ପିଏମ୍ କେୟାର ଫଣ୍ଡ ଗଠନକୁ ନେଇ ପ୍ରଶ୍ନ ଉଠାଇଲେ ରାମଚନ୍ଦ୍ର ଗୁହା

Published: Mar 30, 2020, 4:23 pm IST

ନୂଆଦିଲ୍ଳୀ ; ବରିଷ୍ଠ ଐତିହାସିକ ରାମଚନ୍ଦ୍ର ଗୁହା ପ୍ରଧାନମନ୍ତ୍ରୀ କେୟାର ଫଣ୍ଡର ସ୍ଥାପନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କେବଳ ଗୁହା ନୁହନ୍ତି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ଏବଂ ଅର୍ଥନୀତିଜ୍ଞ ସଲ୍‌ମାନ ଅନୀସ୍ ମଧ୍ୟ ଏହାକୁ ନେଇ ସୋସିଆଲ୍ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି । ଦେଶରେ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ ରହିଥିବା ବେଳେ ପିଏମ୍ କେୟାର ଫଣ୍ଡ ସ୍ଥାପନର ଆବଶ୍ୟକତା କଣ ରହିଛି ବୋଲି ଗୁହା ପ୍ରଶ୍ନ ଉଠାଇଛନ୍ତି । ଗୁହାଙ୍କ ସହିତ ସ୍ୱର ମିଳାଇ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ମଧ୍ୟ ସମାନ ଟ୍ୱିଟ୍ କରିଥିଲେ । ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ ପରି ଏକ ସ୍ୱଚ୍ଛ ସଙ୍ଗଠନ ରହିଥିବା ବେଳେ କଣ ପାଇଁ ଏ ସଙ୍ଗଠନର ଆବଶ୍ୟକତା ପଡିଲା ବୋଲି ଥରୁର ପ୍ରଶ୍ନ କରିଛନ୍ତି ।

ଅନ୍ୟତମ କଂଗ୍ରେସ ନେତା ତଥା ଅର୍ଥନୀତିଜ୍ଞ ସଲ୍‌ମାନ୍ ଅନୀସ୍ ସୁଜ୍ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ୧୯୪୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୱାହାର ଲାଲ ନେହେରୁଙ୍କ ଅଧୀନରେ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ ଗଠିତ ହୋଇଥିଲା ଏବଂ ଏହା ଭାରତୀୟ ଜନସାଧାରଣଙ୍କର ଥିଲା । ତେବେ ପିଏମ୍ କେୟାର କାହାର ଅଟେ ବୋଲି ଅନୀସ୍ ପ୍ରଶ୍ନ ଉଠାଇଛନ୍ତି ।

Related posts