Author: Samikhsya Bureau

କେଦାର ମିଶ୍ର କିଛି ଦିନ ତଳେ ଅର୍ଥନୀତି ସମ୍ପର୍କରେ ଆଲୋଚନା ବେଳେ ଆମେ କହୁଥିଲୁ, ଭାରତ ଏକ ଭୟଙ୍କର ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ଭାରତ ସରକାର କହୁଥିଲେ, ଆମ ଅର୍ଥନୀତିର ମୌଳିକ ଢାଞ୍ଚା ଠିକ ରହିଛି, ତେଣୁ ସାମୟିକ ମାନ୍ଦାବସ୍ଥାର ପ୍ରଭାବ ଭାରତ ଉପରେ ବିଶେଷ କିଛି ପଡିବାର ନାହିଁ। ମାସେ ଭିତରେ ପୂରା ବିଶ୍ଵ ଅର୍ଥନୀତିର ଚିତ୍ର ବଦଳି ଯାଇଛି। ଆଜି ଆଉ ମାନ୍ଦାବସ୍ଥା ନୁହେଁ, ବରଂ ଅର୍ଥନୀତି ଭୁଷୁଡି ପଡିବ କି ନାଇଁ, ତାହା ଆଜି ସବୁଠୁ ବଡ ଚିନ୍ତା। ଆମେରିକା, ୟୁରୋପୀୟ ରାଷ୍ଟ୍ର ସମୂହ ଓ ଚୀନ ଭଳି ଅର୍ଥନୀତିର ବଡ ଖେଳାଳୀମାନେ ଆଣ୍ଠେଇ ପଡିଲେଣି। ସେଥିରେ ଭାରତ ଭଳି ବିକାଶଶୀଳ ଓ ଆଫ୍ରିକାରର ଗରିବ ଦେଶମାନଙ୍କ ଅବସ୍ଥା କଣ ହେବ? ଆସନ୍ତା ୬ ରୁ ୧୨ ମାସ ସମଗ୍ର ପୃଥିବୀର ଅର୍ଥନୈତିକ ଗତିବିଧି ସ୍ଥାଣୁ ହୋଇ ରହିବ। ବିଶ୍ଵ ଅର୍ଥନୀତିରେ ମୋଟ ଅଭିବୃଦ୍ଧି…

Read More

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ (ଆରଆଇଏଲ୍‌) ପକ୍ଷରୁ କୋଭିଡ୧୯ ବିରୁଦ୍ଧରେ ଭାରତର ସାମଗ୍ରିକ ସଂଗ୍ରାମରେ ସହଯୋଗ ସ୍ୱରୂପ ଅନେକ ପଦକ୍ଷେପର ଘୋଷଣା କରାଯାଇଛି । ରାଷ୍ଟ୍ର ସେବାରେ ଅବିରତ ୨୪ ଘଣ୍ଟା ନିଜ ଦାୟିତ୍ୱ ନିର୍ବାହ କରିବାକୁ ସଂକଳ୍ପ ନେଇ ରିଲାଏନ୍ସ ପକ୍ଷରୁ ଆରମ୍ଭରୁ ହିଁ ବହୁମୁଖୀ ପ୍ରତିକାର ଓ ଦୀର୍ଘସ୍ଥାୟୀ ଉପାୟମାନ ନିଆଯାଉଛି ଯାହାକୁ ଦେଶର ଆବଶ୍ୟକତା ଅନୁସାରେ ବହୁଗୁଣିତ କରାଯାଇପାରିବ । ଆରଆଇଏଲ୍ ପକ୍ଷରୁ ରିଲାଏନ୍ସ ଫାଉଣ୍ଡେସନ ରିଲାଏନ୍ସ ରିଟେଲ୍‌, ଜିଓ, ରିଲାଏନ୍ସ ଲାଇଫସାଇନ୍ସ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ରିଲାଏନ୍ସ ପରିବାରର ସମସ୍ତ ୬ ଲକ୍ଷ ସଦସ୍ୟଙ୍କୁ କୋଭିଡ୧୯ ବିରୁଦ୍ଧରେ ହୋଇଥିବା କାର୍ଯ୍ୟ ଯୋଜନା ବା ଆକ୍ସନ୍ ପ୍ଲାନ୍‌ରେ ସାମିଲ କରାଯାଇଛି। ଏହି ଆକ୍ସନ ପ୍ଲାନର ପ୍ରମୁଖ ଅଂଶଗୁଡିକ ହେଉଛି- ୧. 100 ଶଯ୍ୟା ବିଶିଷ୍ଠ ଭାରତର ପ୍ରଥମ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ: ମାତ୍ର ଦୁଇ ସପ୍ତାହର ସ୍ୱଳ୍ପ ସମୟ ମଧ୍ୟରେ ସାର ଏଚ୍‌. ଏନ୍‌. ରିଲାଏନ୍ସ ଫାଉଣ୍ଡେସନ…

Read More

ଭୁବନେଶ୍ୱର : କୋଭିଡ୍‌-୧୯ ସଂକ୍ରମଣ ପରିେ ପ୍ରକ୍ଷୀରେ ଓଡ଼ିଶାର ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଛଅଟି ନିର୍ଦ୍ଦେଶନାମା ଜାରି କରାଯାଇଛି । ସେଗୁଡିକ ହେଲା 1- ଯେଉଁ ଜିଲ୍ଲା ଏବଂ ସହରାଞ୍ଚଳଗୁଡ଼ିକରେ ଲକ୍‌ ଡାଉନ୍‌ ବା ତାଲାବନ୍ଦ ଘୋଷଣା କରାଯାଇଛି ସେଠାରେ ବ୍ୟାଙ୍କଗୁଡ଼ିକ ପାଇଁ ଏକ ପ୍ରକାର କାର୍ଯ୍ୟ ନିର୍ଘଣ୍ଟ ଅର୍ଥାତ୍‌ ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ କାର୍ଯ୍ୟ ସମୟ ଲାଗୁ ହୋଇଛି। 2- କୌଣସି ପରିସ୍ଥିତିରେ ମଧ୍ୟ ୨ଟା ପୂର୍ବରୁ ବ୍ୟାଙ୍କ ବନ୍ଦ ହେବ ନାହିଁ କିମ୍ବା କାର୍ଯ୍ୟ ଦିବସରେ ବ୍ୟାଙ୍କ ବନ୍ଦ ରହିବ ନାହିଁ। ବ୍ୟାଙ୍କଗୁଡ଼ିକ ନିଜର ସୁବିଧା ଅନୁଯାୟୀ ଅର୍ଥାତ୍‌ ୨ ଜଣରୁ କମ୍‌ ବା ୭ ଜଣରୁ ଅଧିକ ଷ୍ଟାଫ୍‌ ନିୟୋଜିତ କରିବେ ନାହିଁ। 3- ଏଟିଏମ୍‌ଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ପାଇଁ ନଗଦ ଟଙ୍କା ମହଜୁଦ୍‌ ରହିବ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନଗଦ ଅର୍ଥ ପଠାଗଲା ବେଳେ ପୋଲିସ୍‌ ସୁରକ୍ଷା ଦିଆଯିବା ସହିତ…

Read More

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘କୋଭିଡ-୧୯’ ସଂକ୍ରମଣ କାରଣରୁ ଉତ୍ପନ୍ନ ହୋଇଥିବା ଜଟିଳ ସମସ୍ୟା ଉପରେ ଭିଡିଓ କନଫରେନ୍ସ ମାଧ୍ୟମରେ ଇଲକଟ୍ରୋନିକ୍ ଗଣମାଧ୍ୟମର ପ୍ରମୁଖ ଅଂଶୀଦାରମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମ ଦିନରୁ ଏହି ମହାମାରୀର ଗମ୍ଭୀର ବିପଦକୁ ବ୍ୟାପକ ଭାବେ ବୁଝିବା ଲାଗି ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଥିଲେ। ଏ ଦିଗରେ ସଚେତନତା ସୃଷ୍ଟି କରିବାରେ ଚ୍ୟାନେଲଗୁଡ଼ିକ ଦ୍ୱାରା ନିର୍ବାହ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଭୂରି ଭୂରି ପ୍ରଶଂସା କରିଥିଲେ। ସେ ସାମ୍ବାଦିକ, କ୍ୟାମେରାମ୍ୟାନ ଓ ଟେକ୍ନନିସିଆନମାନଙ୍କ ସମର୍ପଣ ଭାବନା ଏବଂ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଯେଉଁମାନେ ଦେଶର ବିଭିନ୍ନ କ୍ଷେତ୍ରକୁ ଯାଇ ତଥା ନ୍ୟୁଜ ରୁମରେ ରହି କଠିନ ପରିଶ୍ରମ କରୁଛନ୍ତି, ସେମାନଙ୍କର ଏହି କଠିନ ପରିଶ୍ରମକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରସେବାର ଆଖ୍ୟା ଦେଇଥିଲେ। ସେ କେତେକ ଚ୍ୟାନେଲର ଅଭିନବ ଉପାୟ ଯେପରିକି ଘରେ ଥାଇ ସମ୍ବାଦ ପରିବେଷଣ କରିବାର ବ୍ୟବସ୍ଥା କରାଯିବାକୁ ମଧ୍ୟ ପ୍ରଶଂସା କରିଥିଲେ।…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି । ଶିଳ୍ପପତିମାନେ କର୍ମଚାରୀଙ୍କୁ କରୋନା ପ୍ରଭାବରୁ ଦୂରେଇ ରଖିଥିବାରୁ ପ୍ରଧାନମନ୍ତ୍ରୀ ପ୍ରଥମେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ଅର୍ଥନୈତିକ ଏକୀକରଣ ଦିଗରେ ଏକ ନୂଆ ଯୁଗର ଆରମ୍ଭ ବୋଲି କହିଥିଲେ। ଟେକନୋଲୋଜିର ବ୍ୟବହାର କରି ଘରୁ ଥାଇ କାମ କରିବା ନିମନ୍ତେ କର୍ମଚାରୀମାନଙ୍କୁ ଅନୁମତି ଦେବା ଲାଗି ସେ ଶିଳ୍ପ ପ୍ରତିନିଧିଙ୍କୁ ନିବେଦନ କରିଥିଲେ। ବ୍ୟବସାୟ ଉପରେ ନକାରାତ୍ମକ ପ୍ରଭାବ ସତ୍ୱେ ମାନବୀୟ ଭାବନା ନେଇ କର୍ମଚାରୀଙ୍କ ଦରମା ନ କାଟିବାକୁ ମଧ୍ୟ  ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଅଭିବୃଦ୍ଧି ହାରକୁ ତ୍ୱରାନ୍ୱିତ କରିବା ଦିଗରେ ସରକାର କାର୍ଯ୍ୟ କରୁଥିବା ସମୟରେ ଅର୍ଥବ୍ୟବସ୍ଥା ସମ୍ମୁଖରେ କୋଭିଡ-୧୯ ଭଳି ଏକ ଅପ୍ରତ୍ୟାଶିତ ବାଧା ଉତ୍ପନ୍ନ ହୋଇଛି। ସେ କହିଥିଲେ ଯେ ଏହି ମହାମାରୀ ଯୋଗୁ ଦେଖାଇଥିବା ବିପଦ…

Read More

ନୂଆଦିଲ୍ଲୀ : ଭାରତୀୟ କିମ୍ବଦନ୍ତୀ କ୍ରିକେଟର ଯୁବରାଜ ସିଂଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍‌ କରିଛନ୍ତି ପେସର୍‌ ଇଶାନ୍ତ ଶର୍ମା । ରବିବାର ଜନତା କର୍ଫ୍ୟୁ ସମୟରେ ତାଳି ବଜାଇବାକୁ ପତ୍ନୀ ହାଜେଲ୍‌ କିଚ୍‌ଙ୍କ ସହିତ ଛାତକୁ ଯାଇଥିବା ସମୟରେ ଏହାର ଭିଡିଓ ସୁଟିଂ କରି ଇନ୍‌ଷ୍ଟାଗ୍ରାମରେ ସେୟାର କରିଥିଲେ । ଏହାକୁ ନେଇ ଇନ୍‌ଷ୍ଟାଗ୍ରାମ୍‌ରେ ଇଶାନ୍ତ ଯୁବିଙ୍କୁ ଟ୍ରୋଲ୍‌ କରିଛନ୍ତି । https://www.instagram.com/p/B-CNQSrA7FR/?utm_source=ig_embed&utm_campaign=embed_video_watch_again ଯୁବରାଜ ଏକ କ୍ରିକେଟ୍‌ ଓ୍ବିକେଟ ସାହାଯ୍ୟରେ ଛାତର ରେଲିଂକୁ ବାଡେଇ ଶବ୍ଦ ସୃଷ୍ଟି କରୁଥିଲେ । ଏହା ଉପରେ ଇଶାନ୍ତ ଲେଖିଥିଲେ ‘ପାଜୀ ବନ୍ଦେ ନେହିଁ କୁଟନେ, ତାଲି ମାରନା ହେଁ’ । କୌଣସି ମଣିଷକୁ ନୁହେଁ ଘଣ୍ଟା ବଜେଇବା ପାଇଁ ଏତେବଡ ଓ୍ବିକେଟ୍‌ର ଆବଶ୍ୟକତା ନାହିଁ ବୋଲି ଲେଖି ଇଶାନ୍ତ ଯୁବିଙ୍କୁ ଟ୍ରୋଲ୍‌ କରିଥିଲେ । ପୂର୍ବରୁ ଯୁବରାଜ ସୋସିଆଲ ମିଡିଆରେ ୟୁଜବେନ୍ଦ୍ର ଚହଲ ଏବଂ ରୋହିତ ଶର୍ମାଙ୍କୁ ଟ୍ରୋଲ୍‌ କରିଥିବା ବେଳେ ଆଜି ନିଜେ…

Read More

ଭୋପାଳ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଶିବରାଜ ସିଂ ଚୌହାନ। ଚତୁର୍ଥ ଥର ପାଇଁ ଚୌହାନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଭୋପାଳ ସ୍ଥିତ ରାଜଭବନରେ ଶିବରାଜଙ୍କୁ ରାଜ୍ୟପାଳ ଲାଲଜୀ ଟଣ୍ଡନ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଥିବା ବେଳେ କୌଣସି କ୍ୟାବିନେଟ୍‌ ସଦସ୍ୟ ଶପଥ ଗ୍ରହଣ କରିନାହାନ୍ତି। ପରବର୍ତ୍ତୀ ସମୟରେ କ୍ୟାବିନେଟ୍‌ ସମ୍ପ୍ରସାରଣ କରାଯିବ ବୋଲି ଜଣାପଡିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ବରେ 22 ଜଣ କଂଗ୍ରେସ ବିଧାୟକ ଇସ୍ତଫା ପ୍ରଦାନ କରିବା ପରେ କମଳନାଥ ସରକାରଙ୍କ ପତନ ଘଟିବା ସହିତ ବିଜେପି ପୁନର୍ବାର କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଛି। ଶନିବାର 22 ବିଦ୍ରୋହୀ ବିଧାୟକ ବିଜେପିରେ ଯୋଗ ଦେଇଥିଲେ। (ଏଜେନ୍ସି)

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ ପ୍ରଭାବରେ ବିଦେଶରେ ତିନି ଭାରତୀୟ ପ୍ରାଣ ହରାଇଛନ୍ତି । 25 ଶହରୁ ଅଧିକ ଭାରତୀୟଙ୍କୁ କେନ୍ଦ୍ର ସରକାର ଦେଶକୁ ଆଣିଥିବା ବେଳେ ତିନି ଭାରତୀୟ ବିଦେଶରେ ପ୍ରାଣ ହରାଇଛନ୍ତି । ଉହାନ୍‌ ପ୍ରଦେଶରୁ ସୃଷ୍ଟ ଏହି ଭାଇରସ୍‌ ପ୍ରଭାବରେ ସମଗ୍ର ବିଶ୍ବରେ 15 ହଜାର 300 ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ତିନି ମୃତକଙ୍କ ମଧ୍ୟରୁ ଜଣେ ସ୍ବିଡେନ୍‌ରେ, ଜଣେ ଇରାନ୍‌ରେ ଏବଂ ଜଣେ ଇଜିପ୍ଟରେ ପ୍ରାଣ ହରାଇଛନ୍ତି । ସ୍ବିଡେନ୍‌ରେ କରୋନା ଆକ୍ରାନ୍ତ ତାମିଲନାଡୁ ଯୁବକ ଆତ୍ମହତ୍ୟା କରିଥିବା ବେଳେ ଇରାନ୍‌ରେ 61 ବର୍ଷୀୟ ଜଣେ ଲଦାଖ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ସେହିପରି ଇଜିପ୍ଟରେ ଜଣେ 45 ବର୍ଷୀୟ ଭାରତୀୟ ଯୁବକ ପ୍ରାଣ ହରାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ଭାରତ ସରକାରଙ୍କ ପକ୍ଷରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବାତିଲ କରାଯାଇଥିବା ବେଳେ 255 ଜଣ ଭାରତୀୟ ବିଦେଶରେ ରହିଛନ୍ତି ।…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ସୋମବାର ତିନି ଜଣଙ୍କର ପ୍ରାଣହାନି ଘଟିଛି । ତିନି ଜଣଙ୍କ ପ୍ରାଣହାନି ସହିତ ମୃତ୍ୟୁ ସଂଖ୍ୟା 10ରେ ପହଞ୍ଚିଛି । ହିମାଚଳ ପ୍ରଦେଶରେ ପ୍ରଥମ ମୃତ୍ୟୁ ହେବା ସହିତ ମୃତକଙ୍କ ସଂଖ୍ୟା 10ରେ ପହଞ୍ଚିଛି । ଏହା ସହିତ ଆକ୍ରାନ୍ତଙ୍କ ସଂଖ୍ୟା 490 ଛୁଇଁଛି । ମୃତକ ଜଣକ ଟାଣ୍ଡା ସ୍ଥିତ ଟାଟା ମେମୋରିଆଲ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ହରାଇଛନ୍ତି । ମୃତକ ଜଣକ 69 ବର୍ଷୀୟ ତିବ୍ବତ ରିଫ୍ୟୁଜି ବୋଲି ଜଣା ପଡିଛି । ମାର୍ଚ୍ଚ 15 ତାରିଖରେ ଆମେରିକାରୁ ଫେରିଥିବା ବେଳେ 23 ତାରିଖରେ ତାଙ୍କଠାରେ କୋରୋନା ସଂକ୍ରମଣ ଚିହ୍ନଟ କରାଯାଇଥିଲା । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଗୋପାଳପୁର ବେଳାଭୂମିରେ ରବିବାର ପୂର୍ବାହ୍ନରେ ଏକ ମୃତ ତିମି ଠାବ କରାଯାଇଛି । 2ଟନ୍‌ ଓଜନର ଏହି ତିମିଟି 16 ଫୁଟ୍‌ 4 ଇଞ୍ଚ ବୋଲି ଜଣାପଡିଛି । ଗୋପାଳପୁରର ନୂଆବକ୍ସିପଲ୍ଲୀରେ ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀ ମାନେ ଏହି ବିଶାଳକାୟ ତିମିଟିକୁ ଉଦ୍ଧାର କରିଥିଲେ । ପେଟ ପାଖ ଧଳା, ଉପର ପାଶ୍ୱର୍ ଇଷତ୍‌ ନୀଳ ଓ ଧଳା ଛିଟା ରହିଥିବା ଏହି ତିମି ହ୍ୱେଲ୍‌ ଶାର୍କ ପ୍ରଜାତିର ବୋଲି ଜୁଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ତେବେ ଏହି ପୁରଷ ତିମିର ସ୍ବାଭାବିକ ମୃତ୍ୟୁ ହୋଇଥିବା ପ୍ରକାଶ କରାଯାଇଛି ।

Read More

ଭୋପାଳ : ମଧ୍ୟପ୍ରଦେଶ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । କମଲନାଥ ସରକାର ଭାଙ୍ଗିବା ପରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହାକୁ ନେଇ ଆଶଙ୍କା ରହିଥିଲା । ତେବେ ସୋମବାର ଦିନ ସନ୍ଧ୍ୟାରେ ଶିବରାଜ ସିଂ ଚୌହାନଙ୍କୁ ବିଧାୟକ ଦଳର ନେତା ଭାବରେ ଚୟନ କରାଯାଇଛି । ଆଜି ଶିବରାଜ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଥିବା ବେଳେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ର ପ୍ରଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ଆଜି କେରଳରେ ଗୋଟିଏ ଦିନରେ 28 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ସୋମବାର ଆଉ ଦୁଇ ଜଣଙ୍କର ପ୍ରାଣହାନି ଘଟିବା ସହିତ ସମୁଦାୟ ମୃତକଙ୍କ ସଂଖ୍ୟା 9ରେ ପହଞ୍ଚିଛି । ସେହିପରି ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 490ରେ ପହଞ୍ଚିଥିବା ବେଳେ କେରଳରେ ସର୍ବାଧିକ 91 ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସୋମବାର ନୂତନ ଭାବରେ 28 ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା କାରଣରୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 500 ଛୁଇଁବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ସ୍ପଷ୍ଟ କରିଛନ୍ତି । 28 ଆକ୍ରାନ୍ତଙ୍କ ମଧ୍ୟରୁ 19 ଜଣ କସାରଗଡର ରହିଥିବା ବେଳେ 5 ଜଣ କନ୍ନୁର, ଏର୍ଣ୍ଣାକୁଲମରୁ 2 ଜଣ ଏବଂ ଥ୍ରିସୁର ଓ ପଥନମଥିଟ୍ଟାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟରେ କରୋନା ସଙ୍କଟ ଭୟଙ୍କର ରୂପ ନେଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ 14ଟି ଜିଲ୍ଲାରେ ଲକ୍‌ଡାଉନ୍‌ ଜାରି କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ତିନି ମାସର ବେତନ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ମୁଖ୍ୟମନ୍ତ୍ରୀ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି । କୋଭିଡ୍-19 ପାଇଁ ଗଠିତ ଫଣ୍ଡକୁ ଏହି ଅର୍ଥରାଶି ପ୍ରଦାନ କରାଯାଇଛି । ଏହା ସହିତ ଅନ୍ୟମାନେ ସ୍ବତଃପ୍ରୋତ ଭାବରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ପ୍ରଦାନ କରିବା ପାଇଁ ନବୀନ ଅନୁରୋଧ କରିଛନ୍ତି ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରବିବାର ଜନତା କର୍ଫ୍ୟୁ ଯୋଗୁଁ ସାରା ବ୍ରହ୍ମପୁରରେ ନୀରବତା ପ୍ରକାଶ ପାଇଥିଲା । ସେତେବେଳେ ପୋଲିସ୍ ପ୍ରଶାସନ ସେମାନଙ୍କ କର୍ତ୍ତବ୍ୟ ସୂଚାରୁ ରୂପେ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ଯେଉଁମାନେ ଆଗରୁ ଏହି ବିଷୟ ସୂଚନା ନପାଇ ବ୍ରହ୍ମପୁରକୁ ଚାଲିଆସିଥିଲେ । ସେମାନଙ୍କ ନିଜ ନିଜ ଗ୍ରାମକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ଗେଟ୍‌ବଜାରରେ ଅପେକ୍ଷାରତ ବିଭିନ୍ନ ଯାତ୍ରୀଙ୍କୁ ଏକ ବସ୍ ଯୋଗେ ସେମାନଙ୍କ ଘରକୁ ଛଡ଼ାଯାଇଥିଲା । କିଛି ବ୍ୟକ୍ତି ଚାଲିଚାଲି ଯାଉଥିବାବେଳେ କୁକୁଡ଼ାଖଣ୍ଡି ତହସିଲ୍‌ଦାର ସେମାନଙ୍କ ଯିବାର ବ୍ୟବସ୍ଥା କରିଥିଲେ । ବ୍ରହ୍ମପୁର ବସ୍‌ଷ୍ଟାଣ୍ଡରେ ପୋଲିସ୍ ଲୋକେ ଯେଭଳି ଭୋକ ଉପାସରେ ନ ରହିବେ ସେଥିପାଇଁ ବ୍ରେଡ଼୍‌, ପାଣି ବୋତଲର ବ୍ୟବସ୍ଥା କରିଥିଲା । ଷ୍ଟେସନରେ କିଛି ଯାତ୍ରୀ ଥିବାବେଳେ ସେମାନଙ୍କୁ ଆର୍‌ପିଏଫ୍ ପକ୍ଷରୁ ସହଯୋଗ ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଛି । ବ୍ରହ୍ବପୁର ପୋଲିସ୍‌ର ଏଭଳି…

Read More

ରମେଶ ଚନ୍ଦ୍ର ମହାନ୍ତି ଜଗତସିଂହପୁର: ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି। ହେଲେ କିଛି କୁଚକ୍ରୀ ନେତା ଓ ଅସାଧୁ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଥିଲାବାଲା ଲୋକ ଏହି ଯୋଜନା ଗୁଡିକ ହାତେଇ ନେଉଥିବା ବେଳେ ସାଧାରଣ ଅଭାବି ଗରିବ ଲୋକମାନଙ୍କ ପାଇଁ ଏହି ଯୋଜନା ଗୁଡିକ “ଆକାଶ କଇଁଆ ଚିଲିକା ମାଛ” ସଦୃଶ ଅପହଂଚ ପାଲଟିଛି। ରାସ୍ତାଘାଟ ବୁଲି ପ୍ଲାଷ୍ଟିକ୍ ଜରି ଗୋଟାଇ ଝାଟିମାଟି ଭଙ୍ଗା କୁଡିଆରେ ଛିଣ୍ଡା ପଲିଥିନ୍ ପକାଇ ରହୁଥିବା ଲୋକକୁ ଆବାସ ଯୋଜନାରେ ଘରଖଣ୍ଡେ ମିଳିବା ତ ଦୂରର କଥା ତାଙ୍କୁ ବୟସ ୭୦ ଟପିଥିଲେ ମଧ୍ୟ ମିଳୁନି ବାର୍ଦ୍ଧକ୍ୟ ଭତ୍ତାଟିଏ। ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଚିକିଣିଆ ପଂଚାୟତ ସ୍ଥିତ ଚିକିଣିଆ ଗ୍ରାମରେ। ଉକ୍ତ ଗ୍ରାମର ଅଲ୍ଲୀ ଖାଁ ଓ ତାଙ୍କର ପତ୍ନୀ ଦରିଦ୍ରତାର କଶାଘାତରେ ଜର୍ଜରିତ ହୋଇ ବହୁ ଦୁଃଖ କଷ୍ଟରେ ଭଙ୍ଗା ଝାଟି଼ମାଟି କୁଡିଆରେ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ଼ାକରାରେ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ ଆଜି ଦେଶରେ ରାଜ୍ୟରେ ତଥା ଗଂଜାମ ଜିଲ୍ଲା ବ୍ରହ୍ମପୁରରେ ଜନତା କର୍ଫ୍ୟୁ ଶତପ୍ରତିଶତ ସଫଳ ହୋଇଛି । ନରେନ୍ଦ୍ର ମୋଦି ଏବଂ ନବୀନ ପଟ୍ଟନାୟକଙ୍କ ମନ୍ତ୍ର ଜନତା କର୍ଫ୍ୟୁ ମାନିନେଇ ସକାଳ ୭ ଘଟିକାରୁ ରାତ୍ର ୯ ଘଟିକା ଯାଏଁ ଏତେ ବ୍ରହ୍ମପୁର ପରି ବଡ଼ ସହର ଏବଂ ଜିଲ୍ଲାର ବିଭିନ୍ନ ଗ୍ରାମ, ପୁରପଲ୍ଲୀରେ ନୀରବତା ଦେଖିବାକୁ ମିଳିଥିଲା । ଏଭଳି ନୀରବତା ବୋଧେ କେହି କେବେ ଇତିହାସରେ ଦିନବେଳେ ଦେଖିନଥିବେ । ରାସ୍ତା ଖାଁ ଖାଁ, ସବୁଆଡ଼େ ଏକ ଅଜଣା ନୀରବତା । ଏପରିକି ନୀରବତାରେ ଯେଉଁଠାରେ ପକ୍ଷୀମାନଙ୍କ ସ୍ୱର କେବେ ଶୁଭାଯାଇନଥିଲା ସେଠାରେ ଆଜି ସେମାନଙ୍କ କଳରବ ଦେଖିବାକୁ ମିଳିଛି । ବୋଧହୁଏ ଭଗବାନ ସେମାନଙ୍କ ପାଇଁ ଆଜିର ଦିନଟିଏ ଆଗରୁ ପ୍ରସ୍ତୁତ କରି ରଖିଥିଲା । ସହରର ପ୍ରତି ସାହି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର :  କରୋନା ମୁକାବିଲା ନେଇ ରାଜ୍ୟ ସରକାର ରାଜ୍ୟରେ ଲକ୍‌ ଡାଉନ୍‌ ଘୋଷଣା କରିଥିବାବେଳେ କେନ୍ଦ୍ର ସରକାର ମଧ୍ୟ ଲକ୍‌ ଡାଉନ୍‌କୁ କଡାକଡି କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଏହି ନିୟମ ଭଙ୍ଗ ହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଆଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ  ଆଜି ରାଜ୍ୟ ସରକାର ଲକ୍‌ ଡାଉନ୍‌କୁ ସମ୍ପ୍ରସାରଣ କରିଛନ୍ତି । ପ୍ରଥମେ 5ଟି ଜିଲ୍ଲାରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିଲା । ଏବେ ଏହା 5ଟି ଜିଲ୍ଲାରୁ ଏହାକୁ 14ଟି ଜିଲ୍ଲାକୁ ସମ୍ପ୍ରସାରଣ କରିଛନ୍ତି । ପୁରୀ, ଜଗତସିଂହପୁର, ଢେଙ୍କାନାଳ, ନୟାଗଡ, ଭଦ୍ରକ, ବାଲେଶ୍ବର, ଯାଜପୁର, ସମ୍ବଲପୁର, ଝାରସୁଗୁଡା ଜିଲ୍ଲାକୁ ଲକ୍‌ ଡାଉନ୍‌ କରାଯାଇଛି । ଆସନ୍ତାକାଲି ସକାଳଠାରୁ ଏହି ସବୁ ଜିଲ୍ଲାରେ ଲକ୍‌ ଡାଉନ୍‌ କାର୍ଯ୍ୟକାରୀ ହେବ । ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ  ଜିଲ୍ଳା ତଥା ଏହି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ରାଜ୍ୟ ସରକାର ବେଶ୍‌ କଡା ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟରେ ଲକ୍‌ ଡାଉନ୍‌ ଚାଲିଥିବାବେଳେ କାଲିଠାରୁ ବସ୍‌ ଚଳାଚଳ ବନ୍ଦ କରାଯିବା ନେଇ ଘୋଷଣା କରାଯାଇଛି । ଆସନ୍ତାକାଲି ଦିନ 11ଟାରୁ ରାଜ୍ୟରେ ସମସ୍ତ ବସ୍‌ ଚଳାଚଳ ବନ୍ଦ ରହିବ । ସେହିପରି ଆଜି ରାତି 12ଟାରୁ ସମସ୍ତ ସିଟି ବସ୍‌ ଚଳାଚଳ ମଧ୍ୟ ବନ୍ଦ ରହିବ । ରାଜ୍ୟ ତମାମ ସମସ୍ତ ବସ୍‌ ଚଳାଚଳ ବନ୍ଦ ରହିବ । ପୂର୍ବରୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳକୁ ବନ୍ଦ କରାଯାଇଥିଲା । କିନ୍ତୁ କରୋନାକୁ ଦୃଷ୍ଟିରେ ରଖି ଏବେ ସାରା ରାଜ୍ୟରେ ବସ୍‌ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Read More

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ବେଶ୍‌ ଦ୍ରୁତ ଗତିରେ ମାଡ଼ି ଚାଲିଛି। ପ୍ରାପ୍ତ ସୂଚନାନୁସାରେ କରୋନା ଯୋଗୁଁ ପଶ୍ଚିମବଙ୍ଗରେ ଜଣକର ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। 55 ବର୍ଷୀୟ ଏହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ସାରା ଦେଶରେ ଭାରତୀୟଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ସେହିପରି ଭାରତରେ 2 ବିଦେଶୀ ନାଗରିକ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ତେବେ ସର୍ବମୋଟ ଭାରତରେ ମୃତକଙ୍କ ସଂଖ୍ୟା 9କୁ ବୃଦ୍ଧି ପାଇଛି। ସେହିପରି ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 433ରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ 50ରୁ ଅଧିକ ମାମଲା ଆସିଥିବାବେଳେ ତିନିଜଣକର ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଦିଲ୍ଲୀ, ରାଜସ୍ଥାନ, ବିହାର, ପଞ୍ଜାବ, ଉତ୍ତରାଖଣ୍ଡ, ଛତିଶଗଡ, ଝାଡଖଣ୍ଡ, ଜମ୍ମୁ-କାଶ୍ମୀର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶରେ କରୋନା ଭାଇସ୍‌ ଯୋଗୁଁ 31 ମାର୍ଚ୍ଚ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏତଦ୍‌ବ୍ୟତୀତ ଉତ୍ତରପ୍ରଦେଶର 16ଟି ଜିଲ୍ଲାରେ 25…

Read More

ପ୍ରଭୁକଲ୍ୟାଣ ମହାପାତ୍ର ବିତର୍କ ମାଧ୍ୟମରେ ଶାସନ ପରିଚାଳନା କରିବା ହେଉଛି, ସଂସଦୀୟ ଗଣତନ୍ତ୍ରର ବିଶେଷତ୍ବ। ଏହି ଶାସନ ବ୍ୟବସ୍ଥାରେ ବିଧାନସଭାରେ ବିତର୍କ ଜରିଆରେ ହିଁ ପ୍ରଶାସନକୁ ଉପଯୁକ୍ତ ଦିଗ୍‌ଦର୍ଶନ ପ୍ରଦାନ କରାଯାଇଥାଏ। ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଗ୍ରହଣ ଲାଗି ସରକାର ବିଧାନସଭାରେ ପ୍ରଶଂସାଭାଜନ ହୋଇଥିବାବେଳେ  ଜନବିରୋଧୀ କାର୍ଯ୍ୟକଳାପ ପାଇଁ ଶାସନକଳ ଗୃହେର କଠୋର ସମାଲୋଚନାର ଶରବ୍ୟ ହୋଇଥାଏ। ତେଣୁ ସଂସଦୀୟ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସରକାର ସ୍ବେଚ୍ଛାଚାରୀ ବା ଏକଛତ୍ରବାଦୀ ହେବାର ସମ୍ଭାବନା ଯଥେଷ୍ଟ କମ୍‌ ଥାଏ। ସେଥି ଯୋଗୁଁ ଏହି ଶାସନ ବ୍ୟବସ୍ଥାକୁ ପୃଥିବୀର ଅଧିକାଂଶ ରାଷ୍ଟ୍ର ଆପେଣଇ ନେଇଛନ୍ତି। ତେବେ ଏହି ଧରଣର ଶାସନ ବ୍ୟବସ୍ଥାରେ ଲୋକମାନଙ୍କ ଭାଗ୍ୟର ଚୂଡ଼ାନ୍ତ ମଧ୍ୟସ୍ଥି ହେଉଛି ବିଧାନସଭା। କାରର ଏହା ଶାସନକଳର ମଙ୍ଗକୁ ଜନକଲ୍ୟାଣ ଅଭିମୁଖୀ କରାଇଥାଏ। ତେଣୁ ଲୋକମାନଙ୍କ ଭାଗ୍ୟ ସହିତ ଅନ୍ତର୍ନିହିତ ଭାବେ ଜଡିତ ଗଣତନ୍ତ୍ର ଏହି ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥା ବିଧାନସଭାର ବିତର୍କ ଅତ୍ୟନ୍ତ ଉପାଦେୟ, ଗଠନମୂଳକ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ସତର୍କତା ଓ କଡା ସଚେତନତା କରାଯାଉଛି। ସହର ହେଉ କି ଗ୍ରାମ ସବୁଠୁ ଦେଖିବାକୁ ମିଳିଛି କରେନା ନେଇ ସତର୍କ ଓ ସଚେତନତା। ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲାର ବାଣପୁର-ବାଲୁଗାଁ ଅଞ୍ଚଳରେ ସର୍ବାଧିକ ବିଦେଶୀ ଫେରନ୍ତା ରହିଛନ୍ତି । ବାଣପୁରର ଏନେଇ କରୋନା ସତର୍କତାକୁ ବେଶ୍‌ କଡାକଡି କରାଯାଇଛି। ରାଜ୍ୟରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବାବେଳେ ବାଣପୁର ସହରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ସକାଳ ସମୟରେ ଏହି ନିୟମକୁ ଭାଙ୍ଗି ଜନ ଗହଳିର ଖବର ମିଳିଥିଲା। ଏହା ସମ୍ପର୍କରେ ଅଭିଯୋଗ କରାଯିବା ପରେ ପୋଲିସ୍‌ ଓ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣାସ୍ଥଳକୁ ଆସି ନିଜେ ଏହି ଘଟଣାର ତଦାରଖ କରିବା ସହିତ ସଚେତନତା କରାଇବା ସହ ଘରେ ରହିବାକୁ ପରାମର୍ଶ ଦେଇଥିଲେ । ଏହାପରେ ସାଧାରଣରେ ଲକ୍‌ ଡାଉନ୍‌କୁ ମାନି ଘରେ ରହିଥିବାର ଦେଖାଯାଇଛି…

Read More