ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ ଆୟତପୁରରେ ବେଶ ଧୂମଧାମରେ ପାଳିତ ହୋଇଯାଇଛି ଶୀତଳ ଷଷ୍ଠୀ ଯାତ୍ରା। ପ୍ରଭୃ ବେଲେଶ୍ବରଙ୍କ ନିକଟରେ ଏହି ଉତ୍ସବ ବହୁ ବର୍ଷ ଧରି ପାଳନ କରାଯାଇଆସୁଛି। ସେହି ଅଞ୍ଚଳରେ ବେଲେଶ୍ବର ଶୀତଳ ଷଷ୍ଠୀ ଦେଖିବା ପାଇଁ ବହୁ ଲୋକଙ୍କର ସମାଗମ ହୋଇଥାଏ। ପରଂପରା ଅନୁସାରେ ଶିବ ଏବଂ ମା ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ। ବହୁ ସମୟ ଧରି ଏହି ବିବାହ ଉତ୍ସବ ଆୟୋଜିତ ହୋଇଥାଏ। ଏହାପରେ ମା ପାର୍ବତୀଙ୍କୁ ସାଥିରେ ଧରି ଦେବଦେବ ମହାଦେବ ବେଲେଶ୍ବର ଶୋଭଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରିଥାନ୍ତି। ଏହି ସମୟରେ ପାରଂପାରିକ ବାଦ୍ୟ ଓ ନୃତ୍ୟ ପରିବେଷଣ କରାଯାଇଥାଏ।
Author: Samikhsya Bureau
ଭୁବନେଶ୍ବର: ଆଜି ପ୍ରତ୍ୟୁଷରେ ପୁରୀ ଶ୍ରୀମନ୍ଦିରଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମନ୍ତ୍ରୀ ମଣ୍ଡଳ ସଦସ୍ୟମାନଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଶ୍ରୀମନ୍ଦିରର ଚାରି ଦ୍ୱାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବା ପରେ ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋକୁ ଆସିଥିଲେ। ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ସାଂସଦ ଓ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ। ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ସାଂସଦମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୁଆଣ୍ଡୋ ଗ୍ରାମ ବୁଲି ଲୋକଙ୍କ ସହିତ ମିଶିଥିଲେ। ଗ୍ରାମବାସୀଙ୍କ ସହିତ କଥୋପକଥନ ସମୟରେ ସେ କହିଥିଲେ ଯେ ଆମ ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶୃତିଗୁଡିକ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି। ଏସବୁ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଗଣ, ସାଂସଦ ଓ ବିଧାୟକ ମାନଙ୍କ ଉପସ୍ଥିତିରେ ଆଜି ଭକ୍ତ ମାନଙ୍କ ପାଇଁ ଶ୍ରୀ ମନ୍ଦିରର ଚାରିଦ୍ୱାର ଖୋଲା ଯାଇଛି। ଆଜି ପ୍ରତ୍ୟୁଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ରାଜ୍ୟ ବାସୀଙ୍କ କଲ୍ୟାଣ କାମନା କରିଥିଲେ। ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରି ସେ ଚାରି ଦ୍ଵାର ପ୍ରଦକ୍ଷିଣ କରିଥିଲେ। ଏହା ସହିତ ସବୁ ଦ୍ଵାର ଖୋଲା ଯାଇଥିଲା। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭକ୍ତ ମାନଙ୍କ ଭାବାବେଗକୁ ଓ ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଗତକାଲି ରାଜ୍ୟ କ୍ୟାବିନେଟରେ ଏଥିପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ସେହି ନିଷ୍ପତ୍ତି ଅନୁଯାୟୀ ଆଜି ଚାରି ଦ୍ଵାର ଖୋଲାଗଲା।
ଭୁବନେଶ୍ବର: ଦୀର୍ଘ ୨୪ ବର୍ଷ ଅପେକ୍ଷା ପରେ ଚିଲିକା ନିର୍ବାଚନ ମଣ୍ଡଳୀକୁ ମିଳିଛି ମନ୍ତ୍ରୀପଦ। ଗତକାଲି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚିଲିକାର ନବ ନିର୍ବାଚିତ ବିଧାୟକ ପୃଥୀରାଜ ହରିଚନ୍ଦନ। ସେ ପ୍ରଥମ ଥର ପାଇଁ ବିଜୟ ଲାଭ କରିଛନ୍ତି। ସେ ପ୍ରଥମ ଥର ବିଧାୟକ ହେବା ସହିତ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ହୋଇପାରିଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ୧୯୯୫ ମସିହାରେ ଜିିତିଥିବା କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ମାନସିଂହ ଶେଷ ମନ୍ତ୍ରୀ ଥିଲେ। ସେତେବେଳେ ସେ ଜିତିବା ପରେ ମୁଖ୍ୟ ସଚେତକ ଭାବେ ତାଙ୍କୁ ଦାୟିତ୍ବ ଦିଆଯାଇଥିଲା। ଏହାପରେ ୧୯୯୯ ମସିହାରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ଶିଳ୍ପମନ୍ତ୍ରୀ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା। ପୁଣି ୨୦୦୦ ମସିହାରେ ସେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ ହୋଇଥିଲେ। ତା ପରେ ଏହି ନିର୍ବାଚନ ମଣ୍ଡଳୀରୁ ଆଉ କେହି ମନ୍ତ୍ରୀ ହୋଇପାରି ନାହାଁନ୍ତି। ଦେବେନ୍ଦ୍ର ମାନସିଂହଙ୍କ ପରେ ପୃଥୀରାଜଙ୍କ ଦାଦା…
ଭୁବନେଶ୍ବର: ବୁଧବାର ଦିନ ହୋଇଥିବା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ଯେତିକି ଚର୍ଚ୍ଚା ହୋଇ ନାହିଁ ତାହାଠାରୁ ଅଧିକ ଚର୍ଚ୍ଚା ହୋଇଛି ନବୀନ ପଟ୍ଟନାୟକଙ୍କ ଯୋଗଦାନ। ଏହି ଖବର ବୁଧବାର ରାତିସାରା ଟ୍ରେଣ୍ଡିଂ ହେବାରେ ଲାଗିଛି। ଜାତୀୟ ଗଣମାଧ୍ୟମ ବିଭିନ୍ନ ଟିପଣୀ ଦେଇ ନବୀନଙ୍କ ଏହି ପଦକ୍ଷେପକୁ ପ୍ରଶଂସା ମଧ୍ୟ କରିଛନ୍ତି। କହିବାକୁ ଗଲେ ସେହି ଉତ୍ସବରେ ପ୍ରକୃତରେ ହିରୋ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉତ୍ସବରେ ନବୀନ ପଟ୍ଟନାୟକ ପହଞ୍ଚିବା ପରେ ତାଙ୍କୁ ମଞ୍ଚକୁ ପାଛୋଟି ନେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବୀନ ମଞ୍ଚରେ ଉପସ୍ଥିତ ହେବା ମାତ୍ରେ ତାଙ୍କୁ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ସ୍ବାଗତ କରି ବସିବା ପାଇଁ ଇସାରା କଲେ। ତାପରେ ଆଗଧାଡିରେ ବସିଥିବା ଜେପି ନଡ୍ଡା, ନୀତିନ ଗଡକରୀ, ଜୁଏଲ ଓରାମ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତେ ଉଠି ନବୀନଙ୍କୁ ସ୍ବାଗତ କରିଥିଲେ। ଏହାପରେ ନବୀନ ଧର୍ମେନ୍ଦ୍ର ଏବଂ ଜେ…
ଭୁବନେଶ୍ବର: ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରିଛନ୍ତି। କ୍ୟାବିନେଟ୍ ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟଗଣଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ ଯେ ଓଡିଶାର ସାଢେ ଚାରି କୋଟି ଜନସାଧାରଣଙ୍କ ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭାରତୀୟ ଜନତା ପାର୍ଟିର ସଂକଳ୍ପ ପତ୍ରକୁ ଗ୍ରହଣ କରି ରାଜ୍ୟ କ୍ୟାବିନେଟ ଆଜି ୪ଟି ପ୍ରସ୍ତାବ ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲି ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆରତୀ ସମୟରେ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲାଯିବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ଓ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ…
ଭୁବନେଶ୍ବର: ଆଜି ଭୁବନେଶ୍ବରର ଜନତା ମଇଦାନରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝୀ। ତାଙ୍କ ସହିତ ୧୫ ଜଣିଆ ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଉପମୁଖ୍ୟମନ୍ତ୍ରୀ ଥିବା ବେଳେ ୮ ଜଣ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି। ସେହିପରି ୫ ଜଣ ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ଅଛନ୍ତି। ସେମାନେ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପମୁଖ୍ୟମନ୍ତ୍ରୀ ୧) କନକ ବର୍ଦ୍ଧନ ସିଂହ ଦେଓ ୨) ପ୍ରଭାତୀ ପରିଡ଼ା କ୍ୟାବିନେଟ୍ ମନ୍ତ୍ରୀ ୧) ସୁରେଶ ପୂଜାରୀ ୨) ରବି ନାରାୟଣ ନାଏକ ୩) ନିତ୍ୟାନନ୍ଦ ଗଣ୍ଡ ୪) କୃଷ୍ଣଚନ୍ଦ୍ର ପାତ୍ର ୫) ପୃଥ୍ୱୀରାଜ ହରିଚନ୍ଦନ ୬) ଡ. ମୁକେଶ ମହାଲିଙ୍ଗ ୭) ବିଭୁତି ଭୁଷଣ ଜେନା ୮) ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ୧) ଗଣେଶ ରାମ ସିଂ ଖୁଣ୍ଟିଆ ୨) ସୂର୍ଯ୍ୟବଂଶୀ ସୂରଜ ୩) ପ୍ରଦୀପ ବଳସମାନ୍ତ ୪) ଗୋକୁଳାନନ୍ଦ ମଲ୍ଲିକ…
ଭୁବନେଶ୍ବର: ଆଜି ମଧ୍ୟାହ୍ନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସେ କରାକେଡରେ ନବୀନ ନିବାସରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସ୍ବାଗତ କରାଯାଇ ଫୁଲତୋଡା ଦିଆଯାଇଥିଲା। ଏହାପରେ ମୋହନ ମାଝୀ ନବୀନଙ୍କ ସହିତ କିଛି ସମୟ ଆଲୋଚନା କରିଥିଲେ। ଏହାପରେ ନବୀନ ନିବାସ ବାହାରକୁ ଆସି ମୋହନ ମାଝୀ ଗଣମାଧ୍ୟମକୁ କହିଥିଲେ ଯେ, ନବୀନବାବୁଙ୍କୁ ଆଜି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବାକୁ ଆସିଥିଲି। ତାଙ୍କୁ ଅନୁରୋଧ କରିଥିଲି। ସେ ମଧ୍ୟ ଆଜି ଠିକ ସମୟରେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ବୋଲି ପ୍ରତିଶୃତି ଦେଇଛନ୍ତି। ଏହି ସାକ୍ଷାତ ସମୟରେ ବିଜେଡିର କିଛି ନେତା ନବୀନ ନିବାସରେ ଥିଲେ।
ଭୁବନେଶ୍ବର: ଆଜି ରାଜ୍ୟର ପ୍ରଥମ ବିଜେପି ସରକାର ଶପଥ ଗ୍ରହଣ କରିବେ। ସେଥିପାଇଁ ଭୁବନେଶ୍ବରର ଜନତା ମଇଦାନକୁ ବେଶ ପ୍ରସ୍ତୁତ କରି ରଖାଯାଇଛି। ତେବେ ଏହି ଉତ୍ସବର ମୁଖ୍ୟ ଆକର୍ଷଣ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆନ୍ଧ୍ର ପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ଶପଥ ପରେ ଓଡିଶା ଆସିବେ। ସେହିପରି ଏହି ଉତ୍ସବରେ ଯୋଗଦେବା ପାଇଁ ଓଡିଶାର ତିନି କେନ୍ଦ୍ରମନ୍ତ୍ରୀ ଗତକାଲିଠାରୁ ପହଞ୍ଚିସାରିଛନ୍ତି। ସେମାନେ ହେଲେ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଏବଂ ଜୁଏଲ ଓରାମ। ସେହିପରି ଏହି ଉତ୍ସବରେ ନଅ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହେବେ। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଆସାମ, ଗୁଜରାଟ ଉତ୍ତରାଖଣ୍ଡ, ତ୍ରିପୁରା, ରାଜସ୍ଥାନ, ଛତିଶଗଡ ଓ ହରିଆଣା ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡିଛି।
ଭୁବନେଶ୍ବର: ଆଜି ଅପରାହ୍ନରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେନ୍ଦୁଝର ବିଧାୟକ ମୋହନ ମାଝୀ। ଭୁବନେଶ୍ବର ଜନତା ମଇଦାନରେ ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାଜ୍ୟ ସରକାରଙ୍କ ତରଫରୁ ସେଠାରେ ବ୍ୟାପକ ଆୟୋଜନ କରାଯାଇଛି। ଏଥିସହିତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଏଥିସହିତ ଓଡିଶାର ତିନି କେନ୍ଦ୍ରମନ୍ତ୍ରୀ ମଧ୍ୟ ଗତକାଲିଠାରୁ ଭୁବନେଶ୍ବରରେ ଅଛନ୍ତି। ଓଡିଶା ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। ଫଳରେ ବିଜେପି କର୍ମିଙ୍କ ମହଲରେ ବେଶ ଉତ୍ସାହ ଲାଗିରହିଛି।
କଟକ: ‘ସମାଜ’ର ନୂତନ ସମ୍ପାଦକ ଭାବେ ଦାୟିତ୍ବ ନେଇଛନ୍ତି ଡଃ ପ୍ରଭାସ ଆଚାର୍ଯ୍ୟ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ସର୍ବ ପୁରାତନ ଦୈନିକ ସମ୍ବାଦପତ୍ର ‘ସମାଜ’ର ନୂତନ ସମ୍ପାଦକ ଭାବେ ଡଃ ପ୍ରଭାସ ଆଚାର୍ଯ୍ୟ ମଙ୍ଗଳବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ରାଜ କୁମାର ଚୋପ୍ରାଙ୍କ ଉପସ୍ଥିତିରେ ‘ସମାଜ’ର ପୂର୍ବତନ ସମ୍ପାଦକ ଡଃ ପ୍ରମୋଦ କୁମାର ମହାପାତ୍ରଙ୍କ ଠାରୁ ଡଃ ଆଚାର୍ଯ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିରେ ସମାଜର ମୁଖ୍ୟ ପରିଚାଳକ ଶିବରାମ ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଡଃ ଆଚାର୍ଯ୍ୟ ଉତ୍କଳମଣିଙ୍କ ଆଦର୍ଶକୁ ପାଥେୟ କରି ଏହି ପୁରାତନ ସମ୍ବାଦପତ୍ରର ପାଠକୀୟ ବିଶ୍ୱସନୀୟତା ବଜାୟ ରଖିବା ଦିଗରେ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଡଃ ଆଚାର୍ଯ୍ୟ ଗଣମାଧ୍ୟମ ଜଗତର ଜଣେ ପରିଚିତ ବ୍ୟକ୍ତିତ୍ୱ। ସମ୍ପ୍ରତି ସେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ…
ଭୁବନେଶ୍ବର : ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାମ ଆସିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜାରୀ ରହିଛି। କାରଣ ସେ ଦୀର୍ଘ 24 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ପଟ୍ଟନାୟକଙ୍କୁ ହଟାଇ ସେଠାରେ ସେ ବସିବେ। ତେଣୁ ଓଡିଶାର ଗାଁ ଗହଳିଠାରୁ ଆରମ୍ଭ କରି ସାରା ଦେଶରେ ମୋହନ ମାଝୀ କିଏ ଆଲୋଚନା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ କେନ୍ଦୁଝର ସଦର ବିଧାୟକ ହେଉଛନ୍ତି ୫୨ ବର୍ଷୀୟ ମୋହନ ମାଝୀ। ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଆସୁଛନ୍ତି। ରାଜ୍ୟ ବିଜେପିର ଟାଣୁଆ ଆଦିବାସୀ ନେତା। ଗତ ବିଧାନସଭାରେ ସେ ବିରୋଧୀ ଦଳ ମୁଖ୍ୟ ସଚେତକ ରହିଥିଲେ। ସେ ନେତା ଭାବରେ ଯେତିକି ପରିଚିତ, ଜଣେ ଶାନ୍ତ ଶିଷ୍ଠ ମଣିଷ ଭାବେ ସେତିକି ପରିଚିତ। ମୋହନ ଚରଣ ମାଝୀ ୬ ଜାନୁଆରୀ ୧୯୭୨ରେ କେନ୍ଦୁଝରର ରାଇକଳାରେ ଜନ୍ମ ଗ୍ରହଣ କରିଥିଲେ। ଶିକ୍ଷା ସମାପ୍ତ ପରେ…
ଭୁବନେଶ୍ବର: ଆଜି ସଂଧ୍ୟାରେ ବିଜେପିର ୭୮ ବିଧାୟକ ଏବଂ ୩ ସ୍ବାଧୀନ ବିଧାୟକ ମିଳିତ ଭାବେ ୮୧ ବିଧାୟକ ରାଜଭଭନ ଯିବେ। ସେଠାରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବୀ ପତ୍ର ଦିଆଯିବ। ଆଜି ରାଜ୍ୟ କାର୍ୟ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ମୋହନ ମାଝୀଙ୍କ ନାମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପରେ ଶ୍ରୀ ମନମୋହନ କହିଛନ୍ତି ଯେ, ଆମପାଖରେ ବର୍ତ୍ତମାନ ୮୧ ବିଧାୟକ ରହିଛନ୍ତି। ସେଥିରେ ବିଜେପି ୭୮ ଜଣ ଥିବା ବେଳେ ୩ ସ୍ବାଧୀନ ବିଧାୟକଙ୍କର ମଧ୍ୟ ସମର୍ଥନ କରିଛନ୍ତି। ତେଣୁ ସମସ୍ତେ ରାଜ୍ୟପାଳଙ୍କ ନିକଟରେ ସରକାର ଗଢିବା ପାଇଁ ଦାବୀ କରିବୁ ବୋଲି ମନମୋହନ କହିଛନ୍ତି। ସେହିପରି ଆସନ୍ତାକାଲି ଶପଥପାଠ ଉତ୍ସବ ହେବ ଏବଂ ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ବୋଲି ମନମୋହନ କହିଛନ୍ତି।
ଭୁବନେଶ୍ବର: ଶେଷରେ ସବୁ କଳ୍ପନା ଜଳ୍ପନା ଅବସାନ ଘଟାଇ କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ହେବେ ଓଡିଶାର 15 ତମ ମୁଖ୍ୟମନ୍ତ୍ରୀ। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବିଜେପି ବିଧାୟକ ଦଳର ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଏହି ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦର ଯାଦବ। ବୈଠକ ସରିବା ପରେ ରାଜନାଥ ସିଂ ଗଣମାଧ୍ୟକୁ କହିଥିଲେ ଯେ, ଆଜି ବିଜେପି ବିଧାୟକ ଦଳ ବୈଠକରେ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମନୋନିତ କରାଯାଇଛି। ଆଜିର ଏହି ବୈଠକରେ ଶ୍ରୀ କେ ଭି ସିଂହଦେଓ ତାଙ୍କ ନାମ ପ୍ରସ୍ତାବ ରଖିଥିଲେ। ଏହାପରେ ପ୍ରଭାତୀ ପରିଡା, ପୃଥୀରାଜ ହରିଚନ୍ଦନ ପ୍ରମୁଖ ଏହାକୁ ସମର୍ଥନ କରିଥିଲେ। ଏହାପରେ ତାଙ୍କ ନାମ ସର୍ବ ସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଛି। ଏହାପରେ ରାଜନାଥ ସିଂ ପାଟଣାଗଡ ବିଧାୟକ କେଭି ସିଂହଦେଓ ଏବଂ…
ଭୁବନେଶ୍ବର: ଘୋଷଣା ହେଲା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତି ନିଆଯାଇଛି। ସେହି ଅନୁସାରେ ମୋହନ ମାଝୀ ହେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ। ଏ ନେଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନୀଥ ସିଂ ଏବଂ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ସେ ହେଉଛନ୍ତି କେନ୍ଦୁଝର ସଦର ବିଧାୟକ। ସେହିପରି ଦୁଇଜଣ ଉପମୁଖ୍ୟମନ୍ତ୍ରୀ ହେବେ ସେମାନେ ହେଲ କେ ଭି ସିଂହଦେଓ ଏବଂ ପ୍ରଭାତୀ ପରିଡା ହେବେ ଉପମୁଖ୍ୟମନ୍ତ୍ରୀ। ଆଜି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥସିଂ ଘୋଷଣା କରିଛନ୍ତି। ଆସନ୍ତାକାଲି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝି। ଭୁବନେଶ୍ବରର ଜନତା ମଇଦାନରେ ଏହି ଶପଥ ପାଠ ଉତ୍ସବ ଆୟୋଜିତ ହେବ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଏଥିସହିତ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦୀର୍ଘଦିନ ଧରି…
ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ଗଠନ ହେବ ନୂଆ ସରକାର। ସେଥିପାଇଁ ସରକାରୀ କର୍ମଚାରୀଙ୍କ ଦାୟିତ୍ବ ବଢିବ। ସେଥିପାଇଁ ଆସନ୍ତା ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି। ନୂଆ ସରକାର ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଚାଲିବ । ସେଥିପାଇଁ ୩୦ ପର୍ଯ୍ୟନ୍ତ କାହାରିକୁ ଛୁଟି ନଦେବାକୁ ନିର୍ଦ୍ଦେଶ । ହେଡକ୍ୱାର୍ଟର ନଛାଡିବାକୁ ମଧ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏମିତିକି ସରକାରୀ ଛୁଟି ଦିନରେ ବି ଅନୁପସ୍ଥିତ ନ ରହିବାକୁ କୁହାଯାଇଛି । କେବଳ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଛୁଟି ପାଇଁ ଅନୁମତି ମିଳିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ:- କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ମନ୍ତ୍ରଣାଳୟ; ଆଣବିକ ଶକ୍ତି ବିଭାଗ; ମହାକାଶ ବିଭାଗ; ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପ୍ରସଙ୍ଗ; ଏବଂ ଅନ୍ୟ ସମସ୍ତ ବିଭାଗ ଯାହା କୌଣସି ମନ୍ତ୍ରୀଙ୍କୁ ଦିଆଯାଇନାହିଁ। କ୍ୟାବିନେଟ ମନ୍ତ୍ରୀ ୧. ଶ୍ରୀ ରାଜନାଥ ସିଂ- ପ୍ରତିରକ୍ଷା ମନ୍ତ୍ରୀ ୨. ଶ୍ରୀ ଅମିତ ଶାହ- ସ୍ୱରାଷ୍ଟ୍ର ମନ୍ତ୍ରୀ; ଏବଂ ସମବାୟ ମନ୍ତ୍ରୀ ୩. ଶ୍ରୀ ନୀତିନ ଜୟରାମ ଗଡକରୀ- ସଡ଼କ ପରିବହନ ଓ ରାଜପଥ ୪. ଶ୍ରୀ ଜଗତ ପ୍ରକାଶ ନଡ୍ଡା- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ; ଏବଂ ରସାୟନ ଓ ସାର ମନ୍ତ୍ରୀ ୫. ଶ୍ରୀ ଶିବରାଜ ସିଂ ଚୌହାନ- କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ; ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ୬. ଶ୍ରୀମତୀ ନିର୍ମଳା ସୀତାରମଣ- ଅର୍ଥମନ୍ତ୍ରୀ; ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ୭. ଡକ୍ଟର ସୁବ୍ରମଣ୍ୟମ ଜୟଶଙ୍କର- ବୈଦେଶିକ ବ୍ୟାପାର ମନ୍ତ୍ରୀ ୮.…
ନୂଆଦିଲ୍ଲୀ: ଓଡିଶାର ତିନି ସାଂସଦ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ତାଙ୍କୁ ବିଭାଗ ବଣ୍ଟନ କରାଯାଇଛି। ସେହି ଅନୁସାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେହି ଶିକ୍ଷା ବିଭାଗର ଦାୟିତ୍ବ ମିଳିଛି। ସେହିପରି ଅଶ୍ବିନୀ ବୈଷ୍ଣବଙ୍କୁ ରେଳ ବିଭାଗ ସହିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦାୟିତ୍ବ ଦିଆଯାଇଛି। ବହୁ ବର୍ଷ ପରେ ପୁଣି ଥରେ କେନ୍ଦ୍ରମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ଜୁଏଲ ଓରାମଙ୍କୁ ମଧ୍ୟ ସେହି ପୁରୁଣା ବିଭାଗ ମିଳିଛି। ଜୁଏଲ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ଦାୟିତ୍ବରେ ରହିବେ। ପୂର୍ବରୁ ସେ ସେହି ବିଭାଗରେ କାର୍ଯ୍ୟ କରୁଥିଲେ।
ନୂଆଦିଲ୍ଲୀ: ଦୀର୍ଘ ବର୍ଷ ପରେ ପୁଣି ଥରେ ଓଡିଶାକୁ ଫେରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ଆଜି ନୂଆ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ବେଳେ ତାହା ଜଣାପଡିଛି। ଓଡିଶା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କୁ ମିଳିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ଏହି ବିଭାଗ ପୂର୍ବରୁ ଅନୁରାଗ ଠାକୁରଙ୍କ ହାତରେ ଥିଲେ। ଅଶ୍ବିନୀ ବୈଷ୍ଣବ ମୋଦିଙ୍କ ପୂର୍ବ ମନ୍ତ୍ରୀ ମଣ୍ଡଳରେ ରେଳ, ଯୋଗାଯୋଗ ଏବଂ ଆଇଟି ମନ୍ତ୍ରୀ ଥିଲେ। ହେଲେ ଏଥର ତାଙ୍କୁ କେବଳ ଗୋଟିଏ ବିଭାଗ ଦିଆଯାଇଛି। ପୂର୍ବରୁ କଂଗ୍ରେସ ଶାସନ ବେଳେ ଢେଙ୍କାନାଳ ସାଂସଦ ଥିବା କାମାକ୍ଷ ପ୍ରସାଦ ସିଂହଦେଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲେ।
ନୂଆଦିଲ୍ଲୀ: ଘୋଷଣା ହେଲା ନୂଆ ମନ୍ତ୍ରୀ ମଣ୍ଡଳର ବିଭାଗ ବଣ୍ଟନ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ମନ୍ତ୍ରୀଙ୍କୁ ବିଭାଗ ପ୍ରଦାନ କରିଛନ୍ତି। ଏ ପର୍ଯ୍ୟନ୍ତ ଆସିଥିବା ସୂଚନା ଅନୁସାରେ 1- ରାଜନାଥ ସିଂ- ପ୍ରତିରକ୍ଷା 2- ଅମିତ ଶାହ- ଗୃହ 3- ନୀତିନ ଗଡକରୀ- ସଡକ ପରିବହନ 4-ନିର୍ମଳା ସୀତାରମଣ- ଅର୍ଥ 5-ଏସ ଜୟଶଙ୍କର- ବୈଦେଶିକ ବିଭାଗ 6-ମନୋହର ଲାଲ- ଶକ୍ତି, ସହରାଞ୍ଚଳ ବିକାଶ 7- ଶିବରାଜ ଚୌହ୍ବାନ- କୃଷି 8- ଜୀତନ ମାଞ୍ଜୀ- ଏମଏସଏମଇ
ଭୁବନେଶ୍ବର: ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଆସନ୍ତାକାଲି ସ୍ପଷ୍ଟ ହେବ। ମଙ୍ଗଳବାର ଦିନ ଦିଲ୍ଲୀରୁ ଏକ ବନ୍ଦ ଲଫାପାରେ ମୁଖ୍ୟମନ୍ତ୍ରୀଙ୍କ ନାମ ଧରି ଓଡିଶା ଆସିବେ ଦୁଇ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦର ଯାଦବ। ସେମାନେ ବିଜେପି ବିଧାୟକ ଦଳରେ ଯୋଗ ଦେବେ। ଏହି ଲଫାପାରେ କେନ୍ଦ୍ରୀୟ ନେତୃବୃନ୍ଦ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନାମ ନିଷ୍ପତି କରି ଏହି ଦୁଇ ନେତା ହାତରେ ପଠାଇଛନ୍ତି। ସେମାନେ ବିଧାୟକ ଦଳ ବୈଠକରେ ତାହା ଘୋଷଣା କରିବେ। ଏହାପରେ ସମସ୍ତେ ଏହି ନାମକୁ ସମର୍ଥନ କରିବେ। ଏହା ନିଷ୍ପତି ସରିବା ପରେ ବୁଧବାର ଅପରାହ୍ନରେ ଭୁବନେଶ୍ବର ଜନତା ମଇଦାନରେ ଶପଥ ପାଠ ହେବ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

