ନୂଆଦିଲ୍ଲୀ, ବର୍ତମାନ ସୁଦ୍ଧା ଦେଶରେ ୧୧୪ ଜଣ କରୋନା ଭୂତାଣୁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସଦ୍ୟସୂଚନା ଅନୁଯାୟୀ ଓଡ଼ିଶା, ଜମ୍ମୁ କଶ୍ମୀର, କେରଳ ଓ ଲଦାଖରେ ଗୋଟିଏ ଲେଖାଏଁ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ୧୩ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି। ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୫୨୦୦ ଲୋକଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ଉପରେ ନଜର ରଖାଯାଇଛି । ଇରାନରୁ ଚତୁର୍ଥ ପର୍ଯ୍ୟାୟରେ ୫୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ସେମାନେ ଆଜି ଭାରତରେ ପହଁଚିବା ପରେ ସେମାନଙ୍କୁ ଜୟଶାଲମେରସ୍ଥିତ ସେନା ସୁବିଧା କେନ୍ଦ୍ରରେ ପୃଥକ ଭାବେ ରଖାଯାଇଛି। କାହାରି ନିକଟରେ ରୋଗର ଲକ୍ଷଣ ଦେଖାଯାଉନାହିଁ ଏବଂ ସମସ୍ତଙ୍କୁ ନିୟମ ଅନୁଯାୟୀ କ୍ୱାରେଂଟିନ (ପୃଥକ) ଭାବେ ରଖାଯାଇଛି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀର ନିର୍ମାଣ ଭବନରେ କରୋନା ଭୂତାଣୁ (କୋଭିଡ-୧୯)କୁ…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟସଭାରେ କୋରୋନା ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଏଟିଏମ୍ ସର୍ବସାଧାରଣ ବ୍ୟବହାର ସ୍ଥଳ ହୋଇଥିବା ବେଳେ ଏହାକୁ କିପରି ସୁରକ୍ଷିତ କରାଯିବ ଏବଂ ସଙ୍କ୍ରମଣ କରାଯିବ ଏହାକୁ ନେଇ ସସ୍ମିତ ପ୍ରଶ୍ନ ଉଠାଇଥିଲେ । ଏଟିଏମ୍କୁ ସମସ୍ତେ ଛୁଉଁଥିବା ବେଳେ ଏହାକୁ କିପରି ସୁରକ୍ଷିତ କରାଯିବ ତାକୁ ନେଇ ପ୍ରଶ୍ନ ଉଠାଇଥିଲେ ଶ୍ରୀ ପାତ୍ର । ସେହିପରି ସମଗ୍ର ଦେଶରେ 51ଟି ପରୀକ୍ଷଣ କେନ୍ଦ୍ର ରହିଥିବା ବେଳେ ଏହାର ସଂଖ୍ୟା ବଢାଇବା ପାଇଁ ମଧ୍ୟ ଶ୍ରୀ ପାତ୍ର କହିଥିଲେ । ସେହିପରି ଡାକ୍ତରଙ୍କ ପାଇଁ ବ୍ୟବହୃତ ସୁଟ୍ ମଧ୍ୟ ଆବଶ୍ୟକ ସଂଖ୍ୟକ ନଥିବା ଉପରେ ପ୍ରଶ୍ନ ଉଠାଇଥିଲେ ଶ୍ରୀ ପାତ୍ର । ସେହିପରି ସମସ୍ତ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା ରହିଥିବା ବେଳେ ଘରୋଇ ବିମାନବନ୍ଦରରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରାଯିବା ଉଚିତ୍ । ସେହିପରି ଓଡିଶା ବିଧାନସଭାରେ…
ବବୁଲୁ ସାହୁ କଳାହାଣ୍ଡି: ଆଜି ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ଲାଞ୍ଚ ନେଉଥିବା ବେଳେ ଶ୍ରମ ନିରୀକ୍ଷକ ଜୟନ୍ତ କୁମାର ପଣ୍ଡା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଶ୍ରମିକ ପ୍ରେରଣ ଲାଇସେନ୍ସ ନବୀକରଣ ପାଇଁ ଡକ୍ଟର ତରାଇ ନାମକ ବ୍ୟକ୍ତିଙ୍କ ଠାରୁ ୩୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଡିଏସ୍ ପି ସତ୍ୟବାନ୍ ମହାନନ୍ଦଙ୍କ ନେତୃତ୍ଵରେ ଭିଜିଲାନ୍ସ କମିଟି ଉପଶ୍ରମ କମିଶନର ପ୍ରଦୀପ କୁମାର ମହାନ୍ତି ଓ ଆରଏଲ୍ଆଇ ଜୟନ୍ତ ପଣ୍ଡାଙ୍କୁ ଗିରଫ କରିଥିଲେ। ପୂର୍ବରୁ ଡିଏଲସି ମହାନ୍ତି ଙ୍କ ନାମରେ ଶ୍ରମିକଙ୍କ ପଞ୍ଜୀକରଣ, ଶ୍ରମିକ ଲାଇସେନ୍ସ ପ୍ରଦାନ ଓ ପଞ୍ଜୀକରଣ ଏବଂ ଶ୍ରମିକଙ୍କୁ ସାଇକେଲ ବଣ୍ଟନ, ମୃତ୍ୟୁକାଳୀନ ସହାୟତା, ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ସହାୟତା ପ୍ରଦାନ ଓ ବିବାହ ସହାୟତା ପ୍ରଦାନ ଆଦିରେ ଲାଞ୍ଚ ନେଉଥିବା ଅଭିଯୋଗ ରହିଥିଲା।
ଗୁଜରାଟ : ଗୁଜରାଟର 5 କଂଗ୍ରେସ ବିଧାୟକ ଇସ୍ତଫା ପ୍ରଦାନ କରିବା ପରେ ବିଜେପିକୁ ଦୋଷ ଦେଇଛନ୍ତି ଗୁଜରାଟ କଂଗ୍ରେସ ମୁଖ୍ୟ ଅମିତ ଚାଭଡା । 5 କଂଗ୍ରେସ ବିଧାୟକଙ୍କୁ କିଣିବା ପାଇଁ ବିଜେପି 65 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଗୁଜରାଟ କଂଗ୍ରେସ ମୁଖ୍ୟ ଚାଭଡା ଅଭିଯୋଗ କରିଛନ୍ତି । 5 ବିଧାୟକଙ୍କୁ କିଣାଯାଇଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ବିଧାନସଭାରେ ହଟ୍ଟଗୋଳ କରାଯାଇଥିଲା । ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଏହି 65 କୋଟି ଟଙ୍କା ବିଧାୟକଙ୍କ ମଧ୍ୟରେ ବଣ୍ଟା ଯାଇଥିଲା ବୋଲି ଅଭିଯୋଗ କରି କଂଗ୍ରେସ ସଦସ୍ୟ ମାନେ ଚାଭଡାଙ୍କ ନେତୃତ୍ବରେ କକ୍ଷତ୍ୟାଗ କରିଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ : ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ପୂର୍ବତନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ମନୋନୀତ ସଦସ୍ୟ ଭାବରେ ଦେଶର 46 ତମ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ମନୋନୟନ ନେଇ ସୋମବାର ଦିନ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଷ୍ଟ୍ରପତିଙ୍କ ପକ୍ଷରୁ ରଞ୍ଜନ ଗୋଗୋଇଙ୍କୁ ସୋମବାର ଦିନ ମନୋନୀତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦେଶର 46 ତମ ମୁଖ୍ୟ ବିଚାରପତି ଗୋଗୋଇ 3 ଅକ୍ଟୋବର 2018ରେ ଦାୟିତ୍ବ ଗ୍ରହଣ କରିଥିବା ବେଳେ 17 ନଭେମ୍ବର 2019ରେ ନିଜ ପଦରୁ ଅବସର ଗ୍ରହଣ କରିଥିଲେ । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ଜରିଆରେ କୋରୋନା ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି । ପୁରୀ ବେଳାଭୂମିରେ ସୁଦର୍ଶନ ଏହି ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ସାର୍କ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା ପରେ ମୋଦିଙ୍କୁ ନେଇ ସୁଦର୍ଶନ ଏହି ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି । କୋରୋନା ଭାଇରସ୍କୁ ନେଇ ଭୟଭୀତ ନ ହୋଇ ପ୍ରତିଶେଧକ ମୂଳକ ପଦକ୍ଷେପ ଗ୍ରହଣ କରିବା ଉଚିତ୍ ବୋଲି ସୁଦର୍ଶନ ଲେଖିଛନ୍ତି । ଏହା ସହିତ ନମସ୍କାରକୁ ହଁ ଏବଂ ହାତ ମିଳାଇବାକୁ ନାଁ ବୋଲି କହି ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ଲେଖିଛନ୍ତି ସୁଦର୍ଶନ ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କୋରୋନା ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ 225 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛି । ସୋମବାର ସନ୍ଧ୍ୟା 6.15ରେ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ବୈଠକରେ ଏହି ଘୋଷଣା କରାଯାଇଛି । ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ 225 କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥରାଶିକୁ କୋରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରାଇବା, ନମୁନା ସଂଗ୍ରହ, ରୋଗୀଙ୍କ ସାମୟିକ ରହଣି, ଖାଦ୍ୟ ଏବଂ ଔଷଧରେ ଏହି ଅର୍ଥ ବିନିଯୋଗ କରାଯିବ ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କୋରୋନା ଭାଇରସ୍ ସଙ୍କ୍ରମଣକୁ ଏଡାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନୂତନ ବ୍ୟବସ୍ଥା ଘୋଷଣା କରାଯାଇଛି । ଏହି ପଦକ୍ଷେପ ସ୍ବରୂପ ଟ୍ରେନ୍ କୋଚ୍ ଗୁଡ଼ିକରେ ପ୍ରତିସଂକ୍ରମଣ ବା ଜୀବାଣୁ ନାଶ ପ୍ରକ୍ରିୟାକୁ ତୀବ୍ରତର କରାଯାଇଛି । ଯାତ୍ରୀମାନଙ୍କୁ ଜ୍ୱର କିମ୍ବା କଫ ଥିଲେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ଖୋଲାଥିବା ସାହାଯ୍ୟ କେନ୍ଦ୍ର ନିକଟରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି । ଷ୍ଟେସନମାନଙ୍କରେ ଯାଞ୍ଚ୍ ବୁଥ୍ ବା ସ୍କ୍ରିନିଙ୍ଗ୍ ବୁଥ୍ ଖୋଲିବା ନିମନ୍ତେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । କୋରୋନା ସନ୍ଦିଗ୍ଧମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେବା ପାଇଁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନମାନଙ୍କରେ ଆମ୍ବୁଲାନ୍ସ୍ ସେବା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ । କୋରୋନା ଭୂତାଣୁର ସଂକ୍ରମଣକୁ ରୋକିବା ଓ ନିୟନ୍ତ୍ରଣ କରିବା ନିମନ୍ତେ ପୂର୍ବ ତଟ ରେଳପଥ ପକ୍ଷରୁ ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଯାଇ ନିମ୍ନଲିଖିତ ନିଷ୍ପତ୍ତି ଗ୍ରହଣ କରାଯାଇଛି…
ମୁମ୍ବାଇ : ବାହାରିନ୍ରେ 210 କୋଟି ନିବେଶ କରିବାକୁ ଯାଉଛନ୍ତି 7 ଭାରତୀୟ କମ୍ପାନୀ । ଆଇଟି, ମହାକାଶ ବିଜ୍ଞାନ ଏବଂ ବୈଷୟିକ କୌଶଳ କ୍ଷେତ୍ରରେ ଏହି 7 କମ୍ପାନୀ ନିବେଶ କରିବାକୁ ଯାଉଛନ୍ତି । ବାହାରିନ୍ ମଇକୋନୋମିକ୍ ଡେଭେଲପମେଣ୍ଟ ବୋର୍ଡ (ବିଇଡିବି) ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଭାରତୀୟ ପରିବହନ ସଂସ୍ଥା ଆକବର ଟ୍ରାଭେଲ୍ସ୍ର ସହଯୋଗୀ ସଂସ୍ଥା ବେଞ୍ଜି ଇନ୍ଫୋଟେକ୍, ଟେକ୍ନୋ ପାଥ୍ ସଲ୍ୟୁସନ୍ସ, ଜେକେଟି ଟେକ୍ନୋସଫ୍ଟ, ଜେ ଓ୍ବେ ଟେକ୍, ଜେରେକ୍ ଟେକ୍ନୋଲୋଜି, ହାକ୍ଟେକ୍ ସଲ୍ୟୁସନ୍ କମ୍ପାନୀକୁ 3.1 ମିଲିୟନ୍ ଡଲାର ବା ପ୍ରାୟ 210 କୋଟି ଟଙ୍କାର ଚୁକ୍ତି ହୋଇଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କୋରୋନା ମୁକାବିଲା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଏକ ନୂତନ ପଦକ୍ଷେପ ନିଆଯାଇଛି । ସତର୍କତା ପଦକ୍ଷେପ ସ୍ବରୂପ ବିଦେଶରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି । ରାଜ୍ୟରେ ଭାଇରସ୍ର ଚିହ୍ନବର୍ଣ୍ଣ ନଥିବାରୁ ବିଦେଶରୁ ଫେରୁଥିବା ବ୍ୟକ୍ତିଙ୍କ ଜରିଆରେ ହିଁ ଭାଇରସ୍ ଆସିବାର ସର୍ବାଧିକ ସମ୍ଭାବନା ରହିଥାଏ । ଏହି ଭାଇରସ୍ କାରଣରୁ ବିଦେଶରେ ଅବସ୍ଥାନ କରୁଥିବା ବହୁସଂଖ୍ୟକ ଓଡିଶା ବାସୀ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି । ତେଣୁ ପ୍ରତିଶେଧକ ବ୍ୟବସ୍ଥା ସ୍ବରୂପ ସରକାର ପଞ୍ଜୀକରଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହା ସହିତ ପଞ୍ଜୀକରଣ ପାଇଁ 15 ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନର ବ୍ୟବସ୍ଥା ରହିଥିବା ବେଳେ ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରାଯିବା ପାଇଁ ଘୋଷଣା କରାଯାଇଛି ।
ରଞ୍ଜିତ ପଣ୍ଡା ପାରାଦୀପ : ଜଗତସିଂହପୁରର ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୁଇ ଜଣ କୋରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ନେଇ ଆଶଙ୍କା କରାଯାଉଛି । ଉଭୟ ରୋଗୀ ଦୀର୍ଘଦିନ ହେବ ଥଣ୍ଡା ଜ୍ବରରେ ପୀଡିତ ଥିଲେ । ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ ସାଉଦି ଆରବ ଗସ୍ତ କରିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଦିଲ୍ଲୀରୁ ଫେରିଥିବା ନେଇ ସୂଚନା ମିଳିଛି । ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ସହିତ ସମ୍ପର୍କ କରାଯିବା ପରେ ଏକ ସ୍ବତନ୍ତ୍ର ଗାଡି ଯୋଗେ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରଖାନା କର୍ତ୍ତୃପକ୍ଷ ଉଭୟ ରୋଗୀଙ୍କ ପରିଚୟ ଗୋପନ ରଖିଛନ୍ତି । ଉଭୟ ଯୁବକଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେନ୍ଦ୍ରାପଡା ଅଞ୍ଚଳର । କେନ୍ଦ୍ରାପଡାର ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଟାକୁଡା ଅଞ୍ଚଳର ଯୁବକ ଜଣକ ଫେବୃୟାରୀ 24 ତାରିଖରେ ସାଉଦି ଆରବରୁ ଫେରିଥିଲେ ।…
ଲାହୋର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗିରହିଥିବାବେଳେ ପୂର୍ବତନ କ୍ରିକେଟର ଶୋଏବ ଅଖତର ବିଶ୍ବାସ କରୁଛନ୍ତି ଯେ ଭାରତର ପ୍ରଗତି ପଥ ପାକିସ୍ତାନ ଦେଇ ଗତି କରୁଛି ଏବଂ ସେଥିପାଇଁ ନୂଆଦିଲ୍ଲୀ ଇସଲାମାବାଦ ସହ କାମ କରିବାକୁ ଚାହୁଁଛି। ଅବସର ପରେ ଭାରତରେ ଖେଳ ସମୀକ୍ଷକ ଭାବରେ କାର୍ଯ୍ୟ କରିଥିବା ଅଖତର ମଧ୍ୟ ବିଶ୍ୱାସ କରନ୍ତି ଯେ ଭାରତୀୟ ନାଗରିକମାନେ ପାକିସ୍ତାନ ସହିତ କୌଣସି ଶତ୍ରୁତା କିମ୍ବା ଯୁଦ୍ଧ ଚାହୁଁ ନାହାଁନ୍ତି। “ଭାରତ ଏକ ଉତ୍ତମ ସ୍ଥାନ, ଲୋକମାନେ ମଧ୍ୟ ବହୁତ ଭଲ। କିନ୍ତୁ, ଭାରତର ଗଣମାଧ୍ୟମ ଏହାକୁ ଏପରି ଉପସ୍ଥାପନ କରନ୍ତି, ଅନୁଭବ ହୁଏ ଯେମିତି କି, ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଆସନ୍ତାକାଲି ଯୁଦ୍ଧ ହେବ। ପାକିସ୍ତାନୀ ଟିଭି ସୋ ସମୟରେ ଶୋଏବ ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ସମଗ୍ର ଭାରତରେ ଭ୍ରମଣ କରିଛି, ଦେଶକୁ ଅତି ନିକଟରୁ ଦେଖିଛି, ମୁଁ ଆଜି…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏନେଇ ବ୍ୟାପକ ସତର୍କତା ଅବଲମ୍ବନ କରୁଛନ୍ତି। ଏନେଇ ପ୍ରତ୍ୟେକ ଜିଲ୍ଲା ତଥା ପଞ୍ଚାୟତ ସ୍ତରରେ ଏନେଇ ସତର୍କ କରାଯିବା ସହିତ ଜନସାଧାରଣଙ୍କୁ ସଚେତନତା କରାଯାଉଛି। ଏଥରୁ ବାଦ୍ ପଡିନାହିଁ ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀ। ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ଓ ଚିଲିକା ବ୍ଲକ ଏବଂ ବାଣପୁର ଓ ବାଲୁଗାଁ ଏନ୍ଏସି ପାଇଁ ପ୍ରଶାସନ ତରଫରୁ ବ୍ୟାପକ ସତର୍କ ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଆସନ୍ତୁ ଜାଣିବା ବାଣପୁର ବ୍ଲକ ଓ ଏନ୍ସି ତରଫରୁ ଏନେଇ କ’ଣ କ’ଣ ସତର୍କତା କରାଯାଉଛି। କରୋନା ପାଇଁ କିପରି ସତର୍କ ରହିଛନ୍ତି ବାଣପୁର ବ୍ଲକ ଓ ଏନ୍ଏସି। ଆମ ସମୀକ୍ଷା ରିପୋର୍ଟର ବାଣପୁର ବିଡିଓ ଶିବାନନ୍ଦ ସ୍ବାଇଁ, ଏନ୍ଏସି କାର୍ଯ୍ୟନିବାହୀ ଅଧିକାରୀ ସନ୍ତୋଷ ନିଆଲ୍, ବାଣପୁର ମୁଖ୍ୟ ଚିକିତ୍ସାଧିକାରୀ ଧୂର୍ଜଟି ମହାପାତ୍ର, ଚିଲିକା ବିଡିଓ…
ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଭାଇରସକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଥିବାବେଳେ ଦିଲ୍ଲୀରେ କରୋନା ଭାଇରସକୁ ଦୃଷ୍ଟିରେ କେଜ୍ରିୱାଲ ସରକାର ଲୋକଙ୍କୁ ସଚେତନ ହେବାକୁ ପୁଣିଥରେ ପରାମର୍ଶ ଦେଇଛନ୍ତି। ଏଥିସହ ଦିଲ୍ଲୀରେ ସମସ୍ତ ପ୍ରକାରର ଜିମ, ନାଇଟ କ୍ଲବ, ସ୍ପାକୁ ମାର୍ଚ୍ଚ ୩୧ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଦିଲ୍ଲୀ ସରକାର ସ୍କୁଲ, କଲେଜ ଓ ସିନେମା ହଲ ବନ୍ଦ ରଖିବାକୁ କହିଥିଲେ। ଏପରିକି କରୋନା ଭାଇରସକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକଙ୍କୁ ବାହାଘର କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀ କରି କେଜ୍ରିୱାଲ କହିଛନ୍ତି, “ଲୋକମାନେ ଯଥା ସମ୍ଭବ ଗୋଟିଏ ସ୍ଥାନରେ ଏକାଠି ହୁଅନ୍ତୁ ନାହିଁ। ସାମାଜିକ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖନ୍ତୁ। ସମସ୍ତେ ସଚେତନ ରୁହନ୍ତୁ ଓ ହାତକୁ ନିୟମିତ ସଫା ରଖନ୍ତୁ। 50ରୁ ଉର୍ଦ୍ଧ୍ବ ଲୋକ ଏକାଠି ହେଉଥିବା କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ମିଳିବ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏନେଇ ବିଭିନ୍ନ ପ୍ରକାରର ସତର୍କତା ମୂଳକ ପଦକ୍ଷେପ ନେଉଛନ୍ତି । ଆଜି ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ଉପନିର୍ବାଚନକୁ ସ୍ଥଗିତ କରି ଦେଇଛନ୍ତି। ଆସନ୍ତା 24ରେ ହେବାକୁ ଥିବା ଏହି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି । 20ଟି ଜିଲ୍ଲାରେ 2ଟି ଜିଲ୍ଲା ପରିଷଦ ସଭ୍ୟ 6ଟି ସରପଞ୍ଚ, 8 ସମିତି ସଭ୍ୟ, 84 ଓ୍ବାର୍ଡ ସଭ୍ୟ ନିର୍ବାଚନ ହୋଇଥାନ୍ତା । ଉପନିର୍ବାଚନ ସ୍ଥଗିତ ନେଇ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ତେବେ ଏହି ଉପନିର୍ବାଚନ ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି। (ଏଜେନ୍ସି)
ଚୀନ୍ : ଚୀନ୍ରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍ ସାରା ଦେଶରେ ସଂକଟ ସୃଷ୍ଟି କରିଥିବାବେଳେ ଇତିମଧ୍ୟରେ ବିବାହ ବିଚ୍ଛେଦ ଯୋଡ଼ିଙ୍କ ସଂଖ୍ୟା ବଢିବାରେ ଜଣାପଡିଛି । ଚୀନ୍ର ମ୍ୟାରେଜ୍ ରେଜିଷ୍ଟର୍ ଅନୁସାରେ ଏହା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ କରୋନା ଭାଇରସ୍ ଯୋଗୁଁ ଅଧିକାଂଶ କପଲ୍ ଅଧିକାଂଶ ସମୟ ଏକାଠି ଘରେ ବିତାଉଛନ୍ତି । କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଚୀନ୍ର ବହୁ ଅଞ୍ଚଳରେ ଲକ୍ ଡାଉନ୍ର ଘୋଷଣା କରାଯାଇଛି । ଲକ୍ଷ ଲକ୍ଷ ଲୋକେ ନିଜକୁ ଘରେ ବନ୍ଦ କରି ରଖିଛନ୍ତି । କେବଳ ଜରୁରୀ ସମୟରେ ଘରୁ ବାହାରକୁ ଯିବାର ଅନୁମତି ମିଳିଛି। ଚୀନ୍ର ସିଚୁଆନ୍ ପ୍ରୋଭିନ୍ନର ଏକ ମ୍ୟାରେଜ୍ ରେଜିଷ୍ଟର ଅଫିସ୍ର ଅଧିକାରୀଙ୍କ ସୂଚନା ଅନୁସାରେ ଗତ 24 ଫେବୃଆରୀ ପରେ 3200ରୁ ଅଧିକ କପଲ୍ ବିଚ୍ଛେଦ ପାଇଁ ଦରଖାସ୍ତ କରିଛନ୍ତି । କରୋନା ପାଇଁ କପଲ୍ ଘରେ ବିତାଉଥିବାବେଳେ ସେମାନଙ୍କ ମଧ୍ୟରେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ସତର୍କତା ପାଇଁ ଆଜି ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ପିଜି କାଉନସିଲ୍ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ମିଡ୍ ସେମିଷ୍ଟାର ପରୀକ୍ଷାକୁ ବି ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ବିଶ୍ୱବିଦ୍ୟାଳୟର ଛାତ୍ରାବାସରୁ ଯେଉଁ ଛାତ୍ରଛାତ୍ରୀଙ୍କୁ ଯିବା ପାଇଁ ଚାଁହୁଛନ୍ତି ସେମାନେ ହଷ୍ଟେଲ ଛାଡି ଯାଇପାରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏବଂ ଯେଉଁ ବିଭାଗ ଗୁଡିକର ମିଡ଼ ସେମିଷ୍ଟାର ରହିଛି, ସେସବୁ ଗୁଡିକର 31 ମାର୍ଚ୍ଚ ପରେ ନିଷ୍ପତ୍ତି ନିଆଯିବ । କରୋନା ଭାଇରସ କାରଣରୁ ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଓ ମେସଗୁଡିକୁ ବନ୍ଦ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ରାଜ୍ୟର ପ୍ରଥମ କରୋନା ରୋଗୀ ଭୁବନେଶ୍ବରରୁ ଚିହ୍ନଟ କରାଯାଇଛି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ପାଇଁ କଡା ପଦକ୍ଷେପ ନେଲା ସ୍କୁଲ ଓ ଗଣଶିକ୍ଷା ବିଭାଗ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମରୁ ନବମ ଶ୍ରେଣୀ ଯାଏଁ ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଶିକ୍ଷକଙ୍କୁ ମଧ୍ୟ ସ୍କୁଲ ନ ଆସିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲ ନ ଆସିଲେ ବି ଜରୁରୀ ନିର୍ଦ୍ଦେଶ ପାଇଁ ଫୋନରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଦ୍ବାଦଶ ଶ୍ରେଣୀ ପାଇଁ ଚାଲୁ ରହିଥିବା ପରୀକ୍ଷା ଜାରି ରହିବ । ଦଶମ ଏବଂ ଦ୍ବାଦଶ ପରୀକ୍ଷା ଖାତା ଦେଖା ଯଥାରୀତି ଚାଲିବ ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ ଆଜି ରାଜ୍ୟରେ ପ୍ରଥମ କରୋନା ରୋଗୀ ଭୁବନେଶ୍ବରରୁ ଚିହ୍ନଟ ହୋଇଥିବାବେଳେ ରାଜ୍ୟ ସରକାର ବେଶ୍ ସତର୍କ ପଦକ୍ଷେପ ନେଉଛନ୍ତି ।
ବୁହାନ୍ର ଏକ ପ୍ରାଣୀଉଦ୍ୟାନରେ ବିଶ୍ରାମରତ ପାଣ୍ଡା
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବସ୍ରେ ଓଭରଲୋଡିଂକୁ ମନା କରାଯାଇଛି। ବସ୍ରେ ଓଭରଲୋଡିଂ ନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଉଭୟ ସରକାରୀ ଓ ବେସରକାରୀ ବସ୍ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବସ୍ର ଡ୍ରାଇଭରଙ୍କ ସହ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସିଟ୍ଠାରୁ ଅଧିକ ଲୋକ ବସ୍ରେ ନ ନେବାକୁ ମନା କରାଯାଇଛି। ଗାଇଡ୍ ଲାଇନ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଘୋଷଣା କରିଛନ୍ତି। ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇସାରିବା ପରେ ଏନେଇ ରାଜ୍ୟ ସରକାର ଅଧିକ ସତର୍କ ହୋଇଛନ୍ତି। ଟୁଇନ୍ ସିଟିରେ ସମସ୍ତ ସପିଂ ମଲ୍କୁ ବନ୍ଦ କରାଯିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।
କାକଟପୁର : କରୋନାର ଭୟାବହତା ଆଜି ସାରା ବିଶ୍ବ ପାଇଁ ଏବେ ମୁଣ୍ଡବ୍ୟାଥାର କାରଣ ପାଲଟିଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଏନେଇ ବେଶ୍ ସତର୍କ କରାଯାଉଛି । ସାଧାରଣରେ ସତର୍କତା ରହିବାକୁ ମଧ୍ୟ ଉପଦେଶ ଦିଆଯାଇଛି । ଏପରିକି ମନ୍ଦିର, ସର୍ବସାଧାରଣ ସ୍ଥଳ, ମଲ୍, ପାର୍କ ଆଦି ସବୁକୁ ବନ୍ଦ କରାଯାଇଛି । ଆଜି କାକଟପୁରର ପ୍ରସିଦ୍ଧ ମଙ୍ଗଳା ମନ୍ଦିରରେ ମଧ୍ୟ କରେନା କଟକଣା ଜାରି କରାଯାଇଛି । ମଙ୍ଗଳା ମନ୍ଦିରର ଗର୍ଭଗୃହକୁ ଶ୍ରଦ୍ଧାଳୁଙ୍କୁ ନ ଛାଡିବାକୁ ସେବାୟତଙ୍କୁ ବାରଣ କରାଯାଇଛି । ମନ୍ଦିର ପ୍ରଶାସନ କରେନା ସତର୍କ ନିଷ୍ପତ୍ତି ନେଇ ସେବାୟତଙ୍କୁ ଏହା ମାନିବାକୁ ନିର୍ଦ୍ଦେଶ ଦେଇଛି । ସେହିପରି ଯାଜପୁରର ପ୍ରସିଦ୍ଧ ବାରୁଣୀ ସ୍ନାନକୁ ବନ୍ଦ ରଖାଯାଇଥିବାବେଳେ ଜିଲ୍ଲାରେ 144 ଜାରି କରାଯାଇଛି ।

