ରମେଶ ମହାନ୍ତି ଜଗତସିଂହପୁର : ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ ଓ ଓରମାସ୍ ଜଗତସିଂହପୁର ଆନୁକୂଲ୍ୟରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଦକ୍ଷତା ବିକାଶର ପୁରାତନ ଛାତ୍ରଛାତ୍ରୀ ଏବଂ ଅବିଭାବକ ମାନେ ଯୋଗଦେଇଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜକାନ୍ତ ମହାନ୍ତି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଦକ୍ଷତା ବିକାଶ ତାଲିମ ପାଇଁ ରହିବା, ଖାଇବା, ପୋଷାକ, ବହିପତ୍ର ଓ ଅନ୍ୟାନ୍ୟ ସୁବିଧା ମାଗଣାରେ ପ୍ରଦାନ କରାଯାଉଛି। ଜଗତସିଂହପୁର ପଂଚାୟତ ସମିତି ଅଧ୍ୟକ୍ଷା ବିଜୟଲକ୍ଷୀ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଜଗତସିଂହପୁର ଜିଲ୍ଲାରେ ମୋଟ୍ ୪୭୩୪ ଛାତ୍ରଛାତ୍ରୀ ତାଲିମ ପାଇଛନ୍ତି ଓ ସେଥି ମଧ୍ୟରୁ ୧୬୨୫ ଜଣ ଛାତ୍ରଛାତ୍ରୀ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସଂସ୍ଥାରେ…
Author: Samikhsya Bureau
ମୁମ୍ବାଇ : ଏସିଆ ଏକାଦଶ ଏବଂ ବିଶ୍ବ ଏକାଦଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ପାଇଁ ଏସିଆ ଏକାଦଶ ଘୋଷଣା କରାଯାଇଛି । ଏହି ଦଳରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସମେତ 6 ଜଣ ଭାରତୀୟ ଖେଳାଳିଙ୍କୁ ସାମିଲ କରାଯାଇଛି । ଶେଖ ମୁଜିବ ଉର ରେହମାନଙ୍କ 100 ତମ ଜନ୍ମବାର୍ଷିକୀ ଅବସରରେ ଏସିଆ ଏକାଦଶ ଏବଂ ବିଶ୍ବ ଏକାଦଶ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ ପକ୍ଷରୁ ଏସିଆ ଏକାଦଶ ଘୋଷଣା କରାଯାଇଛି । ଏସିଆ ଏକାଦଶ ଏବଂ ବିଶ୍ବ ଏକାଦଶ ମଧ୍ୟ ଦୁଇଟି ମ୍ୟାଚ ଅନୁଷ୍ଠିତ ହେବ । 15 ଜଣିଆ ଦଳରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସମେତ କେ ଏଲ୍ ରାହୁଲ, ଶିଖର ଧଓ୍ବନ, ଋଷଭ ପନ୍ତ, କୁଲଦୀପ୍ ଯାଦବ ଏବଂ ମହମ୍ମଦ ସାମିଙ୍କୁ ଏହି ଦଳରେ ସାମିଲ କରାଯାଇଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଅହମଦାବାଦର ଲୋଟସ୍ ଲେବଲ୍ ସୂତାକଳରେ ପ୍ରାଣ ହରାଇଛନ୍ତି 3 ଓଡିଆ ଯୁବକ । ଯାଜପୁରର ଜାମଧର ଗ୍ରାମ ପଞ୍ଚାୟତର ରେକାବୀ ବଜାରର ତିନି ଯୁବକ 22 ତାରିଖରେ ଗୁଜରାଟରେ ପ୍ରାଣ ହରାଇଥିଲେ । ତିନି ମୃତକଙ୍କ ନାମ ହେଉଛି ଦୟାନିଧି ଖୁଣ୍ଟିଆ(35), ଚିନ୍ମୟ ଖୁଣ୍ଟିଆ(25) ଏବଂ କମଲେଶ ସିଂ(23) । ଏହି ଖବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୋ ପରିବାର ମୁଖ୍ୟ ଅରୂପ ପଟ୍ଟନାୟକଙ୍କ ନଜରକୁ ଆଣିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ । ମୃତ ଶ୍ରମିକଙ୍କ ପରିବାରକୁ ଆର୍ଥିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଓଏସ୍ଡି ଗୋପବନ୍ଧୁ ଦାଶ ଶ୍ରମ କମିଶନ ଏବଂ ଲୋଟସ୍ ଲେବଲ୍ ସୂତାକଳର ଅଧିକାରୀଙ୍କ ସହିତ ଆଲୋଚନା କରୁଛନ୍ତି । 23 ତାରିଖ ଦିନ ଶବ ବ୍ୟବଚ୍ଛେଦ ପରେ ଆଜି ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ବିଧାୟକ ଅହମଦାବାଦରୁ ମୃତଦେହ ଆସିବାର ସମସ୍ତ ଖର୍ଚ୍ଚ ନିଜ…
ଲଣ୍ଡନ : ମହିଳା ଟି 20 ବିଶ୍ବକପ୍ରେ ଭାରତୀୟ ଓପ୍ନର ଶେଫାଳି ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂକୁ ସମସ୍ତେ ପ୍ରଶଂସା କରୁଥିବା ବେଳେ ଏହି ଧାରାରେ ନିଜକୁ ସାମିଲ କରିଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସିର୍ ହୁସେନ୍ । କେବଳ ଶେଫାଳି ନୁହନ୍ତି ବରଂ ଲେଗ୍ସ୍ପିନର ପୁନମ୍ ଯାଦବଙ୍କୁ ମଧ୍ୟ ହୁସେନ୍ ପ୍ରଶଂସା କରିଛନ୍ତି । ଉଭୟ ଶେଫାଳି ଏବଂ ପୁନମ ବ୍ୟାଟ୍ ଏବଂ ବଲ୍ରେ ଭାରତ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିବା କାରଣରୁ ଭାରତ ନିଜର ଅପରାଜେୟ ଧାରା ବଜାୟ ରଖିବାରେ ସମର୍ଥ ହୋଇଛି । ପାଓ୍ବାର ପ୍ଲେ ଓଭରରେ ଶେଫାଳିଙ୍କ ଚମତ୍କାର ପାଓ୍ବାର ହିଟିଂ ବଳରେ ଭାରତ ବଡ ସ୍କୋର କରିବାରେ ସମର୍ଥ ହେଉଥିବା ବେଳେ ପୁନମଙ୍କ ଓ୍ବିକେଟ ହାସଲ କାରଣରୁ ଭାରତ ବିଜୟୀ ହେଉଛି । ନିଜ ଟ୍ବିଟ୍ଟର ହ୍ୟାଣ୍ଡେଲରେ ନାସିର ଶେଫାଳିଙ୍କୁ ପ୍ରଶଂସା କରିଥିଲେ । ଫେବୃୟାରୀ 27 ତାରିଖରେ ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ…
କାଇରୋ : ଇଜିପ୍ଟ ରାଷ୍ଟ୍ରପତି ହୋସ୍ନି ମୁବାରକଙ୍କ ପରଲୋକ ହୋଇଛି । 30 ବର୍ଷ ଧରି ମଧ୍ୟପ୍ରାଚ୍ୟକୁ ଶାସନ କରିଥିବା ମୁବାରକଙ୍କ ମଙ୍ଗଳବାର ଦିନ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ମୁବାରକଙ୍କୁ 91 ବର୍ଷ ହୋଇଥିଲା । ଆମେରିକା ଏବଂ ଇସ୍ରାଏଲ୍ର ସହାୟତାରେ ଇସ୍ଲାମିକ ଆତଙ୍କବାଦ ବିପକ୍ଷରେ ମୁବାରକ୍ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ମାତ୍ର 2011ରେ କାଇରୋରେ 18 ଦିନ ବ୍ୟାପୀ ଆନ୍ଦୋଳନ ଫଳରେ ମୁବାରକ କ୍ଷମତାଚ୍ୟୁତ ହୋଇଥିଲେ । ଟ୍ୟୁନିସିଆ ବିପ୍ଲବ ଦ୍ବାରା ପ୍ରଭାବିତ ହୋଇ ଇଜିପ୍ଟର ଯୁବକ ମାନଙ୍କ ଦ୍ବାରା ଆନ୍ଦୋଳନ କରାଯିବା ଫଳରେ ମୁବାରକ କ୍ଷମତାଚ୍ୟୁତ ହୋଇଥିଲେ । (ଏଜେନ୍ସି)
ମୁମ୍ବାଇ : ମୁମ୍ବାଇରେ ଏକ କୁକୁରକୁ ବିଷ ଦେଇ ହତ୍ୟା କରିବା ପରେ ପାର୍ଶୀ ଦମ୍ପତ୍ତିଙ୍କୁ ଲୁଟ୍ କରାଯାଇଛି । ପାଲଗଡର ଦାହାନୁରେ ଏହି ଘଟଣା ଘଟିଛି । ଉକ୍ତ ଦମ୍ପତ୍ତିଙ୍କ କୁକୁରକୁ ବିଷ ଦିଆଯିବା ପରେ 7 ଲକ୍ଷ ଟଙ୍କାର ଲୁଟ୍ କରାଯାଇଛି । ଶନିବାର ରାତିରେ 5 ଜଣ ଲୁଟେରା ପାଲଗଡର ରୋହିନ୍ଟନ ତାରାପୋରଓ୍ବାଲା ଏବଂ ହୋମାଇଙ୍କ ଘରେ ଘଟିଛି । ରାତି ପ୍ରାୟ 1.30 ମିନିଟ୍ରେ 5 ଜଣ ମୁଖା ପିନ୍ଧା ଲୁଟେରା ଦମ୍ପତ୍ତିଙ୍କ ଘରେ ପହଞ୍ଚି ଲୁଟ କରିଥିଲେ । ଦମ୍ପତ୍ତିଙ୍କ ଘରେ ରହିଥିବା କୁକୁର ଭୁକିବାରୁ କୁକୁର ଏବଂ କୁକୁଡାଙ୍କୁ ଦୂର୍ବୁର୍ତ୍ତ ବିଷ ଦେଇଥିଲେ । ଏହି ଘଟଣାରେ ଗୋଟିଏ କୁକୁର ଏବଂ ଦୁଇଟି କୁକୁଡାଙ୍କର ପ୍ରାଣହାନି ଘଟିଛି । ଏହା ସହିତ ଦୂର୍ବୁର୍ତ୍ତ ରୋହିନ୍ଟନ୍ଙ୍କ ସିସିଟିଭି କ୍ୟାମେରାକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ନିଜ ସ୍ତ୍ରୀକୁ ହତ୍ୟା କରି 300 ଖଣ୍ଡ କରି ଟିଫିନ୍ରେ ରଖିବା ମାମଲାରେ ଦୋଷୀ ସ୍ବାମୀ ସୋମନାଥ ପରିଡାକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଜ୍ । ମାମଲାଟି ସାତ ବର୍ଷ ଚାଲିବା ପରେ ଆଜି ରାୟ ପ୍ରକାଶ ପାଇଛି । 2013 ଜୁନ୍ ମାସରେ ଭୁବନେଶ୍ବରର ନୟାପଲ୍ଲୀରେ ଘଟିଥିଲା ଏହି ହତ୍ୟା ଘଟଣା ଘଟିଥିଲା। ସୋମନାଥ ପରିଡ଼ା ନିଜ ପତ୍ନୀ ଉଷାଶ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଶରୀରକୁ ତିନି ଶହ ଖଣ୍ଡ କରି ଷ୍ଟିଲ କଣ୍ଟେନର ମଧ୍ୟରେ ଲୁଚାଇ ରଖିଥିଲେ । ଦେହାବଶେଷ ସହ କୋଡିଏ ଦିନ ରହିବା ପରେ ଘଟଣା ସାମ୍ନାକୁ ଆସିଥିଲା । 71 ବର୍ଷ ବୟସରେ ସୋମନାଥ ଏପରି ଜଘନ୍ୟ କାଣ୍ଡ ଘଟାଇଥିବାବେଳେ, ସେହି ଘଟଣାରେ ସେତେବଳେ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ରାୟ ପ୍ରକାଶ ବେଳେ କୋର୍ଟ ରୁମ୍ରେ କାନ୍ଦି ଥିଲେ…
କେଦାର ମିଶ୍ର ଦିଲ୍ଲୀରେ ଶାନ୍ତି ଓ ସଦଭାବନା ବଜାୟ ରଖିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟୁଇଟର ମାଧ୍ୟମରେ ଅନୁରୋଧ କରିଛନ୍ତି। ହଁ, ଟୁଇଟର ମାଧ୍ୟମରେ। ମାତ୍ର ଦୁଇ ସପ୍ତାହ ତଳେ ବିପୁଳ ଭୋଟ ଓ ଆସନ ପାଇ ଦିଲ୍ଲୀରେ ତୃତୀୟ ଥର ସରକାର ଗଢିଥିବା ଅରବିନ୍ଦ କେଜ୍ରିୱାଲ ବା ତାଙ୍କର ମନ୍ତ୍ରୀ ଓ ବିଧାୟକମାନେ ସୁରକ୍ଷା ବଳୟରେ ରହି କେବଳ ଟୁଇଟର ବାର୍ତ୍ତା ଦେଇ ଚାଲିଛନ୍ତି। ଅବଶ୍ୟ ୟା ଭିତରେ କେଜ୍ରିୱାଲ, ଅମିତ ଶାହ ଓ ଦିଲ୍ଲୀ ଇଉପିଏ ରାଜ୍ୟପାଳଙ୍କର ବୈଠକ ବସିଛି। ଏ ପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ପୋଲିସ ଦାୟିତ୍ବରେ ଥିବା ଗୃହମନ୍ତ୍ରୀ ଡିଜିଟାଲ ଶାନ୍ତିର ବାର୍ତ୍ତା ପାଠ କରୁଛନ୍ତି, ସେ ପଟେ ପାଖାପାଖି ୨୪ ଘଣ୍ଟା ହେଲାଣି ଦିଲ୍ଲୀ ଜଳୁଛି। ଲାଗୁଛି, ଯେମିତି ଦିଲ୍ଲୀରେ ଆଇନର ଶାସନ ବୋଲି କିଛି ନାଇଁ। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଗସ୍ତ ବନ୍ଦୋବସ୍ତ ପାଇଁ ବ୍ୟସ୍ତ ଥିବା…
ପାଟନା : ବିହାରରେ ଏନ୍ଆରସି ଲାଗୁ ନକରିବା ପାଇଁ ଏକ ବିଧେୟକ ପାରିତ ହୋଇଯାଇଛି। ମଙ୍ଗଳବାର ବିହାର ବିଧାନସଭାରେ ଏହି ବିଲ୍ଟି ପାରିତ ହୋଇଛି। ଏହା ସହିତ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍ପିଆର) ଲାଗୁ କରିବା ପାଇଁ ମଧ୍ୟ ଏକ ବିଧେୟକ ଲାଗୁ କରାଯାଇଛି। ଏହି ବିଧେୟକ ଅନୁଯାୟୀ ରାଜ୍ୟରେ ଏନ୍ପିଆର ଲାଗୁ କରାଯିବ ମାତ୍ର 2010ରେ ଲାଗୁ କରାଯାଇଥିବା ଜନଗଣନା ଭଳି ଏହାକୁ ଲାଗୁ କରାଯିବା ନେଇ ବିଧେୟକରେ ଉଲ୍ଲେଖ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ କେରଳ ଏବଂ ପଞ୍ଜାବ ବିଧାନସଭାରେ ମଧ୍ୟ ଏନ୍ଆରସି ବିରୋଧୀ ବିଲ୍ ପାରିତ ହୋଇଥିଲା। (ଏଜେନ୍ସି)
ମହାରାଷ୍ଟ୍ର : ମହାରାଷ୍ଟ୍ରର ଚନ୍ଦ୍ରପୁର ସରକାରୀ ଆବାସୀୟ ବିଦ୍ୟାଳୟର ମହିଳା ଅଧ୍ୟକ୍ଷାଙ୍କ କଡା ଦଣ୍ଡାଦେଶ ପରେ ହସ୍ପିଟାଲ୍ରେ ପହଞ୍ଚିଛନ୍ତି ଦଶମ ଶ୍ରେଣୀର କିଛି ଛାତ୍ରୀ। ଅଧ୍ୟକ୍ଷା ଜଣକ ଛାତ୍ରୀମାନଙ୍କୁ 150ରୁ ଅଧିକ ଥର ଉଠ ବସ କରିବାକୁ ଦଣ୍ଡ ଦେଇଥିଲେ। ଯାହା ଫଳରେ ଛାତ୍ରୀମାନଙ୍କର ପାଦ, ଅଣ୍ଟା ଫୁଲିଯାଇଥିବାବେଳେ ଶରୀରରେ ଏକପ୍ରକାର ଅସହନୀୟ ଦରଜ ହୋଇଯାଇଛି। ଏହି ଘଟଣାଟି ସେତେବେଳେ ପଦାକୁ ଆସିଲା, ଯେତେବେଳେ ଛାତ୍ରୀମାନେ ଏହି କଷ୍ଟରୁ ଲାଘବ ପାଇଁ ହସ୍ପିଟାଲ୍ରେ ପହଞ୍ଚିଥିଲେ। ଚନ୍ଦ୍ରପୁରର 100 କିଲୋମିଟର ଦୂର ଚିମୁର ଗାଓ୍ବର ସମାଜ କଲ୍ୟାଣ ବିଭାଗ ଦ୍ବାରା ସଞ୍ଚାଳିତ ହେଉଥିବା ଏକ ସରକାରୀ ଆବାସୀୟ ବିଦ୍ୟାଳୟରେ ପଢୁଥିବା 10ମ ଶ୍ରେଣୀର 38 ଜଣ ଛାତ୍ରୀଙ୍କୁ ସ୍କୁଲର ଅଧ୍ୟକ୍ଷା ଦଣ୍ଡ ଦେଇଛନ୍ତି । ବିଦ୍ୟାଳୟରେ ଚାଲିଥିବା ଏକ ବୈଠକ ସମୟରେ ଏହି ଛାତ୍ରୀମାନେ ଚାଲିବା କାରଣରୁ ସୃଷ୍ଟି ହେଉଥିବା ଶବ୍ଦରେ ବୈଠକରେ ଶାନ୍ତିଭଙ୍ଗ ହେଉଥିଲା। ଏଥିପାଇଁ ଅଧ୍ୟକ୍ଷା ଛାତ୍ରୀମାନଙ୍କୁ ଏନେଇ ଉଠ…
ହାଇଦ୍ରାବାଦ : ଦିଲ୍ଲୀ ହିଂସାକାଣ୍ଡ ପାଇଁ ବିଜେପି ନେତୃବୃନ୍ଦଙ୍କୁ ଦାୟୀ କରିଛନ୍ତି ହାଇଦ୍ରାବାଦ ସାଂସଦ ଅସଦ୍ଦୁଦ୍ଦିନ ଓଓ୍ବେସୀ । ସିଏଏକୁ ନେଇ ସଙ୍ଗଠିତ ହିଂସାରେ ବର୍ତ୍ତମାନ ସୁଦ୍ଧା ଉତ୍ତର ପୂର୍ବ ଦିଲ୍ଲୀରେ 7 ଜଣଙ୍କର ମୃତ୍ୟୁ ଘଟିଛି । ହାଇଦ୍ରାବାଦର ଅନ୍ୟତମ ସାଂସଦ ଜି କିଶାନ ରେଡ୍ଡୀଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ଓଓ୍ବେସୀ । ହାଇଦ୍ରାବାଦରେ ମିଠା ଖାଇବା ଅପେକ୍ଷା ଦିଲ୍ଳୀର ସୁରକ୍ଷା ଗୁରୁତ୍ବପୂର୍ଣ୍ଣ ବୋଲି ଓଓ୍ବେସୀ କହିଛନ୍ତି । ରାଜଧାନୀ ଦିଲ୍ଲୀରେ ଅଶାନ୍ତି ଲାଗି ରହିଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ ହାଇଦ୍ରାବାଦରେ ଅବସ୍ଥାନ କରିବା ଆଶ୍ଚର୍ଯ୍ୟ ଜନକ ବୋଲି ଓଓ୍ବେସୀ ମତ ଦେଇଛନ୍ତି । ଟ୍ରମ୍ପଙ୍କ ଗସ୍ତ ସମୟରେ ବିପକ୍ଷ ଦଳଙ୍କ ପକ୍ଷରୁ ଜାଣିଶୁଣି ହିଂସାକାଣ୍ଡ ଘଟାଉଛନ୍ତି ବୋଲି କିଶାନ ରେଡ୍ଡୀ ମତ ଦେଇଥିଲେ । କୌଣସି ବି ପରସ୍ଥିତିରେ ଅଭିଯୁକ୍ତଙ୍କୁ ଛଡାଯିବ ନାହିଁ ବୋଲି ରେଡ୍ଡୀ ମତ ଦେଇଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀରେ ସିଏଏକୁ ନେଇ ପରିବେଶ ଅଶାନ୍ତି ରହିଥିବାବେଳେ ପ୍ରଥମଥର ପାଇଁ ବିଜେପି, ଆପ୍ ଓ କଂଗ୍ରେସ ଏକାସାଙ୍ଗରେ ନଜର ଆସିଛନ୍ତି । ଦିଲ୍ଲୀରେ ଶାନ୍ତି ରଖିବା ପାଇଁ ଏହି ତିନି ରାଜନୈତିକ ଦଳର ପ୍ରମୁଖମାନେ ଶାନ୍ତି ପାଇଁ ଅପିଲ୍ କରିଛନ୍ତି । ତିନି ଦଳର ପ୍ରମୁଖମାନେ କହିଛନ୍ତି ଯେ, ଦିଲ୍ଲୀ ଆମର ଅଟେ, ଦିଲ୍ଲୀବାସୀମାନେ ମଧ୍ୟ ଆମର । ଯେକୌଣସି ପରିସ୍ଥିତିରେ ଦିଲ୍ଲୀରେ ଶାନ୍ତି ପରିବେଶ ରଖିବାକୁ ପଡ଼ିବ । ଦିଲ୍ଲୀ ହିଂସାକାଣ୍ଡ ପରେ ଗୃହମନ୍ତ୍ରାଳୟ ଦ୍ବାରା ଡକାଯାଇଥିବା ବୈଠକ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ, ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିଓ୍ବାରୀ ଓ କଂଗ୍ରେସର ପୂର୍ବ ପ୍ରଦେଶ ଅଧ୍ୟକ୍ଷ ସୁଭାଷ ଚୋପ୍ରା ଏକା ସାଙ୍ଗରେ ଦିଲ୍ଲୀବାସୀଙ୍କୁ ଶାନ୍ତି ରଖିବାକୁ ଅପିଲ୍ କରିଛନ୍ତି । ଗୃହମନ୍ତ୍ରୀ ବୈଠକଟି ସକାରାତ୍ମକ ବୈଠକ ରହିଥିବାର ସୂଚନା ରହିଛି । ଅରବିନ୍ଦ କେଜରୀଓ୍ବାଲ କହିଛନ୍ତି ଯେ, ହିଂସା ବଢିଲେ କାହାର ଲାଭ ହେବ…
ବେଜିଂ : ଚୀନ୍ରେ କୋରୋନା ଭାଇରସ୍ ମୃତ୍ୟୁ ସଂଖ୍ୟା ରୋକିବାର ନାମ ନେଉନାହିଁ । ସୋମବାର ଏହି ଭାଇରସ୍ ପ୍ରଭାବରେ 71 ଜଣଙ୍କ ପ୍ରାଣହାନି ଘଟିଛି । ନୂତନ ଭାବରେ 71 ଜଣଙ୍କ ମୃତ୍ୟୁ ପରେ କୋରୋନା ମୃତ୍ୟୁ ସଂଖ୍ୟା 2600 ଅତିକ୍ରମ କରିଛି । ଏହାପରେ ମୃତ୍ୟୁ ସଂଖ୍ୟା 2663 ଛୁଇଁଛି । କୋରୋନା ଭାଇରସ୍ ପ୍ରଭାବରେ କେବଳ ଚୀନ୍ରେ ନୁହେଁ ଦକ୍ଷିଣ କୋରିଆରେ ମଧ୍ୟ ମୃତ୍ୟୁ ସଂଖ୍ୟ ବଢିବାରେ ଲାଗିଛି । ଦକ୍ଷିଣ କୋରିଆରେ ସୋମବାର ଦିନ ନୂତନ ଭାବରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ନୂତନ ଭାବରେ 508 ଜଣ କୋରୋନା ଆକ୍ରାନ୍ତ ହସ୍ପିଟାଲରେ ଆଡମିଟ୍ ହୋଇଛନ୍ତି । କୋରୋନା ଭାଇରସ୍ ପ୍ରଭାବରେ ଚୀନ୍ ବିଧାନସଭା ଅଧିବେଶନ ବାତିଲ କରାଯାଇଥିବା ବେଳେ ଏହାଦ୍ବାରା ଚୀନ୍ର ଅର୍ଥନୀତି ଗଭୀର ଭାବରେ ପ୍ରଭାବିତ ହୋଇଛି । (ଏଜେନ୍ସି)
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। ଏଥିରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ଉପଜିଲ୍ଳାପାଳ ଶିନ୍ଧେ ଦତ୍ତାତ୍ରୟ ଭାଉସାହେବ,ଉପଖଣ୍ଡ ଅଭିଯୋଗ ଶୁଣାଣିର ନୋଡ଼ାଲ୍ ଅଫିସର ବିନୋଦ କୁମାର ବେହେରା, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀ ସମେତ ଜିଲ୍ଲାର ସମସ୍ତ ପଦାଧିକାରୀ ଓ ବ୍ରହ୍ମପୁର ଉପଖଣ୍ଡର ସମସ୍ତ ତହସିଲ୍ଦାର, ବିଡ଼ିଓ ଏବଂ ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ। ମୋଟ ୧୫୭ଟି ଅଭିଯୋଗ ଶୁଣାଣି ହୋଇଥିଲା। ସେଥିମଧ୍ୟରୁ ୧୨୬ଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୧୦ ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗ ରହିଥିଲା। ୯୭ଟି ଅଭିଯୋଗକୁ ଜିଲ୍ଲାପାଳ ତୁରନ୍ତ ଫୈସଲା କରିଥିଲେ। ୨୧ ଜଣଙ୍କୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୧ଲକ୍ଷ ୯୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏକ ଦ୍ବିପାକ୍ଷିକ ଅନୁଷ୍ଠିତ ହୋଇଛି । ଏହି ବୈଠକ ପରେ ଉଭୟ ନେତାଙ୍କ ପକ୍ଷରୁ ଏକ ମିଳିତ ବକ୍ତବ୍ୟ ଜାରି କରାଯାଇଛି । ଏହି ଦ୍ବିପାକ୍ଷିକ ଆଲୋଚନାରେ 3 ବିଲିୟନ୍ ଡଲାରର ଚୁକ୍ତି ହୋଇଥିବା ଜଣାପଡିଛି । ମିଳିତ ବକ୍ତବ୍ୟରେ ଟ୍ରମ୍ପ ଭାରତ ଏବଂ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ଭାରତକୁ ଆସିବା ପରେ ମୋଦି ଏବଂ ସାଧାରଣ ଜନତାଙ୍କ ପକ୍ଷରୁ ମିଳିଥିବା ଉଚ୍ଛ୍ବସିତ ସମ୍ବର୍ଦ୍ଧନାକୁ ଟ୍ରମ୍ପ ପ୍ରଶଂସା କରିଛନ୍ତି । ସେହିପରି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜ ବ୍ୟସ୍ତ ସୂଚୀ ମଧ୍ୟରୁ ସମୟ ବାହାର କରି ଟ୍ରମ୍ପ ଭାରତ ଗସ୍ତରେ ଆସିଥିବାରୁ ମୋଦି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଭିନ୍ନ ପ୍ରତିରକ୍ଷା ଉପକରଣ ଯେପରିକି ଆପାଚେ ହେଲିକପ୍ଟର ଏବଂ ଏମ୍ଏଚ୍ 60 ରୋମିଓ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡ଼ିଶା ସହ ମୋଟ 7ଟି ରାଜ୍ୟରେ ରହିଛି ଜଗନ୍ନାଥଙ୍କ ଭୂ- ସମ୍ପତ୍ତି। ଓଡ଼ିଶା ବାହାରେ ଜଗନ୍ନାଥଙ୍କର ରହିଛି ମୋଟ 395.252ଏକର ଜମି। ପଶ୍ଚିମବଙ୍ଗ, ଆନ୍ଧ୍ର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର, ଛତିଶଗଡରେ ଜମି ରହିଥିବାର ପ୍ରକାଶ କରିଛନ୍ତି ଆଇନମନ୍ତ୍ରୀ। ଓଡ଼ିଶା ପରେ ପଶ୍ଚିମବଙ୍ଗରେ ରହିଛି ଜଗନ୍ନାଥଙ୍କ ସର୍ବାଧିକ ଜମି। ପଶ୍ଚିମବଙ୍ଗରେ ମୋଟ 322 ଏକର 930 ଡେସିମିଲି ଜମି ରହିଛି। ଆନ୍ଧ୍ରରେ 17.020 ଏକର ଜମି ରହିଥିବାବେଳେ ମହାରାଷ୍ଟ୍ରରେ 28.218 ଏକର, ମଧ୍ୟପ୍ରଦେଶରେ 15,110 ଏକର, ବିହାରରେ 0.274 ଏକର, ଛତିଶଡରେ 1.700 ଏକର ଜମି ରହିଛି। ଓଡ଼ିଶା ବାହାରେ ଜଗନ୍ନାଥଙ୍କର ମୋଟ 395.252 ଏକର ଜମି ରହିଛି। ମହାପ୍ରଭୁ ଜଗନ୍ନାଥଙ୍କ ଜମିରୁ ମୋଟ 25 ହଜାର ଏକର ଜବରଦଖଲ କରାଯାଇଛି। ମୋଟ 60, 426 ଏକର ଜମି ମହାପ୍ରଭୁଙ୍କର ଚିହ୍ନଟ ହୋଇଛି । ସେଥିରୁ 34, 803 ଏକର ଜମିର ସ୍ବତ୍ତ୍ବଲିପି ଶ୍ରୀମନ୍ଦିର ପ୍ରଶାସନକୁ ମିଳିଛି।…
ନୂଆଦିଲ୍ଲୀ : ସ୍ବାଇନ୍ ଫ୍ଲୁରେ ପୀଡିତ ହୋଇଛନ୍ତି ସୁପ୍ରିମକୋର୍ଟର 6 ବିଚାରପତି । ମଙ୍ଗଳବାର ମିଳିଥିବା ସୂଚନା ଅନୁଯାୟୀ ସ୍ବାଇନ୍ ଫ୍ଲୁରେ ପୀଡିତ ହୋଇ 6 ଜଣ ବିଚାରପତି କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି । ଏହି ଘଟଣାକୁ ନେଇ ସୁପ୍ରିମ୍କୋର୍ଟର ବରିଷ୍ଠ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ ମୁଖ୍ୟ ବିଚାରପତି ଏସ୍ ଏ ବୋବଡେଙ୍କ ସହିତ ଏକ ବୈଠକ କରିଛନ୍ତି । ମଙ୍ଗଳବାର ଅନ୍ୟତମ ବରିଷ୍ଠ ବିଚାରପତି ସଞ୍ଜୀବ ଖନ୍ନା ମାସ୍କ ପିନ୍ଧି କୋର୍ଟ ଆସିଥିଲେ । ଅପର ପକ୍ଷରେ କୋର୍ଟରେ ସ୍ବାଇନ୍ ଫ୍ଲୁର ଟୀକା ମହଜୁଦ ରଖିବା ପାଇଁ ସର୍ବୋଚ୍ଚ କୋର୍ଟ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ଓକିଲ ଏବଂ ବିଚାରପତିଙ୍କ ପାଇଁ ଟୀକାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ବିଚାରପତି ପ୍ରକାଶ କରିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡ ମାମଲାରେ ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀର ବୟାନ ଦେଇ ହିଂସାକାଣ୍ଡ ପାଇଁ ଯିଏ ଦାୟୀ ତା’ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି । ଗୌତମ ଗମ୍ଭୀର କହିଛନ୍ତି ଯେ, ଯିଏ ବି ଉତ୍ତେଜିତ ଭାଷଣ ଦେବ, ତା’ ଉପରେ କାର୍ଯ୍ୟାନୁଷ୍ଠାନ କରାଯିବ । କିଏ ଦେଇଛି, କେଉଁ ଦଳ ସହିତ ତା’ର ସମ୍ପର୍କ ରହିଛି ଏନେଇ କିଛି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ଗୌତମ ଗମ୍ଭୀର । ପୂର୍ବ ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀର ଆଜି ମୌଜପୁର ହିଂସାକାଣ୍ଡରେ ଆହତ ହୋଇଥିବା ଡିସିପି ଅମିତ ଶର୍ମାଙ୍କୁ ସାକ୍ଷାତ କରିଛନ୍ତି । ପଟପଡଗଞ୍ଜ ମ୍ୟାକ୍ସ ହସ୍ପିଟାଲ୍ରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରିଥିଲେ । ଦୁଇଦିନ ଧରି ଦିଲ୍ଲୀରେ ଚାଲିଥିବା ହିଂସାକୁ ନେଇ ବିଜେପି ସାଂସଦ ଗୌତମ ଗମ୍ଭୀର କହିଛନ୍ତି ଯେ, ଉତ୍ତର ପୂର୍ବ ଦିଲ୍ଲୀରେ ହେଉଥିବା ହିଂସାକାଣ୍ଡରେ ଯେଉଁମାନେ ସାମିଲ୍…
ଭୁବନେଶ୍ବର, ଆସନ୍ତା 28 ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ସରକାରୀ ଗସ୍ତରେ ଓଡିଶା ଆସୁଛନ୍ତି। ଶାହା ସେଦିନ ସକାଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ 24 ତମ ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ଯୋଗଦେବେ।ଏହି ବୈଠକ ଲୋକସେବା ଭବନର ନୂଆ କନଭେନସନ ହଲରେ ଅନୁଷ୍ଠିତ ହେବ। ଏଥିରେ ଓଡିଶା ସମେତ ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଂଗର ପ୍ରତିନିଧିମାନେ ଯୋଗଦେବେ। ଏହି ବୈଠକରେ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଓଡିଶା ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶାହା ପୂର୍ବାଞ୍ଚଳ ରାଜ୍ୟ ସମୁହର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରାଯିବ। ସେଗୁଡିକ ମଧ୍ୟରେ ରହିଛି ପୋଷ୍ଟେଜ ଷ୍ଟାମ୍ପ ପକ୍ରିୟାର ପ୍ରଚଳନ, ଏକକ ବିଦ୍ୟୁତ ବିଲ୍ ପ୍ରଚଳନ, ପ୍ରାକୃତିକ ଦୁର୍ବିପାକକୁ ସମ୍ମୁଖୀନ ହେବା ପରେ ଭିତ୍ତିଭୂମି ନିର୍ମାଣ, ରେଳ ପ୍ରକଳ୍ପ,…
ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍ ଆଜି ଦିଲ୍ଲୀର ହ୍ୟାପିନେସ୍ କ୍ଲାସର ମଜା ନେବାକୁ ପହଞ୍ଚିଛନ୍ତି। ମେଲାନିଆ ଦିଲ୍ଲୀର ନାନକପୁରା ସ୍ଥିତ ସର୍ବୋଦୟ ବିଦ୍ୟାଳୟରେ ପହଞ୍ଚିଛନ୍ତି। ଏଠାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମେଲାନିଆଙ୍କୁ ତିଲକ୍ ଲଗାଇବା ସହିତ ଆରତୀ କରି ସ୍ବାଗତ ଜଣାଇଛନ୍ତି। ତେବେ ଏହି କାର୍ଯ୍ୟକ୍ରମରେ ମେଲାନିଆ ଏକା ଉପସ୍ଥିତ ରହିଛନ୍ତି। ମେଲାନିଆ ଏହି ସରକାରୀ ବିଦ୍ୟାଳୟର ପିଲାମାନଙ୍କ ସହ କିଛି ସମୟ ବିତାଇବା ସହିତ ହ୍ୟାପିନେସ୍ କ୍ଲାସ୍ର ମଜା ନେବେ। (ଏଜେନ୍ସି)
ନୂଆଦିଲ୍ଲୀ : ସିଏଏକୁ ନେଇ ଦିଲ୍ଲୀରେ ପରିବେଶ ବେଶ୍ ଅଶାନ୍ତ ରହିଛି । ସୋମବାର ଦିନ ଉତ୍ତରପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ ସହିତ ପୋଡାଜଳା ହୋଇଯାଇଛି । ଏଥିରେ 7ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏହି ମୃତକଙ୍କ ମଧ୍ୟରେ ଜଣେ ହେଡ୍ କନେଷ୍ଟବଳ ରହିଛନ୍ତି । 100ରୁ ଉର୍ଦ୍ଧ୍ବ ଏଥିରେ ଆହତ ହୋଇଥିବାବେଳେ ଆଜି ସକାଳୁ ମଧ୍ୟ ବେଶ୍ ଉତ୍ତେଜନାମୟ ପରିସ୍ଥିତି ରହିଛି। ତେବେ ଦିଲ୍ଲୀରେ ଉତ୍ତରପୂର୍ବ ଅଞ୍ଚଳରେ 144 ଧାରା ଜାରି ରହିଛି। ଦିଲ୍ଲୀରେ ପରିସ୍ଥିତିକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଜରୁରୀକାଳୀନ ବୈଠକ ଡାକିଥିଲେ। ଲୋକଙ୍କୁ ଶାନ୍ତି ରଖିବା ପାଇଁ ଅପିଲ୍ ମଧ୍ୟ କରିଛନ୍ତି। ଦିଲ୍ଲୀର ଅଶାନ୍ତ ପରିବେଶକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀର ଉପରାଜ୍ୟପାଳ ଅନିଲ୍ ବୈଜଲ୍ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ସମେତ ଦଳର ସମସ୍ତ ପ୍ରତିନିଧିଙ୍କ ସହ ଏକ ବୈଠକ କରିବେ ବୋଲି ଜଣାପଡିଛି। (ଏଜେନ୍ସି)