ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ରାଜ୍ୟ ସରକାର ବେଶ୍ କଡା ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟରେ ଲକ୍ ଡାଉନ୍ ଚାଲିଥିବାବେଳେ କାଲିଠାରୁ ବସ୍ ଚଳାଚଳ ବନ୍ଦ କରାଯିବା ନେଇ ଘୋଷଣା କରାଯାଇଛି । ଆସନ୍ତାକାଲି ଦିନ 11ଟାରୁ ରାଜ୍ୟରେ ସମସ୍ତ ବସ୍ ଚଳାଚଳ ବନ୍ଦ ରହିବ । ସେହିପରି ଆଜି ରାତି 12ଟାରୁ ସମସ୍ତ ସିଟି ବସ୍ ଚଳାଚଳ ମଧ୍ୟ ବନ୍ଦ ରହିବ । ରାଜ୍ୟ ତମାମ ସମସ୍ତ ବସ୍ ଚଳାଚଳ ବନ୍ଦ ରହିବ । ପୂର୍ବରୁ ଆନ୍ତଃରାଜ୍ୟ ବସ୍ ଚଳାଚଳକୁ ବନ୍ଦ କରାଯାଇଥିଲା । କିନ୍ତୁ କରୋନାକୁ ଦୃଷ୍ଟିରେ ରଖି ଏବେ ସାରା ରାଜ୍ୟରେ ବସ୍ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
Author: Samikhsya Bureau
ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ବେଶ୍ ଦ୍ରୁତ ଗତିରେ ମାଡ଼ି ଚାଲିଛି। ପ୍ରାପ୍ତ ସୂଚନାନୁସାରେ କରୋନା ଯୋଗୁଁ ପଶ୍ଚିମବଙ୍ଗରେ ଜଣକର ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। 55 ବର୍ଷୀୟ ଏହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ସାରା ଦେଶରେ ଭାରତୀୟଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ସେହିପରି ଭାରତରେ 2 ବିଦେଶୀ ନାଗରିକ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ତେବେ ସର୍ବମୋଟ ଭାରତରେ ମୃତକଙ୍କ ସଂଖ୍ୟା 9କୁ ବୃଦ୍ଧି ପାଇଛି। ସେହିପରି ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 433ରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ 50ରୁ ଅଧିକ ମାମଲା ଆସିଥିବାବେଳେ ତିନିଜଣକର ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଦିଲ୍ଲୀ, ରାଜସ୍ଥାନ, ବିହାର, ପଞ୍ଜାବ, ଉତ୍ତରାଖଣ୍ଡ, ଛତିଶଗଡ, ଝାଡଖଣ୍ଡ, ଜମ୍ମୁ-କାଶ୍ମୀର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶରେ କରୋନା ଭାଇସ୍ ଯୋଗୁଁ 31 ମାର୍ଚ୍ଚ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏତଦ୍ବ୍ୟତୀତ ଉତ୍ତରପ୍ରଦେଶର 16ଟି ଜିଲ୍ଲାରେ 25…
ପ୍ରଭୁକଲ୍ୟାଣ ମହାପାତ୍ର ବିତର୍କ ମାଧ୍ୟମରେ ଶାସନ ପରିଚାଳନା କରିବା ହେଉଛି, ସଂସଦୀୟ ଗଣତନ୍ତ୍ରର ବିଶେଷତ୍ବ। ଏହି ଶାସନ ବ୍ୟବସ୍ଥାରେ ବିଧାନସଭାରେ ବିତର୍କ ଜରିଆରେ ହିଁ ପ୍ରଶାସନକୁ ଉପଯୁକ୍ତ ଦିଗ୍ଦର୍ଶନ ପ୍ରଦାନ କରାଯାଇଥାଏ। ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଗ୍ରହଣ ଲାଗି ସରକାର ବିଧାନସଭାରେ ପ୍ରଶଂସାଭାଜନ ହୋଇଥିବାବେଳେ ଜନବିରୋଧୀ କାର୍ଯ୍ୟକଳାପ ପାଇଁ ଶାସନକଳ ଗୃହେର କଠୋର ସମାଲୋଚନାର ଶରବ୍ୟ ହୋଇଥାଏ। ତେଣୁ ସଂସଦୀୟ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସରକାର ସ୍ବେଚ୍ଛାଚାରୀ ବା ଏକଛତ୍ରବାଦୀ ହେବାର ସମ୍ଭାବନା ଯଥେଷ୍ଟ କମ୍ ଥାଏ। ସେଥି ଯୋଗୁଁ ଏହି ଶାସନ ବ୍ୟବସ୍ଥାକୁ ପୃଥିବୀର ଅଧିକାଂଶ ରାଷ୍ଟ୍ର ଆପେଣଇ ନେଇଛନ୍ତି। ତେବେ ଏହି ଧରଣର ଶାସନ ବ୍ୟବସ୍ଥାରେ ଲୋକମାନଙ୍କ ଭାଗ୍ୟର ଚୂଡ଼ାନ୍ତ ମଧ୍ୟସ୍ଥି ହେଉଛି ବିଧାନସଭା। କାରର ଏହା ଶାସନକଳର ମଙ୍ଗକୁ ଜନକଲ୍ୟାଣ ଅଭିମୁଖୀ କରାଇଥାଏ। ତେଣୁ ଲୋକମାନଙ୍କ ଭାଗ୍ୟ ସହିତ ଅନ୍ତର୍ନିହିତ ଭାବେ ଜଡିତ ଗଣତନ୍ତ୍ର ଏହି ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥା ବିଧାନସଭାର ବିତର୍କ ଅତ୍ୟନ୍ତ ଉପାଦେୟ, ଗଠନମୂଳକ…
ସୀତାରାମ ଅଗ୍ରଓ୍ବାଲ ବାଣପୁର : କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ସତର୍କତା ଓ କଡା ସଚେତନତା କରାଯାଉଛି। ସହର ହେଉ କି ଗ୍ରାମ ସବୁଠୁ ଦେଖିବାକୁ ମିଳିଛି କରେନା ନେଇ ସତର୍କ ଓ ସଚେତନତା। ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲାର ବାଣପୁର-ବାଲୁଗାଁ ଅଞ୍ଚଳରେ ସର୍ବାଧିକ ବିଦେଶୀ ଫେରନ୍ତା ରହିଛନ୍ତି । ବାଣପୁରର ଏନେଇ କରୋନା ସତର୍କତାକୁ ବେଶ୍ କଡାକଡି କରାଯାଇଛି। ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କରାଯାଇଥିବାବେଳେ ବାଣପୁର ସହରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ସକାଳ ସମୟରେ ଏହି ନିୟମକୁ ଭାଙ୍ଗି ଜନ ଗହଳିର ଖବର ମିଳିଥିଲା। ଏହା ସମ୍ପର୍କରେ ଅଭିଯୋଗ କରାଯିବା ପରେ ପୋଲିସ୍ ଓ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣାସ୍ଥଳକୁ ଆସି ନିଜେ ଏହି ଘଟଣାର ତଦାରଖ କରିବା ସହିତ ସଚେତନତା କରାଇବା ସହ ଘରେ ରହିବାକୁ ପରାମର୍ଶ ଦେଇଥିଲେ । ଏହାପରେ ସାଧାରଣରେ ଲକ୍ ଡାଉନ୍କୁ ମାନି ଘରେ ରହିଥିବାର ଦେଖାଯାଇଛି…
ପଞ୍ଜାବ : କରୋନା ମୁକାବିଲା ପାଇଁ ସାରା ପଞ୍ଜାବରେ କର୍ଫ୍ୟୁ ଘୋଷଣା କରାଯାଇଛି । ତେବେ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ। କରୋନା ଭାଇରସ୍ ସହ ମୁକାବିଲା ପାଇଁ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ, ଓଡ଼ିଶା ସମେତ 10ରୁ ଅଧିକ ରାଜ୍ୟର ବହୁ ସହରରେ ଲକ୍ ଡାଉନର ଘୋଷଣା କରାଯାଇଛି। ତଥାପି କିଛି ଲୋକେ ଏହାକୁ ମାନୁ ନଥିବାର ଦେଖାଯାଇଛି। ଲକ୍ ଡାଉନ୍କୁ ଉଲ୍ଲଂଘନ କରୁଥିବାର ଦେଖାଯାଇଛି। ଏହାକୁ ନେଇ ପଞ୍ଜାବ ସରକାର କଡା ପଦକ୍ଷେପ ନେଇଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ପୂରା ପଞ୍ଜାବରେ କର୍ଫ୍ୟୁ ଲଗାଇଛନ୍ତି। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର୍ ମଧ୍ୟ ଲକ୍ ଡାଉନର ଘୋଷଣା କରିଛନ୍ତି। ସେହିପରି ଲକ୍ ଡାଉନ୍କୁ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ କରାଯିବା ନେଇ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏନେଇ ହଜାର ଟଙ୍କାର ଜରିମାନା ସହିତ 6 ମାସର ଜେଲ୍…
ସମୀକ୍ଷା ବ୍ୟୁରୋ ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଦୁଇ ଯୁବକ କରୋନା ଡରରେ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ମିଳିଥିବା ରିପୋର୍ଟ ଅନୁସାରେ ହାପୁର ଜିଲ୍ଲାର ପିଲୁଖାରର ସୁଶୀଲ୍ ନାମକ ଜଣେ ଯୁବକ ବ୍ଲେଡ୍ରେ ନିଜର ଗଳା କାଟି ଆତ୍ମହତ୍ୟା କରିଛନ୍ତି। ତେବେ ମିଳିଥିବା ସୁଇସାଇଟ୍ ନୋଟ୍ରେ ସେ ତାଙ୍କ ପରିବାରକୁ କ୍ଷମା ମାଗିବା ସହିତ ପରିବାର ସଦସ୍ୟଙ୍କର କରୋନା ଟେଷ୍ଟ କରାଇବା ପାଇଁ ଅନୁରୋଧ କରିଛନ୍ତି। କିଛି ଦିନ ହେବ ସୁଶୀଲଙ୍କୁ ଜ୍ବର ହେବା ସହ ତାଙ୍କ ଗଳା ଦରଜ ରହିଥିଲା।ଏହାକୁ ସେ କରୋନାର ଲକ୍ଷଣ ଭାବି ନିଜ ଗଳା କାଟି ଆତ୍ମହତ୍ୟା କରିଛନ୍ତି। ସେହିପରି ବରେଲୀର ଆଉ ଜଣେ ଯୁବକ ଜଣକ ଟ୍ରେନ୍ ସାମ୍ନାକୁ ଡେଇଁ ନିଜ ଜୀବନ ଦେଇଛନ୍ତି। ରେଳ ଷ୍ଟେସନ ନିକଟରେ ବସିଥିବା ଏହି ଯୁବକ ଜଣକ ନିଜକୁ ଜଣେ କରୋନା ଆକ୍ରାନ୍ତ ବୋଲି କହୁଥିବାର କହିଛନ୍ତି ରେଳ କର୍ମଚାରୀ। ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବାବେଳେ ରିପୋର୍ଟ…
ସମୀକ୍ଷା ବ୍ୟୁରୋ ଭଦ୍ରକ : ଲକ୍ଡାଉନ୍ କଟକଣା ଭାଙ୍ଗିବାରୁ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଟାଉନ୍ ପୋଲିସ୍ ଦ୍ବାରା ଗବସାହି ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ବାରଣ ସତ୍ତ୍ବେ ସିମେଣ୍ଟ ଦୋକାନ ଖୋଲିଥିବାରୁ ତାଙ୍କୁ ଗିରଫ କରାଯାଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତରଫରୁ କଡା ପଦକ୍ଷେପ ନିଆଯାଇଛି । ରାଜ୍ୟରେ ଲକ୍ଡାଉନ୍ ସ୍ଥିତି ଜାରି ରହିଛି । ତେବେ ଅତ୍ୟାବଶ୍ୟକ ତଥା ଜରୁରୀକାଳୀନ ସେବା ଉପଲବ୍ଧ ରହିଛି । କେନ୍ଦ୍ର ସରକାରଙ୍କ ତରଫରୁ ମଧ୍ୟ ଲକ୍ ଡାଉନ୍କୁ କଡାକଡି କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯିଏ ଏହି ନିୟମକୁ ନ ମାନିବେ, ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ମଧ୍ୟ ଆଦେଶ ଦିଆଯାଇଛି ।
ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଦେଶରେ ପ୍ରାୟ ରାଜ୍ୟରେ ଲକ୍ ଡାଉନ୍ର ଘୋଷଣା କରାଯାଇଛି। ଲକ୍ ଡାଉନ୍କୁ ନେଇ ରାଜ୍ୟ ସରକାରଙ୍କୁ ଆଇନ୍ ଓ ନିୟମ କଡ଼ାକଡ଼ି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏନେଇ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟୁଇଟ୍ କରି କହିଛନ୍ତି । ଲୋକମାନେ ଲକ୍ଡାଉନ୍କୁ ଗୁରୁତ୍ବର ସହ ବିଚାର କରିବାକୁ କହିଛନ୍ତି ମୋଦି। ଲକ୍ଡାଉନକୁ ନେଇ ରହିଥିବା ସରକାରୀ ନିୟମକୁ କଡାକଡି ପାଳନ କରିବାକୁ ଅପିଲ୍ କରିଛନ୍ତି ମୋଦି । ସେହିପରି ଲକ୍ଡାଉନ୍ ନିର୍ଦ୍ଦେଶ ଖିଲାପକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ତରଫରୁ ନିର୍ଦ୍ଦେଶ ରହିଛି । ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଦେଶର ୨୩ଟି ରାଜ୍ୟର ୮୨ ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସାରା ବିଶ୍ବରେ ଏବେ କରୋନାକୁ ନେଇ ସ୍ଥିତି ବେଶ୍ ସଂକଟପୂର୍ଣ୍ଣ । ଭାରତରେ ମଧ୍ୟ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଓଡ଼ିଶାରରେ ଦୁଇ କରୋନା ରୋଗୀଙ୍କ ସମ୍ପର୍କରେ ଜଣାପଡିବା ପରେ ରାଜ୍ୟ ସରକାର ବେଶ୍ କଡା ପଦକ୍ଷେପ ନେଇଛନ୍ତି । ଆସନ୍ତା ମାର୍ଚ୍ଚ 31 ପର୍ଯ୍ୟନ୍ତ ରାଜ୍ୟର ପାଞ୍ଚଟି ଜିଲ୍ଲା ଓ ସହରକୁ ପ୍ରାୟ ସମ୍ପୂର୍ଣ୍ଣ ଲକ୍ ଡାଉନ୍ର ଘୋଷଣା କରିଛନ୍ତି । ଏହିକ୍ରମରେ ଆଜି ଛଅ ମାସ ପର୍ଯ୍ୟନ୍ତ ଆନ୍ଦୋଳନ ନ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି । କରୋନା ସମୟରେ ଆନ୍ଦୋଳନ ନ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ । ସମସ୍ତ ପୌରାଞ୍ଚଳ ପାଇଁ ନିର୍ଦ୍ଦେଶନାମା ଜାରି କଲେ ସରକାର । ପରିମଳ ଓ ପାନୀୟ ଜଳ ଯେଗାଣ କର୍ମଚାରୀଙ୍କୁ ଆନ୍ଦୋଳନ ପାଇଁ ବାରଣ କରାଯାଇଛି । ଛଅ ମାସ ପାଇଁ ଆନ୍ଦୋଳନ ନ କରିବାକୁ…
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତର୍ଗତ ବାମଦେଇପୁର ଗ୍ରାମରେ ଜମିଜମା ବିବାଦକୁ ନେଇ ଗୋଟିଏ ପରିବାରକୁ ସଂଘ ବଦ୍ଧ ଆକ୍ରମଣ କରାଯାଇଥିବା କୁଜଙ୍ଗ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଏକ ଜମିରେ ସ୍ଥିତାବସ୍ଥା ପାଇଁ କୋର୍ଟଙ୍କ ରାୟ ରହିଥିବା ବେଳେ ଏହି ବିବାଦୀୟ ଜମିରେ ଜଣେ ଗଛକଟା ଓ ଅନ୍ୟାନ କାର୍ଯ୍ୟକୁ ନେଇ ଗତକାଲି ସଂନ୍ଧ୍ୟାରେ ଗୋଷ୍ଠି ସଂଘର୍ଷ ଘଟିଥିଲା । ଏଥିରେ ବାମଦେଇପୁର ଗ୍ରାମର ବିଚିତ୍ର ମହାନ୍ତି, ତାଙ୍କ ପତ୍ନୀ ଲୋଚନା ମହାନ୍ତି, ସଚିତ୍ର ମହାନ୍ତି, ପତ୍ନୀ କାଦମ୍ବନୀ ମହାନ୍ତି, ସଚିତ୍ରଙ୍କ ପୁଅ ବବୁଲ ମହାନ୍ତି ଓ ସଚିତ୍ରଙ୍କ ଝିଅ ଜ୍ୟୋତିର୍ମୟୀଙ୍କୁ ଘର ମଧ୍ୟକୁ ବଳପୂର୍ବକ ପ୍ରବେଶକରି ଆକ୍ରମଣ କରାଯାଇଥିବା କୁଜଙ୍ଗ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ ବିଚିତ୍ରଙ୍କ ହାତରେ ଗଭୀର କ୍ଷତ ହୋଇଥିବା ବେଳେ ବହୁ ପରିବାର ସଦସ୍ୟ ଆହତ ହୋଇଛନ୍ତି । ଏହି ସମ୍ପର୍କରେ ଗ୍ରାମର ଅଭି ଦଳାଇ, ରବି…
ନୂଆଦିଲ୍ଲୀ : କରୋନାକୁ ନେଇ ସାରା ବିଶ୍ବ ଏବେ ଆତଙ୍କରେ। କରୋନାକୁ ନେଇ ସାଧାରଣରେ କେତେ ଭୟାନକ ଅବସ୍ଥା ରହିଛି ତାହା ନ କହିବା ଭଲ। ଜଣେ ପାଇଲଟ୍ ବିମାନ ଭିତରେ ଜଣେ ଯାତ୍ରୀଙ୍କ ସାମାନ୍ୟ ଛିଙ୍କକୁ ଡରି ବିମାନରୁ ଡେଇଁପଡିଥିବା ଖବର ବେଶ୍ ଚର୍ଚ୍ଚାକୁ ଆସିଛି। ଜଣେ ଯାତ୍ରୀ ଏକ ବିମାନରେ ଛିଙ୍କିଥିଲେ ଏହାକୁ ଦେଖି ସେହି ବିମାନର ପାଇଲଟ୍ କକପିଟର ଜରୁରୀକାଳୀନ ଫାଟକରୁ ଡେଇଁପଡିଥିଲେ। ଏହି ଘଟଣାଟି ଏୟାର ଏସିଆ ଇଣ୍ଡିଆର ପୁଣେ-ଦିଲ୍ଲୀ ବିମାନ 15-732ର କାହାଣୀ ଅଟେ। ଶୁକ୍ରବାର ଦିନ ଏହି ବିମାନରେ ଜଣେ ଯାତ୍ରୀ ଛିଙ୍କି ଦେଲେ, ଏହା ପରେ ବିମାନ ଅବତରଣ କରାଗଲା ବିମାନ ଚାଳକ ଜଣକ କକ୍ପିଟ୍ର ଜରୁରୀକାଳୀନ ଦ୍ବାରା ଦେଇ ଡେଇଁ ପଡିଥିଲେ। ସାଧାରଣତଃ ବିମାନ ବନ୍ଦରରୁ ବାହାରିବା ପାଇଁ ସାମ୍ନା ଗେଟ୍କୁ ପାଇଲଟ୍ମାନେ ଉପଯୋଗ କରୁଥିବାବେଳେ ଜରୁରୀକାଳୀନ ଅବସ୍ଥାରେ କକ୍ପିଟ୍ରେ ଥିବା ଜରୁରୀକାଳୀନ ଦ୍ବାରକୁ ବ୍ୟବହାର କରାଯାଇଥାଏ। ବିମାନଚାଳକ ଜଣକ…
ନୂଆଦିଲ୍ଲୀ : କରୋନା ମହାମାରୀ ସାରା ବିଶ୍ବରେ ପ୍ରକୋପ ଜାରି ରଖିଛି । ଦୁନିଆରା 192ଟି ଦେଶରେ ଏହି କରୋନା ବ୍ୟାପି ସାରିଛି । ବିଗତ ପାଞ୍ଚ ଦିନ କରେ କରୋନା ମୃତ୍ୟୁ ହାର 9ରୁ 13 ପ୍ରତିଶତକୁ ବୃଦ୍ଧି ପାଇଛି । ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ 100ରୁ ଅଧିକ ଲୋକ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ଆମେରିକାରେ ସର୍ବମୋଟ 452 ଜଣ ଏହି ରୋଗରେ ମୃତ୍ୟୁବରଣ କରିଛନ୍ତି । ଏପରିକି ସିନେଟର୍ ରେଣ୍ଡ ପର୍ଲ ମଧ୍ୟ କରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି । କରୋନା ଯୋଗୁଁ ସାରା ବିଶ୍ବରେ 339,026 ଲୋକ ଆକ୍ରାନ୍ତ ହୋଇଥିବାବେଳେ ଏଥିରେ ମୃତ୍ୟୁବରଣ କରିଛନ୍ତି 14,698 । ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 99,014 ଜଣ । ଚାଇନାରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ରୋଗଟି ଏବେ ଇଟାଲୀରେ ତାଣ୍ଡବ କରୁଛି । ଇଟାଲୀରେ ସର୍ବାଧିକ ମୃତ୍ୟୁ 5,476ଜଣଙ୍କର…
ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ବେଶ୍ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 419ରେ ପହଞ୍ଚିଥିବାବେଳେ ଏହି ରୋଗରେ ମୃତକଙ୍କ ସଂଖ୍ୟା 8ରେ ପହଞ୍ଚିଲାଣି। ଗତ 24 ଘଣ୍ଟା ମଧ୍ୟରେ 50ରୁ ଅଧିକ ମାମଲା ଆସିଥିବାବେଳେ ତିନିଜଣକର ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଦିଲ୍ଲୀ, ରାଜସ୍ଥାନ, ବିହାର, ପଞ୍ଜାବ, ଉତ୍ତରାଖଣ୍ଡ, ଛତିଶଗଡ, ଝାଡଖଣ୍ଡ, ଜମ୍ମୁ-କାଶ୍ମୀର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶରେ କରୋନା ଭାଇସ୍ ଯୋଗୁଁ 31 ମାର୍ଚ୍ଚ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏତଦ୍ବ୍ୟତୀତ ଉତ୍ତରପ୍ରଦେଶର 16ଟି ଜିଲ୍ଲାରେ 25 ମାର୍ଚ୍ଚ ପର୍ଯ୍ୟନ୍ତ ଲକ୍ଡାଉନ୍ର ଘୋଷଣା କରାଯାଇଛି । ସଦ୍ୟ ସୂଚନା ଅନୁସାରେ ମହାରାଷ୍ଟ୍ରରେ କରୋନା ଯୋଗୁଁ ତୃତୀୟ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ମୃତକ ଜଣକ ଫିଲିଫାଇନ୍ସର ନାଗରିକ। ମହାରାଷ୍ଟ୍ରରେ କରୋନା ସମ୍ପର୍କିତ 15ଟି ନୂଆ ମାମଲାକୁ ସାମ୍ନାକୁ ଆସିଛି ମହାରାଷ୍ଟ୍ରରେ ସର୍ବାଧିକ 89ଜଣ ସଂକ୍ରମିତ ହୋଇଛନ୍ତି । ପୂର୍ବରୁ ରାଜସ୍ଥାନର…
ସମୀକ୍ଷା ବ୍ୟୁରୋ ଚୌଦ୍ବାର : ଗତକାଲି ସାରା ଦେଶରେ ଜନତା କର୍ଫ୍ୟୁ ଚାଲିଥିବାବେଳେ ଚୌଦ୍ବାର ଓଟିଏମ୍ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସାମନ୍ୟ ଅର୍ଥକୁ ନେଇ ଜଣେ ପୁଅ ବାପାକୁ ମାରି ଶେଷରେ ନିଜେ ଆତ୍ମହତ୍ୟା କରିଛି। ଅର୍ଥକୁ ନେଇ ବଚସା ହେବାରୁ ଉତ୍ତ୍ୟକ୍ତ ପୁଅ ବାପାର ମୁଣ୍ଡକୁ ଛେଚି ହତ୍ୟା କରିଛି। ପରେପରେ ନିଜର ତଣ୍ଟି କାଟି ଦେଇଛି। ଘରେ ବାପାର ମୃତ୍ୟୁ ଘଟିଥିବା ବେଳେ କଟକ ବଡ ଡାକ୍ତରଖାନାରେ ପୁଅର ମୃତ୍ୟୁ ଘଟିଛି। ମୃତ ପିତାଙ୍କ ବୟସ 62 ବର୍ଷ ହୋଇଥିବାବେଳେ ସେ ଓଟିଏମ୍ରେ କାର୍ଯ୍ୟ କରୁଥିଲେ। ମୃତ ପୁତ୍ରର ବୟସ 33 ବର୍ଷ। ଗତକାଲି ଟଙ୍କା ମଗାମଗି ଘଟଣାରୁ ବାପା ପୁଅଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା। ପୁଅ ଉତ୍ତ୍ୟକ୍ତ ହୋଇ ବାପାଙ୍କ ମୁଣ୍ଡକୁ ଏକ ଶକ୍ତ ପ୍ରହାର ଦେଇଥିଲା। ଘଟଣାସ୍ଥଳରେ ବାପାର ମୃତ୍ୟୁ ଘଟିଥିବାବେଳେ ଏହି ଘଟଣାର ମାତ୍ର 10 ମିନିଟ୍ ପରେ ଏକ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: କରୋନା ସତର୍କତା ପାଇଁ ରାଜ୍ୟସରକାର ବେଶ୍ କଡା ପଦକ୍ଷେପ ନେଇଛନ୍ତି। କରୋନା ସତର୍କତା ସୂରୁପ ଆଜି ଦିନ ୧୧ଟାଠାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରହିବ। ରାଜ୍ୟ ଭିତରକୁ ଗଡିବନି କୌଣସି ବାହାର ରାଜ୍ୟର ବସ୍। ସେହିପରି ରାଜ୍ୟ ଭିତରୁ ବାହାର ରାଜ୍ୟକୁ ବି ଯିବନି ବସ୍। ଏପଟେ ରାଜ୍ୟରେ ଲକ ଡାଉନ ବେଳେ ମାଲବାହୀ ଯାନ ଉପରେ ଲାଗିବନି କୌଣସି କଟକଣା। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ କୌଣସି ବାଧା ନଉପୁଜିବା ପାଇଁ ମାଲବାହୀ ଯାନବାହନ ଉପରେ କୌଣସି କଟକଣା ଲାଗିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର। କୋଭିଡ୍ -19 ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ମାଲବାହୀ ଯାନ ସୂଚାରୁ ରୂପେ ଚଳାଚଳ କରିବ। ଏହାର ତଦାରଖ କରିବାକୁ ଏକ କ୍ଷମତାସମ୍ପନ୍ନ କମିଟି ଗଠିତ ହୋଇଛି।
ଭୁବନେଶ୍ବର: ବର୍ତ୍ତମାନ କରୋନା ଯୋଗୁଁ ଚାରିଆଡେ ରାସ୍ତାଘାଟ ବନ୍ଦ। ଉଠା ଦୋକାନୀଠାରୁ ଆରମ୍ଭ କରି ହୋଟେଲ ରେଷ୍ଟୁରାଣ୍ଟ ସବୁ ବନ୍ଦ ହୋଇଯାଇଛି। ତେବେ ଏହି ବନ୍ଦ ଲୋକଙ୍କ ପାଇଁ ଭଲ ହୋଇଥିବା ବେଳେ ବୁଲା ପଶୁଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। କାରଣ ବାହାରେ ବୁଲୁଥିବା ପଶୁମାନେ ଏହି ରେଷ୍ଟୁରାଣ୍ଟ କିମ୍ବା ହୋଟେଲର ବର୍ଜ ବସ୍ତୁ ଉପରେ ନିର୍ଭର କରୁଥିଲେ। ହେଲେ ବର୍ତ୍ତମାନ ସେସବୁ ମିଳିବା ଆଉ ସମ୍ଭବ ନୁହେଁ। ସେଥିପାଇଁ ପଶୁ ପ୍ରେମୀମାନେ ଅନୁରୋଧ କରିଛନ୍ତି ଯେ ଅନ୍ତତଃ ପକ୍ଷେ ଦୁଇ ଖଣ୍ଡ ରୁଟି ସେମାନଙ୍କ ପାଇଁ ତିଆରି କରନ୍ତୁ, ଆଉ ବାହାରେ ରଖିଦିଅନ୍ତୁ। ଯେଉଁମାନେ ଆର୍ପାଟମେଣ୍ଟରେ ରହୁଛନ୍ତି ସେମାନେ ପ୍ରତିଦିନ ଦୁଇଖଣ୍ଡ ରୁଟି କରି ବୁଲା କୁକୁର ହେଉ କିମ୍ବା ଗାଇଗୋରୁ ସେମାନଙ୍କୁ ପ୍ରଦାନ କରନ୍ତୁ। ଆପାର୍ଟମେଣ୍ଟ ସୋସାଇଟ ତରଫରୁ ମଧ୍ୟ ଏପରି ପଦକ୍ଷେପ ନେବା ମଧ୍ୟ ଆବଶ୍ୟକ ରହିଛି। ସାତଦିନ ଧରି ସବୁ ବନ୍ଦ ରହୁଥିବାରୁ ବର୍ତ୍ତମାନେ…
କେଦାର ମିଶ୍ର କଥା କଥାକେ କୁହାଯାଏ, ମୁକେଶ ଅମ୍ବାନୀ ହେଉଛନ୍ତି ଏସିଆର ସବୁଠୁ ଧନୀ ବ୍ୟକ୍ତି। ବଜାରରେ ଯେତେବେଳେ ସେନସେକ୍ସର ଉଠାପକା ଖେଳ ଚାଲେ ସେତେବେଳେ ମୁକେଶଙ୍କ ଲାଭ ଓ କ୍ଷତିକୁ ନେଇ ଆମେ ଚର୍ଚ୍ଚା କରିଥାଉ। ଏସିଆ ମହାଦେଶରେ ଚୀନର ଜ୍ୟାକ ମା ଏବଂ ଭାରତର ମୁକେଶ ଅମ୍ବାନୀ ସବୁବେଳେ ଏକ ନମ୍ବର ଓ ଦୁଇ ନମ୍ବର ଧନୀ ଲୋକ ହିସାବରେ ରହି ଆସିଛନ୍ତି। ଚୀନର କର୍ପୋରେଟ ଟାଇକୁନ ଜ୍ୟାକ ମା ତାଙ୍କ ପ୍ରତିଷ୍ଠିତ ଆଲିବାବା କମ୍ପାନୀରୁ ଇସ୍ତଫା ଦେଇ ଏବେ କେବଳ ଲୋକସେବା ପାଇଁ ନିଜର ସମ୍ବଳ ଓ ସମୟର ବିନିଯୋଗ କରୁଛନ୍ତି। ଚୀନରେ କରୋନା ଭୂତାଣୁର ଭୟଙ୍କର ପ୍ରଭାବରୁ ନିଜ ଲୋକଙ୍କୁ ମୁକୁଳାଇବାରେ ଜ୍ୟାକ ମା ଫାଉଣ୍ଡେସନ ବହୁତ ବଡ ଅବଦାନ ଦେଉଛି। କେବଳ ଚୀନରେ ନୁହେଁ, ଏବେ ବିଶ୍ଵର ବିଭିନ୍ନ ଦେଶକୁ ଏହି ଭୂତାଣୁ ବ୍ୟାପିବା ପରେ ଜ୍ୟାକ ମା ଫାଉଣ୍ଡେସନ ଅନ୍ୟ ଦେଶମାନଙ୍କୁ ମଧ୍ୟ…
ଭୁବନେଶ୍ବର, ଆସନ୍ତା କାଲି ରାଜ୍ୟର କେତେକ ଜିଲ୍ଲାରେ ଘଡଘଡ ସହ କୁଆପଥର ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ରାତିରେ ପ୍ରକାଶ ପାଇଥିବା ବୁଲେଟିନରେ କୁହାଯାଇଛି ଯେ, ଏହି ବର୍ଷ ରାଜ୍ୟର ଛଅଟି ଜିଲ୍ଲାରେ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡିକରେ ଘଡଘଡି, ବର୍ଷା ସହିତ କୁଆପଥର ମଧ୍ୟ ପଡିବାର ସମ୍ଭାବନା ରହିଛି। ତେବେ ଯେଉଁ ଛଅଟି ଜିଲ୍ଲାରେ ଏହି ବର୍ଷା ହେବା ସେଗୁଡିକ ହେଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଳାହାଣ୍ଡି ଏବଂ ନବରଂଗପୁର। ପୂର୍ବରୁ ପାଣିପାଗ ବିଭାଗ ତରଫରୁ କେତେକ ସ୍ଥାନରେ ବର୍ଷା ହେବ ବୋଲି କୁହାଯାଇଥିଲା। ସେହି ଅନୁସାରେ ଗତ ଶନିବାର ଦିନ ଭୁବନେଶ୍ବର ସମେତ ରାଜ୍ୟର ଅନେକ ଜିଲ୍ଲାରେ କିଛି ସମୟ ପାଇଁ ପ୍ରବଳ ବର୍ଷା ପରିଲକ୍ଷିତ ହୋଇଥିଲା।
ମୁମ୍ବାଇ, ଶେଷ ସ୍ବାସ୍ଥ୍ୟକର୍ମିଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଖ୍ୟାତ ଅଭିନେତା ଅମିତାଭ ବଚନ ସାମିଲ ହୋଇଛନ୍ତି। ତେ ସେ ଏକା ନୁହଁନ୍ତି। ପୁତ୍ର ଅଭିଷେକ ବଚନ, ବୋହୁ ଐଶ୍ବର୍ଯ୍ୟା ରାୟ ବଚନ ଏବଂ ନାତୁଣୀ ସହିତ ଅମିତାଭ ତାଲି ମାରି ସ୍ବସ୍ଥ୍ୟ ସେବାକାରୀଙ୍କୁ ଉତ୍ସାହିତ କରିଛନ୍ତି।
ଭୁବନେଶ୍ୱର : କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଭାରତ ସରକାର ଏବଂ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେଗୁଡିକ ହେଲା 1-ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱନା କ୍ରମେ ‘ଜନତା କର୍ଫ୍ୟୁ’କୁ ଓଡ଼ିଶାର ଜନସାଧାରଣ ଅନୁଶାସନ ଓ ଶାଳୀନତାର ସହିତ ଏପର୍ଯ୍ୟନ୍ତ ପାଳନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇବା ସହିତ ସରକାରଙ୍କ ଘୋଷିତ ‘ସଂପୂର୍ଣ୍ଣ ତାଲାବନ୍ଦ’ (ଲକ୍ ଡାଉନ୍)କୁ ସଫଳ କରିବାକୁ ଅନୁରୂପ ସହଯୋଗ କାମନା କରିଛନ୍ତି । 2-ସେ କହିଛନ୍ତି ଯେ ୩୧ ମାର୍ଚ୍ଚ ମଧ୍ୟରାତ୍ର ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବନ୍ଦ କରିବା ନିମନ୍ତେ ରେଳବାଇ ବୋର୍ଡ ଘୋଷଣା କରିଛନ୍ତି । ବାଟରେ ଥିବା ଟ୍ରେନ୍ଗୁଡ଼ିକୁ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁ ସମ୍ପର୍କରେ ସଚେତନତା ସଙ୍ଗୀତ ଗାଇଥିବା ଗାୟିକା ମାଳିନୀ ଅୱସ୍ତୀ ଏବଂ ପ୍ରୀତମ ଭରତୱାନଙ୍କୁ ପ୍ରଶଂସା କରିଛନ୍ତି । ଟ୍ୱିଟରରେ ଏହି ଗୀତକୁ ଶେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “ଜନତା କର୍ଫ୍ୟୁକୁ ନେଇ ପ୍ରତ୍ୟେକ ଲୋକ ନିଜ ଆଡ଼ୁ ଯୋଗାଦାନ ଦେବାରେ ଲାଗିଛନ୍ତି। ଲୋକସଙ୍ଗୀତ ଗାୟିକା ମାଳିନୀ ଅୱସ୍ତୀ ନିଜ ଢଙ୍ଗରେ ଲୋକମାନଙ୍କୁ ଅନୁପ୍ରାଣିତ କରୁଛନ୍ତି। ଜନତା କର୍ଫ୍ୟୁକୁ ନେଇ ଲୋକ ଗୀତ ଗାୟକ ପ୍ରୀତମ ଭରତୱାନ ମଧ୍ୟ ଏକ ଅଭିନବ ଏବଂ ଅତି ସୁମଧୁର ବାର୍ତା ଦେଇଛନ୍ତି । ସଠିକ ସୂଚନା ପ୍ରସାରିତ କରିବା ସହିତ ଉପଯୁକ୍ତ ସତର୍କତା ଅବଲମ୍ବନ କରୁଥିବାର ଗଣମାଧ୍ୟମ ଜଗତକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଆଶା ଓ ସକାରାତ୍ମକତାର ବାର୍ତା ପ୍ରଚାର କରିବା ପାଇଁ ମଧ୍ୟ ସେ ଗଣମାଧ୍ୟମକୁ ପ୍ରଂଶସା କରିଛନ୍ତି । ‘ଜନତା କର୍ଫ୍ୟୁ’ ବାର୍ତା ପ୍ରଚାର କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଧନ୍ୟବାଦ…

