Author: Samikhsya Bureau

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ତହସିଲଦାର ମନ୍ମଥ ବେହେରାଙ୍କ ନେତୃତ୍ବରେ ଆଇଆଇସି ସଞ୍ଜୟ ପଟ୍ଟନାୟକ,ଏସ୍‌ଆଇ ଦିଗ୍‌ବିଜୟ ବିଶ୍ବାଳ, ଏସ୍‌ଆଇ ପ୍ରସନ୍ନ ଜେନା ଓ ତାଙ୍କ ଟିମ ପାଟ୍ରୋଲିଂ କରୁଥିବା ସମୟରେ କରୋନା ପାଇଁ ଲାଗିଥିବା କଟକଣା ଉଲଂଘନ କରିବା ଅଭିଯୋଗରେ ଚାରିଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ବିରୁଦ୍ଧରେ କେସ ନମ୍ୱର୍ ୯୭/୨୦ରେ  ମାମଲା ରୁଜ୍ଜୁ କରାଯିବା ସହିତ ଏହି ଚାରି ଉଲଙ୍ଘନକାରୀଙ୍କ ବିରୋଧରେ  ଆଇପିସି ଧାରା ୧୮୮, ୨୬୯, ୨୭୦ ଓ  ୩୪ ଅନୁଯାୟୀ ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିକଟଙ୍କୁ ପଠାଯାଇଛି। କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ତଥାପି ଲୋକମାନେ ଏହାକୁ ନ ମାନି ବାହାରେ ବୁଲୁଥିବାର ଦେଖାଯାଉଛି। ଲକ୍‌ ଡାଉନ୍‌ ଉଲ୍ଲଂଘନକାରୀଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ  କରିବା ଲାଗି ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଯେଉଁମାନେ ଏହି ଆଇନକୁ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯାଉଛି। ଏହି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ମୁକାବିଲା ପାଇଁ ରାଜ୍ୟସରକାରଙ୍କୁ ହାତ ବଢଉଛନ୍ତି ଅନେକ ଶିଳ୍ପ ସଂସ୍ଥା ତଥା ସାଂସଦମାନେ । ଏହି କ୍ରମରେ ବିଜେଡି ସାଂସଦ ସସ୍ମିତ ପାତ୍ର ନିଜ ଜନ୍ମଦିନରେ ଅର୍ଥାତ୍‌ ମାର୍ଚ୍ଚ 23 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ଅନୁପ୍ରାଣିତ ହୋଇ ତିନିମାସର ଦରମା ଦାନ କରିଛନ୍ତି । କରୋନା ମୁକାବିଲା ପାଇଁ ନିଜେ ଘରେ ରହି ଅନ୍‌ ଲାଇନ୍‌ ପୋର୍ଟାଲ୍‌ ବ୍ୟବହାର କରି ସେ ନିଜର କର୍ତ୍ତବ୍ୟ ମଧ୍ୟ ସମ୍ପାଦନ କରୁଛନ୍ତି । କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ତିନିମାସର ଦରମା ଦାନ କରିବା ସହିତ ରାଜ୍ୟ ସରକାରଙ୍କୁ ଏନେଇ ସହଯୋଗ କରିବାକୁ ମଧ୍ୟ ଅନୁରୋଧ କରିଥିଲେ। ସେହିପରି ତାରା ପଟ୍ଟନାୟକ  1 କୋଟି ଟଙ୍କାର ରାଶି ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ୍‌କୁ ଦାନ କରିଥିବାବେଳେ ଓଏମ୍‌ସି ମଧ୍ୟ 500 କୋଟି ଟଙ୍କା ଦାନ କରିଛି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କାରୋନା ଏବେ ସାରା ବିଶ୍ଵ ରେ ମହାମାରୀ ସୃଷ୍ଟି କରିଛି । ଏହାକୁ ରୋକିବା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଥିପାଇଁ  ମୁଖ୍ୟମନ୍ତ୍ରୀ ସମାଜର ସମସ୍ତ ବର୍ଗକୁ ଅପିଲ କରିଛନ୍ତି । କାରୋନାକୁ  ଦୃଷ୍ଟିରେ ରଖି  ରାଜ୍ୟ ସରକାରଙ୍କ କାରୋନା ବିରୋଧୀ ଅଭିଯାନକୁ ସମର୍ଥନ କରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 5୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ଓଡ଼ିଶା ଖଣି ନିଗମ। ଏହା ଛଡା ଫେବୃଆରୀରେ ଓଏମସି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 100କୋଟି ଟଙ୍କା ପ୍ରଦାନ କରି ସାରିଛି। ଆହୁରି ମଧ୍ୟ ରାଜ୍ୟରେ କରୋନା ଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଓଏମସିର ନିର୍ଦ୍ଦେଶକ ମଣ୍ଡଳୀ 2019-20 ବର୍ଷର ଆଗୁଆ ଲାଭାଂଶରୁ 250 କୋଟି ପ୍ରଦାନ କରିବାକୁ ସ୍ଥିର କରିଛନ୍ତି ।

Read More

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ରାଷ୍ଟ୍ରକୁ ସମ୍ବୋଧିତ କରି 21 ଦିନ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ର ଘୋଷଣା କରିବା ସହ ସାମାଜିକ ଦୂରତ୍ବ ସମ୍ପର୍କରେ କହିଥିଲେ । ଏହି ଲକ୍‌ ଡାଉନ୍‌ ସମୟରେ ଘରୁ ନ ବାହାରି ଘରେ ରହିବାକୁ ପରାମର୍ଶ ଦେଇଥିଲେ । ସେହିପରି ସାମାଜିକ ଦୂରତ୍ବକୁ ପାଳନ କରିବାକୁ ମଧ୍ୟ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲ୍‌ ପରେ ଏହାର ପ୍ରଭାବ ଆଜି ସାରା ଦେଶରେ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ସୋସିଆଲ ଦୂରତ୍ବକୁ ଠିକ୍‌ ରୂପେ ପାଳନ କରୁଥିବାର ଦେଖିବାକୁ ମିଳିଛି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ଆବାସରେ ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟ୍‌ ବୈଠକରେ ଏହାର ନଜର ଦେଖିବାକୁ ମିଳିଛି । ଏହି ବୈଠକରେ ସମସ୍ତ ମନ୍ତ୍ରୀ ଏକ ମିଟର ଦୂରରେ ବସିଥିବାର ଦେଖାଯାଇଥିଲା । କରୋନା ସମ୍ପର୍କିତ ଚର୍ଚ୍ଚା କରାଯିବା ପାଇଁ ଏହି ବୈଠକ…

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସହ ମୁକାବିଲା କରିବା ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ସାରା ଦେଶକୁ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ହେବା ପରେ ଦିଲ୍ଲୀରେ କିଛି ଜାଗାରେ ଲୋକମାନେ ବହୁ ବ୍ୟସ୍ତବିବ୍ରତ ହୋଇଥିବାର ଦେଖିବାକୁ ମିଳିଥିଲା । ଲୋକମାନଙ୍କର ଏପରି  ପରିସ୍ଥିତିକୁ ଦୂର କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଦିଲ୍ଲୀର ପୋଲିସ୍‌ କମିଶନରଙ୍କ ନମ୍ବର ଜାରି କରିଛନ୍ତି । ଜାରି କରିଥିବା ନମ୍ବରଟି ହେଉଛି 011-23469536 । ଏହି ନମ୍ବର ଜରିଆରେ ପୋଲିସ୍‌ ତରଫରୁ ଯଦି କିଛି ଅସୁବିଧା ହେବ, ତେବେ  ଦିଲ୍ଲୀବାସୀ ସିଧାସଳଖ ନିଜର ଅସୁବିଧା ବିଷୟରେ ଏହି ନମ୍ବରରେ ସୂଚନା ଦେଇପାରିବେ । ଏତଦ୍‌ବ୍ୟତୀତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଇ-ପାସ୍‌ ଜାରି କରିବା ନେଇ ଘୋଷଣା କରିଛନ୍ତି । ଆବଶ୍ୟକୀୟ ସେବା ପ୍ରଦାନକାରୀଙ୍କୁ ଇସ୍‌ ପାସ୍‌ ଜାରି କରାଯିବ । ଏହା ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ…

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌କୁ ମୁକାବିଲା କରିବା ପାଇଁ ସାରା ଦେଶରେ 21 ଦିନ ପାଇଁ ଲକ୍‌ ଡାଉନ୍‌ର ଘୋଷଣା କରାଯାଇଛି ।  ତେବେ ଏହି ସମୟରେ ଜରୁରୀସେବାଗୁଡିକର ସେବା ଯୋଗାଇ ଦିଆଯିବ । ପନିପରିବା, ଫଳ, ଔଷଧ,  ଗ୍ରୋସରୀ ଓ କ୍ଷୀର ଆଦି ଖୋଲା ରହିବ । ତେବେ ଏପରି ସମୟରେ ବିଗ୍‌ ବଜାର ନିଜ ଗ୍ରାହକମାନଙ୍କୁ ଜରୁରୀ ଆବଶ୍ୟକୀୟ ସାମଗ୍ରୀ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଇଛି । ବିଗ୍‌ ବଜାର ଏନେଇ କିଛି ରାଜ୍ୟରେ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବ ବୋଲି ଟୁଇଟ୍‌ ଜରିଆରେ ସୂଚନା ଦେଇଛି । ଏହି ଟୁଇଟରରେ ଘରେ ଡେଲିଭରି ଯୋଗାଇଦେବା ଲାଗି ଫୋନ୍‌ ନମ୍ବର ଓ ସ୍ଥାନର ନାମ ଜାରି କରିଛି । ଏହା ଜରିଆରେ ଗ୍ରାହକ ଅତ୍ୟାବଶ୍ୟକ ସାମଗ୍ରୀର ଅର୍ଡର କରିପାରିବେ । ଘରେ ବସି ଆରାମରେ ଅତ୍ୟାବଶ୍ୟକ ଜିନିଷ ପାଇପାରିବେ । ଲକ୍‌ ଡାଉନ୍‌ ସମୟରେ ଘରୁ ନ…

Read More

ନୂଆଦିଲ୍ଲୀ: ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତକଥା। ବର୍ତ୍ତମାନ ସାରା ପୃଥିବୀରେ କରୋନା ଭାଇରସକୁ ନେଇ ଏକ ଆତଙ୍କର ବାତାବରଣ ସୃଷ୍ଟି ହେବାରେ ଲାଗିଛି। ଲୋକମାନେ ଏକ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି। କାଳେ ଏହି ଭାଇରସ ପଶିଯିବ ଆଉ ମୋତେ ମାରିଦେବ, ଏହି ଭୟ ଘାରିଛି। ଏହି ଭାଇରସ ନେଇ ଅଧା ପୃଥିବୀ ବର୍ତ୍ତମାନ ଲକଡାଉନ ସ୍ଥିତିରେ। ହେଲେ ଆଶ୍ଚର୍ଯ୍ୟର କଥା ଜଣେ 95 ବର୍ଷର ବୃଦ୍ଧା ଏହି ମାରାତ୍ମକ ଭାଇରସ କବଳରୁ ମୁକୁଳି ପାରିଛନ୍ତି। ଯାହକୁ ନେଇ ହସପିଟାଲରେ ଏକ ଆନନ୍ଦର ବାତାବରଣ ଖେଳିଯାଇଛି। ଘଟଣାଟି ଘଟିଛି ଇଟାଲୀରେ। ଗତ ମାର୍ଚ୍ଚ 5 ତାରିଖରେ ଇଟାଲୀର ମୋଡେନା ହସପିଟାଲରେ ଜଣେ ବୃଦ୍ଧା ଆଲ୍ମା କ୍ଲାରା କ୍ରୋସିନ୍ ଥଣ୍ଡା କାସ ପାଇଁ ହସପିଟାଲରେ ଭର୍ତ୍ତି ହେଲେ। ଇଟାଲୀରେ କରୋନା ଭାଇରସ ଏକ ମାରାତ୍ମକ ପରିସ୍ଥିତି ସୃଷ୍ଟି କରିଥିବାରୁ ସ୍ବାସ୍ଥ୍ୟ କର୍ମୀମାନେ ଭୟଭୀତ ହୋଇପଡିଲେ। ମୁଖ୍ୟତଃ ବୟସ୍କ ଲୋକଙ୍କୁ ଏହି ରୋଗ ହେଉଥିବାରୁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବର୍ତ୍ତମାନ ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଯାତ୍ରା ଦଣ୍ଡଯାତ୍ରାର ସମୟ। କିନ୍ତୁ କରୋନା ସଂକ୍ରମଣର ଭୟ ଥିବାରୁ ରାଜ୍ୟ ତଥା ଜିଲ୍ଲାରେ ଲକ୍‌ଡ଼ାଉନ୍ ସ୍ଥିତି ରହିଛି। ତେଣୁ ସମସ୍ତ ପ୍ରକାର ଯାନିଯାତ୍ରା, ସଭାସମିତି, ଦୋକାନ ବଜାର ଖୋଲିବା ଉପରେ କଟକଣା ଜାରି ହୋଇଛି। ଏହି ପରିପ୍ରେକ୍ଷୀରେ ଗଂଜାମର ଜାମୁନିରେ ହେବାକୁ ଥିବା ଦଣ୍ଡଯାତ୍ରା ଦଳ ଆଜିଠୁ ତାଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏ ବିଷୟ ନେଇ ଖବର ପ୍ରଚାରିତ ହେବା ପରେ ପୁରୁଷୋତ୍ତମପୁର ପୋଲିସ୍ ୧୦ ଜଣ ଦଣ୍ଡୁଆକୁ ଅଟକ ରଖିଛି। ଥାନା କେସ ନଂ ୧୮୮/୨୭୧ ଆଇପିସିରେ ଏକ ମାମଲା ରୁଜୁ ହୋଇଛି।

Read More

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତିକୁ ଦେଖି ସମ୍ପୂର୍ଣ୍ଣ ଦେଶରେ ଏବେ ଲକ୍‌ ଡାଉନ୍‌ ଜାରି ରହିଛି । ଏହି ଲକ୍‌ ଡାଉନ୍‌ ଆସନ୍ତା ଏପ୍ରିଲ୍‌ 14 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ଅବସରରେ ଅଫିସ୍‌, ବଜାର, ସାର୍ବଜନିକ ପରିବହନ ସମସ୍ତ ବନ୍ଦ ରହିଛି। ତେବେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଯେପରିକି ଫଳ, ପନିପରିବା, ଗ୍ରୋସରୀ, କ୍ଷୀର, ମେଡିସିନ୍‌ ଆଦି ଖୋଲା ରହିବ। ପ୍ରଧାନମନ୍ତ୍ରୀ ମୋଦି ଏହି 21 ଦିନ ଘରୁ ବାହାରକୁ ନ ଯିବାକୁ ଅନୁରୋଧ କରିଛନ୍ତି। କରୋନା ପାଇଁ ଦେଶରେ 21 ଦିନ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ର ଘୋଷଣା କରାଯାଇଛି। ଏହି ଘୋଷଣା ପରେ ଇ-କମର୍ସ କମ୍ପାନୀ ପ୍ଲିପ୍‌କାର୍ଟ ନିଜର ସେବାକୁ ଅସ୍ଥାୟୀ ରୂପେ ବନ୍ଦ କରିଛି। ସେହିପରି ମଙ୍ଗଳବାର ଦିନ ଆମାଜନ୍‌ ଇଣ୍ଡିଆ ମଧ୍ୟ କେବଳ ଅତ୍ୟାବଶ୍ୟକ ଉତ୍ପାଦ ଉପରେ ଧ୍ୟାନ କେନ୍ଦ୍ରିତ କରିବ ବୋଲି କହିଛି । ସେହିପରି ପ୍ଲିଫ୍‌କାର୍ଟ ନିଜ ଓ୍ବେବସାଇଟ୍‌ରେ ଏକ…

Read More

ମୁମ୍ବାଇ, ବର୍ତ୍ତମାନ ଚାରିଆଡେ ଲକଡାଉନ ଘୋଷଣା, ହେଲେ ଏହି ଘୋଷଣା ପୂର୍ବରୁ ଅନେକ ଘର ପାଇଁ ଜିନିଷପତ୍ର କିଣି ଆଣି ରଖିଛନ୍ତି। ସେହିପରି ଅଭିନେତ୍ରୀ ନୁଶରତ ମଧ୍ୟ ଏକ ତେଜରାତି ମଲକୁ ଯାଇ ଘର ପାଇଁ ଅନେକ କିଛି କିଣି ଆଣିଛନ୍ତି।

Read More

ନୂଆଦିଲ୍ଲୀ : ଚୀନରୁ ବୁହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍‌ ଏବେ ବିଶ୍ବ ମହାମାରୀ । ଚୀନ୍‌ ପରେ ଇଟାଲୀ ଏବେ ସ୍ପେନ୍‌ରେ ତାଣ୍ଡବ ରଚି ଚାଲିଛି । ସ୍ବେନ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ଚାଳିଶ ହଜାର ଟପି ସାରିଛି । ସେହିପରି ମୃତ୍ୟୁ ସଂଖ୍ୟା 2991ରେ ପହଞ୍ଚିଛି । କରୋନା ଭାଇରସ୍‌ରେ ମୃତକଙ୍କ ସଂଖ୍ୟା ମଧ୍ୟରେ ଇଟାଲୀ ଓ ଚୀନ୍‌ ପରେ ସ୍ବେନରେ ଅଧିକ ରହିଛି । ବିଗତ ଦୁଇ ସପ୍ତାହ ମଧ୍ୟରେ କରୋନା ସ୍ପେନରେ ପ୍ରବଳ ମାତ୍ରାରେ ବ୍ୟାପିଛି ।  ସ୍ପେନ୍‌ରେ ଲୋକମାନେ ଲକ୍‌ ଡାଉନ୍‌ ତଥା ସାମାଜିକ ଦ୍ବରତ୍ବ ନ ମାନିବା ଯୋଗୁଁ ଏତେ ମାତ୍ରାରେ ସଂକ୍ରମଣ ହୋଇଥିବାର ସୂଚନା ରହିଛି । ବିଗତ 24 ଘଣ୍ଟା ମଧ୍ୟରେ ସ୍ପେନ୍‌ରେ 462ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଇଟାଲୀରେ ସର୍ବାଧିକ 6,820ଜଣଙ୍କର ମୃତୁ ହୋଇଛି । ଇଟାଲୀରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 69,176ଜଣ ରହିଛନ୍ତି ।…

Read More

ତେଲେଙ୍ଗାନା : କରୋନା ମୁକାବିଲା ପାଇଁ ସାରା ଦେଶରେ ଏବେ ଲକ୍‌ ଡାଉନ୍‌ ଲାଗୁ କରାଯାଇଛି । ଏବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ୍ବ ଲକ୍‌ ଡାଉନ୍‌କୁ ନେଇ ବେଶ୍‌ ଶକ୍ତ ହୋଇଛନ୍ତି । ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ, ଯଦି ଲୋକମାନେ ଲକ୍‌ ଡାଉନ୍‌ ନିୟମକୁ ପାଳନ କରିବେ ନାହିଁ, ତେବେ ସେମାନଙ୍କୁ ଗୁଳି ମାରିବାର ଆଦେଶ ଦେବା ଛଡା ଅନ୍ୟ କିଛି ବିକଳ୍ପ ରହିବ ନାହିଁ । ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 37ରେ ପହଞ୍ଚିଲାଣି । କରୋନ ସ୍ଥିତିକୁ ନେଇ କେସିଆର କହିଛନ୍ତି ଯେ, ଯଦି ଲକ୍‌ ଡାଉନ୍‌ର ନିୟମକୁ ଉଲ୍ଲଂଘନ କରନ୍ତି ତେବେ ଆଗାମୀ 24 ଘଣ୍ଟା ମଧ୍ୟରେ କର୍ଫ୍ୟୁ ଜାରି କରିବାକୁ ପଡିବ । ସେ ଜନସାଧାରଣଙ୍କୁ କହିଛନ୍ତି ଯେ, ଯଦି ଲୋକମାନେ ପୋଲିସ୍‌ର କଥାକୁ ଶୁଣିବେ ନାହିଁ, ତେବେ ସେନା ନିୟୋଜିତ କରାଯିବ ଏବଂ ଗୁଳି…

Read More

କେଉଁଝର, ଚାରିଆଡେ କରୋନା ପାଇଁ ସତର୍କତା ଅବଲମ୍ବନ ପାଇଁ କୁହାଯାଉଛି। ଗୋଟିଏ ପଟେ ସରକାର ତେଜରାତି ଦୋକାନ ଖୋଲିବା ପାଇଁ କହୁଥିବା ବେଳେ ଅନ୍ୟପଟେ ଭିଡ ନ କରିବା ପାଇଁ କହୁଛନ୍ତି। ଦୋକାନ ଖୋଲା ହେଲେ ସେଠାରେ ନିଶ୍ଚିତ ଗହଳି ହେବ ଏଥିରେ ସନ୍ଦେହ ନାହିଁ। ହେଲେ ଏପରି ଏକ ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରିଛନ୍ତି କେଉଁଝର ପ୍ରଶାସକ। କେଉଁଝର ଟାଉନରେ ଲୋକମାନେ ତେଜରାତି ଦୋକାନରେ ଭିଡ କରିବାରୁ ସେଠାକାର ପ୍ରଶାସନ ଦୋକାନ ଆଗରେ ଗାର ଟାଣି ଦେଇଛନ୍ତି। ଏକ ମିଟର ବ୍ୟବଧାନରେ ଗୋଟିଏ ଗୋଟିଏ ଗୋଲାକାର ଗାର ଟଣାଯାଇଛି। ଯେଉଁମାନେ ଜିନିଷ କିଣିବାକୁ ଆସିବେ ସେମାନେ ସେହି ଗୋଲାକାର ଗାର ଭିତରେ ଲାଇନରେ ରହିବେ। ଜଣେ ଆଗକୁ ଯିବା ପରେ ପଛ ଗୋଲାକାରରେ ଥିବା ଲୋକ ପୁଣି ଆଗ ଗୋଲାକାରକୁ ଯିବେ। ପ୍ରଶାସନର ଏପରି ପଦକ୍ଷେପ ଯୋଗୁଁ ବର୍ତ୍ତମାନ ସାମାଜିକ ଦୂରତା ବଜାଇ ରଖାଯିବା ସହିତ ଲୋକମାନେ ଜରୁରୀ ଜିନିଷ…

Read More

ମୁମ୍ବାଇ: କୁହାଯାଏ, ଭଗବାନ ତାଙ୍କୁ ସାହାଯ୍ୟ କରିଥା’ନ୍ତି, ଯିଏ ନିଜର ସାହାଯ୍ୟ କରିଥାଏ। ସାରା ଦେଶରେ ଏବେ କରୋନା ମହାମାରୀ ବ୍ୟାପିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦେଶକୁ ସମ୍ବୋଧନ କରି 21 ଦିନ ପାଇଁ ଲକ୍‌ ଡାଉନ୍‌ କରିଛନ୍ତି। ଆଗାମୀ 21 ଦିନ ପର୍ଯ୍ୟନ୍ତ ନିଜକୁ ଘରେ ବନ୍ଦ ରଖିବାକୁ ଉପଦେଶ ଦେଇଛନ୍ତି। ତେବେ ଦେଶର ଏପରି ଏକ ଗ୍ରାମ ସାମ୍ନାକୁ ଆସିଛି। ଯେଉଁଠି ସମ୍ପୂର୍ଣ୍ଣ ଗ୍ରାମଟି ଆଇସୋଲେସନ୍‌ରେ ରହିଛି। ଏଠାକୁ ନା କେହି ଆସିପାରିବେ, ନା କେହି ଯାଇପାରିବେ। ଏହି ଦ୍ବୀପଟି ସମ୍ପୂର୍ଣ୍ଣ ରୂପେ ଆଇସୋଲେସନ୍‌ରେ ରହିଛି। ଦୁନିଆର ପ୍ରଥମ ଗ୍ରାମ ଭାବରେ ଏହି ଗ୍ରାମଟି ସମ୍ପୂର୍ଣ୍ଣ ଆଇସୋଲେସନରେ ରହିଛି। ମୁମ୍ବାଇ ନିକଟସ୍ଥ ବସଇ ଅଞ୍ଚଳରେ ଏକ ଦ୍ବୀପରେ ଏହି ପଞ୍ଜୁ ଗ୍ରାମ ଅବସ୍ଥିତ। ଏହି ଦ୍ବୀପଟିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି। ଏହି ଗ୍ରାମଟି ବୋରିବଲୀ ଲୋକାଲ୍‌ ଷ୍ଟେସନ୍‌ ପାଖରୁ ପ୍ରାୟ 15 କିଲୋମଟିର ଦୂରରେ…

Read More

ପୁରୀ, ବର୍ତ୍ତମାନ ଚାରିଆଡେ କରୋନା ଭୟ ଲାଗିରହିଛି। ସେଥିପାଇଁ ମଧ୍ୟ ଜନସାଧାରଣ ସଚେତନ ହେବାରେ ଲାଗିଲେଣି। ପୁରୀ ଜିଲ୍ଲା ପ୍ରଶାସନ ଯଥେଷ୍ଠ ପୂର୍ବରୁ ପୁରୀ ପାଇଁ ସତର୍କତା ନେବାରୁ ବର୍ତ୍ତମାନ ସେଠାକାର ପରିସ୍ଥିତି ଭଲ ରହିଛି। ପୂର୍ବରୁ ଶ୍ରୀମନ୍ଦିରକୁ ଭକ୍ତଙ୍କୁ ମନା କରାଯିବାରୁ ଆଉ କେହି ଯାଉ ନାହାଁନ୍ତି। ହେଲେ ସିଂହଦ୍ବାରରୁ ପତିତପାବନଙ୍କୁ ଦେଖି ଭକ୍ତମାନେ ଆସୁତିଲେ। ଲକଡାଉନ ଘୋଷଣା ପରେ ତାହା ମଧ୍ୟ ଆଉ ପରିଲକ୍ଷିତ ହେଉ ନାହିଁ। ବଡଦାଣ୍ଡରେ ଆଉ ହୋ ହାଲ୍ଲା ନାହିଁକି ଭକ୍ତଙ୍କ ଗହଳି ନାହିଁ। ସେହିପରି ଅବସ୍ଥା ସମୁଦ୍ର କୂଳରେ ଦେଖିବାକୁ ମିଳିଛି। କଥାରେ କହନ୍ତି ସେଠାରେ ପକ୍ଷୀଟିଏ ବି ଉଡୁ ନାହାଁନ୍ତି। ଅର୍ଥାତ ପୁରା ଶୂନଶାନ ହୋଇପଡିଛି ପୁରୀ ସମୁଦ୍ରକୂଳ। ସେଠାରେ ମଧ୍ୟ ପ୍ରଶାସନ ତରଫରୁ ପର୍ଯ୍ୟଟକମାନେ ନ ଆସିବା ପାଇଁ ସତର୍କ କରାଯାଇଥିଲା। ହୋଟେଲ ରେସ୍ତୋରାଁକୁ ଯାଇ ପର୍ଯ୍ୟଟକଙ୍କୁ ବୁଝାଯାଇଥିଲା। ଫଳରେ ବର୍ତ୍ତମାନ କିଛିଦିନ ଧରି ସମୁଦ୍ରକୂଳ ମଧ୍ୟ ଖାଁ ଖାଁ…

Read More

ନୂଆଦିଲ୍ଲୀ : ଭାରତରେ ମହାମାରୀ କରୋନା ବେଶ୍‌ ସକ୍ରିୟ ରହିଛି । ପୁଣି ଆଉ ଏକ ମୁଣ୍ଡ ନେଇଛି କରୋନା । ତାମିଲନାଡୁର ଜଣେ ବ୍ୟକ୍ତି କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ତାମିଲନାଡୁରେ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଛି । ମାର୍ଚ୍ଚ 23 ତାରିଖରେ ସେ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କର ଚିକିତ୍ସା ରାଜାଜୀ ହସ୍ପିଟାଲରେ ହେଉଥିଲା । ତାମିଲନାଡୁର ଜଣକର ମୃତ୍ୟୁ ପରେ ସାରା ଦେଶରେ ମୃତ୍ୟୁ ସଂଖ୍ୟା ଏବେ 11ରେ ପହଞ୍ଚିଛି । ସ୍ବାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ମଦୁରାଇର ଜଣେ 54 ବର୍ଷୀୟ ବ୍ୟକ୍ତିଙ୍କର ବୁଧବାର ଦିନ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଗତ ଦୁଇ ଦିନ ହେବ ସେ ରାଜାଜୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ଡାଇବେଟିସ୍‌ ସହିତ ହାଇପର୍‌ଟେନ୍‌ସନ୍‌ ରହିଥିଲା । ତାମିଲନାଡୁରେ ଏପର୍ଯ୍ୟନ୍ତ କରୋନା ଯୋଗୁଁ 18ଟି ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ…

Read More

କେଦାର ମିଶ୍ର ପୂରା ଦେଶ ଆଜି ଯେତେବେଳେ ନିଜକୁ ଗୃହବନ୍ଦୀ କରି ରଖିଛି ଓ ନିଜର ଆର୍ଥିକ ଭବିଷ୍ୟତକୁ ନେଇ ଆଶଙ୍କାରେ ଠିଆ ହୋଇଛି, ସେତେବେଳେ ଜାତୀୟ ରାଜନୀତିର ଚେହେରା କେମିତି ହେବା ଉଚିତ? ଏହା ପ୍ରଶ୍ନ ନୁହେଁ, ଏହା ଗୋଟେ ପ୍ରକାର ଆଶାବାଦ। ଅନ୍ତତଃ ଆଜିର ରାଜନୀତିରେ ବିଭାଜନ ଓ ବିତର୍କର ଆବଶ୍ୟକତା ନାହିଁ। ଆଜି ପୂରା ଦେଶକୁ ଏକାଠି ଠିଆ ହେବାକୁ ପଡିବ। ଯେତେବେଳେ ସାରା ଦେଶର ଅର୍ଥନୀତି ଅନ୍ଧାର ଆଡକୁ ଗତି କରୁଛି, ସେତେବେଳେ ରାଜନୀତିରେ ଏକତାର କଥା ଆମେ ଆଶା କରିବା ଅନୁଚିତ ହେବନାହିଁ। ହେଲେ ଏଇ ଏକତାର ବାର୍ତ୍ତା ଆସିବ କେଉଁଠୁ? ଯେଉଁମାନଙ୍କ ହାତରେ ଦେଶର ଶାସନ ଦାୟିତ୍ଵ ରହିଛି, ସେମାନେ ପ୍ରଥମେ ଏ ପ୍ରକାର ରାଜନୀତିର ଆରମ୍ଭ କରିବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସମ୍ପର୍କରେ ପ୍ରଥମେ ସାର୍କ ଦେଶର ରାଷ୍ଟ୍ରମୁଖ୍ୟମାନଙ୍କ ସହ କଥା ହେଲେ। ତାପରେ ଦେଶକୁ  ଦୁଇଥର ଉଦବୋଧନ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସମଗ୍ର ବିଶ୍ବ କରୋନା ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ମୁମ୍ବାଇରେ ଫସି ରହିଥିବା ରାଜ୍ୟ 25 ଜଣ ବରିଷ୍ଠ ନାଗରିକଙ୍କୁ ସହାୟତା କରିଛି ଓଡିଶା ମୋ ପରିବାର । ଗୁଜରାଟ ଏବଂ ରାଜସ୍ଥାନକୁ ତୀର୍ଥଯାତ୍ରାରେ ଯାଇଥିବା ଏହି ବରିଷ୍ଠ ନାଗରିକଙ୍କ ମୁମ୍ବାଇରେ ଫସି ରହିଥିବା ନେଇ କଟକ ବରିଷ୍ଠ ନାଗରିକ ମହାସଭାର ଚେୟାରମ୍ୟାନ୍‌ ବିଷ୍ଣୁ ଦାସ ସାମନ୍ତ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ସୂଚନା ଦେଇଥିଲେ । ଏହି ଯାତ୍ରୀ ମାନଙ୍କ ମଧ୍ୟରୁ 17 ଜଣ ବିମାନ ଟିକଟ କରି ସାରିଥିଲେ ମଧ୍ୟ ଲକ୍‌ଡାଉନ୍‌ କାରଣରୁ ଅଟକି ରହିଥିଲେ । ମୁଖ୍ୟମନ୍ତ୍ରୀ ଏବଂ ମୋ ପରିବାର ଆବାହକ ଅରୂପ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ ପରେ ସେ କୁର୍ଲା ଷ୍ଟେସନ୍‌ର ପୋଲିସ୍‌ ଅଧିକାରୀଙ୍କୁ ସମ୍ପର୍କ କରିଥିଲେ । କୁର୍ଲା ଷ୍ଟେସନ୍‌ର ବରିଷ୍ଠ ଇନ୍ସପେକ୍ଟର ତେଜାଲେଙ୍କ ସହଯୋଗରେ ଉକ୍ତ 17 ଜଣଙ୍କୁ ବିମାନବନ୍ଦରରେ ପହଞ୍ଚାଇବା ସହିତ ବାକି…

Read More

ରମେଶ ଚନ୍ଦ୍ର ମହାନ୍ତି ଜଗତସିଂହପୁର: କରୋନା କୁ ନେଇ ରାଜ୍ୟର ୧୪ଟି ଜିଲ୍ଲାରେ ଲକ ଡାଉନ ଘୋଷଣା କରାଯାଇଛି। ଘରୁ ଲୋକଙ୍କୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ହେଲେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବାହାନାରେ ଗୋଟିଏ ସ୍ଥାନରେ ଶତାଧିକ ଲୋକ ରୁଣ୍ଡ ହେଉଥିଲେ ମଧ୍ୟ ପ୍ରଶାସନିକ ତତ୍ପରତାର ଅଭାବ ମୁଣ୍ଡବିନ୍ଧାର କାରଣ ସାଜିଛି। ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳରେ। ଗୋଟିଏ ସ୍ଥାନରେ ଏକାଧିକ ଲୋକ ଏକାଠି ହେବା ଉପରେ କଟକଣା ଜାରି ହୋଇଛି। ହେଲେ ମାନୁନାହାଁନ୍ତି ଲୋକେ। ତିର୍ତ୍ତୋଲ ବ୍ଲକ ନେହେରୁ ବଜାର ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ଲୋକ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ବାହାନାରେ ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି ଶତାଧିକ ଲୋକ। ବେପରୁଆ ଢଙ୍ଗରେ ଚାଲିଛି କିଣାବିକା। କରୋନା ଭୟରେ ଲୋକଙ୍କୁ ସଚେତନ ହେବା ପାଇଁ ସରକାର କଟକଣା ଜାରି କରିଥିଲେ ମଧ୍ୟ ମାନୁନାହାଁନ୍ତି ଲୋକେ। ଲୋକଙ୍କ ଭିଡକୁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟରାତ୍ରରୁ ସମଗ୍ର ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ଏହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ମୋଦିଙ୍କ ସମ୍ବୋଧନ ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଲକ୍‌ଡାଉନ୍‌ର ନିୟମାବଳୀ ସମ୍ପର୍କିତ ଏକ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ନିୟମାବଳୀକୁ ଟ୍ବିଟ୍‌ କରିବା ସହିତ ଦେଶବାସୀ ଭୟଭୀତ ନହେବା ପାଇଁ ନିବେଦନ କରିଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ସଂଖ୍ୟା ୪୦,୩/୨୦୨୦ରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ନିୟମ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ କରାଯିବ। ନିୟମାବଳୀ : ୧. କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ସୁରକ୍ଷା ବଳ ଅଧିକାରୀ, ପ୍ରତିରକ୍ଷା କର୍ମୀ, ପେଟ୍ରୋଲିୟମ୍‌ ମନ୍ତ୍ରାଳୟ, ବିପର୍ଯ୍ୟୟ ପରିଚାଳନା ବିଭାଗ, ଶକ୍ତି ଓ ପରିବହନ ବିଭାଗ ଏବଂ ଜାତୀୟ ସୂଚନା କେନ୍ଦ୍ରକୁ ଏଥିରୁ ବାଦ…

Read More

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପ୍ରଭାବକୁ ନେଇ ଏକ ସପ୍ତାହ ମଧ୍ୟରେ କ୍ରମାଗତ ଦ୍ବିତୀୟ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମଧ୍ୟରାତ୍ରରୁ ଦେଶରେ ଲକ୍‌ଡାଉନ୍‌ ଜାରି କରିବା ପାଇଁ ମୋଦି ଘୋଷଣା କରିଛନ୍ତି। ୨୧ ଦିନ ପାଇଁ ଏହି ଲକ୍‌ଡାଉନ୍‌ ଜାରି ରହିବା ନେଇ ମୋଦି ଘୋଷଣା କରିଛନ୍ତି। ଦେଶବାସୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଲକ୍‌ଡାଉନ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ନିୟମ ଲାଗୁ କରାଯିବ । ଆସନ୍ତା ୨୧ ଦିନ ମଧ୍ୟରେ ଏହି ଭାଇରସ୍‌କୁ ନିୟନ୍ତ୍ରଣରେ ରଖିବାକୁ ପଡିବ। କୌଣସି ଟୀକାକରଣ ବ୍ୟବସ୍ଥା ନଥିବାରୁ ସୋସିଆଲ୍‌ ଡିଷ୍ଟାନ୍ସିଂ ଏହି ଭାଇରସ୍‌ରୁ ରକ୍ଷା ପାଇବାର ଏକମାତ୍ର ଉପାୟ ବୋଲି ମୋଦି କହିଛନ୍ତି। ଏହି ୨୧ ଦିନ ପରସ୍ଥିତି ନିୟନ୍ତ୍ରଣ ନକଲେ ଦେଶ ୨୧ ବର୍ଷ ପଛକୁ ଚାଲିଯିବ ବୋଲି ମୋଦି କହିଛନ୍ତି।…

Read More