Author: Samikhsya Bureau

ମୁମ୍ବାଇ : 15 କୋଟି ଟଙ୍କାର ମାସ୍କ ଜବତ କରିଛି ମୁମ୍ବାଇ ପୋଲିସ୍‌ । ମଙ୍ଗଳବାର ମୁମ୍ବାଇ ପୋଲିସ୍‌ ପକ୍ଷରୁ 25 ଲକ୍ଷ ମାସ୍କ ଜବତ କରାଯାଇଛି । ମଙ୍ଗଳବାର ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । କଳାବଜାର କରାଯାଇ ଏହି ମାସ୍କ ଗୁଡିକୁ ବାହାରେ ବିକ୍ରି ପାଇଁ ନିଆଯାଉଥିବା ବେଳେ ପୋଲିସ ଏହାକୁ ଜବତ କରିଛି । ମାସ୍କ ଗୁଡିକ ମଧ୍ୟରେ 3 ଲକ୍ଷ 25 ହଜାର ଏନ୍‌-49 ମାସ୍କ ରହିଥିବା ଜଣାପଡିଛି । ମାସ୍କ କଳାବଜାର ନେଇ ସୂଚନା ମିଳିବା ପରେ କମିଶନର ପରବ ବୀର ସିଂଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇ ମୁମ୍ବାଇ ଏବଂ ଥାନେର ବିଭିନ୍ନ ସ୍ଥାନରେ ଚଢକାଉ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 107ରେ ପହଞ୍ଚିଛି ।

Read More

ଟୋକିଓ : ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ୍ସ କ୍ରୀଡାକୁ ଏକ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି । କରୋନା ଆତଙ୍କମ କାରଣରୁ ଏକହି ପଦକ୍ଷେପ ନିଆଯାଇଛି । ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଅଲମ୍ପିକ୍ସ ଘୁଞ୍ଚାଇବାର ପ୍ରସ୍ତାବ ଦେଇଥିବା ବେଳେ ମଙ୍ଗଳବାର ଅଲମ୍ପିକ୍ସ କମିଟି ପକ୍ଷରୁ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଅଲମ୍ପିକ୍ସ ସଂଘ ସଭାପତି ଥୋମାସ୍‌ ବାକ୍‌ ଏହି ଘୋଷଣା କରିଛନ୍ତି । ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନଥିଲେ ମଧ୍ୟ 2021 ପର୍ଯ୍ୟନ୍ତ ଅଲମ୍ପିକ୍ସକୁ ଘୁଞ୍ଚାଇ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, କରୋନା ପ୍ରଭାବରେ ସମଗ୍ର ବିଶ୍ବରେ 16 ହଜାର ଜୀବନହାନି ଘଟିଛି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ମୋ ଜୀବନ କାର୍ଯ୍ୟକ୍ରମ’ର ଆରମ୍ଭ କରିଛନ୍ତି। ଘରୁ ବାହାରକୁ ନ ବାହାରିବାକୁ ବ୍ୟକ୍ତିଗତ ଶପଥ ନେବାକୁ କହିଛନ୍ତି ନବୀନ। ଜରୁରୀ କାମରେ ବାହାରକୁ ଗଲେ 20 ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୁଅନ୍ତୁ। ଆମେ ସାବଧାନ ରହିଲେ କରୋନା ସଂକ୍ରମଣରୁ ବର୍ତ୍ତିପାରିବା ବୋଲି କହିଛନ୍ତି ନବୀନ। କରୋନା ପାଇଁ ଘରୁ ନ ବାହାରି ପାଇଁ ଶପଥ ନେବାର ଭିଡିଓ ଶୁଟିଂ କରି ସୋସିଆଲ ମିଡିଆରେ ସେୟାର କରି ତାଙ୍କ ପାଖକୁ ପଠାଇବାକୁ କହିଛନ୍ତି ନବୀନ। ଏହି ଅବସରରେ ନବୀନ ଏକ ଭିଡିଓ ସେୟାର କରି ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଇଛନ୍ତି। ଲୋକଙ୍କୁ ଘରେ ରହି କରୋନ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। କରେନାରୁ ବର୍ତ୍ତିବା ନିଜ ହାତରେ ରହିଛି ବୋଲି କହିଛନ୍ତି। ଆମେ ଆମର ପ୍ରିୟଜନଙ୍କ ନାମରେ ଶପଥ…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ରାଜ୍ୟରେ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି । ରାଜ୍ୟସରକାର କରୋନାକୁ ନେଇ ସତର୍କତା ଓ ସଚେତନତା ଅବଲମ୍ବନ କରୁଥିବାବେଳେ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ଏନେଇ ବ୍ୟାପକ ସଚେତନତା କରାଯାଉଛି। ଆଜି କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଜାଗାରେ ଆଜି କୁଜଙ୍ଗ ବ୍ଲକ୍ ଅତିରିକ୍ତ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଶତପଥୀ ଓ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଜନସାଧାରଣ ମାନଙ୍କୁ କୋରୋନା ପାଇଁ ସଚେତନତା କରୁଛନ୍ତି। ଆଜି ଠାରୁ କୁଜଙ୍ଗ ଓ ପାରାଦ୍ଵୀପ ସମ୍ପୂର୍ଣ ଭାବେ ବନ୍ଦ ଦେଖିବାକୁ ମିଳିଛି। କରୋନା ସତର୍କତା ପାଇଁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । କରୋନାରୁ ଦୂରେଇ ରହିବାକୁ ହେଲେ ସାମାଜିକ ଦୂରତ୍ବ ରଖିବା ଏକାନ୍ତ ଅପରିହାର୍ଯ୍ୟ ।

Read More

ପାକିସ୍ତାନ : ଦୁନିଆର 192ଟି ଦେଶ ଏବେ କରୋନା କବଳରେ। ଚୀନ୍‌ରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ରୋଗ ଏବେ ଦୁନିଆର ପ୍ରାୟ ସମସ୍ତ ଦେଶରେ ପହଞ୍ଚିସାରିଲାଣି। ଭାରତ ପଡୋଶୀ ରାଷ୍ଟ୍ର ପାକିସ୍ତାନରେ ମଧ୍ୟ କରୋନା ବେଶ୍‌ ଭୟଙ୍କର ଭାବରେ ବ୍ୟାପି ଚାଲିଛି। ମଙ୍ଗଳବାର ଦିନ ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 900 ପାର୍‌ କରିଛି । ଭାରତ ପରି ପାକିସ୍ତାନ ମଧ୍ୟ ରେଳ ସେବାକୁ ବନ୍ଦ କରିଛି। ମଙ୍ଗଳବାର ପାକିସ୍ତାନ ସରକାର ଦ୍ବାରା ଜାରି କରାଯାଇଥିବା ଆଦେଶ ଜରିଆରେ ରେଳ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସେହିପରି ମାର୍ଚ୍ଚ 31 ପର୍ଯ୍ୟନ୍ତ ସମସ୍ତ ପାସେଞ୍ଜର୍‌ ଟ୍ରେନ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଛ । ସେହିପରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ, ପୂରା ଦେଶକୁ ସେ ଲକ୍‌ ଡାଉନ୍‌ କରିପାରିବେ ନାହିଁ । କାରଣ ପାକିସ୍ତାନରେ 25 ପ୍ରତିଶତ ଗରିବ ରେଖା ତଳେ ରହିଛନ୍ତି।…

Read More

ସମୀକ୍ଷା ବ୍ୟୁରୋ  ଭୁବନେଶ୍ବର : ଲକ୍‌ ଡାଉନ୍‌ ବେଳେ ଆତଯାତ ପାଇଁ ପୋଲିସ୍‌ ପାସ୍‌ ପ୍ରସଙ୍ଗକୁ ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟୁଇଟ୍‌ ଯୋଗେ ସୂଚନା ଦେଇ ଏହାକୁ ସ୍ଥଗିତ ରଖାଯାଇଥିବାର କହିଛନ୍ତି ।  ପାସ୍‌ ପାଇଁ ଲୋକେ ଭିଡ କରୁଥିବାରୁ ପାସ୍‌ ବ୍ୟବସ୍ଥା ସ୍ଥଗିତ କରାଯାଇଛି । ଭିଡ ଦ୍ବାରା ସାମାଜିକ ଦୂରତ୍ବ ବାଧାପ୍ରାପ୍ତ ହେଉଥିବାରୁ ଏହାକୁ ସ୍ଥଗିତ କରାଗଲା। ଆତଯାତ ପାଇଁ ନିଜ ପରିଚୟ ପତ୍ର ଦେଖାଇବାକୁ କହିଲେ କମିଶନର । ପାସ୍‌ ପାଇଁ କାଲି ସୁଦ୍ଧା ଏକ ଆଇଟି ବ୍ୟବସ୍ଥା କରାଯିବ ନେଇ କମିଶନର ସୂଚନା ଦେଇଛନ୍ତି । ଆଇଟି ବ୍ୟବସ୍ଥା ଦ୍ବାରା ସ୍ବୟଂକ୍ରିୟ ଭାବେ ପାସ୍‌ ଇସ୍ୟୁ ହୋଇପାରିବ । ହସ୍ପିଟାଲ୍‌ ଯାଉଥିଲେ ମେଡ଼ିକାଲ କାଗଜପତ୍ର ଦେଖାଇ ଯାଇପାରିବେ । ପାସ୍‌ ଦିଆଯାଉନି, ଥାନାରେ ଭିଡ ନ କରିବାକୁ କହିଲେ କମିଶନର ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଦେଶରେ କରୋନା ଭାଇରସକୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ବିଭିନ୍ନ ବର୍ଗର ପ୍ରତିନିଧିଙ୍କ ସହିତ ଭିଡିଓ କନଫରେନସିଂରେ କଥା ହେଉଛିନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ଭାରତର ପ୍ରମୁଖ ଶିଳ୍ପପତିଙ୍କ ସହିତ କଥା ହୋଇଥିଲେ। ଏଥିସହିତ ଇଲକ୍ଟ୍ରୋନିକ ଗଣମାଧ୍ୟମର ମୁଖ୍ୟଙ୍କ ସହିତ ମଧ୍ୟ କଥା ହୋଇଥିଲେ। ସେହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ତିନିଜଣ ଓଡିଆ ଗଣମାଧ୍ୟମର ମୁଖ୍ୟଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଓଡିଶାର ଯେଉଁ ତିନିଜଣଙ୍କ ସହିତ ଆଲୋଚନା କରିଛନ୍ତି ସେମାନେ ହେଲେ ଧରିତ୍ରୀର ସଂପାଦକ ତଥାଗତ ଶତପଥୀ, ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ସମାଜର ସଂପାଦକ ସୁଶାନ୍ତ କୁମାର ମହାନ୍ତି। ମୁଖ୍ୟତଃ ଏହି ବିପଦି ବେଳେ ଲୋକଙ୍କୁ ଠିକ ଖବର ପହଁଚାଇବା ନିହାତି ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏଥିସହିତ ବର୍ତ୍ତମାନ ପରିସ୍ଥିତିରେ ସାମ୍ବାଦିକମାନେ ଯେପରି କାମ କରୁଛନ୍ତି ସେମାନଙ୍କୁ ଉପଯୁକ୍ତ ଗୁରୁତ୍ବ ପ୍ରଦାନ କରାଯାଉ ବୋଲି ମୋଦୀ ସମସ୍ତଙ୍କୁ ଅନୁରୋଧ କରିଥିଲେ।

Read More

ମହାରାଷ୍ଟ୍ର : କରୋନା ଭାଇରସ୍‌ରୁ ବର୍ତ୍ତିବା ପାଇଁ ସରକାର ବେଶ୍‌ କଡା ପଦକ୍ଷେପ ନେଇଛନ୍ତି। ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେବା ସହ ସାରା ଦେଶରେ ଏବେ ଲକ୍‌ ଡାଉନ୍‌ର ଘୋଷଣା କରାଯାଇଛି। କିଛି ସ୍ଥାନରେ କର୍ଫ୍ୟୁ ମଧ୍ୟ ଜାରି କରାଯାଇଛି । କିନ୍ତୁ ଲୋକେ ଏହାକୁ ଉଲ୍ଲଂଘନ କରୁଥିବାର ଦେଖାଯାଇଛି। ତେବେ ଲକ୍‌ ଡାଉନ୍‌କୁ ଉଲ୍ଲଂଘନ କରିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କେନ୍ଦ୍ର ତରଫରୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଜାରି କରାଯାଇଛି। ପୋଲିସ୍‌ ମଧ୍ୟ ଏନେଇ ବେଶ୍‌ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ମହାରାଷ୍ଟ୍ରରେ ଏନେଇ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ କରୁଥିବା ନେଇ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଲକ୍‌ ଡାଉନ୍‌କୁ ନ ମାନି ସଡକରେ ବୁଲୁଥିବା ଲୋକଙ୍କୁ ପୋଲିସ୍‌ ଆଣ୍ଠେଇବା ସହ ବସ ଉଠ୍‌ କରିଛି। ମହାରାଷ୍ଟ୍ରର ନାଗପୁରଠାରେ ମଙ୍ଗଳବାର ଦିନ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଜଣେ ପୋଲିସ୍‌ କର୍ମୀ ସଡକ ବାହାରେ ବୁଲୁଥିବା ଲୋକଙ୍କୁ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ସତର୍କତା ପାଇଁ ରାଜ୍ୟ ସରକାର ଆଜି ସମ୍ପୂର୍ଣ୍ଣ ଜିଲ୍ଲାକୁ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି। ଆଜି ମଧ୍ୟ ରାତ୍ରିରୁ ସମ୍ପୂର୍ଣ୍ଣ 30 ଟି ଜିଲ୍ଲାକୁ ଲକ୍‌ ଡାଉନ୍‌ କରାଯିବ । ପୂର୍ବରୁ 5ଟି ଜିଲ୍ଲାକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିଲା । ଗତକାଲି ଆଉ 9ଟି ଜିଲ୍ଲାକୁ ଲକ୍‌ ଡାଉନ୍‌ କରାଯାଇଥିଲା । ତେବେ ଲକ୍‌ ଡାଉନ୍‌ ସମୟରେ କେହି କେହି ଏହାକୁ ମାନୁନଥିବାର ଦେଖାଯାଉଛି। ଏନେଇ ରାଜ୍ୟ ସରକାର ଆହୁରି କଠୋର ହୋଇଛନ୍ତି। କରୋନା କଟକଣା ନେଇ ପରିବହନ ମନ୍ତ୍ରୀଙ୍କ କଡା ଚେତାବନୀ ଦେଇଛନ୍ତି। କରୋନା କଟକଣା ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। କୌଣସି ବାହନା କରି ଘରୁ ଗାଡି କାଢିଲେ ବରଦାସ୍ତ କରାଯିବନି ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା। ସ୍ବତନ୍ତ୍ର ଆଇନ ବଳରେ ଆବଶ୍ୟକ ହେଲେ ଗାଡି ସିଜ୍‌ ହେବ ବୋଲି ସୂଚନା ରହିଛି। ସଚେତନ ଦ୍ବାରା…

Read More

ନୂଆଦିଲ୍ଲୀ : ଭାରତରେ ମହାମାରୀ କରୋନା ବେଶ୍‌ ସକ୍ରିୟ ରହିଛି। ପୁଣି ଆଉ ଏକ ମୁଣ୍ଡ ନେଇଛି କରୋନା। ମହାରାଷ୍ଟ୍ରର 65 ବୟସ୍କ ଜଣେ ରୋଗୀ ମୁମ୍ବାଇର କସ୍ତୁରବା ହସ୍ପିଟାଲ୍‌ରେ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ନିକଟରେ ୟୁଏଇରୁ ଫେରିଥିଲେ। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 500 ଟପିଥିବାବେଳେ ସର୍ବାଧିକ ମହାରାଷ୍ଟ୍ରରେ ରହିଛନ୍ତି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା 103ରେ ପହଞ୍ଚିଛି। ଦେଶରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ଜଣେ ବିଦେଶୀ ନାଗରିକ ରହିଛନ୍ତି। ମୁମ୍ବାଇ ପଛକୁ କେରଳରେ ମଧ୍ୟ ଅଧିକ ଆକ୍ରାନ୍ତ ରହିଛନ୍ତି । କେରଳରେ 95 ଜଣ ଆକ୍ରାନ୍ତ ରହିଛନ୍ତି ବୋଲି ସୂଚନା ରହିଛି। ଭାରତ ସରକାର କରୋନା ମୁକାବିଲା ପାଇଁ 30ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳକୁ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି । ସାମାଜିକ ଦୂରତ୍ବ ହିଁ ଏହି ସଂକ୍ରମଣରୁ ବର୍ତ୍ତିବାର ଏକମାତ୍ର ଉପାୟ ହୋଇଥିବାରୁ ଏନେଇ ଉଭୟ କେନ୍ଦ୍ର ଓ…

Read More

ନୂଆଦିଲ୍ଲୀ : ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ କଲେ ଭାରତୀୟ ନିର୍ବାଚନ କମିଶନ। ଆସନ୍ତା 26ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ନିର୍ବାଚନ କମିଶନ। 17ଟି ରାଜ୍ୟର 55 ଟି ଆସନ ପାଇଁ  ନିର୍ବାଚନ ଅନୁଷ୍ଠିତ ହୋଇଥାନ୍ତା। ଏହି  ରାଜ୍ୟ ମଧ୍ୟରେ ଓଡ଼ିଶା ସମେତ ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମଣିପୁର, ରାଜସ୍ଥାନ ଏବଂ ମେଘାଳୟ ଆଦି ରହିଥିଲା। ତେବେ କରୋନା ସ୍ଥିତିକୁ ଦେଖି ନିର୍ବାଚନ କମିଶନ ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ ରଖିଛନ୍ତି। ଓଡ଼ିଶାର 4ଟି ରାଜ୍ୟସଭା ଆସନ ପାଇଁ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍‌ କୁମାର ଓ ମମତା ମହନ୍ତ ପ୍ରାର୍ଥୀ ରହିଛନ୍ତି।

Read More

ତାମିଲନାଡୁ : ଦେଶରେ କରୋନା ଭାଇରସ୍‌ ବ୍ୟାପିବାରେ ଲାଗିଛି । ଦେଶରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା 500 ଟପିଗଲାଣି । ସେହିପରି 10 ଜଣ ଏହି ରୋଗରେ ମୃତ୍ୟୁବରଣ କରିସାରିଲେଣି । ସାରା ଦେଶରେ ଏବେ ଲକଡାଉନ୍‌ । କିଛି କିଛି ସ୍ଥାନରେ କର୍ଫ୍ୟୁ ମଧ୍ୟ ଜାରି କରାଯାଇଛି । ଲକ୍‌ ଡାଉନ୍‌ ପାଇଁ ଆବଶ୍ୟକୀୟ ସାମଗ୍ରୀ ପାଇଁ ବହୁତ କଷ୍ଟ କରିବାକୁ ପଡୁଛି । ଏପରି ସଂକଟ ମଧ୍ୟରେ ତାମିଲନାଡୁ ସରକାର ବଡ ଘୋଷଣା କରିଛନ୍ତି । ରାଜ୍ୟରେ ରାସନ କାର୍ଡ ଧାରୀଙ୍କୁ ସରକାରଙ୍କ ତରଫରୁ 1000 ଟଙ୍କାର ସହାୟତା ରାଶି ମିଳିବ  ବୋଲି ଘୋଷଣା କରାଯାଇଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ. ପଲାନିସ୍ବାମୀ ମଙ୍ଗଳବାର ଦିନ ଏହା ସମ୍ପର୍କରେ ଘୋଷଣା କରିଛନ୍ତି । ରାଜ୍ୟରେ ଥିବା ସମସ୍ତ ରାସନକାର୍ଡ ଧାରୀଙ୍କୁ ମାଗଣାରେ ଚାଉଳ ଓ ଚୀନ ଦିଆଯିବା ସହ 1000 ଟଙ୍କାର ସହାୟତା ରାଶି ମଧ୍ୟ ଦିଆଯିବ…

Read More

ନୂଆଦିଲ୍ଲୀ : ଲଣ୍ଡନରୁ ଚିକୋଗା, ରୋମରୁ ନାଇଜେରିଆ ପର୍ଯ୍ୟନ୍ତ ଦୁନିଆର ପ୍ରାୟ ସମସ୍ତ ଅଂଶରେ ଲାଗୁ ହୋଇଛି ଲକ୍‌ ଡାଉନ୍‌ । ଦୁନିଆର ଅର୍ଦ୍ଧାଧିକ ଦେଶ ଏବେ ଲକ୍‌ ଡାଉନ୍‌ରେ ରହିଛନ୍ତି । ଆମେରିକା, ଚୀନ୍‌, ଇଟାଲୀ, ଫ୍ୟାନ୍ସ ପରି ଦେଶ ଗୁଡିକ ପୂର୍ବରୁ ଲକ୍‌ ଡାଉନ୍‌ କରାଯାଇଥିବାବେଳେ ଏବେ ବ୍ରିଟେନ୍‌ ମଧ୍ୟ ଲକ୍‌ ଡାଉନ୍‌ର ଘୋଷଣା କରିଛି । ଲଣ୍ଡନ, ପ୍ୟାରିସ୍‌, ଚିକାଗୋ, କାଲିଫର୍ଣ୍ଣିଆ ଓ ରୋମ ଏବେ ଲକ୍‌ଡାଉନ୍‌ରେ । ସେହିପରି ଭାରତରେ 32ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଏବେ  ଲକ୍‌ ଡାଉନ୍‌ରେ ରହିଛି । ଲକ୍‌ ଡାଉନ୍‌ରେ ରହିଥିବା ଦେଶଗୁଡିକ ମଧ୍ୟରେ ରହିଛି – ଚୀନ୍‌, ଇଟାଲୀ, ଫ୍ରାନ୍ସ, ଇରାନ୍‌, ସ୍ପେନ୍‌, ଆମେରିକା, ବ୍ରିଟେନ୍‌, ୟୁରୋପ, ଦକ୍ଷିଣ ଆଫ୍ରିକା, କଲୋମ୍ବିଆ, ବାହାରିନ୍‌, ଜୋର୍ଡାନ୍‌, ଇସ୍ରାଏଲ୍‌, ବେଲିଜିୟମ୍‌, ଶ୍ରୀଲଙ୍କା, ନେପାଳ,କାଙ୍ଗୋ, ନାଇଜେରିଆ, ଟ୍ୟୁନୋସିଆ ପ୍ରମୁଖ । ସେହିପରି ଫିନଲାଣ୍ଡ ମଧ୍ୟ ଲକ୍‌ ଡାଉନ୍‌ କରିବାର ପ୍ରସ୍ତୁତି…

Read More

ନୂଆଦିଲ୍ଲୀ : କରୋନା ମହାମାରୀ ସାରା ବିଶ୍ବରେ ପ୍ରକୋପ ଜାରି ରଖିଛି । ଦୁନିଆର 195ଟି ଦେଶରେ ଏହି କରୋନା ବ୍ୟାପି ସାରିଛି । ୟୁରୋପରେ କରୋନା ସ୍ଥିତି ଜଟିଳ ରହିଛି। ବିଶେଷ କରି ଇଟାଲିରେ ମୃତକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି । ସୋମବାର ଦିନ 601 ଜଣଙ୍କ ମୃତ୍ୟୁ ଘଟିଛି।  କରୋନା ଯୋଗୁଁ ସାରା ବିଶ୍ବରେ 381,744ଲୋକ ଆକ୍ରାନ୍ତ ହୋଇଥିବାବେଳେ ଏଥିରେ ମୃତ୍ୟୁବରଣ କରିଛନ୍ତି 16,558 । ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 102,429 ଜଣ । ଚାଇନାରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ରୋଗଟି ଏବେ ଇଟାଲୀରେ ତାଣ୍ଡବ କରୁଛି । ଇଟାଲୀରେ ସର୍ବାଧିକ ମୃତ୍ୟୁ 6,077ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଥିରେ ଆକ୍ରାନ୍ତ ହୋଇଛନ୍ତି 63, 927 ଜଣ । ଇଟାଲୀ ପରେ ସ୍ପେନ, ଇରାନ୍‌, ଜର୍ମାନୀ, ଆମେରିକା ଆଦି ଦେଶଗୁଡିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବେଶ୍‌ ଦ୍ରୁତଗତିରେ ବୃଦ୍ଧି ପାଉଛି । ସ୍ପେନ୍‌ରେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଆଜି ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି । ସମ୍ପୂର୍ଣ୍ଣ ରାଜ୍ୟକୁ ଲକ୍‌ ଡାଉନ୍‌ର ଘୋଷଣା କଲେ ରାଜ୍ୟ ସରକାର । ସମସ୍ତ 30 ଜିଲ୍ଲା ଲକ୍‌ ଡାଉନ୍‌ ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ମଧ୍ୟ ରାତ୍ରିରୁ ମାର୍ଚ୍ଚ 29 ମଧ୍ୟରାତ୍ରି ଯାଏଁ ଅବଶିଷ୍ଟ 16 ଜିଲ୍ଲାକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି । ପ୍ରଥମେ 5ଟି ଜିଲ୍ଲାକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଗତକାଲି 9ଟି ଜିଲ୍ଲାକୁ ଲକ୍‌ ଡାଉନ୍‌ ଘୋଷଣା ହୋଇଥିଲା । ତେବେ ଏବେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି । କରୋନା ମୁକାବିଲା ନେଇ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏନେଇ ସୂଚନା ଦେଇଛନ୍ତି ।

Read More

ଜମ୍ମୁ : କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ସରକାର ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି । ଏହି ଲକ୍‌ ଡାଉନ୍‌ ସମୟଟି ଦିନମଜୁରିଆଙ୍କ ପାଇଁ ବେଶ୍‌ ସଂକଟ ସାବ୍ୟସ୍ତ ହୋଇଛି । ଜମ୍ମୁରେ ରହିଥିବା ଦିନ ମଜୁରିଆଙ୍କ ପାଇଁ ଏବେ କିଛି ସାମାଜିକ ସଂସ୍ଥା ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଜମ୍ମୁ ପ୍ରଶାସନ ତରଫରୁ ରାଜ୍ୟରେ ଲକ୍‌ ଡାଉନ୍‌ ଚାଲିଥିବାବେଳେ ସହରର ବସ୍ତି ଅଞ୍ଚଳରେ ରହୁଥିବା ଦିନ ମଜୁରିଆ ତଥା ବିକାଳୀମାନଙ୍କ ପାଖରେ ଖାଇବା ପିଇବାର ଅସୁବିଧା ଦେଖିବାକୁ ମିଳୁଛି । ଦେଶରେ ଏପରି ସଂକଟ ସମୟରେ ଏପରି ଲୋକମାନଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି ହୋଇଛି । ଦୁଇ ଓଳି ପାଇଁ ମୁଠାଏ ଖାଦ୍ୟ ଯୋଗାଡ କରିବା ଏମାନଙ୍କ ପାଇଁ ଏବେ କଷ୍ଟକର ପାଠ ହୋଇପଡିଛି । ଏପରି ସମୟରେ କିଛି ଲୋକେ ସେମାନଙ୍କୁ ସାହାଯ୍ୟ କରୁଛନ୍ତି । ଜମ୍ମୁଠାରେ ଏକ  କୋଚିଂ ସେଣ୍ଟର ଚଳାଉଥିବା ଜଣେ…

Read More

ଶ୍ରୀନଗର : କରୋନା ଭାଇରସ୍‌କୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବେଶ୍‌ ଶକ୍ତ ହୋଇଛନ୍ତି । ବିଦେଶରୁ ଦୁଇ ଛାତ୍ର ଫେରି ଏ ଯାତ୍ରା ସମ୍ପର୍କରେ ସୂଚନା ନ ଦେଇ ଗୁପ୍ତ ରଖିବାରୁ ପୋଲିସ୍‌ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଦେଶ ଯାତ୍ରା ସମ୍ପର୍କରେ ସୂଚନା ଲୁଚାଇବା ଅପରାଧରେ ଦୁହିଁଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହି ଦୁଇ ଛାତ୍ର ବିଦେଶରୁ ଭାରତକୁ ଆସିଥିଲେ  । ଫୁଲଓ୍ବାମା ପୋଲିସ୍‌ ଏହି ଦୁଇ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି ଘଟଣାଟି ଫୁଲଓ୍ବାମା ଅବନ୍ତୀପୁରାର । ଏଠାରେ ଦୁଇ ଛାତ୍ର ବାଙ୍ଗ୍‌ଲାଦେଶ ଓ ପାକିସ୍ତାନରେ ଡାକ୍ତରୀ ପାଠ୍ୟ  ପଢୁଥିବାବେଳେ ଭାରତକୁ ଫେରିଥିଲେ । ଡବ୍ଲ୍ୟୁଏଚ୍‌ଓ ଗାଇଡଲାଇନ୍‌ ଅନୁସାରେ ବିଦେଶୀ ଫେରନ୍ତାଙ୍କୁ 14 ଦିନ ପାଇଁ କ୍ବାରେଣ୍ଟାଇନ୍‌ ରଖାଯିବା ଦରକାର । କିନ୍ତୁ ଏହି ଦୁହେଁ ସେମାନଙ୍କ ବିଦେଶ ଯାତ୍ରା ସମ୍ପର୍କରେ ପ୍ରଶାସନକୁ କିଛି…

Read More

ସମୀକ୍ଷା ବ୍ୟୁରୋ ଅନୁଗୁଳ : ଅଜଣା ଗାଡ଼ି ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଓ ଦୁଇ ଶିଶୁ ଗୁରୁତର ହୋଇଛନ୍ତି । ଏନଏଚ୍‌-55 ଜରପଡା ଥାନା ନିକଟରେ ଏହି ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତ୍ରିରେ ବାଇକ୍‌ରେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ ନୀଳମଣି ବେହେରା। ତାଙ୍କ ସ୍ତ୍ରୀ ଓ ଦୁଇ  ଶିଶୁଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ତ୍ରୀ ଓ ଦୁଇ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି । ରାତି ପ୍ରାୟ ୩ଟା ବେଳେ ଏ ଦୁର୍ଘଟଣା ଘଟିଥିବାର ଜଣାଯାଇଛି ।

Read More

ନୂଆଦିଲ୍ଲୀ : ଗତ 101 ଦିନ ଧରି ଦିଲ୍ଲୀର ଶାହିନ୍‌ବାଗ୍‌ଠାରେ ସିଏଏ  ଓ ଏନ୍‌ଆରସି ବିରୋଧରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ପରିଶେଷରେ ହଟାଇ ଦିଆଯାଇଛି । ମଙ୍ଗଳବାର ଶାହିନ୍‌ବାଗ ପ୍ରଦର୍ଶନକାରୀଙ୍କୁ ଏଠାରୁ ଉଠାଇ ଦିଆଯାଇଛି । ବହୁମାତ୍ରାରେ ପୋଲିସ୍‌ ଏଠାରେ ନିୟୋଜିତ ରହି ପ୍ରଦର୍ଶନକାରୀଙ୍କ ସହ ଟେଣ୍ଟ୍‌ ସବୁକୁ ହଟାଇଛନ୍ତି । ଏହା ସହିତ ନୋଏଡା-କାଳିନ୍ଦୀକୁଞ୍ଜ ସଡକକୁ ମଧ୍ୟ ଖାଲି କରାଯାଇଛି । ଉଚ୍ଛେଦ କାର୍ଯ୍ୟ ପୂର୍ବରୁ ଦିଲ୍ଲୀ ପୁଲିସ୍‌ ଘଟଣାସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବା ସହ ୧୪୪ ଧାରା ଜାରି କରିଥିଲା।  ଧାରଣାସ୍ଥଳ ଖାଲି କରିବା ସମୟରେ ଦିଲ୍ଲୀ ପୋଲିସ୍‌ 6 ମହିଳା ଓ ତିନି ପୁରୁଷଙ୍କୁ ଅଟକ ମଧ୍ୟ ରଖିଛି । ଦିଲ୍ଲୀ ସରକାର ସୋମବାର ସକାଳ୬ରୁ ଆସନ୍ତା ମାର୍ଚ୍ଚ ୩୧ ଯାଏ ଲକ୍‌ଡାଉନ୍‌ ଲାଗୁ କରିଥିବାରୁ ଶେଷରେ ଏମାନଙ୍କୁ ହଟିବାକୁ ପଡ଼ିଛି।

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ:  କୁଜଙ୍ଗ ବ୍ଲକ୍ ଜିଲାନାସୀ ପଂଚାୟତ ଜୟସଂଖପୁର ଗ୍ରାମରେ ଜମି ବାଡିକୁ ନେଇ ଦୁଇ ଭାଇଙ୍କ ଭିତରେ ଗଣ୍ଡଗୋଳ ଘଟି ଗୁରୁତର ଆହତ ହୋଇ ତଳେ ପଡିଥିବା ଦିଅର ଉପରେ ରାଗତମ ତମ ଭାଉଜ ଗରମ ପେଜରେ ଆକ୍ରମଣ କରିବା ପରି ଏକ ଅଭାବନୀୟ ଘଟଣା ଘଟିଛି । ଜମିବାଡିକୁ ନେଇ ଚାଲିଥିବା ବିବାଦରେ ଶେଷରେ ଉଗ୍ର ରୂପ ନେବା ସହ ନେଇ ଗରମ ପେଜରେ ଦିଅର ଗୁରୁତର ହୋଇ କଟକରେ ଚିକିତ୍ସିତ ହେଉଛନ୍ତି । ମିଳିଥିବା ଘଟଣାର ପ୍ରକାଶ ଯେ, ଜିଲାନୀସୀ ପଂଚାୟତ ଜୟସଂଖପୁର ଗ୍ରାମରେ ଜଗମୋହନ ବେହେରା ଓ ବଳରାମ ବେହେରାଙ୍କ ମଧ୍ୟରେ ଜମି ଜମା ବିବାଦକୁ ନେଇ ବିବାଦ ଲାଗିରହିଥିଲା। ଗତକାଲି ଦୁଇ ଭାଇଙ୍କ ମଧ୍ୟରେ ଝଗଡା ଆରମ୍ଭ  ହୋଇଥିଲା । ଜଗମୋହନର ପତ୍ନୀ ସଂଗୀତା ବେହେରାକୁ ଦେଢସୁର ବଳରାମ ଗାଳି ଗୁଲଜ ସହ ଅସଦ୍ ବ୍ୟବହାର ପ୍ରଦର୍ଶନ କରୁଥିବା ବେଳେ  ସମୟରେ ସାନ…

Read More