କରୋନାରେ ପ୍ରାଣ ହାରିଲେ ହଲିଉଡ୍‌ ଷ୍ଟାର୍‌ ଆଣ୍ଡ୍ର୍ୟୁ ଜ୍ୟାକ୍‌

Published: Apr 1, 2020, 1:27 pm IST

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସାରା ଦୁନିଆରେ ମୃତ୍ୟୁର ତାଣ୍ଡବ ଜାରି ରଖିଥିବାବେଳେ ସମଗ୍ର ବିଶ୍ବରେ 42 ହଜାରରୁ ଉର୍ଦ୍ଧ୍ବ ଲୋକେ ଏଥିରେ ମୃତ୍ୟୁବରଣ କଲେଣି । ଏହି ମହାମାରୀ ସଂକ୍ରମଣରେ ବହୁ ବଡ ବଡ ହସ୍ତୀ ଆସିଥିବାବେଳେ ଜଣେ ହଲିଉଡ୍‌ ଷ୍ଟାରଙ୍କ ଜୀବନ ଚାଲିଯାଇଛି । ଷ୍ଟାର୍‌ ଓ୍ବାର୍ସରେ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିଥିବା ଅଭିନେତା ଆଣ୍ଟ୍ର୍ୟୁ ଜ୍ୟାକ୍‌ଙ୍କ ମୃତ୍ୟୁ ଘଟିଛି । 75 ବର୍ଷୀୟ ଆଣ୍ଡ୍ର୍ୟୁ ବ୍ରିଟେନ୍‌ଠାରେ ପ୍ରାଣତ୍ୟାଗ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଗ୍ରାବିଏଲା ରୋଜର୍ସ ଏବେ ଅଷ୍ଟ୍ରେଲିଆରେ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । (ଏଜେନ୍ସି)

Related posts