ଚେନ୍ନାଇ : ହୋମ୍ କ୍ବାରାଣ୍ଟାଇନ୍ରେ ରହିଥିବା ସମସ୍ତ ବଲିଉଡ୍ ଏବଂ ଟଲିଉଡ୍ କଳାକାର ନିଜର ବିଭିନ୍ନ ଭିଡିଓ ଜାରି କରୁଛନ୍ତି । ତାମିଲ ଷ୍ଟାର ଅରୁଣ ବିଜୟ ନିଜର ଏକ ଷ୍ଟଣ୍ଟ ଭିଡିଓ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି । ନିଜର ଅପ୍କମିଙ୍ଗ ଫିଲ୍ମ ମାଫିଆର ଏକ ଷ୍ଟଣ୍ଟ ସିନ୍ ପ୍ରଦର୍ଶନ କରିବା ସହିତ ଏହାକୁ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି । ଏହି ଭିଡିଓକୁ ଇନ୍ଷ୍ଟାଗ୍ରାମରେ ସେୟାର କରିବା ପରେ ଫ୍ୟାନ୍ଙ୍କ ପକ୍ଷରୁ ଏହାକୁ ପସନ୍ଦ କରାଯାଇଛି । ଏହି ଭିଡିଓ ସହିତ ସମଗ୍ର ଦେଶ ଏକତ୍ରିତ ହୋଇ କରୋନା ଭାଇରସ୍ ମୁକାବିଲା ପାଇଁ ବିଜୟ ନିଜ ଫ୍ୟାନ୍ ମାନଙ୍କୁ ଆହ୍ବାନ ଦେଇଛନ୍ତି । (ଏଜେନ୍ସି) https://www.instagram.com/p/B-JeCeBBLxZ/
Author: Samikhsya Bureau
ରଞ୍ଜିତ ପଣ୍ଡା କୁଜଙ୍ଗ: କୁଜଙ୍ଗ ପୁଲିସ ଆଜି ପୂର୍ବାହ୍ନ ସମୟରେ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଏପିଡ଼େମିକ ଡ଼ିଜିଜ ଆକ୍ଟ ୧୯୭୮ ଆଇନ୍ ବଳରେ ଏକାଦଶାହ ପାଳନ ଅବସରରେ ବ୍ରାହ୍ମଣ ଭୋଜନରେ ବସିଥିବା ୮ ଜଣ ବ୍ରାହ୍ମଣ ଏବଂ ତିନିଜଣ ଗୃହକର୍ତ୍ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫପରେ ଆଜି ଅପରାହ୍ନରେ ସେମାନଙ୍କୁ ସ୍ଥାନୀୟ ପୁଲିସ ବ୍ୟକ୍ତିଗତ ମୁଚାଲିକାରେ ଜାମିନରେ ଛାଡ଼ିଥିବା ଜଣାପଡ଼ିଛି। ଏହି ଘଟଣା ଆଜି ପ୍ରଚାର ହେବାପରେ ସ୍ଥାନୀୟ ମହଲରେ କୋକୁଆ ଭୟ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ, କୁଜଙ୍ଗଥାନା ଗୋପିଆକୁଦ ପଂଚାୟତ ଅନ୍ତର୍ଗତ ନୂଆବାଲିସାହି ଗ୍ରାମରେ ଆଜି ଜନୈକ ବ୍ୟକ୍ତିଙ୍କ ଏକାଦଶାହ ଉତ୍ସବ ପାଳନ କରାଯାଉଥିଲା। ସମ୍ପ୍ରତି କରୋନା ସଙ୍କ୍ରମଣ ଯୋଗୁ ରାଜ୍ୟରେ ସରକାର କୌଣସି ସଭାସମିତି, ସାମାଜିକ କାର୍ଯ୍ୟକ୍ରମ ତଥା ଏକାଧିକ ବ୍ୟକ୍ତି ମାନଙ୍କ ସମାଗମକୁ ଏପିଡ଼େମିକ ଡ଼ିଜିଜ ଆକ୍ଟ ୧୯୮୭ ବଳରେ ନିଷିଦ୍ଧ ଘୋଷଣା କରିଥିବାବେଳେ ବ୍ରାହ୍ମଣ ଭୋଜନ କରୁଥିଲେ। କୌଣସି ସୂତ୍ରରୁ ସୂଚନାପାଇ କୁଜଙ୍ଗ ପୁଲିସ…
ଭୋପାଳ : ଦେଶରେ କରୋନା ପ୍ରଭାବରେ ଆଉ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ବୁଧବାର ମଧ୍ୟପ୍ରଦେଶରେ ଜଣେ ମହିଳା ପ୍ରାଣ ହରାଇବା ସହିତ କରୋନା ମୃତ୍ୟୁ ସଂଖ୍ୟା 11ରେ ପହଞ୍ଚିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କରୋନା ସଙ୍କ୍ରମିତ ମହିଳା ଜଣକ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ପ୍ରାଣ ହରାଇଛନ୍ତି । ଏହି 65 ବର୍ଷୀୟ ମହିଳା ଜଣକ ବୁଧବାର ପ୍ରାଣ ହରାଇଛନ୍ତି । ଏହା ସହିତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 606ରେ ପହଞ୍ଚିଥିବା ନେଇ ସୂଚନା ଦିଆଯାଇଛି । (ଏଜେନ୍ସି)
କୃଷ୍ଣଚନ୍ଦ୍ର ସୁଆଁସିଆ ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ଗ୍ରାମପଞ୍ଚାୟତ ପରିସରରେ କରୋନା ମୁକାବିଲା ଲାଗି ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ଦିନ ବାହାର ରାଜ୍ୟରୁ ବହୁ ଲୋକ ଫେରୁଥିବା ପରିଲକ୍ଷିତ ହେଉଛି। ବିଶେଷକରି ଗୋଠଗାଁ ଗ୍ରାମର ବହୁ ଲୋକ ବେଙ୍ଗାଲୁରୁ,କେରଳ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ରର ବିଭିନ୍ନ କମ୍ପାନୀରେ କାମ କରୁଥିବା ଶ୍ରମିକମାନେ ଘରକୁ ଫେରୁଛନ୍ତି। ଏହାକୁ ନେଇ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ରଖାଯିବା ସହ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ସେମାନଙ୍କୁ ବାହାରକୁ ନ ବାହାରି ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଗ୍ରାମାଞ୍ଚଳରେ କରୋନା ସମ୍ପର୍କିତ ସଚେତନତାକୁ ତ୍ୱରାନ୍ବିତ କରାଯାଇଛି। ଗୋଠଗାଁ ପଞ୍ଚାୟତ ଅଧିନ ସ୍ଥାନୀୟ ହାଇସ୍କୁଲ ପରିସରରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ବୈଠକରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭାକର ପଣ୍ଡା, ଯୋଗାଣ ସହାୟକ ଅଙ୍ଗଦ ପ୍ରଧାନ, ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର…
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ଏକ ବଡ ଯୋଜନା ଘୋଷଣା କରାଯାଇଛି। ଦେଶର ୮୦ କୋଟି ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପ୍ରତି ବ୍ୟକ୍ତି ପିଛା ୭ କିଗ୍ରା ରାସନ ପ୍ରଦାନ କରାଯିବ। ଆସନ୍ତା ତିନି ମାସ ପାଇଁ ଅଗ୍ରୀମ ଭାବରେ ରାସନ ପ୍ରଦାନ କରାଯିବ ବୋଲି ଜଣାପଡିଛି। ୨୭ ଟଙ୍କାରେ ମିଳୁଥିବା ଗହମକୁ ୨ ଟଙ୍କାରେ ଏବଂ ୩୭ ଟଙ୍କାରେ ମିଳୁଥିବା ଚାଉଳକୁ ୩ ଟଙ୍କାରେ ପ୍ରଦାନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। କୌଣସି ପ୍ରକାରର ଗୁଜବକୁ ଧ୍ୟାନ ନଦେବା ପାଇଁ ଜାଭଡେକର ମତ ଦେଇଛନ୍ତି। ସମସ୍ତ ରାଜ୍ୟକୁ ଆବଶ୍ୟକୀୟ ରାସନ୍ ସାମଗ୍ରୀ ଆଗୁଆ ପଠାଯାଇଛି ବୋଲି ଜାଭଡେକର ସୂଚନା ଦେଇଛନ୍ତି। (ଏଜେନ୍ସି)
ଭୁବନେଶ୍ବର: କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିଭିନ୍ନ କମ୍ପାନୀ ପକ୍ଷରୁ ମିଳିଥିବା ସହାୟତା ରାଶି ସମ୍ପର୍କରେ ଜଣାଇବା ସହିତ କରୋନା ମୁକାବିଲାର ଅନ୍ୟାନ୍ୟ ଦିଗ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏହା ସହିତ ବିଭିନ୍ନ ରାଜ୍ୟରୁ ଓଡିଶାକୁ ପ୍ରତ୍ୟାବର୍ତ୍ତନ କରିଥିବା ବିଭିନ୍ନ ଲୋକଙ୍କ ସମ୍ପର୍କରେ ସୂଚନା ଦେଇଥିଲେ ବାଗ୍ଚୀ। ଏକ ସପ୍ତାହ ମଧ୍ୟରେ ଓଡ଼ିଶାକୁ ୭୮,୨୩୩ ଜଣ ଲୋକ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ସମସ୍ତ ଲୋକଙ୍କୁ ଘରେ କ୍ବାରାଣ୍ଟାଇନ୍ରେ ରହିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା : ୧. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍-୧୯ ଜଟିଳ ପରିସ୍ଥିତିରେ ଡାକ୍ତର, ପାରାମେଡିକ୍ସ ଓ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ତ୍ୟାଗ, ନିଷ୍ଠା ଓ…
କୋଲକାତା : କରୋନା ଭାଇରସ୍ ପ୍ରଭାବର ପ୍ରଧାନମନ୍ତ୍ରୀ ମୋଦି ସମଗ୍ର ଦେଶରେ ଲକ୍ଡାଉନ୍ ଘୋଷଣା କରିଛନ୍ତି । ଏହା ପ୍ରଭାବରେ ଦେଶବ୍ୟାପୀ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଛି । ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଲୋକଙ୍କ ସୁରକ୍ଷା ପାଇଁ ଆଗକୁ ଆସିଛନ୍ତି ପୂର୍ବତନ ଭାରତୀୟ କ୍ରକେଟ ଦଳ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଗରିବ ଶ୍ରେଣୀର ଲୋକଙ୍କୁ ମାଗଣାରେ ଚାଉଳ ବଣ୍ଟନ କରିବାର ନିଷ୍ପତ୍ତି ନେଇଛନ୍ତି ଗାଙ୍ଗୁଲି । ଏଥିପାଇଁ 50 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଲାଲ୍ ବାବା ରାଇସ୍ କମ୍ପାନୀ ସହିତ ମିଳିତ ଭାବରେ ଗାଙ୍ଗୁଲି ସହାୟତାର ନିଷ୍ପତ୍ତି ନେଇଛନ୍ତି । ସେହିପରି ବେଙ୍ଗଲ କ୍ରିକେଟ୍ ସଂଘ ଏବଂ ଏହାର ସଭାପତି ଅଭିଷେକ ଡାଲମିୟା ଯଥାକ୍ରମେ 25 ଲକ୍ଷ ଏବଂ 5 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । (ଏଜେନ୍ସି)
ରାଞ୍ଚି : ଝାଡଖଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି । ମଦ ବିକିବାକୁ ମନା କରିବାରୁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । ବୁଧବାର ଝାଡଖଣ୍ଡର ଗୁମ୍ଲା ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି । ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ କେବଳ ଜରୁରୀ କାଳୀନ ଆବଶ୍ୟକୀୟ ସାମଗ୍ରୀର ବିକ୍ରୟକୁ ଅନୁମତି ପ୍ରଦାନ କରାଯାଇଛି । ଗୁମ୍ଲା ଜିଲ୍ଲାର ସୁରସାଙ୍ଗ ଜିଲ୍ଲାର ସରୋ ଦେବୀଙ୍କୁ ହତ୍ୟା କରାଯାଇଛି । ସରୋ ଦେବୀ ଦେଶୀ ମଦ ବିକ୍ରୟ କରନ୍ତି । ବୁଧବାର ଦୁଇ ଜଣ ଅଜଣା ବ୍ୟକ୍ତି ମଦ ମାଗିଥିବା ବେଳେ ସରୋ ଦେବୀ ବିକ୍ରି ପାଇଁ ମନା କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ଉକ୍ତ ବ୍ୟକ୍ତି ସରୋ ଦେବୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ପୋଲିସ ଶବକୁ ଜବତ କରିବା ସହିତ ଅପରାଧୀଙ୍କୁ ଗିରଫ କରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି କରିଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅସୁସ୍ଥତା କାରଣରୁ ଭୁବନେଶ୍ବରର କ୍ୟାପିଟାଲ୍ ହସ୍ପିଟାଲ୍ରେ ଶ୍ରୀ ପଟ୍ଟନାୟକଙ୍କୁ ଭର୍ତ୍ତି କରାଯାଇଛି । ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ବର୍ଷୀୟାନ୍ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କ୍ୟାପିଟାଲ୍ ହସ୍ପିଟାଲର ନିର୍ଦ୍ଦେଶକଙ୍କ ସହିତ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ରହିଥିବା କହିଛନ୍ତି । ଭବାନୀ ପଟ୍ଟନାୟକଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଜଣାପଡିଛି । ଏହା ସହିତ ଭବାନୀ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ନୂଆଦିଲ୍ଲୀ : ଦେଶରେ କରୋନାର ବର୍ଦ୍ଧିତ ପ୍ରଭାବ କାରଣରୁ ଏନ୍ପିଆର ଓ ଜନଗଣନାକୁ ସ୍ଥଗିତ ରଖିଛି ଗୃହ ମନ୍ତ୍ରାଳୟ । ବୁଧବାର ଗୃହ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ବୁଧବାର 34 ଜଣ ନୂତନ ସଂକ୍ରମିତଙ୍କ ସହିତ ଦେଶରେ ସମୁ ଦାୟ ସଂକ୍ରମିତଙ୍କ ସଂଖ୍ୟା 562ରେ ପହଞ୍ଚିବା ପରେ ଏନ୍ପିଆରକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଗୃହ ମନ୍ତ୍ରାଳୟ । (ଏଜେନ୍ସି)
ରମେଶ ମହାନ୍ତି ଜଗତସିଂହପୁର: ରାଜ୍ୟର ସମସ୍ଥ ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା ହୋଇଥିବା ବେଳେ ରଜ୍ୟସରକାର କରୋନାକୁ ପ୍ରତିରୋଧ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହିତ ରାଜ୍ୟବାସୀଙ୍କୁ ସଚେତନ କରାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ସହାୟତାର ହାତ ବଢାଇଛନ୍ତି ଜଗତସିଂହପୁର ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି। ନିଜର ତିନି ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଶ୍ରୀ ମୁଦୁଲି ଏକଲକ୍ଷ ପାଂଚ ହଜାର ଟଙ୍କାର ଏକ ଚେକ୍ ସରକାରଙ୍କୁ ପ୍ରଦାନ କରିଛନ୍ତି। ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।
ଲଣ୍ଡନ : ସମଗ୍ର ବିଶ୍ବରେ ଏହାର ତାଣ୍ଡବ ମଚାଇଥିବା କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି ବ୍ରିଟେନ୍ର ଯୁବରାଜ ପ୍ରିନ୍ସ ଚାର୍ଲସ୍ । ବୁଧବାର ପ୍ରିନ୍ସ ଚାର୍ଲସ୍ଙ୍କ କରୋନା ସଙ୍କ୍ରମଣ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ବଙ୍କିଂହାମ୍ ପ୍ୟାଲେସ୍ ପକ୍ଷରୁ ସୂଚନା ଦିଆଯାଇଛି । ସମଗ୍ର ବିଶ୍ବରେ ବର୍ତ୍ତମାନ ସୁଦ୍ଧା କରୋନା ପ୍ରଭାବରେ 16 ହଜାର ପ୍ରାଣହାନି ଘଟିଥିବା ବେଳେ ଆଜି ପ୍ରିନ୍ସ ଚାର୍ଲସ୍ ସଙ୍କ୍ରମିତ ହୋଇଛନ୍ତି । ଏହି ସୂଚନା ମିଳିବା ପରେ ବ୍ରିଟେନ୍ ରାଜପ୍ରସାଦର ସମସ୍ତ କର୍ମଚାରୀଙ୍କୁ କ୍ବାରାଣ୍ଟାଇନ୍ରେ ରଖାଯାଇଛି । (ଏଜେନ୍ସି)
କାବୁଲ୍ : ଆଫଗାନିସ୍ତାନରେ ଏକ ଗୁରୁଦ୍ବାରରେ ଗୁଳିକାଣ୍ଡ ଘଟି 27 ଜଣଙ୍କର ପ୍ରାଣହାନି ଘଟିଛି । 27 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 9 ଜଣ ଗୁରୁତର ଆହତ ହୋଇଛନ୍ତି । ବୁଧବାର ଆଫଗାନିସ୍ତାନର କାବୁଲରେ ଏକ ଗୁରୁଦ୍ବାରରେ ଶିଖ ସମ୍ପ୍ରଦାୟର ଲୋକମାନେ ପ୍ରାର୍ଥନା କରୁଥିବା ସମୟରେ କିଛି ବନ୍ଧୁକ ଧାରୀ ଆତତାୟୀ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣ ସମୟରେ ଗୁରୁଦ୍ବାରରେ 150ରୁ ଅଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ । ଘଟଣା ସ୍ଥଳରେ 27 ଜଣ ପ୍ରାଣ ହରାଇଥିବା ବେଳେ 9 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ଜଣାପଡିଛି । ଆଫଗାନିସ୍ତାନ ସୁରକ୍ଷା ବଳ ସମସ୍ତ 4 ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଛନ୍ତି । ଆତଙ୍କୀ ସଙ୍ଗଠନ ଆଇଏସ୍ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ବେଳେ ଭାରତ ପକ୍ଷରୁ ଆକ୍ରମଣକୁ ନିନ୍ଦା କରାଯାଇଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା । ରାଜ୍ୟର ସମସ୍ତ ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଆଗୁଆ ଦରମା ଘୋଷଣା କରାଯାଇଛି । ଡାକ୍ତର ଏବଂ ନର୍ସ ମାନଙ୍କୁ ଚାରି ମମାସର ଆଗୁଆ ଦରମା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହି ଘୋଷଣା କରିଛନ୍ତି । https://www.youtube.com/watch?v=2vLgNwqnQgg ସେହିପରି ଡାକ୍ତରଙ୍କ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ଲୋକଙ୍କୁ ବାନ୍ଧିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନର ଜରୁରୀ କାଳୀନ ପରସ୍ଥିତିରେ ସମଗ୍ର ଦେଶ ଡାକ୍ତରଙ୍କ ସହିତ ରହିଥିବା ନେଇ ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ।
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: କରୋନାକୁ ନେଇ ସାରା ବିଶ୍ୱରେ ଏବେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ମହାମାରୀ କରୋନା ଯୋଗୁଁ ଭାରତ ସରକାର ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଯିଏ ଯେଉଁଠି ରହିଲେ ବି ଏବେ ନିଜ ଭିଟାମାଟିକୁ ଫେରିବା ପାଇଁ ଚାହୁଁଛନ୍ତି। ଏବେ ମହାରାଷ୍ଟ୍ରରେ ଫସି ରହିଥିବା ୭୫ରୁ ଅଧିକ ଛାତ୍ରଛାତ୍ରୀମାନେ ଘରକୁ ଫେରିବା ପାଇଁ ଆକୁଳ ନିବେଦନ କରିଛନ୍ତି। ଏହି ୭୫ଜଣଙ୍କ ଭିତରେ ରହିଛନ୍ତି ବାଲୁଗାଁର ଗୋପିନାଥପୁରର ଶୁଭମ୍ଜିତ୍ ସାହୁ। ଶୁଭମ୍ଜିତ୍ ମୁମ୍ବାଇରେ ବି.ଇଡି କରୁଥିବାବେଳେ ପରୀକ୍ଷା ଥିବାରୁ ସେ ନିଜ ଘରକୁ ଫେରିପାରିନାହାନ୍ତି। ଏନେଇ ଏକ ଭିଡିଓ ସେୟାର କରି ସେ ତାଙ୍କ ଅସୁବିଧା ସମ୍ପର୍କରେ ଜଣାଇଛନ୍ତି। https://www.youtube.com/watch?v=jKwiJxQnSoo ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଅଧୀନସ୍ଥ କେ.ଜେ. ସୋମେୟା ସଂସ୍କୃତ ବିଦ୍ୟାପୀଠ ମୁମ୍ବାଇ ପରିସରରେ ପ୍ରାୟ ୭୫ ଜଣ ଛାତ୍ରଛାତ୍ରୀ ବି.ଇଡି କରୁଛନ୍ତି। ସମ୍ପ୍ରତି ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ତହସିଲଦାର ମନ୍ମଥ ବେହେରାଙ୍କ ନେତୃତ୍ବରେ ଆଇଆଇସି ସଞ୍ଜୟ ପଟ୍ଟନାୟକ,ଏସ୍ଆଇ ଦିଗ୍ବିଜୟ ବିଶ୍ବାଳ, ଏସ୍ଆଇ ପ୍ରସନ୍ନ ଜେନା ଓ ତାଙ୍କ ଟିମ ପାଟ୍ରୋଲିଂ କରୁଥିବା ସମୟରେ କରୋନା ପାଇଁ ଲାଗିଥିବା କଟକଣା ଉଲଂଘନ କରିବା ଅଭିଯୋଗରେ ଚାରିଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ବିରୁଦ୍ଧରେ କେସ ନମ୍ୱର୍ ୯୭/୨୦ରେ ମାମଲା ରୁଜ୍ଜୁ କରାଯିବା ସହିତ ଏହି ଚାରି ଉଲଙ୍ଘନକାରୀଙ୍କ ବିରୋଧରେ ଆଇପିସି ଧାରା ୧୮୮, ୨୬୯, ୨୭୦ ଓ ୩୪ ଅନୁଯାୟୀ ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିକଟଙ୍କୁ ପଠାଯାଇଛି। କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି। ତଥାପି ଲୋକମାନେ ଏହାକୁ ନ ମାନି ବାହାରେ ବୁଲୁଥିବାର ଦେଖାଯାଉଛି। ଲକ୍ ଡାଉନ୍ ଉଲ୍ଲଂଘନକାରୀଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ କରିବା ଲାଗି ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଯେଉଁମାନେ ଏହି ଆଇନକୁ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯାଉଛି। ଏହି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ମୁକାବିଲା ପାଇଁ ରାଜ୍ୟସରକାରଙ୍କୁ ହାତ ବଢଉଛନ୍ତି ଅନେକ ଶିଳ୍ପ ସଂସ୍ଥା ତଥା ସାଂସଦମାନେ । ଏହି କ୍ରମରେ ବିଜେଡି ସାଂସଦ ସସ୍ମିତ ପାତ୍ର ନିଜ ଜନ୍ମଦିନରେ ଅର୍ଥାତ୍ ମାର୍ଚ୍ଚ 23 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ଅନୁପ୍ରାଣିତ ହୋଇ ତିନିମାସର ଦରମା ଦାନ କରିଛନ୍ତି । କରୋନା ମୁକାବିଲା ପାଇଁ ନିଜେ ଘରେ ରହି ଅନ୍ ଲାଇନ୍ ପୋର୍ଟାଲ୍ ବ୍ୟବହାର କରି ସେ ନିଜର କର୍ତ୍ତବ୍ୟ ମଧ୍ୟ ସମ୍ପାଦନ କରୁଛନ୍ତି । କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ତିନିମାସର ଦରମା ଦାନ କରିବା ସହିତ ରାଜ୍ୟ ସରକାରଙ୍କୁ ଏନେଇ ସହଯୋଗ କରିବାକୁ ମଧ୍ୟ ଅନୁରୋଧ କରିଥିଲେ। ସେହିପରି ତାରା ପଟ୍ଟନାୟକ 1 କୋଟି ଟଙ୍କାର ରାଶି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍କୁ ଦାନ କରିଥିବାବେଳେ ଓଏମ୍ସି ମଧ୍ୟ 500 କୋଟି ଟଙ୍କା ଦାନ କରିଛି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କାରୋନା ଏବେ ସାରା ବିଶ୍ଵ ରେ ମହାମାରୀ ସୃଷ୍ଟି କରିଛି । ଏହାକୁ ରୋକିବା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ସମାଜର ସମସ୍ତ ବର୍ଗକୁ ଅପିଲ କରିଛନ୍ତି । କାରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କାରୋନା ବିରୋଧୀ ଅଭିଯାନକୁ ସମର୍ଥନ କରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 5୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ଓଡ଼ିଶା ଖଣି ନିଗମ। ଏହା ଛଡା ଫେବୃଆରୀରେ ଓଏମସି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 100କୋଟି ଟଙ୍କା ପ୍ରଦାନ କରି ସାରିଛି। ଆହୁରି ମଧ୍ୟ ରାଜ୍ୟରେ କରୋନା ଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଓଏମସିର ନିର୍ଦ୍ଦେଶକ ମଣ୍ଡଳୀ 2019-20 ବର୍ଷର ଆଗୁଆ ଲାଭାଂଶରୁ 250 କୋଟି ପ୍ରଦାନ କରିବାକୁ ସ୍ଥିର କରିଛନ୍ତି ।
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ରାଷ୍ଟ୍ରକୁ ସମ୍ବୋଧିତ କରି 21 ଦିନ ପର୍ଯ୍ୟନ୍ତ ଲକ୍ ଡାଉନ୍ର ଘୋଷଣା କରିବା ସହ ସାମାଜିକ ଦୂରତ୍ବ ସମ୍ପର୍କରେ କହିଥିଲେ । ଏହି ଲକ୍ ଡାଉନ୍ ସମୟରେ ଘରୁ ନ ବାହାରି ଘରେ ରହିବାକୁ ପରାମର୍ଶ ଦେଇଥିଲେ । ସେହିପରି ସାମାଜିକ ଦୂରତ୍ବକୁ ପାଳନ କରିବାକୁ ମଧ୍ୟ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲ୍ ପରେ ଏହାର ପ୍ରଭାବ ଆଜି ସାରା ଦେଶରେ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ସୋସିଆଲ ଦୂରତ୍ବକୁ ଠିକ୍ ରୂପେ ପାଳନ କରୁଥିବାର ଦେଖିବାକୁ ମିଳିଛି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ଆବାସରେ ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ଏହାର ନଜର ଦେଖିବାକୁ ମିଳିଛି । ଏହି ବୈଠକରେ ସମସ୍ତ ମନ୍ତ୍ରୀ ଏକ ମିଟର ଦୂରରେ ବସିଥିବାର ଦେଖାଯାଇଥିଲା । କରୋନା ସମ୍ପର୍କିତ ଚର୍ଚ୍ଚା କରାଯିବା ପାଇଁ ଏହି ବୈଠକ…

