମରେ ଫି’ ଦାଖଲ କରାଯାଇପାରିବ। ପରୀକ୍ଷା ସମ୍ପର୍କିତ ଅନ୍ୟାନ୍ୟ ବିଷୟରେ ଛାତ୍ରଛାତ୍ରୀ ସମ୍ପୃକ୍ତ ପରୀକ୍ଷା ୱେବସାଇଟ ବା ‘www.nta.ac.in’ ରୁ ଜାଣିପାରିବେ। ବର୍ତ୍ତମାନ ସମୟ ତଥା ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।  ଏହି ସମ୍ପର୍କରେ ଅଧିକ ସୂଚନା ନିମେନ୍ତ ଏହି ଓ୍ବେବସାଇଟକୁ ନିୟମିତ ଦେଖିବା ଲାଗି ଅନୁରୋଧ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026

ଅତ୍ୟାଧୁନିକ କ୍ୱାଣ୍ଟମ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗଶାଳା ପ୍ରତିଷ୍ଠା ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ

June 12, 2026
Latest News

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026

ଡିଜେଲ୍, ପେଟ୍ରୋଲ୍ ନା ଇଭି ? 2026ରେ କେଉଁ କାର୍ ଆପଣଙ୍କ ପାଇଁ ସବୁଠାରୁ ଲାଭଦାୟକ?

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.