Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାସ୍ତା ଯାହାର ଘର, ଲକ ଡାଉନ ସମୟରେ ସେ ରହିବ କେଉଁଠି, ତା କଥା ବୁଝିବ କିଏ??
ବିଶେଷ ଖବର

ରାସ୍ତା ଯାହାର ଘର, ଲକ ଡାଉନ ସମୟରେ ସେ ରହିବ କେଉଁଠି, ତା କଥା ବୁଝିବ କିଏ??

March 30, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆମର ମଧ୍ୟବିତ୍ତମାନେ ଭାବନ୍ତି, ସେମାନେ ଇ ଦେଶ। ସେମାନେ ଆୟକର ଦେଇ ସରକାର ଚଳାଉଛନ୍ତି, ତେଣୁ ସରକାର ସେମାନଙ୍କର ବଶଂବଦ। ସରକାର ସେମାନଙ୍କୁ ଯେତିକି ଚାବୁକ ମାରେ ସରକାରକୁ ସେମାନେ ସେତେ ବେଶୀ ଭଲ ପାଆନ୍ତି। ଇଂରାଜୀରେ ଏହାକୁ କହନ୍ତି Masochist citizenry ବା ପୀଡାପ୍ରେମୀ ନାଗରିକତ୍ଵ। ନାଗରିକତାରେ ଭକ୍ତି ଓ ସମର୍ପଣର ଭାବନା ମିଶେଇଦେଲେ ଏ ପ୍ରକାର ଭାବନା ସୃଷ୍ଟି ହୁଏ। ଭାରତୀୟ ସମ୍ବିଧାନ ଆମକୁ ଯେଉଁ ନାଗରିକତାର କଥା କହେ ତାହା ସକ୍ରିୟ ନାଗରିକତା (proactive citizenry)।  ନାଗରିକର ଅଧିକାର ସାମାନ୍ୟ କ୍ଷୁଣ୍ଣ ହେଲେ ତାକୁ ବରଦାସ୍ତ ନକରିବା ନାଗରିକର ପ୍ରଥମ  ମୌଳିକ କର୍ତ୍ତବ୍ୟ। ହେଲେ ନାଗରିକଙ୍କୁ ପ୍ରଜା ଓ ଭକ୍ତ ବନାଉଥିବା ଶାସକ ଲୋକଙ୍କ ପାଖରେ ସମ୍ବିଧାନକୁ ପହଞ୍ଚାଇବାର ସୁଯୋଗ ଦିଏନାହିଁ। ଆଜି ଯେତେବେଳେ ଦେଶ ଏକ ଭୟଙ୍କର ବିପଦର ସାମ୍ନା କରୁଛି, ସେତେବେଳେ ଆମେ ସକ୍ରିୟ ନାଗରିକ ହେବା ନା ସମର୍ପିତ ଭକ୍ତ ହୋଇ ରହିବା, ସେ ନିର୍ଣ୍ଣୟ ଉପରେ ଆମର ଭବିଷ୍ୟତ ନିର୍ଭର କରେ।

କରୋନାସଂକ୍ରମଣର ଯେଉଁ ବିପଜ୍ଜନକ ଶିକୁଳୀ ତାକୁ ଛିଣ୍ଡାଇବାକୁ ହେଲେ ଦେଶରେ ସାମାଜିକ ଦୂରତା ଏକମାତ୍ର ପନ୍ଥା, ସେଥିରେ କୌଣସି ଦ୍ଵିମତ ନାହିଁ। ଲୋକଙ୍କୁ ଘରେ ରହିବାକୁ ପଡିବ। ସାମାଜିକ ଦୂରତ୍ବ ଆଜିର ଏକମାତ୍ର ଔଷଧ। ଯାହାର ଘର ଅଛି ସେ ଘରେ ତାଲା ବନ୍ଦ କରି ରହିବ। ହେଲେ ଯାହାର ଘର ନାଇଁ ସେ ଯିବ କୁଆଡେ? ଏ ଦେଶରେ ଅତିକମରେ ୧୭ ଲକ୍ଷ ପରିବାର ପାଖରେ ରହିବା ପାଇଁ  ଘର ନାଇଁ ବୋଲି ଖୋଦ ଭାରତ ସରକାରଙ୍କ ଜନଗଣନା ରିପୋର୍ଟ କହୁଛି। ତେବେ ବିଭିନ୍ନ ସଂସ୍ଥାର ରିପୋର୍ଟ ଆଧାରରେ ଜଣା ପଡୁଛି ଯେ ଦେଶର ପ୍ରମୁଖ ମହାନଗରୀଗୁଡ଼ିକରେ ଅତିକମରେ କୋଟିଏରୁ ଅଧିକ ଲୋକ ଗୃହଶୂନ୍ୟ ଭାବରେ ରାସ୍ତାରେ ବଞ୍ଚନ୍ତି। କେବଳ ଦିଲ୍ଲୀରେ ୨ ଲକ୍ଷ ଓ କଲିକତାରେ ଦେଢ ଲକ୍ଷ ଲୋକ ରାସ୍ତାରେ ଜୀବନ ନିର୍ବାହ କରନ୍ତି। ଏମାନେ ଫୁଟପାଥରେ ପଲିଥିନ ଟାଣି କିମ୍ବା ଓଭର ବ୍ରିଜ ତଳେ ଅଖା ଟାଣି ଜୀବନ କାଟନ୍ତି। ଆଜିର ଲକ ଡାଉନ ସମୟରେ ଏମାନେ ଯିବେ କୁଆଡେ?

ଏମାନଙ୍କ ବ୍ୟତୀତ ଦେଶରେ ପାଖାପାଖି ୧ କୋଟି ୨୦ ଲକ୍ଷ ଦାଦନ ଶ୍ରମିକ ଅଛନ୍ତି। ଏମାନେ ନିଜ ଗାଁ ଓ ଘର ଛାଡି ବିଭିନ୍ନ ସମୟରେ ସହରକୁ କାମ କରିବାକୁ ଆସିଥାନ୍ତି। ବସ୍ତୁତଃ ଏମାନେ ମଧ୍ୟ ବାସହୀନ। ଏମାନେ ଇଟାଭାଟିରେ, ନିର୍ମାଣ ସ୍ଥଳୀରେ କିମ୍ବା ଖୋଲା ପଡିଆରେ ଅସ୍ଥାୟୀ ପଲିଥିନ ତଳେ ରହନ୍ତି। ସେହିପରି ଭାରତର ସହରୀ ନାଗରିକଙ୍କ ମଧ୍ୟରୁ ପ୍ରତି ଛ ଜଣରୁ ଜଣେ ଝୋପଡି ବସ୍ତିରେ ରହନ୍ତି। ଝୋପଡି କୁ ଘର ବୋଲି କହିବା, ଘର ଶବ୍ଦ ପ୍ରତି ଅନ୍ୟାୟ ହେବ। ମୋଟାମୋଟି ଏ ଦେଶର ୩୦ କୋଟି ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ ଘର ବୋଲି କିଛି ନାଇଁ। ଏମାନେ କେଉଁ ଘରେ ରହିବେ ଓ କେଉଁ ଦୁଆରରେ ଲକ୍ଷ୍ମଣ ରେଖା ଟାଣିବେ? (ଯଦିଓ ମୂଳ ରାମାୟଣରେ ଲକ୍ଷ୍ମଣ ରେଖା ବୋଲି କିଛି ନାଇଁ ଓ ଏହା ଏକ ଭ୍ରମାତ୍ମକ ପ୍ରୟୋଗ।)

ଆଜି କରୋନା ମୁକାବିଲା ଲାଗି ଦେଶକୁ ୨୧ ଦିନ ପାଇଁ “ଲକ ଡାଉନ” ଘୋଷଣା କରିବା ବେଳେ ଏଇ ଲୋକମାନେ ଯିବେ କୁଆଡେ? ଆଜି ସେମାନେ ହିଁ ରାସ୍ତାରେ ଭିଡ ହୋଇ ଠିଆ ହୋଇଛନ୍ତି। ଲକ୍ଷ ଲକ୍ଷ ସଂଖ୍ୟାରେ ଦାଦନ ଶ୍ରମିକ ଆଜି ରାସ୍ତାରେ ଚାଲି ଚାଲି ନିଜ ଗାଁକୁ ଫେରୁଛନ୍ତି। ଏହି ଅସହାୟ ଲୋକଙ୍କ ଜୀବନକୁ ନେଇ ରାଜନୀତିର ଜଘନ୍ୟ ଖେଳ ଚାଲିଛି। ସେମାନଙ୍କ ଆଢୁଆଳରେ ଉତ୍ତର ପ୍ରଦେଶ ସରକାର ଓ ଦିଲ୍ଲୀ ସରକାର ଭିତରେ କାଦୁଅ ଫୋପଡା ଫୋପଡି ଚାଲିଛି। ଉତ୍ତର ପ୍ରଦେଶରେ ତ ଜଙ୍ଗଲ ରାଜା ଚାଲିଛି। ସେଠି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ସର୍ବେସର୍ବା। ସେ ଲକ ଡାଉନ ସମୟରେ ନିଜ ମନ୍ଦିରରେ ଯଜ୍ଞ କରିପାରିବେ। ନିଜର ଅନୁଗତଙ୍କୁ ଧରି ସାମାଜିକ ଅନୁଷ୍ଠାନ କରି ପାରିବେ। ଦିଲ୍ଲୀରେ ଥିବା ଶ୍ରମିକଙ୍କୁ ବସ ପଠାଇ ଅଣାଯିବ ବୋଲି କହିବେ ଓ ସେଥିଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଦାୟୀ କରିପାରିବେ। ସେ ସମ୍ବିଧାନ ସୀମାରେ ରହି ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନିର୍ବାହ ନ କଲେ ତାଙ୍କୁ କେହି କିଛି କହିପାରିବେ ନାହିଁ।

ଏ ଯେଉଁ ୩୦ କୋଟି ବାସହୀନ ଜନତା ଏବେ ଚାଲି ଚାଲି ଗାଁକୁ ଫେରୁଛନ୍ତି, ଗାଁ ରେ ସେମାନଙ୍କ ଲାଗି ଆହୁରି ବଡ ବିପଦ ଅପେକ୍ଷା କରିଛି। ଗାଁ ଲୋକେ ସେମାନଙ୍କୁ ଗାଁରେ କିମ୍ବା ପରିବାରରେ ପୂରେଇ ଦେବେ ନାଇଁ। ୧୪ ଦିନ କ୍ଵାରେଣ୍ଟାଇନରେ ରହିବାକୁ ତାଙ୍କୁ କୁହା ଯାଉଛି। କଣ ସେ କ୍ଵାରେଣ୍ଟାଇନ? ଗାଁ ବାହାରେ ସ୍କୁଲ ବା ପଞ୍ଚାୟତ ଘରେ ସେମାନେ ରହିବେ। ସେଠି ପାଣି ବା ଖାଦ୍ୟ ମିଳିବ ନାଇଁ। ଶୌଚାଳୟ କଥା ନ କହିଲେ ଭଲ। ଏଇ ଦରିଦ୍ର ଲୋକମାନେ ଆଜି ଦେଶରେ କରୋନା ଆଶଙ୍କାରେ ଯେତିକି ନୁହେଁ ନିଜ ଜୀବନ ବିକଳରେ ମୃତ୍ୟୁ ସହିତ ଲଢୁଛନ୍ତି। ଗୋଟେ ପଟେ କରୋନା ସଂକ୍ରମଣର ଆଶଙ୍କା ଓ ଅପର ପକ୍ଷେ ଏକ ଅବିବେକୀ-ମାନବିକତା ବିହୀନ ସରକାରର ପ୍ରହାର, ଏ ଦୁଇଟି ମାଡକୁ ମାଦଳ ପରି ସହିବା ବ୍ୟତୀତ ଗରୀବଙ୍କ ପାଖରେ ଆଉ ବାଟ ବା କାହିଁ!!

Share. Facebook Twitter LinkedIn Email WhatsApp Copy Link

Related Posts

ସି-ଲିପ୍ସ: ଡିଜିଟାଲ୍ ସଶକ୍ତୀକରଣରେ ବଦଳିବ ଲକ୍ଷପତି ଦିଦିଙ୍କ ଭବିଷ୍ୟତ

July 2, 2026

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026

ଏଫସିଆରଏ ୨.୦ ପୋର୍ଟାଲ ଏବଂ ଇ-ଓସିଆଇ କାର୍ଡର ଶୁଭାରମ୍ଭ କଲେ ଅମିତ ଶାହ

July 1, 2026

ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ

June 30, 2026
Latest News

ସି-ଲିପ୍ସ: ଡିଜିଟାଲ୍ ସଶକ୍ତୀକରଣରେ ବଦଳିବ ଲକ୍ଷପତି ଦିଦିଙ୍କ ଭବିଷ୍ୟତ

July 2, 2026

୭,୧୪୫ କୋଟିରେ କାନପୁର-କବରାଇ ଆକ୍ସେସ୍-କଣ୍ଟ୍ରୋଲ୍ଡ ରାଜପଥକୁ କ୍ୟାବିନେଟ୍‌ର ମଞ୍ଜୁରୀ

July 2, 2026

ଜନସଂଖ୍ୟା ପରିବର୍ତ୍ତନ ଅଧ୍ୟୟନ ପାଇଁ ରାଜ୍ୟ ଗସ୍ତ କରିବ ଉଚ୍ଚସ୍ତରୀୟ କମିଟି

July 2, 2026

ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନ୍ ସେବାରେ ବୃଦ୍ଧି

July 2, 2026

ରଣପୁରରେ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.