ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି ବିଜୁ ଜନତା ଦଳ ସେତିକି ତାହାର ସଂଗଠନକୁ ସୁଦୃଢ କରିବାରେ ଲାଗିଛି। ଯାହାପ୍ରତି ସନ୍ଦେହ ହେଉଛି ତାଙ୍କୁ ଦଳରୁ ନିଳମ୍ବିତ କିମ୍ବା ବହିସ୍କାର କରିଦିଆଯାଉଛି। ବିଗତ କିଛି ମାସ ଧରି ବିଜେଡି ଜଣଙ୍କ ପରେ ଜଣେ ନେତାଙ୍କ ଉପରେ ପଦକ୍ଷେପ ନେବାରେ ଲାଗିଛି। ସେହିପରି କେତେକ ନେତାଙ୍କ ଉପରୁ ନିଲମ୍ବନ ଆଦେଶକୁ ମଧ୍ୟ ପ୍ରତ୍ୟାହାର କରାଯାଉଛି। ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଖୋର୍ଦ୍ଧା ଜିଲ୍ଲାର ଜଣେ ଯୁବ ନେତାଙ୍କୁ ଦଳରୁ ନିଲମ୍ବନ କରିଛି। ସେ ହେଉଛନ୍ତି ବିଜୁ ଛାତ୍ର ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ବଦୀପ ପ୍ରଧାନ। ତାଙ୍କୁ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ଏହି ନିଲମ୍ବନ କରାଯାଇଛି। ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି।
Author: Samikhsya Bureau
ଭୁବନେଶ୍ବର: ରାଜ୍ୟର ନବନିଯୁକ୍ତ ଅର୍ଥସେବା ଅଧିକାରୀମାନେ ରାଜସ୍ୱ ଆଦାୟ, କୋଷାଗାର ପରିଚାଳନା ଓ ବିତ୍ତୀୟ ପରାମର୍ଶ ଆଦି କ୍ଷେତ୍ରରେ ସେମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱକୁ ନିଷ୍ଠା ଓ ଦକ୍ଷତାର ସହ ତୁଲାଇବା ପାଇଁ ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆହ୍ୱାନ ଦେଇଛନ୍ତି । ୨୦୨୦ ବ୍ୟାଚ୍ର ଅର୍ଥସେବା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମାପ୍ତି ଓ ପାସ୍ଆଉଟ୍ ଉତ୍ସବ ଏବଂ ୨୦୨୧ ବ୍ୟାଚ୍ର ଅର୍ଥସେବା ଅଧିକାରୀ, ଟ୍ୟାକ୍ସ ଓ ଆକାଉଣ୍ଟସ ସେବା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ ଓ ସ୍ୱାଗତ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ସେମାନଙ୍କୁ ଅଭିନନ୍ଦନ ଜଣାଇ କହିଲେ ଯେ, ୨୦୨୦ ବ୍ୟାଚ୍ର ୯୨ ଜଣ ଓଡ଼ିଶା ଅର୍ଥସେବା ଅଧିକାରୀ ମଧୁସୂଦନ ଦାସ ଆଂଚଳିକ ଆର୍ଥିକ ପରିଚାଳନା ଏକାଡେମୀରେ ପ୍ରଶିକ୍ଷଣ ନେଇ ସାରିଛନ୍ତି । ଆଜି ସେମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମାପ୍ତି ଦିବସ ଓ ପାସ୍ଆଉଟ୍ ଉତ୍ସବ। ସେହିଭଳି ୨୦୨୧…
ଭୁବନେଶ୍ବର: ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆଗାମୀ ୨୭ ତାରିଖରେ ହେବ ପ୍ରକଳ୍ପର ଲୋକାର୍ପଣ। ଏହି ପରିପ୍ରେକ୍ଷୀରେ ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀ ମାନେ ନବୀନ ନିବାସ ଆସି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଥିଲେ ଏବଂ ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ଦେଇଥିଲେ। ମା ଙ୍କ ପୀଠର ରୂପାନ୍ତର ପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଥିଲେ। ସେମାନେ କହିଥିଲେ ଯେ ଲୋକାର୍ପଣ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସବୁ ଘରକୁ ନଡିଆ ଦିଆଯିବ ଏବଂ ସବୁ ଘରୁ ମା’ଙ୍କ ପାଇଁ ସିନ୍ଦୁର ଆସିବ। ମା’ଙ୍କ କାମରେ ସମସ୍ତଙ୍କ ସହଯୋଗ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା’ଙ୍କ ପୀଠ ଓ ସମ୍ବଲପୁର ସହରର ଉନ୍ନତି ପାଇଁ ସେ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି।…
ଭୁବନେଶ୍ୱର: ୭୫ତମ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ରାଷ୍ଟ୍ରୀୟ ସମାରୋହରେ ଉପସ୍ଥିତ ରହିବେ। ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସାଧାରଣତନ୍ତ୍ର ଦିବସ-୨୦୨୪ ପାଳନର ରୂପରଖେ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଟି ଭାରତୀୟଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଏହି ମହାନ ଦିବସ ସହ ସମସ୍ତଙ୍କ ଭାବାବେଗ ଜଡ଼ିତ ହୋଇଥିବାରୁ ଉତ୍ସବ ଆୟୋଜନ ସମୟରେ ସମସ୍ତ ବିଷୟକୁ ଟିକିନିଖି ଭାବେ ଗୁରୁତ୍ୱ ଦେବାକୁ ପ୍ରମୁଖ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଥିଲେ। ଚଳିତ ବର୍ଷ ଗାନ୍ଧୀ ମାର୍ଗଠାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ କରାଯିବ। ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପ୍ୟାରେଡ୍ ଓ ପତାକା ଉତ୍ତୋଳନ ସ୍ଥାନଠାରେ…
ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଖାରବେଳ ଭବନଠାରେ ଶୁକ୍ରବାର ଅନୂଷ୍ଠିତ ହୋଇଯାଇଛି। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ। ସଚିବସ୍ତରୀୟ ବୈଠକରେ ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟ ତଥା ବିଭିନ୍ନ ବିଭାଗର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଆଲୋକପାତ କରାଯାଇଥିଲା । ବିଭିନ୍ନ ବିଭାଗର ପ୍ରଦର୍ଶନ ଆଧାରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆଗାମୀ ମାସଗୁଡିକରେ ଯେପରି କାର୍ୟ୍ୟ ଓ ତଦନୁସାରେ ଖର୍ଚ୍ଚ ପ୍ରଦର୍ଶନ ଅଧିକ ଭଲ ରହିବ ସେ ସଂପର୍କରେ ତ୍ୱରିତ ପଦକ୍ଷେପ ନେବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବି ଚଳିତ ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ…
ଭୁବନେଶ୍ବର: ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରୀ ମାସର ରବିବାର ସମେତ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ। ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଲୋକସେବା ଭବନକୁ ଆସି ଉଦ୍ୟାନ ପରିଦର୍ଶନ କରିପାରିବେ। ଏହା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ କାର୍ଯ୍ୟାଳୟ ହୋଇଥିବାରୁ ତା ଭିତରକୁ ସର୍ବସାଧାରଣ ପ୍ରବେଶ ନିଷେଧ। କେବଳ କର୍ମଚାରୀ ଏବଂ ଅନୁମତି ପ୍ରାପ୍ତ ବ୍ୟକ୍ତିମାନେ ସେ ଭିତରକୁ ଯାଇଥାନ୍ତି। ହେଲେ ସେ ଭିତରେ ଯେପରି ଉଦ୍ୟାନ କରାଯାଇଛି ତାହା ସମସ୍ତେ ଦେଖିବାର ସୁଯୋଗ ନ ଥାଏ। ବର୍ତ୍ତମାନ କିଛି ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ ଏହି ଉଦ୍ୟାନ ନୂଆ ବର୍ଷରେ ଖୋଲାଯାଇଥାଏ। ଏହା ପରେ ସର୍ବସାଧାରଣଙ୍କୁ ପ୍ରବେଶ ନିଷେଧ କରାଯାଇଥାଏ।
ଭୁବନେଶ୍ବର: ଠକେଇ ଅଭିଯୋଗରେ ଏକ ୱେବ ଚ୍ୟାନଲ ତଥା ଖବରକାଗଜ ମାଲିକ ଗିରଫ ହୋଇଛନ୍ତି। ସେ ହେଉଛନ୍ତି ସୁରଜିତ ଧଳ। ଆଜି ଇଓଡବ୍ଲୁ ତାଙ୍କୁ ଗିରଫ କରିଛି। ତାଙ୍କୁ ଇଭୋସ ବିଲଡର କଂପାନୀଠାରୁ ଏକ କୋଟି ଟଙ୍କା ଠକି ନେବା ଅଭିଯୋଗରେ ଗିରଫ କରାଯାଇଛି। ଘଟଣାରୁ ଜଣାପଡିଛି ଯେ ସୁରଜିତ ମିଡିଆର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଏବଂ ବେଶ ପତିୟାରା ଅଛି ଏବଂ ଇଭୋସ କଂପାନୀର ବିଡିଏ କ୍ଲିୟରାନସ କାମ କରାଇଦେବେ ବୋଲି କହିଥିଲେ। ସେହି ଅନୁସାରେ ଇଭୋସ କଂପାନୀ ତରଫରୁ ତାଙ୍କୁ ଏକ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ପରବର୍ତ୍ତି ସମୟରେ ସେ ଦୁଇଟି ଦାମୀ କାର ନେବାକୁ ଦାବୀ କଲେ। ଫଳରେ ତାଙ୍କ ଗୋଟିଏ ଅଡି ଏବଂ ଆଉ ଏକ ମର୍ସିଡିଜ କାର ଦିଆଯାଇଥିଲା। ହେଲେ ବହୁ ମାସ ବିତିଯାଇଥିଲେ ମଧ୍ୟ ସୁରଜିତ ତାଙ୍କ କାମ କରାଇଦେଇ ନ ଥିଲେ। ଫଳରେ କଂପାନୀ ତରଫରୁ ତାଙ୍କ ଟଙ୍କା ଏବଂ…
ଭୁବନେଶ୍ବର: ଖୁବ ଶିଘ୍ର ରାଜ୍ୟରେ ବୃଦ୍ଧି ପାଇବ ଭତ୍ତା ଟଙ୍କା। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଘୋଷଣା କରିବେ। ଏ ସଂପର୍କରେ ଜନସଧାରଣଙ୍କୁ ସୂଚନା ଦେଇଛନ୍ତି 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ବାଲେଶ୍ବର ନୀଳଗିରିରେ ଆୟୋଜିତ ଏକ ସଭାରେ ସେ ଏହି ସୂଚନା ପ୍ରଦାନ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପ୍ରଦାନ କରାଯାଉଛି। ଏଥିରେ ବୟସ ସୀମା 60ରୁ ଉର୍ଦ୍ଧ ରଖାଯାଇଛି। ହେଲେ ବିଧବା ଭତ୍ତା ପାଇଁ କୌଣସି ବୟସ ସୀମା ନାହିଁ। ଏଥିସହିତ ଭିନ୍ନକ୍ଷମମାନଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରାଯାଉଛି। ଏହି ଭତ୍ତା ପରିମାଣ ମାଲିକ 500 ଟଙ୍କାରୁ 800 ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି ଭତ୍ତା ଟଙ୍କା ବୃଦ୍ଧି ନେଇ ବିଭିନ୍ନ ମହଲରେ ଦାବୀ ହୋଇଆସୁଛି। କାରଣ 500 ଟଙ୍କାରେ ଜଣେ ମାସସାରା ଚଳିବା ସମ୍ଭବ…
ଭୁବନେଶ୍ବର: ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏକ ଘୋଷଣା କରିଛି। ତାହା ହେଲା ଯେଉଁ ବ୍ଲକରେ ଡିଗ୍ରୀ କଲେଜ ନାହିଁ ସେହି ସ୍ଥାନରେ ଚଳିତ ବର୍ଷ ନୂଆ କଲେଜ ଖୋଲାଯିବ। ଶିକ୍ଷାରେ ସମାନତା, ଓ ଉତ୍କର୍ଷ ଆଣିବା ସହ ଶିକ୍ଷାକୁ ସୁଦୂର ପ୍ରସାରୀ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟ ନଥିବା ୧୮ ଗୋଟି ବ୍ଲକରେ କଳା ବିଭାଗର ସ୍ନାତକ ସ୍ତରୀୟ (ଯୁକ୍ତ-୩) ମହାବିଦ୍ୟାଳୟ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି।୨୦୨୪-୨୫ ଶିକ୍ଷାବର୍ଷରୁ ଏହି ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଆରମ୍ଭ କରାଯିବ। ଏହିସବୁ ମହାବିଦ୍ୟାଳୟଗୁଡ଼ିକ ନିମନ୍ତେ ବ୍ଲକ ହେଡ଼ କ୍ୱାର୍ଟର ଠାରୁ ୫କିମି ପରିସୀମା ଭିତରେ ୧୦ ଏକର ଜମି ଯୋଗାଇଦେବାକୁ ସେହି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ଅରବିନ୍ଦ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି। ମହାବିଦ୍ୟାଳୟଗୁଡ଼ିକର ନିଜସ୍ୱ ଭିତ୍ତିଭୂମି ବିକାଶ ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ଗୃହରେ ଶିକ୍ଷାଦାନ କରାଯିବ।
ଭୁବନେଶ୍ବର: ଏଣିକି ସମସ୍ତ ଗ୍ରାମାଞ୍ଚଳର ସବୁ ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନୁସାରେ ରାଜ୍ୟ ସରକାର ଲାଗୁ କରିଛନ୍ତି ନବୀନ କାର୍ଡ। ଏହି ଯୋଜନାରେ ଯେଉଁମାନେ ବିଏସକେୱାଇ ରେ ସୁବିଧା ପାଇ ନାହାଁନ୍ତି ସେମାନେ ଏହି ନୂଆ କାର୍ଡରେ ସୁବିଧା ପାଇପାରିବେ। ଏହି ନୂଆକାର୍ଡ ପାଇଁ ଆଜିଠାରୁ ପଂଜୀକରଣ ଆରମ୍ଭ ହେଉଛି। ଏହା ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଚାଲିବ। ସେଥିପାଇଁ ଯେଉଁମାନେ ଆବେଦନ କରିବେ ସେମାନେ www.bskynabin.odisha.gov.in ରେ ଲଗଅନ କରି ଆବେଦନ କରିପାରିବେ। ତେବେ ଏହି ଯୋଜନାରେ ଯେଉଁମାନେ କର ଦେଉଛନ୍ତି କିମ୍ବା ସରକାରୀ ଚାକିରୀ କରିଛନ୍ତି ସେମାନଙ୍କୁ ବାଦ ଦିଆଯାଇଛି। ଏପରିକି ଯେଉଁମାନେ ପେନସନ ପାଉଛନ୍ତି ସେମାନଙ୍କୁ ମଧ୍ୟ ବାଦ ଦିଆଯାଇଛି।
ଭୁବନେଶ୍ୱର: ବାଲେଶ୍ୱରରୁ ଉଜ୍ଜୟନି ଓ ଓଁକାରେଶ୍ୱରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ଯାତ୍ରାର ଶୁଭାରମ୍ଭ ହୋଇଛି। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଏହି ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି। ଏଥିରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୯୭୦ ଜଣ ବରିଷ୍ଠ ନାଗରିକ ଏବଂ ୩୦ ଜଣ ଅଧିକାରୀ ଏହି ଟ୍ରେନ୍ରେ ଯାତ୍ରା କରିଛନ୍ତି। ଏହି ଟ୍ରେନଟି ଉଜ୍ଜୟନି ଓ ଓଁକାରେଶ୍ୱରର ବିଭିନ୍ନ ତୀର୍ଥସ୍ଥାନକୁ ଭ୍ରମଣ କରିବ। ଏହା ହେଉଛି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଷଷ୍ଠବର୍ଷ। ଏହି ଯୋଜନାଟି ୨୦୧୬-୧୭ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା। ଆଇଆର୍ସିଟିସି ସହଯୋଗରେ ଏ ପର୍ଯ୍ୟନ୍ତ ୨୪ଟି ଟ୍ରିପ୍ରେ ୨୩, ୬୬୯ ଜଣ ବରିଷ୍ଠ ନାଗରିକ ବିଭିନ୍ନ ତୀର୍ଥସ୍ଥାନକୁ ଯାତ୍ରା କରିଛନ୍ତି । ଚଳିତ ବର୍ଷ ଏହିଭଳି ୧୦ଟି ଟ୍ରିପ୍ର ଯୋଜନା କରାଯାଇଛି। ବରିଷ୍ଠ ନାଗରିକମାନେ ବିିଭିନ୍ନ ତୀର୍ଥସ୍ଥାନକୁ ଯାଇ ସେମାନଙ୍କ…
ପୁରୀ/ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପୁରୀ ସ୍ଥିତ ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ନିର୍ମାଣ କାର୍ଯ୍ୟ, ପରିମଳ, ଯାନବାହନ ଚଳାଚଳ, ପାନୀୟଜଳ ଯୋଗାଣ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, କାର୍ଯ୍ୟକ୍ରମ ସମ୍ପର୍କରେ ବ୍ୟାପକ ପ୍ରସାରଣ ତଥା ଭକ୍ତ ଏବଂ ସେବାୟତମାନଙ୍କର ସୁବିଧା ନିମନ୍ତେ ପଦଧିକାରୀମାନେ ବିଶେଷ ଆଲୋଚନା କରିଛନ୍ତି। ଆସନ୍ତା ୧୨ ତାରିଖ ସଂଧ୍ୟା ସୁଦ୍ଧା ପରିକ୍ରମା ପ୍ରକଳ୍ପ ସମ୍ପୃକ୍ତ ସମସ୍ତ କାର୍ୟ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଜେନା କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ୧୨ ତାରିଖରୁ ଅଙ୍କୁରାରୋପଣ ଆରମ୍ଭ ହୋଇ ୧୭ ତାରିଖ ଦିନ ଯଜ୍ଞରେ ପୂର୍ଣାହୁତି…
ଭୁବନେଶ୍ବର: ପାରମ୍ପରିକ ଲୋକକଳା ଓ ସଂସ୍କୃତି ହେଉଛି ଏକ ଜାତିର ଜୀବନ ଓ ଭବିଷ୍ୟତ।ସଚେତନତା ସୃଷ୍ଟି କରିବାରେ ଲୋକକଳା ଭଳି ପ୍ରଭାବୀ ମାଧ୍ୟମ ଅନ୍ୟ କୌଣସି ମାଧ୍ୟମରେ ନାହିଁ ବୋଲି ୫-‘ଟି’ ତଥା ‘ ଆମ ଓଡିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ବ୍ଲକ୍ ଓ ଜିଲ୍ଲା ଲୋକକଳା ସଂସ୍କୃତି ସଂଘ ପ୍ରତିନିଧିମାନଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ ସେ ଏହା କହିଛନ୍ତି। ସଂସ୍କୃତିକୁ ଗତିଶୀଳ କରିବା ନିମନ୍ତେ ଲୋକକଳା ପ୍ରତି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାକୁ ପଡ଼ିବ।ଲୋକକଳା ବଞ୍ଚିବାକୁ ହେଲେ କଳାକାରମାନଙ୍କ ଉନ୍ନତି ହେବା ଉଚିତ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ। ଏଥି ନିମନ୍ତେ ସରକାର ଆସନ୍ତା ୩ରୁ ୪ ମାସ ମଧ୍ୟରେ କଳାକାରମାନଙ୍କୁ ଖୁସି ଖବର ଦେବେ ବୋଲି ସେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜଣେ କଳାପ୍ରେମୀ ହୋଇଥିବାରୁ କଳାକାରମାନଙ୍କ ଉନ୍ନତି…
ଭୁବନେଶ୍ବର: ନୂଆଦିଲ୍ଲୀର କର୍ତ୍ତବ୍ଯ ପଥରେ ଆୟୋଜିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ। ଭାରତ ସରକାରଙ୍କ ଦ୍ବାରା ସ୍ଥିରିକୃତ “ବିକଶିତ ଭାରତ” ବିଷୟବସ୍ତୁ ଉପରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ମେଢ ପ୍ରସ୍ତୁତ କରାଯାଇଛି। ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ମାଧ୍ୟମରେ ମହିଳା ସଶକ୍ତିକରଣକୁ ଏହି ପ୍ରଜ୍ଞାପନ ମେଢରେ ପ୍ରଦର୍ଶନ କରାଯାଇଛି।
ଭୁବନେଶ୍ୱର: ବଡଠାକୁରଙ୍କ ପରିକ୍ରମା ପ୍ରକଳ୍ପ ଆଉ ବଡ ମେ ଡିକାଲର ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ବଡ ସ୍ୱପ୍ନ ଥିଲା। କଟକ ଏସସିବି ମେଡିକାଲର ରୂପାନ୍ତରଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଚାହୁଁଥିଲେ, ଚିକିତ୍ସା ପାଇଁ କେହି ଓଡ଼ିଶା ବାହାରକୁ ନ ଯାଆନ୍ତୁ। ଏମସ ପ୍ଲସ ଭଳି ଏସସିବିକୁ କରିବାକୁ ଚାହୁଁଥିଲେ। ଏବେ ଏହାକୁ ଭାରତରେ ୫ନମ୍ବର ବଡ଼ ହସପିଟାଲ କରିଛନ୍ତି। ବଡଠାକୁରଙ୍କ ପରିକ୍ରମା ପ୍ରକଳ୍ପ ଆଉ ବଡ ମେଡିକାଲର ରୂପାନ୍ତରଣ କାମ ମୁଖ୍ୟମନ୍ତ୍ରୀଙ୍କ ବଡ ସ୍ୱପ୍ନ ଥିଲା ବୋଲି କହିଛନ୍ତି ପାଣ୍ଡିଆନ। ଆସନ୍ତା ଶହେ ବର୍ଷକୁ ପ୍ଲାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ରୂପାନ୍ତରଣ କରିଛନ୍ତି। ଦିନିକିଆ କଟକ ଗସ୍ତରେ ଯାଇଥିବାବେଳେ ଉପର ବାଲିଯାତ୍ରା ପଡିଆଠାରେ ଆୟୋଜିତ ସଭାରେ ଏହା କହିଛନ୍ତି ଫାଇଭ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କଟକର ମେରୁଦଣ୍ଡ ତାଳଦଣ୍ଡା କେନାଲକୁ ନୂଆ ରୂପ ଦିଆଯିବା ପଛର କାହାଣୀ କହିଥିଲେ ପାଣ୍ଡିଆନ। ସେ କହିଥିଲେ ଯେ, ଥରେ…
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଜଣେ ନେତାଙ୍କୁ ବହିସ୍କାର କରିଛି। ଏ ନେଇ ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ପ୍ରକାଶ ପାଇଛି ଏକ ବିଜ୍ଞପ୍ତି। ସେଥିରେ କୁହାଯାଇଛି ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିସ୍କାର କରାଯାଇଛି। ତେବେ ଯାହାକୁ ବହିସ୍କାର କରାଯାଇଛି ସେ ହେଲେ ସମ୍ବଲପୁର ବିଜେଡି କମିଟ ଉପଦେଷ୍ଠା ପ୍ରମୋଦ ରଥ। ଗତକାଲି ସମ୍ବଲପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏବଂ ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବୈଠକ ହୋଇଥିଲା। ସେଥିରେ ପ୍ରମୋଦଙ୍କ ବିରୋଧରେ ଆସିଥିବା ବହୁ ଅଭିଯୋଗର ତର୍ଜମା କରାଯାଇ ତାହାର ପ୍ରମାଣ ମିଳିଥିଲା। ପରବର୍ତ୍ତ ସମୟରେ ଦଳ ତାଙ୍କୁ ବହିସ୍କାର କରିଛି।
ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଓଡିଶାର ନୂଆ ଭୋଟର ତାଲିକା। ଏହି ତାଲିକା ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ କରାଯାଇଛି। ସେହି ଅନୁସାରେ ଏଥର ଓଡିଶାରେ ମୋଟ ଭୋଟର ସଂଖ୍ୟା ହେଲା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦। ଗତ ବର୍ଷ ଅକ୍ଟୋବରରେ ଯେଉଁ ଡ୍ରାପ୍ଟ ତାଲିକା ପ୍ରକାଶ ପାଇଥିଲା ସେଥିରେ ଏହି ସଂଖ୍ୟା ଥିଲା ୩ କୋଟି ୨୬ ଲକ୍ଷ ୫୫ ହଜାର ୨୧୩। ଅର୍ଥାତ ଚୁଡାନ୍ତ ତାଲିକାରେ ୧ କୋଟି ୨୯ ଲକ୍ଷ ୭ ହଜାର ୯୫୪ ଭୋଟ ଅଧିକ ଯୋଡି ହୋଇଛନ୍ତି। ସେହିପରି ଚଳିତ ବର୍ଷ ୭ ଲକ୍ଷ ୧୬ ହଜାର ୮୦୭ ଜଣ ଭୋଟର ବାଦ ପଡିଛନ୍ତି। ତେବେ ସିଇଓ କାର୍ଯ୍ୟାଳୟର ଡାଟା ଅନୁସାରେ ଚଳିତ ବର୍ଷ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି…
ଭୁବନେଶ୍ବର: ଦୁଇ ଦିନିଆ ସୁନ୍ଦରଗଡ ଗସ୍ତରେ ଯାଇ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳିରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏଥିସହିତ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳିରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ଗତ ୮ମାସ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାକୁ ୯୭୦ କୋଟି ଟଙ୍କାର ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଭେଟି ଦେଇଥିବା ସୂଚନା ଦେଇଛନ୍ତି। ଏଥପୂର୍ବରୁ ଗତ ମାର୍ଚ୍ଚ ୧୨ତାରିଖରେ କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ଲୋକଙ୍କ ଆପତ୍ତି, ଅଭିଯୋଗ, ଦାବି ସମ୍ବଳିତ ଦରଖାସ୍ତ ଗ୍ରହଣ କରିଥିଲେ। ଏହିସବୁ ଦରଖାସ୍ତ ଆଧାରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ପାଇଁ ଏହି ଅର୍ଥ ମଂଜୁର କରିଛନ୍ତି।ଚଳିତ ଥର ଗସ୍ତ ସମୟରେ ମଧ୍ୟ ଲୋକଙ୍କଠୁ ଦରଖାସ୍ତ ନେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।ଲୋକମାନେ ଦେଉଥିବା ଦରଖାସ୍ତ ସମ୍ପର୍କରେ ସଂପୃକ୍ତ ଜିଲ୍ଲାର ଜିଲ୍ଲା ପ୍ରଶାସନଠାରୁ ଲୋକେ ପ୍ରତି ଉତ୍ତର ପାଇବେ। ଦରଖାସ୍ତରେ ଥିବା ସମସ୍ୟାର…
ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଜି ବିଜୁ ଜନତା ଦଳ ଦୁଇଜଣ ନେତାଙ୍କୁ ନିଲମ୍ବିତ କରିଛି। ସେମାନଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଦଳ ଏହି ପଦକ୍ଷେପ ଗ୍ରହଣ କରିଛି। ଏ ସଂପର୍କରେ ଦଳ ତରଫରୁ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ କେନ୍ଦୁଝର ଘଟଗାଁର ନେତା ସଂଜୟ କୁମାର ମିଶ୍ର ଏବଂ କେନ୍ଦୁଝର ଜିଲ୍ଲା ବିଜେଡି ଉପସଭାପତି କରୁଣା ସାଗର ଖଟୁଆଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ ହେଲା ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ଭୁବନେଶ୍ବର: ଆଜି ଓଡିଶା ନିଯୁକ୍ତି ପର୍ବରେ ସମୁଦାୟ ୪୪୧ ଜୁନିଅର ଇଞ୍ଜିନିୟର (ସିଭିଲ) ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକ ସେବା ଭବନରେ ଥିବା ସମ୍ମିଳନୀ କକ୍ଷରେ ଏହି ନୂତନ ନିଯୁକ୍ତି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନୂତନ ଇଂଜିନିୟରମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୫ଟି ପଦକ୍ଷେପ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଛନ୍ତି ଯେ ଏହି ପଦକ୍ଷେପ ଗ୍ରହଣ କରାଯିବା ସହିତ ଆଧୁନିକ ଜ୍ଞାନକୈଶଳ ପ୍ରୟୋଗ ସହିତ ଅନେକ ପ୍ରମୁଖ ଜଳସେଚନ ପ୍ରକଳ୍ପ ତ୍ୱରାନ୍ୱିତ ହୋଇଛି। ସେ ଆଶା କରିଛନ୍ତି ଯେ ସମସ୍ତ ନୂତନ ଇଞ୍ଜିନିୟରମାନେ ନିଜକୁ ନୂତନ ଜ୍ଞାନକୈଶଳର ବିନିଯୋଗ କରିବେ ଏବଂ ଚ୍ୟାଲେଞ୍ଜିଂ ପ୍ରସଙ୍ଗଗୁଡ଼ିକର ସହଜରେ ସମାଧାନ କରିବେ। ସେ ଆହୁରି ମଧ୍ୟ କହିଛନ୍ତି, “ବର୍ତ୍ତମାନ ତୁମେମାନେ ଜନସେବାରେ ଅଛ, ତୁମର ଏକମାତ୍ର ଦାୟିତ୍ବ ହେଉଛି ଲୋକମାନଙ୍କୁ ସ୍ୱଚ୍ଛତା, ଆନ୍ତରିକତା ଏବଂ ପ୍ରତିବଦ୍ଧତା ସହିତ ସେବା…
ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏହାର ୨୫ତମ ପ୍ରତିଷ୍ଠା ଦିବସ ତଥା ରୌପ୍ୟଜୟନ୍ତୀ ପାଳନ କରିଛି । ଏହି ଅବସରରେ ଅନୁଷ୍ଠିତ ସମାରୋହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ କହଲେ ଯେ ଆମର ପ୍ରାଚୀନ ସଂସ୍କୃତି ଓ ପରମ୍ପରା ବିଶ୍ୱରେ ଅନନ୍ୟ ଓ ଏହାର ସଂରକ୍ଷଣ ନିମନ୍ତେ ସମସ୍ତେ ପ୍ରୟାସ ଜାରି ରଖିବା ଆବଶ୍ୟକ ରହିଛି। ଐତିହ୍ୟର ସଂରକ୍ଷଣ ସହ ଆଧୁନିକତାର ତାଳେ ତାଳେ ପାଦଦେଇ ଚାଲିବା ସମୟର ଆହ୍ୱାନ ବୋଲି ସେ ଉଲ୍ଲେଖ କରିଥିଲେ । ଓଡ଼ିଶାର ସାଂସ୍କୃତିକ ବିକାଶରେ ଏହାର ଛାତ୍ରଛାତ୍ରୀମାନେ ଆତ୍ମବିଶ୍ୱାସ ଓ ନିଷ୍ଠାର ସହିତ କାର୍ଯ୍ୟ କରିବେ ବୋଲି ସେ ପରାମର୍ଶ ଦେଇଥିଲେ। ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆନ୍ତର୍ଜାତିକ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ବିଶ୍ୱବିଦ୍ୟାଳୟରେ ଗବେଷଣା ଓ ଅଧ୍ୟାପନା କାର୍ଯ୍ୟକୁ ଆଗେଇ ନେବାରେ ଜାପାନଠାରୁ ଆରମ୍ଭ…

